Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ଆକ୍ରାନ୍ତ ଚିହ୍ନଟ ପରେ ବାଲୁଗାଁର ଏହି ଅଞ୍ଚଳକୁ ସାତ ଦିନ ପାଇଁ ସଟଡ଼ାଉନ ଘୋଷଣା କଲେ ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନଏସିରେ କରୋନା କ୍ଷିପ୍ରଗତିରେ କାୟା ବିସ୍ତାର କରିଚାଲିଛି। ଗତକାଲି ବାଲୁଗାଁ ଏନଏସି ର ଅଶୋକ ନଗରରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଚିଲିକାର ଅତିରିକ୍ତ ତହସିଲଦାର ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ପତ୍ର ଯୋଗେ ଅନୁରୋଧ କରିଥିଲେ।

ଏହାକୁ ଗୁରୁତର ସହ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଆଜି ମଇ ୧ ତାରିଖ ସଂଧ୍ୟା ୭ ଘଟିକାରୁ ମଇ ୭ ତାରିଖ ରାତି ୯ ଘଟିକା ଯାଏଁ ଅଶୋକ ନଗରର ଡ଼ା ଦିବ୍ୟସିଂହ ମିଶ୍ରଙ୍କ ଘର ଠାରୁ ଦେବ ମହାପାତ୍ରଙ୍କ ଘର(୭ ଗୋଟି ଘର) ପର୍ଯ୍ୟନ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରଛନ୍ତି।

ଉକ୍ତ ସମୟରେ ଏହି ଅଂଚଳର କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ। କଣ୍ଟେନମେଣ୍ଟ ଅଞ୍ଚଳରେ ଅଂଚଳବାସୀଙ୍କୁ ଜରୁରୀକାଳନ ସାମଗ୍ରୀ ଯୋଗାଣ, ବିଶୋଧନ, କଣ୍ଟାକ୍ଟ ଟ୍ରେସିଂ, ଆରଆରଟି ଦ୍ୱାରା ଘରକୁ ଘର ସର୍ଭେ କରାଯିବ। ତେବେ ଜିଲ୍ଲା ପ୍ରଶାସନ ଦ୍ୱାରା ନିଯୁକ୍ତ ହୋଇଥିବା ନୋଡାଲ ଅଧିକାରୀମାନେ ଏହି ସବୁ କାର୍ଯ୍ୟ କରିବେ। ଚିଲିକା ତହସିଲଦାର ପୁନମ ମହାପାତ୍ର ଉକ୍ତ ସମସ୍ତ କାର୍ଯ୍ୟର ତଦାରଖ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ପାଇଁ ରାଜ୍ୟରେ ପୁଣି ଫେରିଲା ସଟ ଡାଉନ

କଟକ, ବହୁଦିନ ପରେ ପୁଣି ଥରେ ରାଜ୍ୟକୁ କରୋନା ପାଇଁ ସଟ ଡାଉନ ପଦକ୍ଷେପ ଆରମ୍ଭ ହୋଇଛି। କରୋନା ସ୍ଥିତି ସୁଧାର ଆସିଥିବାରୁ ଏହିପରି କଡା ନିଷ୍ଚତି ବହୁଦିନ ଧର ବନ୍ଦ ଥିଲା। ବର୍ତ୍ତମାନ ସୂଚନା ଅନୁସାରେ କଟକ ଜିଲ୍ଲା ନରସିଂହପୁର ବ୍ଲକର କାକୁଡିଆ ଗାଁରେ ଏହି ସଟ ଡାଉନ ଘୋଷଣା କରାଯାଇଛି। ସେହି ଗ୍ରାମରୁ ଏକାଥରେ 6 ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 5 ଜଣ ମହିଳା ଅଛନ୍ତି। ଏପରି ପରିସ୍ଥିତି ଦେଖି ଉପଜିଲ୍ଲାପାଳ ସଂପୂର୍ଣ୍ଣ ଗ୍ରାମକୁ ଆସନ୍ତା ବୁଧୁବାର ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି କୁ ସମ୍ପୂର୍ଣ୍ଣ ସଟ ଡ଼ାଉନ ଘୋଷଣା କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ 

ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମଗ୍ର ଜିଲ୍ଲାରେ ଆଜି ୨୧୮ ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି l   ଅନୁରୂପ ଭାବେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଅଣାୟତ୍ତ ଅବସ୍ଥାରେ। ଆଜି ସକାଳ ସୁଦ୍ଧା ଉକ୍ତ ଅଞ୍ଚଳରୁ ୩୮ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି।  ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ କୁ ପ୍ରତିହିତ କରିବାପାଇଁ ଆଜି ଚିଲିକା ବି.ଡ଼ି.ଓ ତଥା କୋଭିଡ କମିଟି ଚେୟାରମ୍ୟାନ ଶ୍ରୀମତୀ ସୁଷମା ବାରିକ ଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ ପତ୍ର ସଂଖ୍ୟା ୧୪୬୪ ରେ ଏକ ଚିଠି ଜିଲ୍ଲାପାଳ ଙ୍କ ନିକଟକୁ ପଠାଯାଇଥିଲା, ଯେଉଁଥିରେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି କୁ ସମ୍ପୂର୍ଣ୍ଣ ସଟ ଡ଼ାଉନ ପାଇଁ ଅନୁମତି ମଗାଯାଇଥିଲା। ଏହି ସମୟରେ ତିନି ଗୋଟି ମେଡିକାଲ ଟିମ ଦ୍ୱାରା ଜୋରଦାର ଟେଷ୍ଟିଙ୍ଗ କରାଯିବା ର ଲକ୍ଷ୍ୟ ରଖାଯାଇଛି.।

ଏହାକୁ ଗମ୍ଭୀରତାର ସହ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ର ସମସ୍ତ ଅଞ୍ଚଳକୁ ତା ୧୧.୦୮.୨୦(ମଙ୍ଗଳବାର) ସନ୍ଧ୍ୟା ୭ ଘଟିକାରୁ ତା ୧୪.୦୮.୨୦(ଶୁକ୍ରବାର) ସଂଧ୍ୟା ୭ ଘଟିକା ଯାଏଁ ସମ୍ପୂର୍ଣ୍ଣ ସଟ ଡ଼ାଉନ ଘୋଷଣା କରିଛନ୍ତି। ଉକ୍ତ ସମୟରେ କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ ଏବଂ ଏହି ସଟ ଡ଼ାଉନ ଅଞ୍ଚଳରେ ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ଉକ୍ତ ସମୟରେ ସମସ୍ତ ଅଞ୍ଚଳକୁ ସାନିଟାଇଜେସନ କରାଯିବା ସହ ସ୍ଵାବ ନମୂନା ସଂଗ୍ରହ କରାଯିବ। ଏହି ସମୟରେ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ଉପ ଜିଲ୍ଲାପାଳ। ତେବେ ବ୍ଲକ ଏବଂ ଏନ.ଏ.ସି ପ୍ରଶାସନ ଦ୍ୱାରା ଗଠନ କରାଯାଇଥିବା ବିଭିନ୍ନ ଟିମ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ମେଡ଼ିସିନ ଅଞ୍ଚଳବାସୀଙ୍କୁ ଯୋଗାଇଦିଆଯିବ।

