Categories
ଆଜିର ଖବର ରାଜ୍ୟ ଖବର

‘ସମାଜ’ ଖବରକାଗଜର ନୂଆ ସଂପାଦକ ହେଲେ ପ୍ରମୋଦ ମହାପାତ୍ର

ଭୁବନେଶ୍ବର: ଓଡିଶାର ସର୍ବ ପୁରାତନ ଖବରକାଗଜ ସମାଜର ନୂଆ ସଂପାଦକ ଭାବେ ଯୋଗଦେଇଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରମୋଦ ମହାପାତ୍ର। ସେ ପୂର୍ବରୁ ଏହି ଖବରକାଗଜରେ ସେ କାର୍ଯ୍ୟକାରୀ ସଂପାଦକ ଭାବେ କାମ କରିଥିଲେ। ଗତକାଲି ଚୟନ କମିଟ ତାଙ୍କର ନାମ ସୁପାରିଶ କରିବା ପରେ ତାଙ୍କୁ ନୂଆ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।

ଲୋକସେବକ ମଣ୍ଡଳ ତରଫରୁ ପ୍ରକାଶିତ ଏହି ସର୍ବପୁରାତନ ଖବର କାଗଜର ସମାଜ ପାଇଁ ସଂପାଦକ ପଦ ନିମନ୍ତେ ଦରଖାସ୍ତ ଆହ୍ବାନ କରାଯାଇଥିଲା। ପ୍ରାରମ୍ଭିକ ଚୟନରେ ଶେଷରେ ମୋଟ ଆଠ ଜଣ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା। ଗତକାଲି କଟକ ସମାଜ ଅଫିସରେ ଏହି ସାକ୍ଷାତକାର ନିଆଯାଇଥିଲା। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଚୟନ କମିଟି ଶେଷରେ ପ୍ରମୋଦ ମହାପାତ୍ରଙ୍କ ନାମକୁ ମୋହର ମାରିଥିଲେ।

ଏହାପରେ ସମାଜ ଅନୁଷ୍ଠାନ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଏଥିରେ ଲୋକସେବକ ମଣ୍ଡଳର ଉପସଭାପତି ଦୀପକ ମାଲବ୍ୟ, ସର୍ବଭାରତୀୟ ସଂପାଦକ ଭୀମସେନ ଯାଦବ, ଓଡିଶା ଶାଖା ଅଧ୍ୟକ୍ଷ ନିରଂଜନ ରଥ, ଲୋକସେବକ ମଣ୍ଡଳର ସଂପାଦକ ଡ. ପ୍ରଭାସ ଆଚାର୍ଯ୍ୟ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆସନ୍ତୁ ଜାଣିବା

ଭୁବନେଶ୍ବର: ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଆଗାମୀ ସପ୍ତାହର ଗସ୍ତ କାର୍ଯ୍ୟସୂଚୀ ଚୁଡାନ୍ତ ହୋଇଛି । ଆଜି ଭୁବନେଶ୍ୱରରୁ ନିଜ ନିର୍ବାଚନ ମଣ୍ଡଳୀକୁ ଦୁଇଦିନିଆ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କରିବେ । ଏଥିରେ ଗୋଷ୍ଠୀ ଗୃହ, ବିଦ୍ୟାଳୟ କକ୍ଷ, ଆଦର୍ଶ ପୋଖରୀ, ଆଡି ବନ୍ଧ, ଉଠା ଜଳସେଚନ ପ୍ରକଳ୍ପ, ଗ୍ରାମ୍ୟ ରାସ୍ତା, ଅଙ୍ଗନୱାଡି କେନ୍ଦ୍ର, ଭାଗବତ ଟୁଙ୍ଗି, ଶ୍ମଶାନ ମଣ୍ଡପ, କଲ୍ୟାଣ ମଣ୍ଡପ, ସ୍ମାର୍ଟ କ୍ଲାସ, ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ପାନୀୟ ଜଳ ପ୍ରକଳ୍ପ, ପଞ୍ଚାୟତ ଗୃହ, ପାଠାଗାର ଗୃହ, ଶିଶୁ ପାର୍କ ପ୍ରଭୃତି ଅନ୍ତର୍ଭୁକ୍ତ ।

୩୦ ସେପ୍ଟେମ୍ୱର ଦିନ ସିଦ୍ଦେଶ୍ୱର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆଦିକନ୍ଦପୁର, କୁଶପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାମନ୍ତରାପୁର, କେଦାରପୁର, ପତାଣ୍ଡ ଏବଂ କୁଶପଡା ଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ ।

ଅକ୍ଟୋବର ୧ତାରିଖରେ ସକାଳ ୯.୧୦ ଘଟିକାରେ ପ୍ରେସ୍ କ୍ଲବ, ବ୍ରହ୍ମପୁରର ଏକ ସମ୍ୱର୍ଦ୍ଧନା ସଭାରେ ଯୋଗ ଦେଇ ବିଶିଷ୍ଟ ସାମ୍ୱାଦିକ ଡ଼ଃ ଜଗନ ମୋହନ ମହାପାତ୍ରଙ୍କୁ ସମ୍ୱର୍ଦ୍ଧିତ କରିବା ପରେ ନିଜ ନିର୍ବାଚନ ମଣ୍ଡଳୀର ଚାଞ୍ଚଡାପଲ୍ଲୀ, ବନ୍ଥପଲ୍ଲୀ, ବନ୍ଧଗୁଡା, ଅନ୍ତେଇ ଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭୁବନେଶ୍ୱର ପତ୍ୟାବର୍ତ୍ତନ କରିବେ। ତାପରେ ସନ୍ଧ୍ୟା ୭ ଘଣ୍ଟା ୩୦ ମିନିଟରେ ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କ ପ୍ରଥମ ରାଜ୍ୟ ସ୍ତରୀୟ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଶହୀଦ ନଗର କଲ୍ୟାଣ ମଣ୍ଡପ, ଭୁବନେଶ୍ୱର ଠାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ।

ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବିଧାନସଭା ପରିସରରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତହେବ । ଏହି ପ୍ରାର୍ଥନା ସଭାରେ ମାନ୍ୟବର ରାଜ୍ୟପାଳ, ଓଡ଼ିଶା, ମାନ୍ୟବର ବାଚସ୍ପତି, ଓଡ଼ିଶା ବିଧାନସଭା ଏବଂ ସମସ୍ତ ମନ୍ତ୍ରୀ ଏବଂ ବିଧାନସଭା ସଦସ୍ୟ ଯୋଗ ଦେବେ। ଏହି ସଭାରେ ମାନ୍ୟବର ବାଚସ୍ପତି ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇବେ ।

ସେହି ଦିନ ଅପରାହ୍ନ ୩ ଘଟିକା ସମୟରେ ରାମଚନ୍ଦ୍ରପୁର ବିଶ୍ୱ ନିକେତନ, ଓଲ୍ଡ ଏଜ ହୋମ ଠାରେ ମହାନ୍ ସଂଘ, ବ୍ରହ୍ମପୁରର ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀ ଜୟନ୍ତୀରେ ଯୋଗ ଦେଇ ଅବଦୁଲ କଲାମ୍ ସ୍ମାରକୀ ହଷ୍ଟେଲ ଉଦଘାଟନ କରିବେ । ପରେ ପରେ ଅପରାହ୍ନ ୫ଟା ସମୟରେ ଡାଇମଣ୍ଡ ଜୁବୁଲି ଟାଉନ୍ ହଲ୍, ବ୍ରହ୍ମପୁର ଠାରେ ଅନୁଷ୍ଠିତ ହେବାକୁ ଥିବା “ଗାନ୍ଧୀ ସୌରଭ” ସ୍ମରଣିକାର ଶୁଭ ଉନ୍ମୋଚନ କରିବେ । ପ୍ରକାଶ ଯୋଗ୍ୟ ଯେ, ଗାନ୍ଧିଜୀଙ୍କ ବ୍ରହ୍ମପୁର ଆଗମନର ୧୦୦ ବର୍ଷ ସ୍ମୃତି ସ୍ୱରୂପ ଏହି ଭବ୍ୟ ସ୍ମରଣିକା ପ୍ରକାଶିତ ହେଉଛି ।

ଅକ୍ଟୋବର ୩ ତାରିଖ ଦିନ ମାଧିପୁର, ସୁନ୍ଦରପଦା, ଭୁବନେଶ୍ୱର ଠାରେ ହାଇଟେକ୍ ପ୍ଲାଜା ନୂତନ ଗୋଷ୍ଠୀ କେନ୍ଦ୍ର ଉଦଘାଟନରେ ସେ ଯୋଗ ଦେବେ ।

ଅକ୍ଟୋବର ୪ ତାରିଖ ଦିନ ସକାଳ ୧୧ଟା ସମୟରେ କଟକ ବକ୍ସି ବଜାର ସ୍ଥିତ ସମାଜ ଅଫିସରେ  “ସମାଜ” ଖବରକାଗଜର୧୦୨ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।