Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ୫୫୨ ଦିନ ପରେ ଦେଶରେ ସବୁଠୁ କମ ସକ୍ରିୟ ଆକ୍ରାନ୍ତ

ଦିଲ୍ଲୀ: ଆଜି ଦେଶରୁ ୮ ହଜାର ୩୦୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୨୧୧ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ବିହାରରେ କରୋନା କାରଣରୁ ପୂର୍ବରୁ ମୃତ୍ୟୁବରଣ କରିଥିବା ୨,୪୨୬ ଜଣଙ୍କ ସଂଖ୍ୟା ଆଜି ଅନ୍ତର୍ଭୁକ୍ତ କରାଯାଇଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୬ ଲକ୍ଷ ୪୧ ହଜାର ୫୬୧ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୩ ହଜାର ୫୩୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୦ ଲକ୍ଷ ୬୯ ହଜାର ୬୦୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯୮ ହଜାର ୪୧୬ ଆକ୍ଟିଭ୍‌ କେସ୍ ରହିଛି।