Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ମମ୍‌ରେ “ପ୍ରଥମ ସୁନୋ-ସମ୍ ଅଲ୍ଟିମେଟ ନ୍ୟାସ୍‌ନାଲ ନ୍ୟୁଟ୍ରିସନ୍ ଓରିଏଂଟେସନ୍‌” ଆୟୋଜିତ

ଭୁବନେଶ୍ୱର: ରୋଗୀ ମାନଙ୍କ କ୍ଷେତ୍ରରେ ଚିକିତ୍ସା ସମୟରେ ପୋଷଣ ଯୁକ୍ତ ଖାଦ୍ୟର ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରସଙ୍ଗକୁ ଭିତି କରି ରାଷ୍ଟ୍ରୀୟ ପୋଷଣ ମାହ ପରିପ୍ରେକ୍ଷୀରେ ଶନିବାର ସମ୍ ଅଲ୍ଟିମେଟ ମେଡିକେୟାରରେ “ପ୍ରଥମ ସୁନୋ-ସମ୍ ଅଲ୍ଟିମେଟ ନ୍ୟାସ୍‌ନାଲ ନ୍ୟୁଟ୍ରିସନ୍ ଓରିଏଂଟେସନ୍‌” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

“କ୍ଲିନିକାଲ ନ୍ୟୁଟ୍ରିସନ୍ ଇନ୍ ଆକ୍ସନ୍‌: ଆପ୍ଲାଇଙ୍ଗ ଏଭିଡେନ୍ସ ବେସ୍‌ଡ ଇନ୍‌ସାଇଟ୍‌” ଶୀର୍ଷକ ଏହି ଏକ ଦିବସୀୟ ଓରିଏଂଟେସନ୍ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅବସରରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ, କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ ଓ ମେଡିକାଲ୍ ସୁପରିଟେଣ୍ଡେଂଟ୍ ଡାକ୍ତର ପି.କେ. ପଣ୍ଡା ଉପସ୍ଥିତ ଥିଲେ।

ଏହି ଅବସରରେ ସିଇଓ ଡକ୍ଟର ଦାଶ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଓରିଏଂଟେସନ୍ କାର୍ଯ୍ୟକ୍ରମର ପ୍ରସଙ୍ଗ ସମ୍ପର୍କରେ ଆଲୋକପାତ କରିଥିଲେ। ସମସ୍ତଙ୍କ ଜୀବନରେ ଔଷଧ ସହ ପୋଷଣ ଯୁକ୍ତ ଖାଦ୍ୟର ମଧ୍ୟ ଅନେକ ଗୁରୁତ୍ୱ ରହିଥିବା ସେ କହିଥିଲେ।

ଏହି କାର୍ଯ୍ୟକ୍ରମ ନିମନ୍ତେ ଡକ୍ଟର ଦାଶ ସମ୍ମମ୍‌ର ସାଢ଼େ ୩ ବର୍ଷର ଯାତ୍ରାକୁ ବେଶ ଅର୍ଥପୂର୍ଣ୍ଣ ବୋଲି କହିବା ସହ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ଲାଗିଛି ବୋଲି କହିଥିଲେ। ସମ୍ମମ୍‌ର ନ୍ୟୁଟ୍ରିସନ୍ ଏକ୍ସପର୍ଟ ଟିମ୍‌ଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଥିଲେ।

ଏହି ଅବସରରେ ଡାକ୍ତର ରାୟ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ପୋଷଣର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସଠିକ ପୋଷଣ ବିନା ରୋଗୀ ସୁସ୍ଥ ହୋଇପାରିବ ନାହିଁ ତେଣୁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ଗୁରୁତର ରୋଗୀଙ୍କ କ୍ଷେତ୍ରରେ ପୋଷଣ ଯୁକ୍ତ ଖାଦ୍ୟ ଓ ସେମାନଙ୍କ ପରିବାର ବର୍ଗଙ୍କ ସହିତ ଡାକ୍ତରଙ୍କର ଉପଯୁକ୍ତ ଯୋଗାଯୋଗ ହିଁ ରୋଗୀକୁ ସୁସ୍ଥ କରିପାରିବ ବୋଲି ଡାକ୍ତର ରାୟ କହିଥିଲେ।

ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପଣ୍ଡା କହିଥିଲେ ଯେ କେବଳ ରୋଗୀ ନୁହେଁ ସାଧାରଣ ଜୀବନରେ ମଧ୍ୟ ପୋଷଣର ଅନେକ ଗୁରୁତ୍ୱ ରହିଛି।

ସମ୍ମମ୍‌ର ଡାଏଟିକ୍ସ ବିଭାଗ ପକ୍ଷରୁ ଆୟୋଜିତ ଜାତୀୟ ପୋଷଣ ମାସ ଅବସରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା।

ସମ୍ମମ୍‌ର ଡାଏଟିକ୍ସ ବିଭାଗର ସିନିୟର କ୍ଲିନିକାଲ୍ ନ୍ୟୁଟ୍ରିସନିଷ୍ଟ ଶ୍ରୀମତି ସୁଶ୍ରୀ ସଂଗୀତା ଜେନା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଗର୍ଭାବସ୍ଥାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସମସ୍ତଙ୍କ କ୍ଷେତ୍ରରେ ପୋଷଣ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଶ୍ରୀମତି ଜେନା ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଏକ ଦିବସୀୟ ଓରିଏଂଟେସନ୍ କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗ ଦେଇଥିବା ବେଙ୍ଗାଲୁରୁ ସ୍ଥିତ ନସିମା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସ୍ପିଚ୍ ଆଣ୍ଡ ହିୟରିଂର ଅଧ୍ୟକ୍ଷ ଭାସ୍କର ଦେ “ ଡାଏଗ୍ନୋସିସ୍ ଆଣ୍ଡ ମ୍ୟାନେଜମେଂଟ ଅଫ୍ ଡିସ୍‌ଫାସିଆ ଇନ୍ ଜେରିଆଟିକ୍ସ” ଶୀର୍ଷକ ପ୍ରସଙ୍ଗରେ ତଥ୍ୟ ଉପସ୍ଥାପନ କରିଥିବା ବେଳେ ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମେଡିକାଲ୍ କଲେଜର ଫିଜିଓଲୋଜି ବିଭାଗର ପ୍ରଫେସର ଓ ମୁଖ୍ୟ ଡାକ୍ତର ଅର୍ପିତା ପ୍ରିୟଦର୍ଶିନୀ “ସାଇନ୍ସ ଅଫ୍ ଆଚିଭିଙ୍ଗ ଡିଜାଏର୍ଡ ୱେଟ ବାଏ ଇନ୍‌ଟ୍ୟୁସିଭ୍ ଇଟିଙ୍ଗ”, ମିରଟ ସ୍ଥିତ ଏଲ୍‌, ଏଲ୍ ଆର ଏମ୍ ମେଡିକାଲ୍ କଲେଜର ଫାର୍ମାକୋଲୋଜି ବିଭାଗର ଏମ୍‌ଡି ଡାକ୍ତର ଆଶୀଷ ଯାଦବ “ଫୁଡ୍ ଆଣ୍ଡ ଡ୍ରଗ୍ ଇନ୍‌ଟରଆକ୍ସନ୍‌”, ସମ୍ମମ୍‌ର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ “ମିଥ୍‌ସ : ନ୍ୟୁଟ୍ରିସନ୍ ଇନ୍ କ୍ରିଟିକାଲ୍ କେୟାର” ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର କନ୍‌ସଲଟାଂଟ (ନ୍ୟୁଟ୍ରିସନ୍‌) ସନ୍ଧ୍ୟାରାଣୀ ରାଉତ “ଇନ୍‌ଫାଂଟ ଆଣ୍ଡ ୟଙ୍ଗ ଚାଇଲ୍ଡ ଫିଡିଙ୍ଗ୍‌” ଶୀର୍ଷକ ପ୍ରସଙ୍ଗରେ ତଥ୍ୟ ଉପସ୍ଥାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ମମ୍‌ରେ ପ୍ରଥମ ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ ପାଳିତ

