Categories
ଆଞ୍ଚଳିକ

ବାଣପୁର ଓକିଲ ସଂଘର ପ୍ରତିଷ୍ଠାତା ସ୍ବର୍ଗତ ସତ୍ୟନାରାୟଣ ମହାପାତ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଅଞ୍ଚଳର ବିଶିଷ୍ଟ ଓକିଲ, ରାଜନେତା, ସମାଜସେବୀ ତଥା ବାଣପୁର ଓକିଲ ସଂଘର ପ୍ରତିଷ୍ଠାତା ସ୍ବର୍ଗତ ସତ୍ୟନାରାୟଣ ମହାପାତ୍ରଙ୍କ ଦ୍ଵାଦଶାହ ଅବସରରେ ଆଜି ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ବାବା ବୁଖାରି କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କ ସମେତ ବହୁ ରାଜନେତା, ସମାଜସେବୀ, ବୁଦ୍ଧିଜୀବୀ, ସମ୍ପର୍କୀୟ, ବାଣପୁର ଓକିଲ ସଂଘର ସଭାପତି ବୃନ୍ଦାବନ ପ୍ରଧାନ, ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା ଏବଂ ସମସ୍ତ ଓକିଲମାନେ ଯୋଗଦେଇଥିଲେ।

ଉପସ୍ଥିତ ବ୍ୟକ୍ତିବିଶେଷ ମାନେ ସ୍ବର୍ଗତ ମହାପାତ୍ରଙ୍କ ଫୋଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହ ତାଙ୍କର ସ୍ମୃତିଚାରଣ କରି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତିରେ ‘ସ୍ମୃତି ତର୍ପଣ’ ନାମରେ ଏକ ପୁସ୍ତକ ଉନ୍ମୋଚନ ହୋଇଥିଲା।

ସୂଚନା ଥାଉକି ସ୍ବର୍ଗତ ଶ୍ରୀ ମହାପାତ୍ର ଦୀର୍ଘ ୨୫ ବର୍ଷ ଧରି ବାଣପୁର ଓକିଲ ସଂଘର ସଭାପତି ଭାବେ ଦାଇତ୍ୱ ତୁଲାଇଥିଲେ। ଆଇନ କ୍ଷେତ୍ରରେ ଗଭୀର ଜ୍ଞାନ ଥିବା ଶ୍ରୀ ମହାପାତ୍ର ସମଗ୍ର ବାଣପୁର ତଥା ଖୋର୍ଦ୍ଧା ଜିଲ୍ଲାରେ ସୁପରିଚିତ ଥିଲେ। ବାଣପୁର ଅଞ୍ଚଳର ଜଣେ ସମାଜସେବୀ ଭାବେ ସେ ମଧ୍ୟ ବେଶ ପରିଚିତ ଥିଲେ। ସେ ତୁମୁରାପୁଟ ପଞ୍ଚାୟତ ଅନ୍ତର୍ଗତ ଶାଳିଆ ବିଦ୍ୟା ନିକେତନ ପରିଚାଳନା ସମିତିର ସଭାପତି ଭାବେ ଦୀର୍ଘବର୍ଷ ଧରି ଦାଇତ୍ୱ ତୁଲାଇଥିଲେ। ଏପରିକି ୧୯୮୫ ମସିହାରେ ସେ ଜନତା ପାର୍ଟି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ମଧ୍ୟ ଲଢ଼ିଥିଲେ।

Categories
ଆଞ୍ଚଳିକ

ବାଣପୁରର ସ୍ବନାମଧନ୍ୟ ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ମହାପାତ୍ରଙ୍କ ପରଲୋକ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ସ୍ବନାମଧନ୍ୟ ବରିଷ୍ଠ ଆଇନଜୀବୀ ତଥା ବାଣପୁର ଓକିଲ ସଂଘର ପ୍ରତିଷ୍ଠାତା ସତ୍ୟନାରାୟଣ ମହାପାତ୍ରଙ୍କ ଆଜି ପରଲୋକ ଘଟିଛି।  ତୁମୁରାପୁଟ ଗ୍ରାମସ୍ଥିତ ନିଜ ବାସଭବନରେ ୮୭ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସ୍ବର୍ଗତ ଶ୍ରୀ ମହାପାତ୍ର ଦୀର୍ଘ ୨୫ ବର୍ଷ ଧରି ବାଣପୁର ଓକିଲ ସଂଘର ସଭାପତି ଭାବେ ଦାଇତ୍ୱ ତୁଲାଇଥିଲେ। ଆଇନ କ୍ଷେତ୍ରରେ ଗଭୀର ଜ୍ଞାନ ଥିବା ଶ୍ରୀ ମହାପାତ୍ର ସମଗ୍ର ବାଣପୁର ତଥା ଖୋର୍ଦ୍ଧା ଜିଲ୍ଲାରେ ସୁପରିଚିତ ଥିଲେ। ବାଣପୁର ଅଞ୍ଚଳର ଜଣେ ସମାଜସେବୀ ଭାବେ ସେ ମଧ୍ୟ ବେଶ ପରିଚିତ ଥିଲେ।

ସେ ତୁମୁରାପୁଟ ପଞ୍ଚାୟତ ଅନ୍ତର୍ଗତ ଶାଳିଆ ବିଦ୍ୟା ନିକେତନ ପରିଚାଳନା ସମିତିର ସଭାପତି ଭାବେ ଦୀର୍ଘବର୍ଷ ଧରି ଦାଇତ୍ୱ ତୁଲାଇଥିଲେ। ଏପରିକି ୧୯୮୫ ମସିହାରେ ସେ ଜନତା ପାର୍ଟି ପକ୍ଷରୁ ବିଧାୟକ ପ୍ରାଥୀ ଭାବେ ନିର୍ବାଚନ ମଧ୍ୟ ଲଢ଼ିଥିଲେ। ମୃତ୍ୟୁର ଖବର ପାଇ ତାଙ୍କ ବାସଭବନକୁ ବାଣପୁର ଓ ବାଲୁଗାଁ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ରାଜନେତା ଏବଂ ବାଣପୁର ଓକିଲ ସଂଘର ସଭାପତି ସମ୍ପାଦକଙ୍କ ସମେତ ବହୁ ଓକିଲମାନେ ପହଞ୍ଚି ସ୍ବର୍ଗତ ଶ୍ରୀ ମହାପାତ୍ରଙ୍କ ଶେଷ ଦର୍ଶନ କରିଥିଲେ।

ପରିଶେଷରେ ସ୍ବର୍ଗତ ଶ୍ରୀ ମହାପାତ୍ରଙ୍କ ପାର୍ଥିବ ଶରୀରକୁ ବାଣପୁର କୋର୍ଟ ପରିସରରେ କିଛି ସମୟ ପାଇ ନିଆଯାଇଥିଲା ଏବଂ ସେଠାରେ ବାଣପୁର କୋର୍ଟର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସଙ୍କ ସମେତ କୋର୍ଟ କର୍ମଚାରୀ ଏବଂ ଓକିଲମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୃତ୍ୟୁ ସମୟରେ ତାଙ୍କର ପତ୍ନୀ,ଦୁଇ ପୁତ୍ର, ଚାରି ଝିଅ ଏବଂ ନାତି ନାତୁଣୀ ମାନେ ଉପସ୍ଥିତ ଥିବା ବେଳେ ଜ୍ୟେଷ୍ଠ ପୁତ୍ର ବରିଷ୍ଠ ଆଇନଜୀବୀ ସନ୍ଦୀପ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ।