Categories
ଆଞ୍ଚଳିକ

ନିଃସ୍ୱାର୍ଥ ସମାଜସେବା ବ୍ୟକ୍ତିତ୍ୱକୁ ସାର୍ଥକ କରେ – ପ୍ରଭୁଦତ୍ତ ସୁବୁଦ୍ଧି

 ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା-ବାଲୁଗାଁ ରୋଟାରୀ କ୍ଲବକୁ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧିଙ୍କ ଆନୁଷ୍ଠାନିକ ପରିଦର୍ଶନ ଅବସରରେ ସପ୍ତମ ବାର୍ଷିକ ଅଧିବେଶନ ଆଜି ବ୍ରେନସିଡ ଏକାଡେମୀ ସଭାଗୃହରେ ରୋଟାରୀଆନ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଦସ୍ୟ ଭାଗିରଥି ସ୍ୱାଇଁଙ୍କ ବେଦପାଠ ସହିତ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମ ଉଦଘାଟିତହୋଇଥିଲା। ଜାତୀୟ ସଂଗୀତ ପରିବେଷଣ ସହ ସଭାପତିଙ୍କ ସ୍ୱାଗତ ଅଭିଭାଷଣ ପରେ ସମ୍ପାଦିକା ରୋଟାରୀଆନ ଭାରତୀ ପୁଷ୍ପା ସିଂ ରାଠୋର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ରୋଟାରୀଆନ ରାଜକିଶୋର ପ୍ରଧାନଙ୍କ ସଂଯୋଜନାରେ ବରିଷ୍ଠ ରୋଟାରୀଆନ ଜାନକୀ ବଲ୍ଲଭ ପଟ୍ଟନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ।

ଉକ୍ତ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ରୋଟାରୀ ଡିଜି ପ୍ରଭୁଦତ୍ତ ସୁବୁଦ୍ଧି, ବିଶିଷ୍ଟ ଅତିଥି ଭାବେ ରୋଟାରୀ ଜିଲ୍ଲାର ପ୍ରଥମ ମହିଳା ମଞ୍ଜୁଷା ସୁବୁଦ୍ଧି, ଆସିଷ୍ଟାଣ୍ଟ ଗଭର୍ଣ୍ଣର ରବିନାରାୟଣ ମିଶ୍ର ଯୋଗଦେଇ ଚିଲିକା- ବାଲୁଗାଁ ରୋଟାରୀ କ୍ଲବର ବିଭିନ୍ନ ଅଭିନଵ ପ୍ରକଳ୍ପ, ଜନସେବା, ଚିଲିକା ଓ ପରିବେଶ ସମ୍ପର୍କିତ ସଚେତନତା, ଜେଲ ସଂସ୍କାର କାର୍ଯ୍ୟକ୍ରମ ସମେତ ହାପି ସ୍କୁଲ ପ୍ରକଳ୍ପକୁ ପ୍ରଶଂସା କରିବା ସହ ନିଃସ୍ୱାର୍ଥପର ସମାଜସେବା ବ୍ୟକ୍ତିତ୍ୱକୁ ସାର୍ଥକ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଏଥି ସହ ଡିଜି କହିଥିଲେ ଯେ କୌଣସି ଭଲ କାର୍ଯ୍ୟର ଯୋଜନା କରିବା ମାତ୍ରେ ତାକୁ ଯଥା ଶୀଘ୍ର ଆରମ୍ଭ କରାଯିବା ଉଚିତ ନଚେତ ଏହି ସୁଯୋଗ ଆଉ ମିଳିପାରେ। ପ୍ରତି ବ୍ୟକ୍ତି ପାଖରେ ସମାଜସେବା କରିବା ପାଇଁ ଅଫୁରନ୍ତ ଉତ୍ସ ଓ ସମ୍ଭାବନା ରହିଛି।

ଏହି ଅବସରରେ କ୍ଲବ ପକ୍ଷରୁ ପ୍ରଥମେ କ୍ଲବ ଉପଦେଷ୍ଟା ମୃଣାଲ ନାୟକ ଓ ପୁରୀ ରୋଟାରୀ କ୍ଲବର ନାରାୟଣ ଦାଶ, ଚିଲିକା- ବାଲୁଗାଁ ରୋଟାରୀ କ୍ଲବର ପ୍ରଥମ ମହିଳା ପ୍ରିୟଦର୍ଶିନୀ ମହାରଣା, ସଦସ୍ୟା କଳ୍ପନା ମହାପାତ୍ର ଓ ନୂତନ ସଦସ୍ୟା ଅଧ୍ୟାପିକା ନମିତା ଦାଶଙ୍କୁ ଡିଜି ପ୍ରଭୁଦତ୍ତ ସୁବୁଦ୍ଧିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ଜିଲ୍ଲା ଗଭର୍ଣ୍ଣରଙ୍କ ଉତ୍ସର୍ଗୀକୃତ ସମାଜସେବା ଓ ଦୃଢ଼ ନେତୃତ୍ୱ ପାଇଁ ସଭାପତି ଡକ୍ଟର କୈଳାସ ଚନ୍ଦ୍ର ମହାରଣା କ୍ଲବ ପକ୍ଷରୁ ତାଙ୍କୁ ସ୍ମୃତିଫଳକ ପ୍ରଦାନ କରିବା ସହ ପ୍ରଥମ ମହିଳା ମଞ୍ଜୁଷା ସୁବୁଦ୍ଧି ଓ ଆସିଷ୍ଟାଣ୍ଟ ଗଭର୍ଣ୍ଣରଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ପୂର୍ବତନ ସଭାପତି ସତ୍ୟେନ୍ଦ୍ର ସ୍ୱାଇଁ, ନମିତା ଝା ଓ କ୍ୟାପଟେନ ଅକ୍ଷୟ କୁମାର ମିଶ୍ର ପରିଚାଳନା କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ରୋଟାରୀଆନ ଯଦୁମଣି ତରାଇ।

ଉକ୍ତ ବାର୍ଷିକ ଅଧିବେଶନରେକ୍ଲବ ର ବରିଷ୍ଠ ସଦସ୍ୟ ସୁରେନ୍ଦ୍ର ସ୍ୱାଇଁ, ଶ୍ରୀକାନ୍ତ ପାଇକରାୟ, ଯଦୁମଣି ତରାଇ, ଗଜେନ୍ଦ୍ର ସେଠୀ, ଭାଗିରଥି ପାଇକରାୟ, ଏମ.ଶମ୍ଭୁ, ବ୍ରେନସିଡ ନିର୍ଦେଶକ ଦୀପକ ସ୍ୱାଇଁଙ୍କ ସମେତ ରୋଟାରାକ୍ଟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରେଷ୍ଠ ଶିକ୍ଷାଦାନ ଓ ସମାଜସେବା ପାଇଁ ଓଡିଶା ପ୍ରତିଭା ସମ୍ମାନ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ବିଭିନ୍ନ ସାମାଜିକ ଉନ୍ନତିମୂଳକ ସଚେତନତା ତଥା ଶିକ୍ଷା ମୂଳକ କାର୍ଯ୍ୟକ୍ରମରେ ଅହରହ ସକ୍ରିୟ ଭୂମିକା ତଥା ଦେଶର ଅନୁନ୍ନତ ଅଂଚଳରେ ଉନ୍ନତମାନର ଶିକ୍ଷାବ୍ୟବସ୍ଥା ସୃଷ୍ଟି କରିବାରେ ଶ୍ରେଷ୍ଠ ଅବଦାନ ପାଇଁ ଭବାନୀପାଟଣାସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକଙ୍କୁ ଓଡିଶା ପ୍ରତିଭା ସମ୍ମାନ ୨୦୨୨ ଭୂବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବ ରେ ସମ୍ମାନିତ କରାଯାଇଛି। ପ୍ରତିକାର ଚାରିଟେବୁଲ ଟ୍ରଷ୍ଟର ନିର୍ଦ୍ଦେଶକ ଶୁଭାଶିଷ ମିଶ୍ରଙ୍କ ତତ୍ୱାବଧାନ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଠ ଶିକ୍ଷାବିତ ତଥା ଲେଖକ ଡ. ଫନୀ ମହାନ୍ତି, ଡ଼. ଶ୍ରୀବଚ୍ଛ ପରିଡା, ବରିଷ୍ଠ ସାମ୍ବାଦିକ ଜତିନ ଦାସ, ବରିଷ୍ଠ ଲେଖକ ଡ଼. ଘନ ପରିଡା ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ନାୟିକା ଶୀତଳ ପାତ୍ର ପ୍ରମୁଖ ସମ୍ନାନୀତ ଅତିଥି ରୂପେ ଉପସ୍ଥିତ ଥିଲେ। ଏହି ସମ୍ମାନ ସମଗ୍ର କଳାହାଣ୍ଡିବାସି ଙ୍କୁ ଉତ୍ସର୍ଗୀତ ବୋଲି ଡ଼. ନାୟକ ନିଜ ପ୍ରତିକ୍ରିୟା ରଖିଥିଲେ। ଏହି ଉତ୍ସବ ଟି ପ୍ରତିକାର ଚାରିଟେବୁଲ ଟ୍ରଷ୍ଟ ଓ ପ୍ରତିକାର ଦୈନିକ ଖବର କାଗଜ ର ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସମାଜସେବା ନିମନ୍ତେ ସହଯୋଗର ହାତ ବଢ଼ାଇଲେ ସୋଆ ଉପ-ସଭାପତି

ଭୁବନେଶ୍ୱର: ଜନ୍ମରୁ ଦୁଇ ହାତ ଅଚଳ ଥିବା ଦିବ୍ୟାଙ୍ଗ ଯୁବତୀଙ୍କୁ ସହଯୋଗର ହାତ ବଢ଼ାଇଲେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପ-ସଭାପତି ତଥା ସୁମାରିୟଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶିକା ଶାଶ୍ୱତୀ ଦାସ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳର ଭିନ୍ନକ୍ଷମ ଯୁବତୀ ଉର୍ବଶୀ ଦାସଙ୍କୁ ସମାଜସେବା ନିମନ୍ତେ ଏକ କାର୍ ଭେଟି ଦେଇଛନ୍ତି ଶ୍ରୀମତି ଦାସ।

ଗତ ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁମାରିୟଲ୍ ମିଡିଆ ତଥା ଦୈନିକ ସମ୍ବାଦପତ୍ର ପ୍ରମେୟ ଏବଂ ଓଡ଼ିଆ ଟିଭି ଚ୍ୟାନେଲ୍ ନ୍ୟୁଜ୍ ୭ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ୱିମେନ୍ ଆଚିଭର୍ସ ଅଫ୍ ଓଡ଼ିଶା”(ୱାଓ)ର ଦ୍ୱିତୀୟ ସଂସ୍କରଣରେ ସମ୍ବର୍ଦ୍ଧିତ କରାଯିବା ଅବସରରେ ସମାଜସେବା କରିବା ନିମନ୍ତେ ଏକ ଚାରି ଚକିଆ ଯାନ ପ୍ରଦାନ କରିବା ନେଇ ମଂଚରେ ଶ୍ରୀମତି ଦାସଙ୍କୁ ଉର୍ବଶୀ ଅନୁରୋଧ କରିଥିଲେ। ଦିବ୍ୟାଙ୍ଗ ଉର୍ବଶୀଙ୍କର କାର୍ଯ୍ୟପନ୍ଥା ଓ ଜୀବନଶୈଳୀ ସମ୍ପର୍କରେ ଅବଗତ ହୋଇ ମଂଚରେ ଭାବ ବିହ୍ୱଳ ହୋଇପଡ଼ିଥିଲେ ଶ୍ରୀମତି ଦାସ। ସେହି ଠାରେ ହିଁ ସେ ଉର୍ବଶୀଙ୍କୁ ଏକ କାର୍ ଭେଟି ଦେବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ସେହି ପ୍ରତିଶ୍ରୁତିକୁ ରକ୍ଷା କରି ଶନିବାର ଦିନ ସୋଆ ମୁଖ୍ୟ କାର୍ଯ୍ୟାଳୟରେ ଉର୍ବଶୀଙ୍କୁ କାର୍ ଉପହାର ଦେଇଛନ୍ତି ଶ୍ରୀମତି ଦାସ।

ଏହି ଅବସରରେ ଆୟୋଜିତ ବୈଠକରେ ଉର୍ବଶୀ ମଧ୍ୟ ବେଶ ଭାବ ବିହ୍ୱଳ ହେବା ସହ ଶ୍ରୀମତି ଦାସଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଜନ୍ମରୁ ହାତ ଅଚଳ ଥିବା ବେଳେ ଦୁଇ ଗୋଡରେ ନିଜର ସମସ୍ତ କାର୍ଯ୍ୟ କରିବା ସହ ଗରୀବ, ଅସହାୟ, ଦିବ୍ୟାଙ୍ଗ ଏବଂ ବୟସ୍କ ବ୍ୟକ୍ତିମାନଙ୍କର ସେବା ଓ ସାହାଯ୍ୟ କରିଥାନ୍ତି। କରୋନା ମହାମାରୀ ସମୟରେ ନିଜ ଅଂଚଳର ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ପଂଚାୟତ ବୁଲି ଲୋକମାନଙ୍କୁ ଉର୍ବଶୀ ସାହାଯ୍ୟ କରିଥିଲେ। ତେଣୁ ଗାଡିଟିଏ ମିଳିଲେ ସେ ଅଧିକ କାର୍ଯ୍ୟ କରିପାରିବେ ବୋଲି ଅନୁରୋଧ କରିଥିଲେ। ତାଙ୍କର ଅନୁରୋଧ ରକ୍ଷା କଲେ ଶ୍ରୀମତି ଦାସ।

ଏହି ଅବସରରେ ଶ୍ରୀମତି ଦାସ କହିଥିଲେ ଯେ, ଉର୍ବଶୀଙ୍କ ଭଳି ବ୍ୟକ୍ତିତ୍ୱ ଖୁବ୍ ନିଆରା। ନିଜେ ଅକ୍ଷମ ହେବା ସତ୍ତ୍ୱେ ଅନ୍ୟକୁ ସାହାଯ୍ୟ କରିବାର ମନୋବୃତି ଏବଂ ନିଜ ଭିତରେ ଥିବା ଆତ୍ମବିଶ୍ୱାସ ହିଁ ତାଙ୍କୁ ଆଗକୁ ନେବ। ତେଣୁ ଏଭଳି ବ୍ୟକ୍ତିତ୍ୱଙ୍କୁ ସହଯୋଗ କରିବା ଆମର ଦାୟିତ୍ୱ।

ଏହି ଅବସରରେ ସୁମାରିୟଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ସିଇଓ ସୁନୀଲ ଦାସ, ପ୍ରମେୟ ଏବଂ ନ୍ୟୁଜ ୭ର ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ସେଲ୍ସ ଏବଂ ମାର୍କେଟିଙ୍ଗ ବିଭାଗର ନିର୍ଦ୍ଦେଶକ ହିମାଂଶୁ ହୋତା, ନ୍ୟୁଜ୍‌୭ ର କାର୍ଯ୍ୟକାରୀ ସଂପାଦକ ଦେବନାରାୟଣ ସେଠୀ, ପ୍ରମେୟର ବ୍ୟୁରୋ ଚିଫ୍ ଦେବେନ୍ଦ୍ର ସୁଆର ଏବଂ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।