ସଟ ଡ଼ାଉନ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହ ବିଭିନ୍ନ କାର୍ଯ୍ୟ ତଦାରଖ ପାଇଁ ଉପ ଜିଲ୍ଲାପାଳ ନିମ୍ନଲିଖିତ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଅପରାଜିତା ସ୍ୱାଇଁ (ଅତିରିକ୍ତ ବି.ଡ଼ି.ଓ , ଚିଲିକା ବ୍ଲକ) ଏବଂ ଆକୃତି ଗୋଏଙ୍କା (କାର୍ଯ୍ୟନିର୍ବାହୀ ଅଧିକାରୀ, ବାଲୁଗାଁ ଏନ.ଏ.ସି )ଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଦାୟିତ୍ବ ଦିଆଯାଇଥିବାବେଳେ ବାଲୁଗାଁ ଫାୟାର ଷ୍ଟେସନ ଅଫିସରଙ୍କୁ ସଟ ଡ଼ାଉନ ଅଞ୍ଚଳ ଏବଂ ବଫର୍‌ ଜୋନ୍‌କୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରିବାକୁ ଦାୟିତ୍ବ ଦିଆଯାଇଛି। ଡ଼ାଃ ସୌମ୍ୟକାନ୍ତ ଦାସ ପଟ୍ଟନାୟକ (ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ) ଙ୍କୁ କଣ୍ଟ୍ରାକ୍ଟ ଟ୍ରେସିଂ ଏବଂ ସମ୍ପୃକ୍ତ ଅଞ୍ଚଳରେ ସର୍ଭେଲାନ୍ସ ଓ ସ୍ବାବ୍‌ ଟେଷ୍ଟିଂ ଦାୟିତ୍ବ ଦିଆଯାଇଛି ଏବଂ ଶ୍ରୀମତୀ ପ୍ରିୟଦର୍ଶିନୀ ମହାନ୍ତି ( ସି.ଡ଼ି.ପି.ଓ )ଙ୍କୁ ଘରକୁ ଘର ବୁଲି ସର୍ଭେ କରିବା ଦାୟିତ୍ବ ସହ ବାଲୁଗାଁ ମେଡିକାଲ ଅଧିକାରୀଙ୍କୁ ସହାୟତା କରିବା ପାଇଁ ଦାୟିତ୍ୱ ଦିଆଯାଇଛି।  ଉକ୍ତ ସବୁ କାର୍ଯ୍ୟକୁ ତଦାରଖ କରିବେ ଚିଲିକା ବ୍ଲକ ବି.ଡ଼ି.ଓ ଶ୍ରୀମତୀ ସୁଷମା ବାରିକ ଏବଂ ଚିଲିକା ତହସିଲଦାର ଡ଼ାଃ ପୁନମ ମହାପାତ୍ର।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ବ୍ଲକ ଏବଂ ଏନ.ଏ.ସି କୁ ସମ୍ପୂର୍ଣ୍ଣ ସଟ ଡ଼ାଉନ ଘୋଷଣା କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମଗ୍ର ଜିଲ୍ଲାରେ ଆଜି ୨୭୪ ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏପରିକି ଗତକାଲି ଖୋର୍ଦ୍ଧା ଜିଲ୍ଲା ଆକ୍ରାନ୍ତଙ୍କ ସଂଖ୍ୟାରେ ଗଞ୍ଜାମ ଜିଲ୍ଲାକୁ ଟପିଯାଇଥିଲା।  ଅନୁରୂପ ଭାବେ ବାଣପୁର ବ୍ଲକ ଏବଂ ଏନ.ଏ.ସି ରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଅଣାୟତ୍ତ ଅବସ୍ଥାରେ। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ କୁ ପ୍ରତିହିତ କରିବାପାଇଁ ଗତକାଲି ବାଣପୁର ବି.ଡ଼ି.ଓ ଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ ପତ୍ର ସଂଖ୍ୟା ୨୭୬ ରେ ଏକ ଚିଠି ଜିଲ୍ଲାପାଳ ଙ୍କ ନିକଟକୁ ପଠାଯାଇଥିଲା, ଯେଉଁଥିରେ ବାଣପୁର ବ୍ଲକ ଏବଂ ଏନ.ଏ.ସି କୁ ସାତ ଦିନ ପାଇଁ ସମ୍ପୂର୍ଣ୍ଣ ସଟ ଡ଼ାଉନ ପାଇଁ ଅନୁମତି ମଗାଯାଇଥିଲା।

ଏହାକୁ ଗମ୍ଭୀରତାର ସହ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ବାଣପୁର ବ୍ଲକ ଏବଂ ବାଣପୁର ଏନ.ଏ.ସି ର ସମସ୍ତ ଅଞ୍ଚଳକୁ ତା ୧୧.୦୮.୨୦(ମଙ୍ଗଳବାର) ସନ୍ଧ୍ୟା ୭ ଘଟିକାରୁ ତା ୧୪.୦୮.୨୦(ଶୁକ୍ରବାର) ସଂଧ୍ୟା ୭ ଘଟିକା ଯାଏଁ ସମ୍ପୂର୍ଣ୍ଣ ସଟ ଡ଼ାଉନ ଘୋଷଣା କରିଛନ୍ତି। ଉକ୍ତ ସମୟରେ କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ ଏବଂ ଏହି ସଟ ଡ଼ାଉନ ଅଞ୍ଚଳରେ ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ଉକ୍ତ ସମୟରେ ସମସ୍ତ ଅଞ୍ଚଳକୁ ସାନିଟାଇଜେସନ କରାଯିବା ସହ ସ୍ଵାବ ନମୂନା ସଂଗ୍ରହ କରାଯିବ। ଏହି ସମୟରେ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ଉପ ଜିଲ୍ଲାପାଳ। ତେବେ ବ୍ଲକ ଏବଂ ଏନ.ଏ.ସି ପ୍ରଶାସନ ଦ୍ୱାରା ଗଠନ କରାଯାଇଥିବା ବିଭିନ୍ନ ଟିମ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ମେଡ଼ିସିନ ଅଞ୍ଚଳବାସୀଙ୍କୁ ଯୋଗାଇଦିଆଯିବ।

ସଟ ଡ଼ାଉନ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହ ବିଭିନ୍ନ କାର୍ଯ୍ୟ ତଦାରଖ ପାଇଁ ଉପ ଜିଲ୍ଲାପାଳ ନିମ୍ନଲିଖିତ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଅଜୟ କୁମାର ଗୁମାନସିଂ (କନିଷ୍ଠ ଯନ୍ତ୍ରୀ, ବାଣପୁର ବ୍ଲକ) ଏବଂ ଶ୍ରୀ ସନ୍ତୋଷ ନିଆଲ(କାର୍ଯ୍ୟନିର୍ବାହୀ ଅଧିକାରୀ, ବାଣପୁର ଏନ.ଏ.ସି )ଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଦାୟିତ୍ବ ଦିଆଯାଇଥିବାବେଳେ ବାଣପୁର ଫାୟାର ଷ୍ଟେସନ ଅଫିସରଙ୍କୁ ସଟ ଡ଼ାଉନ ଅଞ୍ଚଳ ଏବଂ ବଫର୍‌ ଜୋନ୍‌କୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରିବାକୁ ଦାୟିତ୍ବ ଦିଆଯାଇଛି। ଡ଼ାଃ ଡ଼ି. ମହାପାତ୍ର(ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ) ଙ୍କୁ କଣ୍ଟ୍ରାକ୍ଟ ଟ୍ରେସିଂ ଏବଂ ସମ୍ପୃକ୍ତ ଅଞ୍ଚଳରେ ସର୍ଭେଲାନ୍ସ ଓ ସ୍ବାବ୍‌ ଟେଷ୍ଟିଂ ଦାୟିତ୍ବ ଦିଆଯାଇଛି ଏବଂ ଶ୍ରୀମତୀ ବିଦ୍ୟୁତପ୍ରଭା ରଥ( ସି.ଡ଼ି.ପି.ଓ )ଙ୍କୁ ଘରକୁ ଘର ବୁଲି ସର୍ଭେ କରିବା ଦାୟିତ୍ବ ସହ ବାଣପୁର ମେଡିକାଲ ଅଧିକାରୀଙ୍କୁ ସହାୟତା କରିବା ପାଇଁ ଦାୟିତ୍ୱ ଦିଆଯାଇଛି।  ଉକ୍ତ ସବୁ କାର୍ଯ୍ୟକୁ ତଦାରଖ କରିବେ ବାଣପୁର ବ୍ଲକ ବି.ଡ଼ି.ଓ ଡ଼ାଃ ଶୁଭଶ୍ରୀ ତ୍ରିପାଠୀ ଏବଂ ବାଣପୁର ତହସିଲଦାର ଶ୍ରୀ ମନ୍ମଥ କୁମାର ବେହେରା।

Categories
ଆଞ୍ଚଳିକ

ବାଣପୁର ବ୍ଲକର ଦୁଇଟି ପଞ୍ଚାୟତରେ ଏହି ସବୁ ଗ୍ରାମକୁ ସଟ ଡ଼ାଉନ ଘୋଷଣା କଲେ ସରପଞ୍ଚ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତର କେତୋଟି ଗ୍ରାମକୁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସଟ ଡ଼ାଉନ ଘୋଷଣା କରିଛନ୍ତି ସରପଞ୍ଚ ମନୋଜ କୁମାର ପ୍ରଧାନ। କୁମାରାଙ୍ଗ ପଞ୍ଚାୟତର ଚମ୍ପାଦେଇପୁର ଗ୍ରାମରେ ଦୁଇ ଜଣ ସ୍ଥାନୀୟ ବ୍ୟକ୍ତି କୋଭିଡ ସଂକ୍ରମିତ ହେବାରୁ ଚମ୍ପାଦେଇପୁର ଗ୍ରାମ, ହରିଜନ ସାହି ଏବଂ ପୁଞ୍ଜିଆମା ଶାସନକୁ ଆଜି ମଧ୍ୟାହ୍ନ ୧୨ ଘଟିକାରୁ ୨୭ ତାରିଖ ମଧ୍ୟାହ୍ନ ୧୨ ଘଟିକା ଯାଏଁ ସମ୍ପୂର୍ଣ୍ଣ ସଟ ଡ଼ାଉନ ଘୋଷଣା କରିଛନ୍ତି।

ଏହି ସମୟରେ ସବୁ ଗ୍ରାମକୁ ବିଶୋଧନ କରାଯିବା ସହ କଣ୍ଟାକ୍ଟ ଟ୍ରେସିଙ୍ଗ ଏବଂ ସ୍ୱାବ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି। ସଟ ଡ଼ାଉନ କଟକଣା ସମୟରେ କୌଣସି ବ୍ୟକ୍ତି ଘରୁ ନବାହାରିବା ପାଇଁ ଜନସାଧାରଣକୁ ନିବେଦନ କରିଛନ୍ତି ସରପଞ୍ଚ।

ଅନୁରୂପ ଭାବେ ଗତକାଲି ଗମ୍ଭାରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଜଣେ ସ୍ଥାନୀୟ ତେଜରାତି ଦୋକାନୀ କରୋନା ସଂକ୍ରମିତ ହୋଇଥିବାରୁ ସରପଞ୍ଚ ଜୋତ୍ସ୍ନା ରାଣୀ ମହାରଥା ଗମ୍ଭାରୀମୁଣ୍ଡା ବଜାରକୁ ଆଜିଠାରୁ ୭୨ ଘଣ୍ଟା ସଟ ଡ଼ାଉନ ଘୋଷଣା କରିଥିବା ସ୍ଥଳେ ପଦ୍ମପୁର ଗ୍ରାମକୁ ୩୧ ତାରିଖ ଯାଏଁ ସଟ ଡ଼ାଉନ ଘୋଷଣା କରିଛନ୍ତି। ସୂଚନା ଥାଉ କି ଦିନକୁ ଦିନ ବାଣପୁର ବ୍ଲକ ଏବଂ ଏନ.ଏ.ସି ରେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଏହା ଜିଲ୍ଲା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି।