Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ: ୭ ଦିନ ପାଇଁ ଏହି ଦୁଇଟି ସହରକୁ କରାଗଲା ସମୁର୍ଣ୍ଣ ଲକଡ଼ାଉନ

ମୁମ୍ବାଇ: ଦେଶରେ କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଶେଷ କରି ଏହି ଷ୍ଟ୍ରେନରେ ଆକ୍ରାନ୍ତ ହେଉଥିବା ସଂଖ୍ୟା ମହାରାଷ୍ଟ୍ରରେ ବେଶୀ ଦେଖାଦେଉଛି। ସେଥିପାଇଁ ବିଏମସିରେ ୧୩୦୫ ଟି ଗୃହକୁ ସିଲ କରି ଦିଆଯାଇଛି।

ଏହାସହିତ ଅମରାବତୀ ଏବଂ ଅଚଳପୁର ସହରକୁ ସାତ ଦିନ ପାଇଁ ସଂପୂର୍ଣ୍ଣ ଲକଡ଼ାଉନ କରାଯାଇଛି। ଏହି ସବୁ ଅଞ୍ଚଳରେ ବଡ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ମହାରାଷ୍ଟ୍ର ମନ୍ତ୍ରୀ ୟଶୋମତି ଠାକୁର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଲକ ଡ଼ାଉନ ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସବୁ ସଂସ୍ଥା ବନ୍ଦ ରହିବ।