ଭୁବନେଶ୍ୱର: ସ୍ଥାନୀୟ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆଜି ପ୍ରଥମ ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ ପାଳିତ ହୋଇଯାଇଛି।

ଚଳିତ ବର୍ଷ ହେଲ୍‌ଥ ରେକର୍ଡ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ମେଡିକାଲ୍ ରେକର୍ଡ୍ସକୁ ଅଧିକ ଗୁରୁତ୍ୱ ଦିଆଯିବା ପରିପ୍ରେକ୍ଷୀରେ ସାରା ଦେଶରେ ଏହି ଦିବସ ପାଳନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡ.) ବିରାଜ ମୋହନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମେଡିକାଲ୍ ସୁପରିଟେଣ୍ଡେଂଟ ଡ. ପି.କେ. ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ହସ୍ପିଟାଲ୍‌ର ସମସ୍ତ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ।

ସମ୍ମମ୍‌ର ମେଡିକାଲ୍ ରେକର୍ଡ୍ସ ବିଭାଗର ମୁଖ୍ୟ ଡ. ମାନସ ରଞ୍ଜନ ସେଠୀ ନିଜ ବକ୍ତବ୍ୟରେ କହିଥିଲେ ଯେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ପ୍ରଶାସନିକ ବ୍ୟବସ୍ଥାର ମେଡିକାଲ୍ ରେକର୍ଡ୍ସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ। ତେଣୁ ଏହି ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ କଷ୍ଟସାଧ୍ୟ ପ୍ରୟାସକୁ ପ୍ରଶଂସା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମେଡିକାଲ୍ ରେକର୍ଡ୍ସ ବିଭାଗର ଅବଦାନ ଖୁବ୍ ଅଧିକ। ପ୍ରଶାସନିକ ବ୍ୟବସ୍ଥା ର ପରିଚାଳନାଠାରୁ ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ମେଡିକାଲ୍ ରେକର୍ଡ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ତେଣୁ ଆମେ ଆମର ବ୍ୟସ୍ତବହୁଳ ଜୀବନରୁ ବାହାରି ଏହି ପରଦା ପଛର ନାୟକମାନଙ୍କୁ ପ୍ରଶଂସା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଏହି ଅବସରରେ ଏକ କେକ୍ କଟିଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ମମ୍‌କୁ ଶ୍ରେଷ୍ଠ ମଲ୍ଟିସ୍ପେଶିଆଲଟି ହସ୍ପିଟାଲ୍ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ୱାନ୍‌-ଷ୍ଟପ୍‌, ନେକ୍ସଟ ଜେନେରେସନ୍ ମଲ୍ଟିସ୍ପେଶିଆଲଟି କ୍ୱାର୍ଟରନାରି କେୟାର ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାରକୁ ଶ୍ରେଷ୍ଠ ମଲ୍ଟିସ୍ପେଶିଆଲଟି ହସ୍ପିଟାଲ୍ ଭାବେ ସମ୍ମାନିତ କରାଯାଇଛି।

ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଜୁନିୟର ଡକ୍ଟର୍ସ ନେଟୱର୍କ ଓଡ଼ିଶା ପକ୍ଷରୁ ସମ୍ମମ୍‌କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ରବିବାର ଆଇସିଏମ୍‌ଆର୍‌-ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଂଟର୍ ଠାରେ ଆୟୋଜିତ “ୟୁଥ୍ ହେଲ୍‌ଥ ଆଇକନ୍ ୱିନର-୨୦୨୨” କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏହି ଅବସରରେ ସମ୍ମମ୍‌ର ଜେନେରାଲ୍ ମେଡିସିନ୍ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ପ୍ରଫେସର (ଡାକ୍ତର) କୁମାର ଧରଙ୍କୁ ମଧ୍ୟ “ଆଉଟଷ୍ଟାଣ୍ଡିଙ୍ଗ ମେଡିକାଲ୍ ପ୍ରଫେସ୍‌ନାଲ୍ ଇନ୍ ମେଡିସିନ୍‌” ସମ୍ମାନରେ ସମ୍ମାନିତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ ଯୁଦ୍ଧରେ ସମ୍ମମ୍‌ର ନିରନ୍ତର ସ୍ୱାସ୍ଥ୍ୟ ସେବାକୁ ମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: କୋଭିଡ୍ ମହାମାରୀ ସମୟରେ ସମ୍ ଅଲ୍ଟିମେଟ ମେଡିକେୟାର ଏବଂ ସମ୍  କୋଭିଡ ହସ୍ପିଟାଲ୍‌ର ସ୍ୱାସ୍ଥ୍ୟ ସେବା ଓ ଅବଦାନ ଅତୁଳନୀୟ। ଏହି ଦୁଇ ହସ୍ପିଟାଲ୍‌ର ନିରନ୍ତର ଏବଂ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗୁଁ ଅନେକ କୋଭିଡ ସଂକ୍ରମିତ ସୁସ୍ଥ ହେବା ସହ ନୂତନ ଜୀବନ ଲାଭ କରିଛନ୍ତି ବୋଲି କହିଛନ୍ତି ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ନ୍ୟାସ୍‌ନାଲ୍ ଇଂଟେନ୍‌ସିଭ୍ କେୟାର ସପ୍ତାହ ପାଳନ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ଶନିବାର ଆୟୋଜିତ ସିଏମ୍‌ଇ, କ୍ରିଟିକାଲ୍ କେୟାର ଅପ୍‌ଡେଟ୍ ଆଣ୍ଡ ୱାର୍କସପ୍‌- ଏସ୍‌ଆଇସିଏସ୍ ୨୦୨୨, କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ପଣ୍ଡା। ଉଭୟ ସମ୍ମମ୍ ଓ ସମ୍ କୋଭିଡ୍ ହସ୍ପିଟାଲ ସଫଳତାର ସହ କରୋନା ମହାମାରୀ ର ମୁକାବିଲା କରି ସଂକ୍ରମିତଙ୍କ ଜୀବନ ରକ୍ଷା କରିଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଏହି ଅବସରରେ ସମ୍ମମ୍‌ର କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ ସ୍ୱାଗତ ଭାଷଣ ଦେବା ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଶ୍ରୀ ପଣ୍ଡାଙ୍କର ଅବଦାନକୁ ପ୍ରଶଂସା କରିଥିଲେ। ଏଥି ସହିତ ମାତ୍ର ଦୁଇ ବର୍ଷ ସମୟସୀମା ମଧ୍ୟରେ ସମ୍ମମ୍‌କୁ ଏକ ଉଚ୍ଚ ସ୍ତରୀୟ ହସ୍ପିଟାଲ୍‌ରେ ପରିଣତ କରିବା ଏବଂ ରେକର୍ଡ ସଂଖ୍ୟକ ଏକ ବର୍ଷ ଏବଂ ଏକ ବର୍ଷ ୮ ମାସ ସମୟ ମଧ୍ୟରେ ଏନ୍‌ଏବିଏଚ୍ ଏବଂ ଏନ୍‌ଏବିଏଲ୍ ମାନ୍ୟତା ପାଇବା କ୍ଷେତ୍ରରେ ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ।

ସେହିପରି ସମ୍ମମ୍‌ ଇନ୍‌ଟେନ୍‌ସିଭ୍ କେୟାର୍ ସିମ୍‌ପୋଜିଅମ୍‌(ଏସ୍‌ଆଇସିଏସ୍‌- ୨୦୨୨) ଆୟୋଜନ କରିବା କ୍ଷେତ୍ରରେ ତାଙ୍କର ପ୍ରଚେଷ୍ଟାକୁ ନେଇ କୃତଜ୍ଞତା ଜଣାଇଥିଲେ। ନିଜ ଅଭିଭାଷଣରେ ସିଇଓ ଡକ୍ଟର ଦାଶ ମହାମାରୀ ସମୟରେ କ୍ରିଟିକାଲ୍ କେୟାର ଟିମ୍‌ର ନିରନ୍ତର ସ୍ୱାସ୍ଥ୍ୟ ସେବା ଓ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ସମସ୍ତ ସଫଳତାର ଶ୍ରେୟ ସମ୍ମମ୍ ଟିମ୍‌କୁ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେଆମେରିକାର ଫ୍ଲୋରିଡା ସ୍ଥିତ ମାୟୋ କ୍ଲିନିକର ସିନିଅର କନ୍‌ସଲଟାଂଟ ତଥା ଇକ୍‌ମୋ ୟୁନିଟ୍‌ର ମୁଖ୍ୟ ଡାକ୍ତର ପ୍ରମୋଦ କୁମାର ଗୁରୁ, ଦିଲ୍ଲୀ ସ୍ଥିତ ମ୍ୟାକ୍ସ ହସ୍ପିଟାଲ୍‌ର ଡାକ୍ତର ୱାଇ.ପି. ସିଂହ ଓ ରାଂଚି ସ୍ଥିତ ବେଦାନ୍ତ ହସ୍ପିଟାଲ୍‌ର ଡାକ୍ତର ତାପସ ସାହୁ ଉପସ୍ଥିତ ରହି ତଥ୍ୟ ଉପସ୍ଥାପନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଓ ଡେପୁଟି ମେଡିକାଲ ସୁପରିଟେଣ୍ଡେନ୍‌ଟ ଡାକ୍ତର ଆନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନ୍ୟାସନାଲ ଇଂଟେନସିଭ କେୟାର ସପ୍ତାହ ପାଳନ ଅବସରରେ ସମ୍ମମ୍ ପକ୍ଷରୁ ମାରାଥନ୍ ଆୟୋଜିତ

ଭୁବନେଶ୍ୱର: ନ୍ୟାସ୍‌ନାଲ୍ ଇଂଟେନ୍‌ସିଭ୍ କେୟାର ସପ୍ତାହ ପାଳନ ଓ କ୍ରିଟିକାଲ୍ କେୟାର କ୍ଷେତ୍ରରେ ଅବିରତ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌) ପକ୍ଷରୁ ଶୁକ୍ରବାର ଏକ ମାରାଥନ୍ ଆୟୋଜିତ ହୋଇଯାଇଛି। ଏହି ମାରାଥନ୍‌ରେ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇପିଏସ ଅଫିସର ତଥା ଓଡ଼ିଶା ପୋଲିସର ଆଇ.ଜି (ଅପରେସନ୍ସ) ଶ୍ରୀ ଅମିତାଭ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତରମାନଙ୍କୁ ସୁରକ୍ଷା ଦେବା ସହ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ।

କୋଭିଡ ମହାମାରୀ ଆରମ୍ଭ ହେବା ପରେ ବିଗତ ଦୁଇ ବର୍ଷ ଧରି ଡାକ୍ତରମାନେ ଏବଂ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କର ସମାଜ ପ୍ରତି ଅନେକ ଅବଦାନ ଓ ତ୍ୟାଗ ରହିଛି। ନିଜ ଜୀବନକୁ ବାଜି ଲଗାଇ ସେମାନେ ରୋଗୀ ସେବା କରିଛନ୍ତି। ତେଣୁ ସେମାନଙ୍କ ପ୍ରତି ଆମର ଉଦାରତା ଓ ମହାନତା ଦେଖାଇବା ଉଚିତ ବୋଲି ଶ୍ରୀ ଠାକୁର କହିଛନ୍ତି।

