Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରୀୟ ଟୁଲ୍‌ ରୁମ୍‌ ଓ ପ୍ରଶିକ୍ଷଣ କେନ୍ଦ୍ର ସହ ଓଡ଼ିଶା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣର ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲାର ସରକାରୀ ବାରକୋଟ୍‌ ଆଇଟିଆଇ ଓ ଯାଜପୁର ଜିଲ୍ଲାର ସରକାରୀ ପଲିଟେକ୍‌ନିକ୍‌ଠାରେ ମିନି ଟୁଲ୍‌ ରୁମ୍‌ ନିର୍ମାଣ ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅଧିନରେ କାର୍ଯ୍ୟରତ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ ରେଘୁ ଜି ଏବଂ ସେଣ୍ଟ୍ରାଲ ଟୁଲ୍‌ ରୁମ୍‌ ଓ ପ୍ରଶିକ୍ଷଣ କେନ୍ଦ୍ର ବା ସିଟିଟିସିର ସାଧାରଣ ପରିଚାଳକ ଶ୍ରୀ ଏଲ୍‌. ରାଜଶେଖରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି।

ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଉପସ୍ଥିତିରେ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭ୍‌ଲପ୍‌ମେଣ୍ଟ କର୍ପୋରେସନ୍‌ (ଓମ୍‌ବାଡ୍‌ସି) ଏଥି ପାଇଁ ୫ କୋଟି ଟଙ୍କା ଅନୁଦାନ କରିଛି। ଏହା ଦ୍ୱାରା ଉଭୟ କେନ୍ଦ୍ରରେ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ ପାଇପାରିବେ।

ଯୁବକଯୁବତୀମାନଙ୍କର ଦକ୍ଷତା ବିକାଶ ହେବା ସହ ଆଧୁନିକ ବୈଷୟିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ହୋଇ ସେମାନେ ନିଜକୁ ରୋଜଗାରକ୍ଷମ କରିପାରିବେ। ଏତଦ୍‌ବ୍ୟତୀତ ପ୍ରଶିକ୍ଷକମାନଙ୍କର ଉତ୍ପାଦିକତା କ୍ଷେତ୍ରରେ ପୁନଃଦକ୍ଷତା ଓ ଉଚ୍ଚତର ଦକ୍ଷତା କ୍ଷମତା ମଧ୍ୟ ହାସଲ ହୋଇପାରିବ।

କେନ୍ଦ୍ରୀୟ ଯାନ୍ତ୍ରିକ ଓ ପ୍ରଶିକ୍ଷଣ କେନ୍ଦ୍ର ବା ସିଟିଟିସି କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅଟେ। ଏହି ଅନୁଷ୍ଠାନ ଓମ୍‌ବାଡ୍‌ସି ଅଧିନସ୍ଥ ସରକାରୀ ପଲିଟେକ୍‌ନିକ୍‌ ଯାଜପୁର ଓ ଦେବଗଡ଼ର ବାରକୋଟ ସରକାରୀ ଆଇଟିଆଇକୁ ଅଧିସ୍ୱୀକୃତି ପ୍ରଦାନ କରିବ। ଏହାଛଡ଼ା କମ୍ପୁ୍ୟଟର ନୁ୍ୟମରିକାଲ କଣ୍ଟ୍ରୋଲ ମିଲିଂ ଓ ଟର୍ଣ୍ଣିଂ ପାଇଁ ଯେଉଁ ପ୍ରଶିକ୍ଷଣ ଦିଆଯାଏ ତାହାକୁ ସାର୍ଟିଫିକେଟ ପ୍ରଦାନ କରିବ।

ଉତ୍ପାଦିକତା ଦେଶର ଅର୍ଥନୀତି ଓ ସାମଗି୍ରକ ଅଭିବୃଦ୍ଧିର ମୁଖ୍ୟ ଇଞ୍ଜିନ୍‌ ବୋଲି ପରିଗଣିତ ହୋଇଛି। ଦେଶରେ ଆବଶ୍ୟକୀୟ ଜିଡିପି ଅଭିବୃଦ୍ଧି ପାଇଁ ଉତ୍ପାଦିକତା ଅଭିବୃଦ୍ଧି ସିଧାସଳଖ ସଂପୃକ୍ତ ଅଟେ। ଜଗତିକରଣକୁ ସାମ୍‌ନା କରିବାକୁ ହେଲେ ଏକ ନିରନ୍ତର ଅଭିବୃଦ୍ଧି ଏବଂ ପ୍ରତିଯୋଗିତାମୂଳକ ଉତ୍ପାଦିକତା କ୍ଷେତ୍ର ପ୍ରସ୍ତୁତ ହେବା ଆବଶ୍ୟକ।

ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଉତ୍ପାଦିକତାର ଏକ ମୂଲ୍ୟବାନ ଅବଦାନ କହିଲେ ଅତୁ୍ୟକ୍ତି ହେବ ନାହିଁ। ତଥାପି ଏମ୍‌ଏସ୍‌ଏମ୍‌ଇ ଓ ବୃହତ୍‌ ଶିଳ୍ପ ମଧ୍ୟରେ ଥିବା ସମସ୍ତ ସୁବିଧାସୁଯୋଗ ସୁଦକ୍ଷ ମାନବସମ୍ବଳ ସହ ଯଥେଷ୍ଟ ନୁହେଁ।

ସେଥିପାଇଁ ଓଡ଼ିଶା ସରକାର ପୂର୍ବରୁ ଅନେକ ଟୁଲ୍‌ ରୁମ୍‌ ସହ ବର୍ତ୍ତମାନ ୨ଟି ଟୁଲ୍‌ ରୁମ୍‌ର ସମ୍ପ୍ରସାରଣ କରିଛନ୍ତି । ଏହି ମିନି ଟୁଲ୍‌ ରୁମ୍‌ରେ ମେସିନାରୀ ଓ ଟ୍ରେନିଂ ଉଭୟ ସୁବିଧା ରହିବ। ମେସିନାରୀ ଟ୍ରେନିଂ, ଆଧୁନିକ ଜ୍ଞାନକୌଶଳ ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଦ୍ୱାରା ଦକ୍ଷ ମାନବସମ୍ବଳ ସୃଷ୍ଟି ହୋଇପାରିବ।