Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡିଶାରେ ପୁଣି ଥରେ ଖୋଲିବ କୋଭିଡ ହସପିଟାଲ, ସ୍ବାସ୍ଥ୍ୟ ବିଭାଗ ଆରମ୍ଭ କଲା ପ୍ରସ୍ତୁତି

ଭୁବନେଶ୍ବର, ଓଡିଶାରେ ପୁଣି ଥରେ କୋଭିଡ ହସପିଟାଲ ଖୋଲିବ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ବିଚାରବିମର୍ଶ ଆରମ୍ଭ କରିଛି। ବର୍ତ୍ତମାନ ରାଜ୍ୟରେ ଯେପରି କରୋନାର ଦ୍ବିତୀୟ ଲହର ସୃଷ୍ଟି ହୋଇଛି ସେଥିପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବେ। ପୂର୍ବରୁ ଯେଉଁଠି ଏହି ହସପିଟାଲ ଖୋଲାଯାଇଥିଲା ସେହିଠାରେ ପୁଣି ଖୋଲିବାକୁ ଆଲୋଚନା ଚାଲିଛି।

ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣ ଆସିବା ପରେ ରାଜ୍ୟ ସରକାର କୋଭିଡ ହସପିଟାଲକୁ ବନ୍ଦ କରିଦେଇଥିଲେ। ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ଅଳ୍ପ କେତୋଟି ହସପିଟାଲ ବର୍ତ୍ତମାନ ସୁଦ୍ଧା ଚାଲୁ ରହିଛି। ହେଲେ ବିଭିନ୍ନ ଜିଲ୍ଲାରେ ଥିବା କୋଭିଡ ହସପିଟାଲକୁ ବନ୍ଦ କରିଦିଆଯାଇଛି। ବର୍ତ୍ତମାର ପରିସ୍ଥିତିକୁ ନଜରରେ ରଖି ସେଗୁଡିକ ପୁନଃଚାଲୁ କରାଯିବ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରୁ କମିବାରେ ଲାଗିଛି କରୋନା ଆତଙ୍କ, ବନ୍ଦ ହେଲା ଘରୋଇ କୋଭିଡ ହସପିଟାଲ

ଭୁବନେଶ୍ବର, ଧୀରେ ଧୀରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଫଳରେ ବହୁ ମୂଲ୍ୟର ଘରୋଇ କୋଭିଡ ହସପିଟାଲ ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି। ସେହି ଅନୁସାରେ ରାଜ୍ୟର 48ଟି କୋଭିଡ ହସପିଟାଲ ମଧ୍ୟରୁ 31 ଟି ଘରୋଇ ହସପିଟାଲକୁ ବନ୍ଦ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସମ କୋଭିଡ ହସପିଟାଲ ଏବଂ ଅଶ୍ବନୀ କୋଭିଡ ହସପିଟାଲ ଖୋଲିବା ପାଇଁ କୁହାଯାଇଛି।

ଏ ନେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଦ୍ବାରା ହସପିଟାଲକୁ ଜଣାଇ ଦେଇଛନ୍ତି। ଏଥିରେ ଉଲ୍ଲେଖ ରହିଛି ଯେ, ବର୍ତ୍ତମାନଠାରୁ କୌଣସି ନୂତନ ରୋଗୀଙ୍କୁ ଭର୍ତ୍ତି କରିବେ ନାହିଁ। ତେବେ ଯେଉଁମାନେ ପୂର୍ବରୁ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ଚିକିତ୍ସା ଜାରୀ ରଖିବେ। ସେମାନେ ସମସ୍ତେ ସୁସ୍ଥ ହୋଇ ଡିସଚାର୍ଯ୍ୟ ହେବା ପରେ ହସପିଟାଲକୁ ବନ୍ଦ କରିବେ। ଏହି ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ଯେପରି ବହନ କରୁଥିଲେ ସେହିପରି କରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ତେବେ ସ୍ବାସ୍ଥ୍ୟ ବିଭାଗ ସମ କୋଭିଡ ହସପିଟାଲ ଓ ଅଶ୍ବନୀ କୋଭିଡ ହସପିଟାଲକୁ ଆଉ କିଛିଦିନ ପାଇଁ ଚାଲୁ ରଖିବାକୁ ନିଷ୍ପତି କରିଛନ୍ତି। ହେଲେ ପୂର୍ବ ଅପେକ୍ଷା ଶଯ୍ୟା ସଂଖ୍ୟା ହ୍ରାସ କରିଦିଆଯାଇଛି। ସେହି ଅନୁସାରେ ସମ କୋଭିଡ ହସପିଟାଲର 50 ଟି ସାଧାରଣ ଶଯ୍ୟା, 75ଟି ଆଇସିୟୁ ଏବଂ 25ଟି ଏଚଡିୟୁ ସଂରକ୍ଷିତ କରି ରଖାଯାଇଛି।

ସେହିପରି ଅଶ୍ବନୀ କୋଭିଡ ହସପିଟାଲ କୋଭିଡ ଯୋଦ୍ଧାମାନଙ୍କ ପାଇଁ ସମର୍ପିତ କରାଯାଇଥିବାରୁ ତାହାକୁ ଚାଲୁ ରଖାଯିବ। ଅନ୍ୟପକ୍ଷରେ କୋଭିଡ କେୟାର ସେଣ୍ଟର ଏବଂ କରୋନା କେୟାର ହୋମକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପୁଣି କରୋନା ହାରିଲା: ସମ୍ କୋଭିଡ ହସପିଟାଲରେ ସୁସ୍ଥ ହେଲେ ୯୩ ବର୍ଷୀୟା ମହିଳା

ଭୁବନେଶ୍ୱର: କରୋନା ମହାମାରୀ ଭଳି ଅଦୃଶ୍ୟ ଓ ଭୟଙ୍କର ଶତ୍ରୁକୁ ବୟୋଜ୍ୟେଷ୍ଠ ମାନେଯେ ଖୁବ ଅନାୟସରେ ପରାସ୍ତ କରିପାରିବେ ଏହାକୁ ପୁଣି ଥରେ ପ୍ରମାଣ କରିଛନ୍ତି ଜଣେ ୯୩ ବର୍ଷୀୟା ମହିଳା। ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଦ୍ୱାରା ବରିଷ୍ଠ ନାଗରିକ ମାନେ କରୋନାରୁ ସୁସ୍ଥ ହୋଇପାରିବେ। ଏହା ପୁଣି ଥରେ ସାବ୍ୟସ୍ତ ହୋଇଛି ସମ୍ କୋଭିଡ ହସପିଟାଲରେ। କରୋନା ସଂକ୍ରମିତ ହୋଇଥିବା ୯୩ ବର୍ଷୀୟା ବାସନ୍ତୀ ପାତ୍ର ସମ୍ କୋଭିଡ ହସପିଟାଲ୍‌ରୁ ଚିକିତ୍ସା ପାଇବା ପରେ ରବିବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ମାତା ଶ୍ରୀମତି ବାସନ୍ତୀ ପାତ୍ର ଗତ ଅକ୍ଟୋବର ୨ ତାରିଖରେ କରୋନା ସଂକ୍ରମିତ ହୋଇଥିବାବେଳେ ୫ ତାରିଖରେ ଭୁବନେଶ୍ୱରସ୍ଥିତ ସମ୍ କୋଭିଡ ହସପିଟାଲରେ ଭର୍ତି ହୋଇଥିଲେ। ଏହି ବୟୋଜ୍ୟେଷ୍ଠ ମହିଳାଙ୍କ ଶରୀରରେ ହୃଦଜନିତ ଓ କିଡନି ଜନିତ ସମସ୍ୟା ରହିଥିବାବେଳେ ପିତକୋଷରେ ପଥର ଥିବା ଜଣା ପଡ଼ିଥିଲା। ଏହାଛଡ଼ା ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ମଧ୍ୟ ତାଙ୍କର ଥିବାର ଜଣାପଡ଼ିଥିଲା। ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମିତ ହୋଇଥିବା ଏହି ୯୩ ବର୍ଷୀୟା ମହିଳାଙ୍କର ଚିକିତ୍ସା କରିବା ଏକ ପ୍ରକାର ଆହ୍ୱାନ ଥିଲା।

ତେବେ ସମ୍ କୋଭିଡ ହସପିଟାଲର ଡାକ୍ତର ଓ ନର୍ସ ଏବଂ ଅନ୍ୟାନ୍ୟ ପାରାମେଡିକ କର୍ମଚାରୀମାନଙ୍କର ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସୁସ୍ଥ ହୋଇ ଘରକୁ ଫେରିବା ସମୟରେ ନିଜର ଖୁସି ବ୍ୟକ୍ତ କରବା ସହ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ଓ ନର୍ସମାନଙ୍କୁ ଅନେକ ଆଶୀର୍ବାଦ କରିଛନ୍ତି ବୟୋଜ୍ୟେଷ୍ଠ ମହିଳା ଜଣକ। ସେହିପରି ନିଜ ମାଆ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ସମ୍ କୋଭିଡ ଟିମ୍ ଓ ସୋଆ କର୍ତୃପକ୍ଷଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ବିଧାୟକ ଶ୍ରୀ ପାତ୍ର। ସମ୍ କୋଭିଡ ଟିମ୍‌ର ସେବା, ଯତ୍ନ, ଚିକିତ୍ସା ଓ ଆପ୍ରାଣ ଉଦ୍ୟମ ଯୋଗୁଁ ହିଁ ଅନେକ ବୟସ୍କ କରୋନା ସଂକ୍ରମିତ ଏହି ମହାମାରୀରୁ ସୁସ୍ଥ ହୋଇ ପାରୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି।