Categories
ଆଜିର ଖବର ରାଜ୍ୟ ଖବର

ସତ୍ୟନଗର ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ଘୋଷଣା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ସତ୍ୟନଗରକୁ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ଘୋଷଣା କଲା ବିଏମସି । ସତ୍ୟନଗର ଛକରୁ କାଳୀମନ୍ଦରି ଛକ, କାଳୀମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର ଛକ ଓ ପତଞ୍ଜଳି ଷ୍ଟୋର ଛକରୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅପିସର୍ସ କ୍ବାର୍ଟସ୍‌ ଛକରୁ ବିଗ୍‌ବଜାର ଛକକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସମ୍ପୃକ୍ତ ଅଞ୍ଚଳରୁ କେହି ଯାଇପାରିବେନି କି କେହି ପଶି ପାରିବେନି। ସମ୍ପୃକ୍ତ ଅଞ୍ଚଳର ଲୋକଙ୍କୁ ଘରୁ ବାହାରିବ ମନା । ଲୋକଙ୍କର ଜରୁରୀ ଆବଶ୍ୟକ ପୂରଣ ଲାଗି ବିଏମ୍‌ସିର ଏକ ଟିମ୍‌ ଗଠନ କରାଯାଇଛି । ବିଏମ୍‌ସି ତରଫରୁ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ଲାଗି ହେଲ୍ପ ଲାଇନ୍‌ ନମ୍ବର ଜାରି ହୋଇଛି । ଜାରି ହୋଇଥିବା ନମ୍ବରଟି 1929 ।  ସତ୍ୟ ନଗର ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯାଇଛି।

ଚିହ୍ନଟ ବ୍ୟକ୍ତିଙ୍କ କୌଣସି ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ନଥିବାରୁ ବିଏମସି ତରଫରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।