ପୁରୀ: କେନ୍ଦ୍ର ବଜେଟକୁ ନେଇ ଶନିବାର ପୁରୀରେ ପ୍ରେସମିଟ୍ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ପୁରୀ ସାଂସଦ ସମ୍ବିତ ପାତ୍ର ବଜେଟ୍ ରେ ଓଡ଼ିଶା ତଥା ପୁରୀକୁ ମିଳିବାକୁ ଥିବା ଲାଭ ଉପରେ ସୂଚନା ଦେଇଛନ୍ତି। ୨୦୨୫-୨୬ କେନ୍ଦ୍ର ବଜେଟ୍ ରୁ ଓଡ଼ିଶା ସିଂହଭାଗ ପାଇବା କୁ ଥିବା ବେଳେ ପୁରୀ ଜିଲ୍ଲାକୁ ମଧ୍ୟ ବଜେଟ୍ରେ ଫାଇଦା ମିଳିଅଛି।
ଖୋର୍ଦ୍ଧା, ପୁରୀ, କଟକ ଭଳି ସହରକୁ ନେଇ ୭ ହଜାର କିଲୋମିଟର ପରିମିତ ଏକ ମହାନଗରୀ ପରିକଳ୍ପନା କରାଯାଉଥିବା ବେଳେ ପୁରୀ ଏଥିରେ ସାମିଲ ରହିଛି। ରାଜ୍ୟର ବିଭିନ୍ନ ସହରକୁ ସମୃଦ୍ଧ ସହର ଭାବରେ ଗଢିବାକୁ ବଜେଟ୍ ରେ ପ୍ରାବଧାନ ରହିଥିବା ବେଳେ ଏଥିରେ ମଧ୍ୟ ପୁରୀ ସାମିଲ ରହିଛି।
ସେହିପରି ଜଗନ୍ନାଥ ଦର୍ଶନ ଯୋଜନାରେ ସଦର ମହକୁମାରୁ ଲୋକଙ୍କୁ ବସ୍ ରେ ଆଣି ଜଗନ୍ନାଥ ଦର୍ଶନ କରାଇବା ସହ ମହାପ୍ରସାଦ ସେବନ ପାଇଁ ୩୦ କୋଟି ବଜେଟ୍ କରାଯାଇଛି। ବକୁଳ ବନ ଉନ୍ନୟନ ଯୋଜନା ମାଧ୍ୟମରେ ବକୁଳ ବନ ଉନ୍ନତିକରଣ ପାଇଁ ମଧ୍ୟ ବଜେଟ୍ ରେ ସ୍ଥାନ ଦିଆଯାଇଛି।
ସେହିପରି ହୋମ୍ ଷ୍ଟେ ପାଇଁ ମୁଦ୍ରା ଲୋନ୍ ମିଳିବାକୁ ଥିବାବେଳେ ପର୍ଯ୍ୟଟନ ହବ, ଯୁବ ବ୍ୟବସାୟୀ, ଇକୋ ଟୁରିଯିମ୍ ଉନ୍ନତି ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଥିବା ବେଳେ ଏଥିରେ ମଧ୍ୟ ପୁରୀବାସୀ ଲାଭ ଉଠାଇ ପାରିବେ ବୋଲି ସାମ୍ବାଦିକ ସମ୍ବିଳନୀରେ ମନ୍ତ୍ରୀ ସୂଚନା ଦେଇଛନ୍ତି।