Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହେଲେ ଜାପାନ ନାଗରିକ

ଭୁବନେଶ୍ୱର: କୋଭିଡ୍ ସଂକ୍ରମିତ ହେବା ପରେ ଚିକିତ୍ସିତ ହୋଇ ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇଛନ୍ତି ଜାପାନର ନାଗରିକ ପି.ଟାକାହାରା କେଞ୍ଜି। କୋଭିଡ ସଂକ୍ରମିତ ହୋଇ ଶ୍ରୀ କେଞ୍ଜି ଗତ ଜୁନ୍‌ ୧୯ ତାରିଖ ଦିନ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

ତେବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଗତ ମଙ୍ଗଳବାର ଦିନ ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି। ତାଙ୍କର ଜ୍ୱର ସହିତ ଥଣ୍ଡା ଓ କାଶ ଜନିତ ସମସ୍ୟା ରହିଥିଲା। ତେବେ ସମସ୍ତ ପ୍ରକାର ଚିକିତ୍ସା ଗ୍ରହଣ କରି ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିବା କହିଛନ୍ତି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର।

ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଥିବା ବେଳେ ଜାପାନ୍‌ର ଏହି ନାଗରିକ ଜଣକ କୋଭିଡ ସଂକ୍ରମିତ ହୋଇଥିଲେ। ତେବେ ସମ୍ କୋଭିଡ ହସ୍ପିଟାଲ୍‌ର ଉତମ ଚିକିତ୍ସା ଓ ସେବା ସୁଶୃଷା ଫଳରେ ସେ ସୁସ୍ଥ ହୋଇପାରିଛନ୍ତି ଓ ଡାକ୍ତର ଏବଂ ନର୍ସମାନଙ୍କର ସେବା ନିମନ୍ତେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ ୯୬ ବର୍ଷୀୟ ବୟୋଜ୍ୟେଷ୍ଠ

ଭୁବନେଶ୍ୱର: କୋଭିଡର ନୂଆ ଭାରିଆଂଟ ଓମିକ୍ରନ୍ ସଂକ୍ରମଣର ଭୟ ଏବଂ ତୃତୀୟ ଲହରର ଆଶଙ୍କା ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ଆସିଛି ଆସ୍ୱସ୍ତିକର ଖବର। କୋଭିଡ ସଂକ୍ରମିତ ୯୬ ବର୍ଷୀୟ ଜଣେ ବୃଦ୍ଧ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଭୁବନେଶ୍ୱର ଉପକଣ୍ଠ ଡୁମ୍‌ଡୁମା ଅଂଚଳର ବୟୋଜ୍ୟେଷ୍ଠ ବ୍ୟକ୍ତି ଗଦାଧର ଦାସ କରୋନା ସଂକ୍ରମିତ ହେବା ପରେ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଗତ ଡିସେମ୍ବର ୨୦ ତାରିଖରେ ଭର୍ତି ହୋଇଥିଲେ। ହସ୍ପିଟାଲ୍‌ରେ ଭର୍ତ୍ତି ହେବା ସମୟରେ ତାଙ୍କୁ ଜ୍ୱର, ଛାତିରେ କଫ ଜମିବା ସହ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା। ତାଙ୍କୁ ସୁସ୍ଥ କରିବା ନିମନ୍ତେ ଆଇସିୟୁରେ ରଖାଯାଇ ଅକ୍ସିଜେନ୍ ମଧ୍ୟ ଦିଆଯାଇଥିଲା।

ଦୀର୍ଘ ୯ ଦିନ ଧରି ସମ୍ କୋଭିଡ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ମାନେ ତାଙ୍କର ଉତ୍ତମ ଚିକିତ୍ସା, ସେବା, ଯତ୍ନ କରିବା ଫଳରେ ସେ ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରିଛନ୍ତି।

ତାଙ୍କ ପୁଅ ଧର୍ମାନନ୍ଦ ଦାସ ମଧ୍ୟ କୋଭିଡ୍ ସଂକ୍ରମିତ ହୋଇ ସମ୍ କୋଭିଡ୍‌ରେ ଭର୍ତ୍ତି ହୋଇଥିଲେ। ବାପା ପୁଅ ଉଭୟ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ବୃଦ୍ଧ ବାପା କୋଭିଡ୍‌ରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ସମ୍ କୋଭିଡ୍ ହସ୍ପିଟାଲ୍‌କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ପୁଅ ଧର୍ମାନନ୍ଦ।

କେବଳ ଗଦାଧର ନୁହଁନ୍ତି କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ଅନେକ ବୟୋଜ୍ୟେଷ୍ଠ ଓ ବୟୋଜ୍ୟେଷ୍ଠା କୋଭିଡ୍ ସଂକ୍ରମିତ ହୋଇ ସମ୍ କୋଭିଡ୍‌ରେ ଭର୍ତ୍ତି ହୋଇଥିବା ବେଳେ ସମ୍ କୋଭିଡ୍ ଯୋଦ୍ଧାଙ୍କ ଚିକିତ୍ସା, ସେବା ଶୁଶୃଷା ଓ ଆପ୍ରାଣ ଉଦ୍ୟମ ଯୋଗୁଁ ବହୁ ସଂଖ୍ୟାରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ କୋଭିଡ ହସ୍ପିଟାଲ୍‌ର କରୋନା ଯୋଦ୍ଧା କମଳିନୀ ମଲ୍ଲିକ୍ ସମ୍ବର୍ଦ୍ଧିତ

ଭୁବନେଶ୍ୱର: କୋଭିଡ୍ ସଂକ୍ରମିତଙ୍କର ସେବା, ଯତ୍ନ ଓ ଚିକିତ୍ସା କରିବା ଦିଗରେ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗୀକୃତ କରିଥିବା ସମ୍ ହସ୍ପିଟାଲ୍‌ର ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ୍ କମଳିନୀ ମଲ୍ଲିକଙ୍କୁ “ଭାରତ ଗୌରବ ଶ୍ରୀ” ସମ୍ମାନ ପ୍ରଦାନ କରାଯାଇଛି। ବିଶ୍ୱ ମାନବାଧିକାର ସୁରକ୍ଷା ସଂଘ ପକ୍ଷରୁ ଉଲ୍ଲେଖନୀୟ ସମାଜ ସେବା ନିମନ୍ତେ ସମ୍ କୋଭିଡ୍ ହସ୍ପିଟାଲ୍‌ର କରୋନା ଯୋଦ୍ଧା ଶ୍ରୀମତି ମଲ୍ଲିକଙ୍କୁ ରବିବାର ଏଠାରେ ନେପାଳ ଦୂତାବାସର ମିନିଷ୍ଟର କାଉନ୍‌ସେଲର (ପଲିଟିକାଲ୍‌) ଆନନ୍ଦ ପ୍ରସାଦ ଶର୍ମା ଏହି ସମ୍ମାନ ପ୍ରଦାନ କରିଛନ୍ତି।

ଗତ ୨୦୨୦ ମାର୍ଚ୍ଚ ମାସରେ କୋଭିଡ ମହାମାରୀ ଆରମ୍ଭ ହେବା ପରଠାରୁ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଦୀର୍ଘ ଏକ ବର୍ଷ ୮ ମାସ ଧରି ନିରନ୍ତର କରୋନା ସଂକ୍ରମିତଙ୍କର ସେବା, ଯତ୍ନ ଓ ଚିକିତ୍ସା କରିଆସୁଛନ୍ତି କମଳିନୀ। ତାଙ୍କର ପ୍ରଚେଷ୍ଟା ଫଳରେ ଅନେକ ଗୁରୁତର ସଂକ୍ରମିତ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିପାରିଛନ୍ତି।

ଦୀର୍ଘ ଦିନ ହେବ ନିଜ ପରିବାର ଠାରୁ ଦୂରରେ ରହି ହସ୍ପିଟାଲ୍‌ରେ ହିଁ ନିଃସ୍ୱାର୍ଥପର ଭାବେ ରୋଗୀ ସେବା କରିଆସୁଛନ୍ତି କମଳିନୀ।

ରବିବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦକ୍ଷିଣ ଆଫ୍ରିକା ଦୂତାବାସର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଶରତଚନ୍ଦ୍ର ପ୍ରଧାନ, ମରିସସ୍‌ର ବିଶ୍ୱ ଯୁବ ସଂସ୍ଥାନର ସେକ୍ରେଟାରୀ ଜେନେରାଲ୍ ଅମରନାଥ ଦେଓ ଏବଂ ବିଶ୍ୱ ମାନବାଧିକାର ସୁରକ୍ଷା ସଂଘର ଜାତୀୟ ସଭାପତି ଅଭିନ୍ନ ହୋତା ଉପସ୍ଥିତ ଥିଲେ।

ଏହି ଅବସରରେ “ଆତଙ୍କବାଦ, ପରିବେଶ ନ୍ୟାୟ ଏବଂ ମାନବାଧିକାର” ଶୀର୍ଷକ ଏକ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାକୁ ପରାସ୍ତ କଲେ ବୟୋଜ୍ୟେଷ୍ଠ ଦମ୍ପତି : ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ

ଭୁବନେଶ୍ୱର: ଏକା ସଂଗେ କରୋନା ସଂକ୍ରମିତ ହେଲେ, ଏକା ସଂଗେ ଏହି ମହାମାରୀକୁ ପରାସ୍ତ ମଧ୍ୟ କଲେ ବୟୋଜ୍ୟେଷ୍ଠ ଦମ୍ପତି। ୯୬ ଓ ୮୮ ବର୍ଷର ଦମ୍ପତି ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯୬ ବର୍ଷୀୟ ବୈଦ୍ୟନାଥ ପରିଡା ଓ ତାଙ୍କ ପତ୍ନୀ ୮୮ ବର୍ଷୀୟା ଶକୁନ୍ତଳା ପରିଡା ଏକା ସାଙ୍ଗରେ କରୋନା ସଂକ୍ରମିତ ହୋଇଥିବା ବେଳେ ସମ୍ କୋଭିଡ ହସ୍ପିଟାଲ୍‌ରେ ଉତ୍ତମ ଚିକିତ୍ସା ପାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଗତ ନଭେମ୍ବର ୭ ତାରିଖରେ କରୋନା ସଂକ୍ରମିତ ହେବା ପରେ ଏହି ଦମ୍ପତିଙ୍କୁ  ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ବୟସାଧିକ୍ୟ କାରଣରୁ ଉଭୟଙ୍କର ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ଭଳି ସମସ୍ୟା ରହିଥିଲା। କରୋନା ସଂକ୍ରମିତ ହେବା ପରେ ଜ୍ୱର ଏବଂ କାଶ ମଧ୍ୟ ହେଉଥିଲା। ତେବେ ସମ୍ କୋଭିଡ ଟିମ୍‌ର ଚିକିତ୍ସା ଓ ଯତ୍ନ ଫଳରେ ଦମ୍ପତି ସୁସ୍ଥ ହୋଇ ଏକା ସଂଗରେ ଘରକୁ ଫେରିଛନ୍ତି।

ଘରକୁ ଫେରିବା ସମୟରେ ଉଭୟ ବୈଦ୍ୟନାଥ ଓ ଶକୁନ୍ତଳା ସମ୍ କୋଭିଡ ହସ୍ପିଟାଲ୍‌କୁ ପ୍ରଶଂସା କରିବା ସହ ତାଙ୍କୁ ଚିକିତ୍ସା କରିଥିବା କୋଭିଡ ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି।
ସେହିପରି କେନ୍ଦ୍ରାପଡାର ଗନ୍ଧର୍ବ ଚରଣ ସାହୁ (୭୩) ମଧ୍ୟ କୋଭିଡ ଆକ୍ରାନ୍ତ ହୋଇ ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ସୁସ୍ଥତା ଲାଭ କରିଛନ୍ତି। ଚିକିତ୍ସା ସହିତ ସ୍ନେହ, ଆଦର ଓ ଯତ୍ନ ଯୋଗୁଁ ସେ ସୁସ୍ଥ ହୋଇଛନ୍ତି ବୋଲି କହି ସମ୍ କୋଭିଡ ଟିମ୍‌ର ସେ ଉଚ୍ଚ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ଭୁବନେଶ୍ୱର: କ୍ୟାନ୍ସରରେ ଆକ୍ରାନ୍ତ ଏବଂ କରୋନା ସଂକ୍ରମିତ ଜଣେ ୯୦ ବର୍ଷୀୟ ବୃଦ୍ଧ
କୋଭିଡକୁ ପରାସ୍ତ କରିଛନ୍ତି। ସମ୍ କୋଭିଡ ହସ୍ପିଟାଲ୍‌ରୁ କରୋନା ମୁକ୍ତ ହୋଇଛନ୍ତି ଶ୍ରୀ ମୁରଲୀଧର ଶତପଥୀ। ଗଳା କର୍କଟ ରୋଗରେ ଗତ ମାର୍ଚ୍ଚ ମାସରୁ ପୀଡିତ ଥିବା ଏହି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର କ୍ୟାନ୍ସର ଚିକିତ୍ସା ଚାଲିଥିବା ବେଳେ ଗତ ଅକ୍ଟୋବର ୧୦ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିଲେ। ସଂକ୍ରମିତ ହେବା ପରେ କ୍ୟାନ୍ସର ହସ୍ପିଟାଲ୍‌ରୁ ତାଙ୍କୁ ସମ୍ କୋଭିଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା।

କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପରେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ ସମ୍ କୋଭିଡ ଟିମ୍। ସମ୍ କୋଭିଡ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କର ଉତ୍ତମ ଚିକିତ୍ସା, ଯତ୍ନ ଓ ସେବା ଶୁଶ୍ରୁଷା ଫଳରେ ସେ ସୁସ୍ଥ ହେବା ସହ କରୋନାକୁ ପରାସ୍ତ ମଧ୍ୟ କରିସାରିଛନ୍ତି।

