Categories
ଆଜିର ଖବର ଜାତୀୟ ଖବର ସିନେମା

ୟୁପିରେ ଟାକ୍ସ ଫ୍ରି ହେବ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତାଙ୍କର ସମସ୍ତ କ୍ୟାବିନେଟ ସହକର୍ମୀଙ୍କ ସହ ଆଜି ସମ୍ରାଟ ପୃଥ୍ବୀରାଜ ଫିଲ୍ମ ଦେଖିଛନ୍ତି। ଲକ୍ଷ୍ନୌର ଲୋକ ଭବନରେ ଏହି ଚଳଚ୍ଚିତ୍ରର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ପୁରା କ୍ୟାବିନେଟ୍ ଏହି ଫିଲ୍ମ ଦେଖିଥିଲେ। ଫିଲ୍ମ ଦେଖିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ରାଜ୍ୟ ପାଇଁ ଟାକ୍ସ ମୁକ୍ତ କରିବାକୁ ଘୋଷଣା କରିଛନ୍ତି।

ପୃଥ୍ବୀରାଜ ଚୌହାନଙ୍କ ଜୀବନୀ ଉପରେ ଏହି ଚଳଚ୍ଚିତ୍ରର କାହାଣୀ। ଏହି ଚଳଚ୍ଚିତ୍ରରେ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ମନୁଶି ଚିଲାର ଅଭିନୟ କରିଛନ୍ତି। ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଏହି ଚଳଚ୍ଚିତ୍ରଟି ଜୁନ୍ ୩ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।