Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ମିଳିବ ଏକଲବ୍ୟ ପୁରସ୍କାର

ଭୁବନେଶ୍ଵର: ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ଏକଲବ୍ୟ ପୁରସ୍କାର-୨୦୨୧ ପାଇଁ ମନୋନୀତ କରାଯାଇଛି। ଋତପର୍ଣ୍ଣାଙ୍କୁ ଏକଲବ୍ୟ ପୁରସ୍କାର ଜୁରୀ କମିଟି ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ କରିଛି।

ତେବେ ଏହି ପୁରସ୍କାର ବାବଦକୁ ଋତପର୍ଣ୍ଣାଙ୍କୁ ନଗଦ ୫ ଲକ୍ଷ ଟଙ୍କା ଏବଂ ମାନପତ୍ର ମିଳିବ। ସେହିଭଳି ଫୁଟବଲ ଖେଳାଳି ପ୍ୟାରୀ ଖାଖା ଓ ସାଇକେଲ ଚାଳିକା ସ୍ଵାସ୍ତି ସିଂଙ୍କୁ ୫୦ ହଜାର ଲେଖାଏଁ ଏବଂ ମାନପତ୍ର ମିଳିବ। ୧୯୯୩ ମସିହାରେ ଇମ୍ଫା ପରିଚାଳିତ ‘ଇମ୍ପାକ୍ଟ’ ଦ୍ଵାରା ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା ହୋଇଥିଲା।