Categories
ଆଜିର ଖବର ରାଜ୍ୟ ଖବର

ଇଏସ୍‌ଡିଏ ପରିବେଶ ଉତ୍କର୍ଷତା ପୁରସ୍କାରରେ ସୋଆ ପ୍ରଫେସର ସମ୍ମାନିତ

ଭୁବନେଶ୍ୱର: ଦିଲ୍ଲୀସ୍ଥିତ ଏନ୍‌ଭାଇରନ୍‌ମେଂଟ ଆଣ୍ଡ ସୋସିଆଲ୍ ଡେଭଲପ୍‌ମେଂଟ ଆସୋସିଏସନ୍ (ଇଏସ୍‌ଡିଏ) ପକ୍ଷରୁ ଆୟୋଜିତ ଇଏସ୍‌ଡିଏ ପରିବେଶ ଉତ୍କର୍ଷତା ସମ୍ମାନ-୨୦୨୧ କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ର ପ୍ରଫେସର ଡକ୍ଟର ଶିଶିରକାନ୍ତ ବେହେରାଙ୍କୁ ସମ୍ମାନିତ କରାଯାଇଛି।

ଆଇଏଏସ୍‌ର ରିସର୍ଚ୍ଚ, କନ୍‌ସଲ୍‌ଟାଂସି ଏବଂ ପ୍ଲେସମେଂଟର ନିର୍ଦ୍ଦେଶକ ପ୍ରଫେସର ଡଃ ବେହେରାଙ୍କୁ ଇରିଗେସନ୍‌ ଇଞ୍ଜିନିୟରିଂ ଏବଂ ଗ୍ରାଉଣ୍ଡ ୱାଟର୍ ମ୍ୟାନେଜମେଂଟ ସିଷ୍ଟମ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଅକ୍ଟୋବର ୧ ରୁ ୩ ତାରିଖ ମଧ୍ୟରେ ଦିଲ୍ଲୀ ଠାରେ ଇଏସ୍‌ଡିଏ ପକ୍ଷରୁ ଆୟୋଜିତ ବିଶ୍ୱ ପରିବେଶ ସମ୍ମିଳନୀ ୨୦୨୧ ଅନୁଷ୍ଠାନରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ପ୍ରଫେସର ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କର୍ଣ୍ଣ, ନାସା ଓ ଗଳା (ଇଏନ୍‌ଟି) ତଥା ମୁଣ୍ଡ ଓ ବେକ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ସନ୍ତୋଷ କୁମାର ସ୍ୱାଇଁ ୨୦୨୧ ନିମନ୍ତେ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ନିଜ ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ଦେଇଥିବା ମାର୍ଗଦର୍ଶନ ଓ ସୁଦୂରପ୍ରସାରୀ ଜ୍ଞାନ ପ୍ରଦାନକୁ ଦୃଷ୍ଟିରେ ରଖି ପ୍ରଫେସର ସ୍ୱାଇଁଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଦ୍ୱିତୀୟ ପ୍ରଫେସର ଭାବେ ପ୍ରଫେସର ସ୍ୱାଇଁଙ୍କୁ ୨୦୨୧ରେ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନକୁ ନେଇ ଭର୍ଚୁଆଲ୍ କାର୍ଯ୍ୟକ୍ରମ ଜରିଆରେ ‘ଚଳିତ ବର୍ଷର ଶ୍ରେଷ୍ଠ ପ୍ରଫେସର’ ଭାବେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ପ୍ରଫେସର ସ୍ୱାଇଁଙ୍କ ନାମରେ ୨୦୦ରୁ ଅଧିକ ରିସର୍ଚ୍ଚ ପେପର ରହିଥିବା ବେଳେ ତାହା ଜାତୀୟ ଏବଂ ଆନ୍ତର୍ଜାତୀକ ସ୍ତରରେ ବିଭିନ୍ନ ଜର୍ନାଲ୍‌ରେ ପ୍ରକାଶ ପାଇଛି ଏବଂ ସେ ଏମ୍‌ବିବିଏସ୍ ଏବଂ ଏମ୍‌ଏସ୍‌/ଏମ୍‌ଡି ଛାତ୍ରଛାତ୍ରୀଙ୍କ ପାଇଁ ୯ଟି ପୁସ୍ତକ ରଚନା କରିଛନ୍ତି।

ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ରିସର୍ଚ୍ଚ ସେଂଟର (ବିବିଆର୍‌ସି)ର ନିର୍ଦ୍ଦେଶକ ତଥା ବିଶିଷ୍ଟ ଗବେଷକ ପ୍ରଫେସର ଲାଲା ବିହାରୀ ଶୁକ୍ଳା ମଧ୍ୟ ଚଳିତ ବର୍ଷ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ: ସୋଆ ପ୍ରତିଷ୍ଠାତା ସଭାପତି ସମ୍ମାନିତ

ଭୁବନେଶ୍ବର: କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋରଞ୍ଜନ ନାୟକଙ୍କୁ ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷର ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ‘ଜାତି ନନ୍ଦିଘୋଷ କନକ୍ଳେଭ’ ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।  ପ୍ରଫେସର ନାୟକଙ୍କ ପକ୍ଷରୁ ଏହି ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି ସୋଆର ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ।

ନନ୍ଦିଘୋଷ ଟିଭିର ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ନନ୍ଦିଘୋଷ ଟଭି ଏକ ନିରପେକ୍ଷ ଓ ଦାୟିତ୍ୱବାନ ଗଣମାଧ୍ୟମଭାବେ ସଫଳତାର ସହ କାମ କରିଚାଲିଛି। ଓଡ଼ିଆ ମିଡିଆ ଜଗତରେ ନିଜ ସ୍ଥିତି ମଜବୁତ୍ କରିପାରିଛି। ଗଣତନ୍ତ୍ରରେ ମିଡିଆର ସବୁଠାରୁ ବଡ଼ ଦାୟିତ୍ୱ ହେଲା ସାଧାରଣ ଲୋକଙ୍କ ସ୍ୱାର୍ଥର ସୁରକ୍ଷା କରିବା। ଲୋକଙ୍କ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା।

ଏହି ଚ୍ୟାନେଲ ର ୧ ବର୍ଷ ପୂର୍ତ୍ତି ହୋଇ ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଚ୍ୟାନେଲ ଅତିରଞ୍ଜିତ ଖବରଠାରୁ ଦୂରରେ ରହିବ, ଅପପ୍ରଚାର ବିରୋଧରେ ଲଢ଼େଇ କରିବ ଏଵଂ ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ୱାର୍ଥ ବିଷୟରେ ସଚେତନତା ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ଏହି କନକ୍ଳେଭରେ ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କୁ ମଧ୍ୟ ‘ଜାତି ନନ୍ଦିଘୋଷ ସମ୍ମାନ’ ପ୍ରଦାନ କରାଯାଇଥିଲା।

ଏଥିସହିତ ଅଭିନେତା ସବ୍ୟସାଚୀ ମିଶ୍ର, ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ, ସିରାଜୁଦ୍ଦିନ କମ୍ପାନୀ ପ୍ରାଇଭେଟ୍ ଲିମିଟେଡର ଅଧ୍ୟକ୍ଷ ମହମ୍ମଦ ୟୁଶା ସିରାଜୁଦ୍ଦିନ, ଏସ୍‌ଏନ୍‌ ମହାନ୍ତି ଗ୍ରୁପ୍‌ର ଏମ୍‌ଡି ପ୍ରବୋଧ ମହାନ୍ତି, ଫାଲକନ ମେରାଇନ ଏକ୍ସପର୍ଟ ଲିମିଟେଡର ଏମ୍‌ଡି ତାରା ପ୍ରସାଦ ପଟ୍ଟନାୟକ, ଅଭିନେତ୍ରୀ ବିଜୟଲକ୍ଷ୍ମୀ ପ୍ରହରାଜ, ବାର୍କର ଯୁବ ବୈଜ୍ଞାନିକ ଓମ୍ ବିବର୍ତ୍ତ, ଐତିହାସିକ ଅନୀଲ ଧୀର, ଟ୍ୱିଟର ଗାର୍ଲ ଚାରୁବାଳା ବାରିକ, ଐତିହ୍ୟ କର୍ମୀ ପ୍ରତୀକ ପଟ୍ଟନାୟକ ଓ ଉତ୍କଳିକା କତାରଙ୍କୁ ମଧ୍ୟ ଏହି ସମ୍ମାନ ରେ ସମ୍ମାନିତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କୋଭିଡ ଯୁଦ୍ଧରେ ଅବଦାନ ନିମନ୍ତେ ଜାତୀୟ ସ୍ତରରେ ସମ୍ମାନିତ ହେଲା ସୋଆ

ଭୁବନେଶ୍ୱର: କୋଭିଡ-୧୯ ମହାମାରୀ ସମୟରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)କୁ “ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର” ରେ ସମ୍ମାନିତ କରାଯାଇଛି। ଗୁରୁବାର ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟଇ) ପକ୍ଷରୁ ସୋଆକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

କୋଭିଡ-୧୯ ମୁକାବିଲାକୁ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ୧୨ଟି ବିଭିନ୍ନ କାଟେଗୋରୀରେ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ୍ ନିଶାଙ୍କ ଏବଂ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ୍ ସହସ୍ରବୁଦ୍ଧେ ଉପସ୍ଥିତ ଥିଲେ।

ଶ୍ରୀ ପୋଖରିଆଲ୍ ବିଭିନ୍ନ କାଟେଗୋରୀରେ ପୁରସ୍କୃତ ହୋଇଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଶୁଭେଚ୍ଛା ଜଣାଇବା ସହ କରୋନା ମୁକାବିଲା ନେଇ ସେମାନଙ୍କର ଭୂମିକାକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ “ସମାଜର ଆବଶ୍ୟକତା ପ୍ରତି ଯତ୍ନଶୀଳ ହେଲେ ଆମର ଭୂମିକା ମହତ୍ୱପୂର୍ଣ୍ଣ ହୋଇଥାଏ।”

କରୋନା ମହାମାରୀକୁ ନେଇ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସୋଆ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଡାକ୍ତର, ନର୍ସ ଓ ଫାକଲ୍ଟିମାନେ ଭୁବନେଶ୍ୱର ସହର ଏବଂ ଏହାର ନିକଟବର୍ତୀ ଗ୍ରାମ ଗୁଡ଼ିକରେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରାଇଥିଲେ। ଲୋକମାନେ କିଭଳି ଠିକ୍ ଭାବେ ହାତ ଧୋଇବେ, ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ଅବଲମ୍ବନ କରିବେ ସେ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସଂକ୍ରମଣକୁ କିଭଳି ରୋକା ଯାଇପାରିବ ସେ ନେଇ ସୋଆ ପରିଚାଳିତ ଇନ୍‌ଷ୍ଟିୁଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ପକ୍ଷରୁ ମାସ୍କ, ଫେସ୍‌ସିଲ୍ଡ, ପିପିଇ ଏବଂ ସାନିଟାଇଜର ବିପୁଳ ଭାବେ ପ୍ରସ୍ତୁତ କରାଯାଇଥିଲା। ଲକ୍ ଡାଉନ୍ ସମୟରେ ଶୁଖିଲା ଓ ରନ୍ଧା ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଦ୍ରବ୍ୟ ସୋଆ ନିକଟବର୍ତ୍ତୀ ଅଂଚଳରେ ବଂଟନ କରାଯାଇଥିଲା ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍ ଶାଖା, ସୋଆ କମ୍ୟୁନିଟି ରେଡିଓ ଏବଂ ବିଭିନ୍ନ ଷ୍ଟୁଡେଂଟ କ୍ଲବ୍ ପକ୍ଷରୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା।

ଚଳିତ ବର୍ଷ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌୍‌ଷ୍ଟିଚ୍ୟୁସ୍‌ନାଲ୍ ର୍ୟାାଙ୍କିଙ୍ଗ ଫ୍ରେମ୍ ୱାର୍କ ର୍ୟା ଙ୍କିଙ୍ଗ୍‌ରେ ଦେଶର ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆ ମାନ୍ୟତା ପାଇଛି। ସେହିପରି ଓଡ଼ିଶା ସରକାରଙ୍କ ସହ ହାତ ମିଳାଇ କରୋନା ମହାମାରୀର ମୁକାବିଲା ନେଇ ସୋଆ ପକ୍ଷରୁ ୨୨୦୦ରୁ ଊର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ଓ କୋଭିଡ କେୟାର ସେଂଟର ପ୍ରସ୍ତୁତ କରାଯାଇ ରୋଗୀମାନଙ୍କୁ ସେବା କରାଯାଉଛି।
ରାଜ୍ୟର ବୃହତମ କୋଭିଡ ହସ୍ପିଟାଲ୍ ଭାବେ ସୋଆ ପକ୍ଷରୁ ଭୁବନେଶ୍ୱର ଠାରେ ୭୨୫ ଶଯ୍ୟା ବିଶିଷ୍ଟ (ଆଇସିୟୁ ଏବଂ ହାଇ ଡିପେଣ୍ଡାନ୍ସ ୟୁନିଟ୍ ବେଡ୍ସ) ପ୍ରସ୍ତୁତ କରାଯାଇଥିବା ବେଳେ ନୟାଗଡ ଜିଲ୍ଲାର ଚାନ୍ଦପୁର ଠାରେ ୩୬୬ ଶଯ୍ୟା, କେନ୍ଦ୍ରାପଡା ଠାରେ ୧୭୦ ଶଯ୍ୟା ଏବଂ ତାଳଚେର ଠାରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ପ୍ରସ୍ତୁତ କରାଯାଇ ରୋଗୀ ଚିକିତ୍ସା କରାଯାଉଛି।

ସେହିପରି ସୋଆ ପକ୍ଷରୁ ଜାମୁଝରୀ ଠାରେ ୫୦୦ ଶଯ୍ୟା ଏବଂ ଜଟଣୀ ଠାରେ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର ପରିଚାଳନା କରାଯାଉଛି।
ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ସବୁ ହସ୍ପିଟାଲ୍‌ଗୁଡ଼ିକରେ ରୋଗୀଙ୍କର ଉତମ ଚିକିତ୍ସା କରାଯାଉଥିବା ବେଳେ ଡାକ୍ତର, ନର୍ସ ଏବଂ ପାରାମେଡିକ୍ସମାନେ ଦିନ ରାତି କରୋନା ରୋଗୀମାନଙ୍କର ସେବା କରିବାରେ ନିଜକୁ ନିୟୋଜିତ କରିଛନ୍ତି।