Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

୨୦୨୪ ସାଧାରଣ ନିର୍ବାଚନ: ନୀଳଗିରି ବିଧାନସଭା ପାଇଁ ସନ୍ତୋଷ ଖଟୁଆଙ୍କୁ ବିଜେପି କଲା ପ୍ରାର୍ଥୀ

ଭୁବନେଶ୍ଵର: ଆଜି ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ଷଷ୍ଠ ପର୍ଯ୍ୟାୟର ପ୍ରାର୍ଥୀ ଘୋଷଣା କରିଛି। ଏହି ତାଲିକାରେ ଓଡିଶା ବିଧାନସଭା ନିର୍ବାଚନ ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ଘୋଷଣା କରାଯାଇଛି। ନୀଳଗିରି ବିଧାନସଭା ଆସନ ପାଇଁ ସନ୍ତୋଷ ଖଟୁଆଙ୍କୁ ବିଜେପି ପ୍ରାର୍ଥୀ କରିଛି।

ସନ୍ତୋଷ ଗତକାଲି ବିଜେଡ଼ି ରୁ ଇସ୍ତଫା ଦେଇ ବିଜେପି ରେ ସାମିଲ ହୋଇଥିଲେ। ତେବେ ଆଜି ବିଜେପି ତାଙ୍କୁ ନୀଳଗିରି ଆସନ ପାଇଁ ବିଧାୟକ ପ୍ରାର୍ଥୀ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନୀଳଗିରି ରାଜନୀତି ଘନେଇଲା, ସୁକାନ୍ତଙ୍କୁ ଟିକେଟ ମିଳିବା ପରେ ବିଜେଡି ଛାଡିଲେ ସନ୍ତୋଷ

ଭୁବନେଶ୍ବର: ନୀଳଗିରି ରାଜନୀତି ଏଥର ବେଶ ରୋଚକ ମୋଡ ନେଇଛି। କାରଣ ଏହି ଗୋଟିଏ ନିର୍ବାଚନ ମଣ୍ଡଳି ଯେଉଁଠି ଶେଷ ପର୍ଯ୍ୟନ୍ତ କୌଣସି ଦଳ ମଧ୍ୟ ପ୍ରାର୍ଥୀ ଦେଇ ନ ଥିଲେ। ବର୍ତ୍ତମାନ ବିଜେଡି ପ୍ରଥମେ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ବିଧାୟକ ଥିବା ସୁକାନ୍ତ ନାୟକ ଦଳ ଛାଡି ବିଜେଡିରେ ମିଶିବା ପରେ ସେ ବର୍ତ୍ତମାନ ନୀଳଗିରି ପ୍ରାର୍ଥୀ ହୋଇଛନ୍ତି।

ହେଲେ ପୂର୍ବରୁ ସଂଗଠନ କରିଥିବା ସନ୍ତୋଷ ଖଟୁଆ ଏଥିରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆଜି ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହାପରେ ସେ