ସମ୍ ଅଲ୍ଟିମେଟ ମେଡିକେୟାର ଏବଂ ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେୟାର ମେଡିସିନ୍ (ଆଇଏସ୍‌ସିସିଏମ୍‌)ର ମିଳିତ ସହଯୋଗରେ ଆୟୋଜିତ ଏହି ମାରାଥନ୍‌ରେ ଫ୍ଲାଗଅଫ୍ କରିବା ଅବସରରେ ଏହା କହିଛନ୍ତି ଶ୍ରୀ ଠାକୁର। କାର୍ଯ୍ୟକ୍ରମରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ଏବଂ ଆଇଏସ୍‌ସିସିଏମ୍‌ର ଭୁବନେଶ୍ୱର ଶାଖାର ସଦସ୍ୟମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ କ୍ରିଟିକାଲ କେୟାର ମେଡିସିନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ମାରାଥନ ଆୟୋଜନ କରାଯାଇଛି। ନିଜ ସ୍ୱାସ୍ଥ୍ୟ ପାଇଁ, ନିଜ ଜୀବନ ପାଇଁ, ନିଜ ଭବିଷ୍ୟତ ପାଇଁ ଏବଂ ନିଜ ସମାଜ ପାଇଁ ଦୌଡିବା ଆବଶ୍ୟକ ବୋଲି ସେ କହିଛନ୍ତି।

ମାରାଥନର ଥିମ୍ ରହିଥିଲା “ସେଭ ଦ ସେଭିୟର୍ସ”। ସମ୍ମମ୍‌ର ଡେପୁଟି ମେଡିକାଲ ସୁପରିଟେଂଡେଂଟ ଡାକ୍ତର ଆନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଏସ୍‌ସିସିଏମର ନ୍ୟାସନାଲ ସେକ୍ରେଟାରୀ -ଇଲେକ୍ଟ ଡାକ୍ତର ୱାଇ.ପି. ସିଂହ, ଆମେରିକାର ଫ୍ଲୋରିଡା ସ୍ଥିତ ମାୟୋ କ୍ଲିନିକର ସିନିଅର କନସୁଲଟାଂଟ ତଥା ଇକମୋ ୟୁନିଟ୍‌ର ମୁଖ୍ୟ ଡାକ୍ତର ପ୍ରମୋଦ କୁମାର ଗୁରୁ, ଆଇଏସସିସିଏମ ଭୁବନେଶ୍ୱର ଶାଖାର ଚେୟାରମ୍ୟାନ ଡାକ୍ତର ପ୍ରଜ୍ଞାନ ରାଉତରାୟ ଓ ସମ୍ମମ୍‌ର କ୍ରିଟିକାଲ କେୟାର ମେଡିସିନ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ସମ୍ମମ୍‌ର ଚିଫ ଅଫ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ହସ୍ପିଟାଲର ଡାକ୍ତର, ନର୍ସ ଓ ପାରାମେଡିକ୍ସ ଏବଂ ଅନ୍ୟାନ୍ୟ କର୍ମକର୍ତାମାନେ ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ମାରାଥନରେ ଦୌଡିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇଆଇଏମ୍‌ଏମ୍ ଦ୍ୱାରା ସ୍ୱୀକୃତି ପାଇଲା ସମ୍ମମ୍ ବରିଷ୍ଠ ଅଧିକାରୀଙ୍କ ଉପସ୍ଥାପନା

ଭୁବନେଶ୍ୱର: ସମ୍ ଅଲ୍ଟିମେଟ ମେଡିକେୟାରର ମ୍ୟାଟେରିଆଲ୍‌ସ ମ୍ୟାନେଜମେଂଟ ବିଭାଗର ମୁଖ୍ୟ ଚଣ୍ଡି ଚରଣ ଭାରତୀଙ୍କ ଦ୍ୱାରା ‘ରୋଲ ଅଫ୍ ସପ୍ଲାଇ ଚେନ୍ ମ୍ୟାନେଜମେଂଟ ଫର୍ କ୍ୱାଲିଟି ପେସେଂଟ କେୟାର’ ଶୀର୍ଷକ ଉପସ୍ଥାପନା ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍  ମ୍ୟାଟେରିଆଲ୍‌ସ ମ୍ୟାନେଜମେଂଟ (ଆଇଆଇଏମ୍‌ଏମ୍‌) ଦ୍ୱାରା ସ୍ୱୀକୃତି ପାଇଛି।

ଶ୍ରୀ ଭାରତୀ ଗତ ଫେବୃଆରୀ ୨୬ ତାରିଖରେ ଆଇଆଇଏମ୍‌ଏମ୍ କୋଲକାତା ଶାଖା ଏବଂ ବେକ୍‌ଟନ୍‌ ଡିକ୍‌ଇନ୍‌ସନ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ବିଡି)ର ମିଳିତ ସହଯୋଗରେ ଆୟୋଜିତ ଏକ ୱେବିନାରର ପାନେଲ୍ ଡିସ୍‌କସନ୍‌ରେ ବକ୍ତା ଏବଂ ସଦସ୍ୟ ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ।

ଭାରତର ୭ ଜଣଙ୍କୁ ଏହି ଉପସ୍ଥାପନା ପାଇଁ ଆଇଆଇଏମ୍‌ଏମ୍ ପକ୍ଷରୁ ସ୍ୱୀକୃତି ଦିଆଯାଇଥିବା ବେଳେ ଶ୍ରୀ ଭାରତୀ ସେମାନଙ୍କ ମଧ୍ୟରୁ ଅନ୍ୟତମ।

ଆଇଆଇଏମ୍‌ଏମ୍‌ର ମୁଖ୍ୟ କାର୍ଯ୍ୟାଳୟ ଅହମ୍ମଦାବାଦରେ ଥିବା ବେଳେ ଭାରତରେ ଡାକ୍ତରୀ ଶିଳ୍ପ କ୍ଷେତ୍ରରେ ସପ୍ଲାଇ ଚେନ୍ ମ୍ୟାନେଜମେଂଟ, ଇନ୍‌ଭେନ୍‌ଟ୍ରି ଆଣ୍ଡ ମ୍ୟାଟେରିଆଲ୍‌ସ ମ୍ୟାନେଜମେଂଟ ଭଳି ପ୍ରସଙ୍ଗକୁ ଆଗକୁ ଆଣିବା କ୍ଷେତ୍ରରେ ଏହି ଅନୁଷ୍ଠାନ ଅଗ୍ରଣୀ ଭୂମିକା ନେଇଛି ବୋଲି ଶ୍ରୀ ଭାରତୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏକ ବର୍ଷରେ ସମ୍ ଅଲ୍‌ଟିମେଟ୍ ମେଡିକେୟାର ଏକ ନମ୍ବର: ‌ଟାଇମ୍ସ ହେଲ୍‌ଥ ଆଇକନ୍ ଆୱାର୍ଡରେ ସମ୍ମାନିତ

ଭୁବନେଶ୍ୱର: ମାତ୍ର ଏକ ବର୍ଷ ମଧ୍ୟରେ ପୁଣି ଏକ ସଫଳତା ସାଉଁଟିଛି ସମ୍ ଅଲ୍ଟିମେଟ ମେଡିକେୟାର। ଏକ ନମ୍ବର ମଲ୍ଟି ସ୍ପେଶାଲଟି ହସ୍ପିଟାଲ୍‌ର ମାନ୍ୟତା ହାସଲ କରିଛି ସମ୍ ଅଲ୍ଟିମେଟ୍ ମେଡିକେୟାର। ଟାଇମ୍ସ ଗ୍ରୁପ୍‌ ଦ୍ୱାରା ଆୟୋଜିତ ଟାଇମ୍ସ ହେଲ୍‌ଥ ଆଇକନ୍ ଆୱାର୍ଡ କାର୍ଯ୍ୟକ୍ରମରେ ଦ ୱାନ୍ ଷ୍ଟପ୍‌, ନେକ୍ସ୍‌ଟ ଜେନେରେସନ୍ ମଲ୍ଟି ସ୍ପେଶାଲଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲ୍‌ଟିମେଟ୍ ମେଡିକେୟାର (ସମ୍ମମ୍‌)କୁ ମିଳିଛି ଏହି ସମ୍ମାନ।

ଟାଇମ୍ସ ହେଲ୍‌ଥ ଆଇକନ୍ ଆୱାଡ କାର୍ଯ୍ୟକ୍ରମରେ ଇମର୍ଜିଂ କାଟେଗୋରୀରେ ପୂର୍ବ ଭାରତର ଏକ ନମ୍ବର ମଲ୍ଟି ସ୍ପେଶାଲଟି ହସ୍ପିଟାଲ୍ ଭାବେ ରୋଗୀ ସେବା ଏବଂ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ଧରଣର କାର୍ଯ୍ୟକରି ଏହି ଯୋଗ୍ୟତା ହାସଲ କରିଛି ସମ୍ମମ୍। ସମ୍ ଅଲ୍ଟିମେଟ ମେଡିକେୟାରର କାର୍ଡିଓଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି, ଅଙ୍କୋଲୋଜି, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି, ଗାଏନାକୋଲୋଜି ଆଣ୍ଡ ଅବ୍‌ଷ୍ଟ୍ରେଟିକ୍ସ, ୟୁରୋଲୋଜି, ଏର୍ମଜେନ୍ସି ଆଣ୍ଡ ଟ୍ରମା ଏବଂ ପେଡିଆଟ୍ରିକ୍‌ସ ଭଳି ବିଭାଗଗୁଡ଼ିକ ଏମର୍ଜିଂ କାଟେଗୋରୀରେ ଟାଇମ୍ସ ହେଲ୍‌ଥ ଆଇକନ୍ ଆୱାର୍ଡ ଦ୍ୱାରା ଏକ ନମ୍ବରର ମାନ୍ୟତା ପାଇ ସମ୍ମାନିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ୍ ପକ୍ଷରୁ ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର୍ ଡଃ ଶ୍ୱେତପଦ୍ମା ଦାଶ ଏବଂ ଚିଫ୍ ଅଫ୍‌ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିଅର୍ ଡାକ୍ତର ବିରାଜ ମୋହନ ମିଶ୍ର ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏବଂ ବରିଷ୍ଠ ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀ ଅତିଥି ଭାବେ ଯୋଗ ଦେଇ ସମ୍ମାନ ପ୍ରଦାନ କରିଥିଲେ। ନିକଟରେ ସମ୍ ଅଲ୍ଟିମେଟ୍ ମେଡିକେୟାର ନ୍ୟାସ୍‌ନାଲ୍ ଆକ୍ରେଡିଟେସନ୍ ବୋର୍ଡ ଫର୍ ହସ୍ପିଟାଲ୍ ଆଣ୍ଡ ହେଲ୍‌ଥ

କେୟାର ପ୍ରୋଭାଇଡର୍ସ (ଏନ୍‌.ଏ.ବି.ଏଚ୍‌) ସାର୍ଟିଫିକେଟ୍ ପାଇବା ନିମନ୍ତେ ଯୋଗ୍ୟତା ହାସଲ କରିଛି। ଏହାର ୫ମ ସଂସ୍କରଣକୁ ଗୋଟିଏ ବର୍ଷ ଶେଷ ହୋଇ ନଥିବା ବେଳେ ସଫଳତାର ସହ ସମ୍ମମ୍ ରେକର୍ଡ ସଂଖ୍ୟକ ୩୬୫ ଦିନ ସମୟସୀମା ମଧ୍ୟରେ ଏହି ସ୍ୱୀକୃତି ହାସଲ କରିପାରିଛି।

ଏନ୍‌.ଏ.ବି.ଏଚ୍ ୫ମ ସଂସ୍କରଣରେ ସ୍ୱୀକୃତି ପାଇବା ନେଇ ସମ୍ମମ୍ ହେଉଛି ଭାରତର ପ୍ରଥମ ହସ୍ପିଟାଲ୍। ବର୍ଷକ ମଧ୍ୟରେ ଏହି ହସ୍ପିଟାଲ୍ ୫ଟି ଉଚ୍ଚମାନର ସ୍ୱୀକୃତି ହାସଲ କରିବାରେ ସକ୍ଷମ ହୋଇପାରିଛି।