Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକରେ ସଫଳତାର ସହ ଆଗେଇ ଚାଲିଛି ମେଗା ଧାରାବାହିକ, ‘ସନ୍ଧ୍ୟା ରାଗିଣୀ’

ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ନୂଆ କାହାଣୀ ତଥା ନାରୀତ୍ବର ଦିଗଦର୍ଶନ ଦେଉଥିବା ମେଗା ଧାରାବାହିକ ସହିତ ତାର ଦର୍ଶକଙ୍କ ଭଲପାଇବା ସାଉଁଟିବା ପାଇଁ ଅବିରତ ଚେଷ୍ଟା ଜାରି ରଖିଥାଏ। ସେହି ପରି ଦୁଇ ଭଉଣୀଙ୍କୁ ନେଇ ଏକ ରୋଚକ କାହାଣୀ ‘ସନ୍ଧ୍ୟା ରାଗିଣୀ’ ସଫଳତାର ସହ ଓଡିଆ ଦର୍ଶକଙ୍କୁ ଆଦୃତ ହୋଇଛି।

ଓଡିଶାର ଏକ ଛୋଟ ଗାଁରେ ଦୁଇ ଭଉଣୀ ଯଶୋଦା ଓ ଦେବକୀଙ୍କ କାହାଣୀରୁ ଆରମ୍ଭ ହୋଇ ପହଞ୍ଚିଛି ସନ୍ଧ୍ୟା ଓ ରାଗିଣୀ ପାଖରେ। ଯଶୋଦାଙ୍କ ଝିଅ ରାଗିଣୀ, ଲଣ୍ଡନରେ ପାଠ ପଢିଥିବା ଆଧୁନିକ ତଥା ସ୍ବାଧୀନ ଚିନ୍ତାଧାରା ରଖୁଥିବା ଝିଅ ହୋଇଥିବା ବେଳେ ପାରମ୍ପରିକ ଚଳଣି ସହ ଘରର ବଡ଼ମାନଙ୍କୁ ସମ୍ମାନ କରୁଥିବା ଦେବକୀଙ୍କ ଝିଅ ‘ସନ୍ଧ୍ୟା’ ଏବଂ ତା ସ୍ୱପ୍ନ ହୋଇଛି ଭାରତ ପାଇଁ ହକି ଖେଳିବାକୁ। ଭଉଣୀ ଦେବକୀର ମୃତ୍ୟୁ ପରେ ଯଶୋଦା ରାଗିଣୀକୁ ନିଜ ସାଙ୍ଗରେ ଘରକୁ ନେଇ ଆସିଛି। ଆଧୁନିକ ଚିନ୍ତାଧାରା ରଖୁଥିବା ଝିଅ କଣ ଚୌଧୁରୀ ପରିବାରରେ ନିଜକୁ ଖାପଖୁଆଇ ଚଳି ପାରିବ, ଯୋଉଠି ସିଦ୍ଧାନ୍ତ ଓ ନୈତିକତା ସୀମା ରେଖା ବାହାରେ କିଛି ବି ସମ୍ଭବ ନୁହଁ। ଏହା ଭିତରେ ସନ୍ଧ୍ୟାର ଘର ଲୋକ ସନ୍ଧ୍ୟା ଓ ପ୍ରଶାନ୍ତଙ୍କ ବାହାଘର ଠିକ୍ କରିଛନ୍ତି। କିନ୍ତୁ ରାଗିଣୀକୁ ପ୍ରଶାନ୍ତର ଚାଲିଚଳନ ଉପରେ ସନ୍ଦେହ ହୁଏ। ସେ ଓ ସଙ୍ଗିତ ମିଶି ପ୍ରଶାନ୍ତ ବିଷୟରେ ଜାଣିବାକୁ ପାଉଛନ୍ତି ଯେ ସେ ସନ୍ଧ୍ୟା ପାଇଁ ଉପଯୁକ୍ତ ନୁହେଁ, ଯେତେବେଳେ ଘରଲୋକ ଏଇସବୁ ବିଷୟରେ ଜାଣିବାକୁ ପାଆନ୍ତି, ପ୍ରଶାନ୍ତ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରି ରାଗିଣୀକୁ ଜେଲ୍ ପଠେଇବାର ଯୋଜନା କରେ। ରଘୁରାଜ ଘରର ଇଜ୍ଜତ ବଞ୍ଚାଇବା ପାଇଁ ସନ୍ଧ୍ୟା – ପ୍ରଶାନ୍ତର ବାହାଘର ବହୁତ ଜଲଦି କରିବାର ନିଷ୍ପତି ନିଅନ୍ତି। ସତରେ କଣ ପ୍ରଶାନ୍ତ ସଂଧ୍ୟା ପାଇଁ ଉପଯୁକ୍ତ ? ଘର ଲୋକଙ୍କ ସାମ୍ନାକୁ ପ୍ରଶାନ୍ତ ର ଚରିତ୍ର କଣ ସାମ୍ନାକୁ ଆସିପାରିବ ? ରାଗିଣୀ କଣ ନିଜ ଭଉଣୀର ଭବିଷ୍ୟତକୁ ନଷ୍ଟ ହେବାରୁ ରକ୍ଷା କରି ପାରିବ ? ଏଇ ସବୁ ଆଧାର କୁ ନେଇ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ର ମୁଖ୍ୟ ଚରିତ୍ରରେ ଅଛନ୍ତି ନିତୁ ମିଶ୍ର, ହିତେସା, ପ୍ରିୟଙ୍କା, ଦୀପ୍ତି ରେଖା, ଜ୍ୟୋତି, ଆଶୁତୋଷ, ଜୟା ଗୋସ୍ୱାମୀ, ହୃଷି ପଟ୍ଟନାୟକ, ପଦାରବିନ୍ଦୁ ଓ କେକେ।

