Categories
ଆଜିର ଖବର ଜାତୀୟ ଖବର

ଛିଡା ହୋଇଥିବା ତିନୋଟି ବସ୍‌କୁ ଧକ୍କା ଦେଲା ଟ୍ରକ୍, ୧୪ ମୃତ, ୬୦ ଆହତ

ଭୋପାଳ: ମଧ୍ୟପ୍ରଦେଶର ରେୱା ଏବଂ ସତନା ଜିଲ୍ଲାର ସୀମାରେ ଶୁକ୍ରବାର ଦିନ ଏକ ଟ୍ରକ୍ ରାସ୍ତାକଡ଼ରେ ଛିଡା ହୋଇଥିବା ତିନିଟି ବସ୍ କୁ ଧକ୍କା ଦେବାରୁ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀମାନେ ଦାବି କରିଛନ୍ତି ଯେ, ଶୁକ୍ରବାର ରାତି ପ୍ରାୟ ୯ ଟା ସମୟରେ ବରଖଡା ଗ୍ରାମ ନିକଟ ଟନେଲ ବାହାରେ ଏହି ଦୁର୍ଘଟଣା ଘଟିଛି ଏବଂ ବସ୍‌ରେ ଥିବା ଯାତ୍ରୀମାନେ ସତନା ସହରର ‘କୋଲ ମହାକୁମ୍ବ’ରୁ ଫେରୁଥିଲେ।