Categories
Budget2022 ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା 20,484 ଟଙ୍କା ପର୍ଯ୍ୟନ୍ତ ହୋଇପାରେ ବୃଦ୍ଧି, ଦେଖନ୍ତୁ ସମ୍ପୂର୍ଣ୍ଣ ଗଣନା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀମାନେ କିଛି ଦିନ ମଧ୍ୟରେ ସରକାରଙ୍କଠାରୁ ଖୁସି ଖବର ପାଇପାରନ୍ତି। ଆସନ୍ତା ସପ୍ତାହ ସୁଦ୍ଧା କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିପାରନ୍ତି। କିନ୍ତୁ, ଏହି ଦରମା ବୃଦ୍ଧି କେତେ ହେବ ତାହା ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି।

ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ AICPI ସୂଚକାଙ୍କ ଅନୁଯାୟୀ 3% DA ବୃଦ୍ଧି ହେବାର ଆଶା କରାଯାଉଛି। ଯଦି ଏହି ବୃଦ୍ଧିର ଆକଳନ ସରକାର ଅନୁମୋଦନ କରନ୍ତି, ତେବେ କର୍ମଚାରୀଙ୍କ ବେତନରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ। କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, 2022 ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ସରକାର ଏହି ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ସହିତ କେନ୍ଦ୍ରର କର୍ମଚାରୀମାନଙ୍କ ଅତିକମରେ ବେଶିକ ଦରମା ବୃଦ୍ଧି ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ତେବେ ଆସନ୍ତୁ ଆପଣଙ୍କୁ କହିବା ଯେ ଆପଣଙ୍କ DA 3% ବୃଦ୍ଧିରେ ଆପଣଙ୍କର ଦରମା କେତେ ଟଙ୍କା ବୃଦ୍ଧି ପାଇବ।

AICPI ତଥ୍ୟ ଅନୁଯାୟୀ ମହଙ୍ଗା ଭତ୍ତା ସ୍ଥିର ହୋଇଥାଏ:
ବର୍ତ୍ତମାନର କେନ୍ଦ୍ର ସରକାରରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା 31 ପ୍ରତିଶତ ଅଟେ। ଯଦି ଏହାକୁ 3 ପ୍ରତିଶତକୁ ବୃଦ୍ଧି କରାଯାଏ, ତେବେ ଏହା ସମୁଦାୟ 34 ପ୍ରତିଶତକୁ ବୃଦ୍ଧି ପାଇବ। AICPI ନଭେମ୍ବର 2021 ର ତଥ୍ୟ ଅନୁଯାୟୀ, ମୁଦ୍ରାସ୍ଫୀତି ବର୍ତ୍ତମାନ 34 ପ୍ରତିଶତ। ଏଥି ସହିତ, ଜୁନ୍ 2021 ରେ AICPI ତଥ୍ୟ ଅନୁଯାୟୀ ମହଙ୍ଗା ଭତ୍ତା 31 ପ୍ରତିଶତ ବୃଦ୍ଧି କରାଯାଇଛି। ଏଭଳି ପରିସ୍ଥିତିରେ, AICPI ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ଗଣନା କରାଯିବ ଏବଂ କର୍ମଚାରୀଙ୍କ ବେତନରେ ଯଥେଷ୍ଟ ବୃଦ୍ଧି ଘଟିବ।

ଯଦି 34 ପ୍ରତିଶତ ମହଙ୍ଗା ଭତ୍ତା ଅଛି, ତେବେ ଏହି ଗଣନା କରାଯିବ:

ସର୍ବନିମ୍ନ ବେଶିକ ଦରମାର ଗଣନା:

କର୍ମଚାରୀଙ୍କ ବେଶିକ ଦରମା- ମାସକୁ 18,000 ଟଙ୍କା
34% ମହଙ୍ଗା ଭତ୍ତା ଅନୁଯାୟୀ- ମାସକୁ 6120 ଟଙ୍କା
31 ପ୍ରତିଶତ ମହଙ୍ଗା ଭତ୍ତା ଅନୁଯାୟୀ- ମାସକୁ 5580 ଟଙ୍କା
ମହଙ୍ଗା ଭତ୍ତାରେ ବୃଦ୍ଧି- 6120- 5580 = ମାସକୁ 540 ଟଙ୍କା
ବାର୍ଷିକ ଦରମା ବୃଦ୍ଧି- 540X12 = 6,480 ଟଙ୍କା

ସର୍ବାଧିକ ବେଶିକ ବେତନର ଗଣନା:

କର୍ମଚାରୀଙ୍କ ବେଶିକ ଦରମା- ମାସକୁ 56,900 ଟଙ୍କା
34% ମହଙ୍ଗା ଭତ୍ତା ଅନୁଯାୟୀ- ମାସକୁ 6120 ଟଙ୍କା
31 ପ୍ରତିଶତ ମହଙ୍ଗା ଭତ୍ତା ଅନୁଯାୟୀ- ମାସକୁ 19,346
ମହଙ୍ଗା ଭତ୍ତାରେ ବୃଦ୍ଧି- 19,346-17,639 = ମାସକୁ 1,707 ଟଙ୍କା
ବାର୍ଷିକ ଦରମା ବୃଦ୍ଧି- 1,707 X12 = 20,484 ଟଙ୍କା