ଜୀ ସାର୍ଥକ ର ସବୁ ମେଗା ଧାରାବାହିକ ପରି ‘ସନ୍ଧ୍ୟା ରାଗିଣୀ’କୁ ମିଳିଥିବା ଭଲପାଇବା ସହିତ ନାରୀର ସୃଜନଶୀଳତା ଓ ପରାକାଷ୍ଠା କେତେ ଏହି ମେଗା ଧାରାବାହିକ ମାଧ୍ୟମରେ ଆମ ଦର୍ଶକ ଉପଲବ୍ଧି କରିବେ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ସଂଧ୍ୟା ୬ଟା ୩୦ମିନିଟ୍ ରେ ଦେଖନ୍ତୁ ଜୀ-ସାର୍ଥକର ସୁପରହିଟ୍ ମେଗା ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ 

ଭୁବନେଶ୍ଵର: ଜୀ-ସାର୍ଥକ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ମେଗା ଧାରାବାହିକ ହେଉ କି ରିୟଲିଟି ସୋ ମାଧ୍ୟମରେ। ସେହି ପରି ନାରୀ ସାହସର ଏକ ଅଦମ୍ୟ କାହାଣୀକୁ ନେଇ ଅକ୍ଟୋବର ୨ ରୁ ଜୀ-ସାର୍ଥକରେ ପ୍ରସାରିତ ‘ସନ୍ଧ୍ୟା ରାଗିଣୀ’ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି। ସମ୍ପୂର୍ଣ ଓଡିଆ ଘରର କାହାଣୀ ଓ ପରମ୍ପରାକୁ ନେଇ ଓଡ଼ିଶାର ଲୋକପ୍ରିୟ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ସବୁ ସପ୍ତାହରେ ଅଧିକରୁ ଅଧିକ ଦର୍ଶକଙ୍କ ଭଲ ପାଇବା ସାଉଁଟିଛି।

ଓଡିଶାର ଏକ ଛୋଟ ଗାଁରେ ଦୁଇ ଭଉଣୀ ଯଶୋଦା ଓ ଦେବକୀ ଏକ ଭୁଲ ବୁଝାମଣା ପାଇଁ ଅଲଗା ହୋଇଯାଇଥିଲେ..ଏହା ମଧ୍ୟରେ ବହୁତ ବର୍ଷ ବିତି ଯାଇଛି । ଗୋଟେ ପଟେ ଦେବକୀର ଝିଅ ରାଗିଣୀ, ଲଣ୍ଡନରେ ପାଠ ପଢିଥିବା ଆଧୁନିକ ତଥା ସ୍ବାଧୀନ ଚିନ୍ତାଧାରା ରଖୁଥିବା ଝିଅ । ଆଉ ଅନ୍ୟ ପଟେ ପାରମ୍ପରିକ ଚଳଣି ସହ ଘରର ବଡ଼ମାନଙ୍କୁ ସମ୍ମାନ କରୁଥିବା ଯଶୋଦାର ଝିଅ ‘ସନ୍ଧ୍ୟା’ ଏବଂ ତା ସ୍ୱପ୍ନ ଭାରତ ପାଇଁ ହକି ଖେଳିବାକୁ। ଦେବକୀର ମୃତ୍ୟୁ ପରେ ଯଶୋଦା ରାଗିଣୀକୁ ନିଜ ସାଙ୍ଗରେ ଘରକୁ ନେଇ ଆସିଛି । ଆଧୁନିକ ଚିନ୍ତାଧାରା ରଖୁଥିବା ଝିଅ କଣ ଚୌଧୁରୀ ପରିବାରରେ ନିଜକୁ ଖାପଖୁଆଇ ଚଳି ପାରିବ ଯୋଉଠି ସିଦ୍ଧାନ୍ତ ଓ ନୈତିକତା ସୀମା ରେଖା ବାହାରେ କିଛି ବି ସମ୍ଭବ ନୁହଁ। ଯଶୋଦା ଦୁଇ ଝିଅ ସନ୍ଧ୍ୟା ଓ ରାଗିଣୀଙ୍କ ସ୍ୱପ୍ନ ପୁରା କରିବାକୁ ଯାଇ କଣ କିଛି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ, ରାଗିଣୀର ଚାଲିଚଲଣ ପାଇଁ ଆଗକୁ ଯାଇ ଯଶୋଦା-ରଘୁରାଜ ସମ୍ପର୍କରେ କଣ ଫାଟ ସୃଷ୍ଟି ହେଇଯିବ, ଏଇ ସବୁକୁ ନେଇ ଆମ ଧାରାବାହିକ ସନ୍ଧ୍ୟା-ରାଗିଣୀ । ଧାରାବାହିକ ର ମୁଖ୍ୟ ଚରିତ୍ରରେ ଅଛନ୍ତି ନିତୁ ମିଶ୍ର, ହିତେସା, ପ୍ରିୟଙ୍କା, ଦୀପ୍ତି ରେଖା, ଜ୍ୟୋତି ଓ କେକେ ।

ଜୀ-ସାର୍ଥକର ସଦା ସର୍ବଦା ଓଡ଼ିଶାର ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ସହିତ ଓଡିଆ ଘରର କାହାଣୀକୁ ନେଇ ରାଜ୍ୟର ଦର୍ଶକଙ୍କ ମନୋରଞ୍ଜନ କରିଆସିଛି ଯେଉଁଥିପାଇଁ ଆପଣ ମାନେ ଏହି ଚ୍ଯାନେଲ କୁ ସବୁବେଳେ ଏକ ନମ୍ବର ଚ୍ଯାନେଲ କରି ରଖିଛନ୍ତି । ଆଗକୁ ମଧ୍ୟ ଏହି ମେଗା ଧାରାବାହିକରେ ନୂଆ ନୂଆ ଅପ୍ରତ୍ୟାଶିତ ମୋଡ ଆସିବ ଯାହା ନିଶ୍ଚିତ ଭାବରେ ଆମ ଦର୍ଶକଙ୍କୁ ଭଲ ଲାଗିବା ବୋଲି ଜୀ-ସାର୍ଥକ ଚିଫ୍ ଚ୍ଯାନେଲ ଅଫିସର ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି ।