Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ରାଜ୍ୟପାଳଙ୍କୁ ସାକ୍ଷାତ କଲେ ନବ ଦମ୍ପତି ସବ୍ୟର୍ଚ୍ଚିତା

ଭୁବନେଶ୍ବର, ଓଡିଆ ଚଳଚିତ୍ରର ଲୋକପ୍ରିୟ କଳାକାର ଦମ୍ପତି ସବ୍ୟର୍ଚ୍ଚିତା ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କୁ ସାକ୍ଷାତ କରିଛନ୍ତି। ଚଳିତ ମାସରେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ରାଜସ୍ଥାନର ଜୟପୁରରେ ବିବାହ କରିଥିଲେ। ସେଠାରୁ ଆସିବା ପରେ ନବଦମ୍ପତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଦିଆଯାଇଥିଲା। ଏହାପରେ ଉଭୟ ସବ୍ୟର୍ଚ୍ଚିତା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ବୈବାହିକ ଜୀବନରେ ସଫଳ ହେବା ପାଇଁ ରାଜ୍ୟପାଳଙ୍କଠାରୁ ଆର୍ଶିବାଦ ଭିକ୍ଷା କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର ସିନେମା

ବାହାଘର ସାରି ଭୁବନେଶ୍ବର ଫେରିଲେ ସବ୍ୟର୍ଚ୍ଚିତା, ଅର୍ଚ୍ଚିତାଙ୍କ ହାତରେ ଭର୍ତ୍ତି ହୋଇଛି ଚୁଡି

ଭୁବନେଶ୍ବର, ରାଜସ୍ଥାନରେ ଏକ ରାଜକୀୟ ଢଙ୍ଗରେ ବାହାଘର ସାରିବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି ସବ୍ୟର୍ଚ୍ଚିତା। ଓଡିଆ ଚଳଚିତ୍ରର ଏହି ଚର୍ଚ୍ଚିତ ଦମ୍ପତିଙ୍କୁ ଭୁବନେଶ୍ବରର ବିମାନ ବନ୍ଦରରେ ପରିବାର ବର୍ଗ ତଥା ତାଙ୍କ ପ୍ରଶଂସକମାନେ ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ସବ୍ୟର୍ଚ୍ଚିତା ଚଳିତ ମାର୍ଚ୍ଚ ଏକ ତାରିଖରେ ବିବାହ ବନ୍ଧନର ବାନ୍ଧି ହୋଇଥିଲେ। ଖୁବ କମ ସଂଖ୍ୟକ ବନ୍ଧୁଙ୍କୁ ନେଇ ଏହି ବାହାଘର ହୋଇଥିଲା। ହିନ୍ଦୁ ଧର୍ମର ପରଂପରା ଅନୁସାରେ ଅର୍ଚ୍ଚିତା ମଥାରେ ସିନ୍ଦୁର ଏବଂ ହାତରେ ଚୁଡିରେ ଭର୍ତ୍ତି ହୋଇ ରହିଥିଲା।

ଭୁବନେଶ୍ବରର ବିମାନ ବନ୍ଦରରେ ସବ୍ୟସାଚୀ କହିଛନ୍ତି ଯେ, ଗତ ବର୍ଷ ମାର୍ଚ୍ଚ ମାସରେ ଆମର ବାହାଘର ହେବ ବୋଲି ସ୍ଥିର ହୋଇଥିଲା। ହେଲେ କୋଭିଡ ପାଇଁ ଏହି ବାହାଘର ହୋଇପାରି ନ ଥିଲା। ତେବେ ବର୍ତ୍ତମାନ ସୁଦ୍ଧା କୋଭିଡ କଟକଣା ରହିଛି। ଓଡିଶାରେ ବାହାଘର କଲେ ବେଶ ଗହଳି ହୋଇଥାଆନ୍ତି। ହେଲେ ଏପରି କଟକଣା ଭିତରେ ସମସ୍ତଙ୍କୁ ହଇରାଣ କରିବା ପାଇଁ ଚାହିଁ ନ ଥିଲୁ। ସେଥିପାଇଁ ରାଜସ୍ଥାନରେ ଏହି ବାହାଘର କଲୁ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ରାଜସ୍ଥାନରେ ଚାଲିଛି ଓଡିଆ ସିନେ ଯୋଡି ସବ୍ୟର୍ଚ୍ଚିତାଙ୍କ ବାହାଘର, ଏବେ ହଳଦୀଲଗା ଉତ୍ସବ

ଭୁବନେଶ୍ବର, ଆଜି ହେଉଛି ସବ୍ୟର୍ଚ୍ଚିତାଙ୍କ ବାହାଘର। ଅର୍ଥାତ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ବାହାଘର। ରାଜସ୍ଥାନର ଏକ ବିଳାସ ପୂର୍ଣ୍ଣ ସ୍ଥାନରେ ଏହି ବାହାଘର ଚାଲିଛି। ସେଥିପାଇଁ ଏକ ଟିମ ରାଜସ୍ଥାନ ଯାଇଛନ୍ତି। ଆଉ କିଛି ସମୟ ପରେ ତାଙ୍କର ବାହାଘର ଅନୁଷ୍ଠିତ ହେବ। ତେବେ ଆଜି ସକାଳୁ ଉଭୟଙ୍କର ହଳଦୀ ଲଗା ଉତ୍ସବ ଆୟୋଜିତ ହୋଇଛି। ହିନ୍ଦୁ ଧର୍ମର ପଂରପରା ଅନୁସାରେ ବର କନ୍ୟା ବେଦୀକି ଯିବା ପୂର୍ବରୁ ହଳଦୀ ପାଣିରେ ଗାଧୋଇବେ। ସେହି ଅନୁସାରେ ଉଭୟଙ୍କୁ ବର୍ତ୍ତମାନ ହଳଦୀ ଲଗା କାର୍ଯ୍ୟ ସମାପ୍ତ ହୋଇଛି।