ହସ୍ପିଟାଲ୍‌ରେ ଭର୍ତ୍ତି ହେବା ସମୟରେ ଠିକ୍‌ରେ ଖାଇପାରୁ ନଥିବା ଏବଂ କେବଳ ତରଳ ପଦାର୍ଥ ଗ୍ରହଣ କରୁଥିବା ଏହି ବୟୋଜ୍ୟେଷ୍ଠ ବ୍ୟକ୍ତି ଜଣଙ୍କ ହସ୍ପିଟାଲ୍‌ରୁ ସୁସ୍ଥ ହୋଇପାରିଥିବା ନେଇ ଆନନ୍ଦ ପ୍ରକଟ କରିଛନ୍ତି ତାଙ୍କ ସମ୍ପର୍କୀୟ ସବ୍ୟସାଚୀ ମିଶ୍ର। ଏନେଇ ସେ ସମ୍ କୋଭିଡ ଟିମ୍‌କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

ଜଣେ କ୍ୟାନ୍ସର ଆକ୍ରାନ୍ତଙ୍କ କ୍ଷେତ୍ରରେ କୋଭିଡ ସଂକ୍ରମଣ ଅଧିକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ ମୁରଲୀଧର କରୋନାକୁ ପରାସ୍ତ କରିବା ନିଶ୍ଚିତ ଭାବେ କରୋନା ରୋଗୀଙ୍କ କ୍ଷେତ୍ରରେ ଆଶାଜନକ ବାର୍ତ୍ତା ପ୍ରଦାନ କରୁଛି। କୋଭିଡକୁ ଯେ ପରିଣତ ବୟସରେ ଓ ଭୟଙ୍କର ରୋଗ ଆକ୍ରାନ୍ତ ହୋଇଥିବା ସତ୍ତ୍ୱେ ପରାସ୍ତ କରିହେବ ତାହା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ସମ୍ କୋଭିଡ ଟିମ୍‌ର ଉଦ୍ୟମ, ସେବା ଓ ଯତ୍ନ ଫଳରେ ଏଭଳି ଅନେକ ବୟୋଜ୍ୟେଷ୍ଠ ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ କରୋନା ସଂକ୍ରମିତ ସୁସ୍ଥ ହେଉଥିବାର ଦେଖିବାକୁ ମିଳୁଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଯୁଦ୍ଧରେ ବିଜୟୀ ହେଲେ ୮୬ ବର୍ଷୀୟା ମହିଳା: ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ

ଭୁବନେଶ୍ୱର: ଉପଯୁକ୍ତ ଉତ୍ତମ ଚିକିତ୍ସା, ଯତ୍ନ ଓ ସେବା ଫଳରେ ସମ୍ କୋଭିଡ୍‌
ହସ୍ପିଟାଲରୁ ନିୟମିତ ଭାବେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ପୁଣି ଜଣେ ବୟୋଜ୍ୟେଷ୍ଠା ମହିଳା ଏହି ମାରାତ୍ମକ ଭାଇରସ୍‌କୁ ପରାସ୍ତ କରିଛନ୍ତି।

ଢେଙ୍କାନାଳର ୮୬ ବର୍ଷୀୟା ଶ୍ରୀମତି ନିରୁପମା ମହାପାତ୍ର କରୋନା ସଂକ୍ରମିତ ହୋଇ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କର ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ଶାରୀରିକ ଅସୁସ୍ଥତା ଥିଲା। କରୋନା ପଜିଟିଭ ହେବା ପରେ ସେ ଘରେ ରହି ଚିକିତ୍ସିତ ହେଉଥିଲେ। ମାତ୍ର ହଠାତ୍ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇ ପଡ଼ିବାରୁ ପ୍ରଥମେ ଢେଙ୍କାନାଳ ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

ତେବେ କିଛି ସମୟ ମଧ୍ୟରେ ଢେଙ୍କାନାଳରୁ ତାଙ୍କୁ ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସମ୍ କୋଭିଡ ହସ୍ପିଟାଲ୍‌ରେ ଏହି ବୟସ୍କା ମହିଳାଙ୍କର ଉତ୍ତମ ଯତ୍ନ ନେଇଥିଲେ ଡାକ୍ତର ଓ ନର୍ସମାନେ। ସମ୍‌ କୋଭିଡ ଟିମ୍‌ର ସଫଳ ଚିକିତ୍ସା ଫଳରେ ଶ୍ରୀମତି ମହାପାତ୍ର ସୁସ୍ଥ ହୋଇ ନିଜ ଗୃହକୁ ଫେରିଯାଇଛନ୍ତି।

ମା’ ସୁସ୍ଥ ହେବା ପରେ ସମ୍ କୋଭିଡ ଟିମ୍‌କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ତାଙ୍କ ପୁଅ ଶ୍ରୀ ଇତିକାନ୍ତ ମହାପାତ୍ର।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାକୁ ପରାସ୍ତ କଲେ ୯୧ ବର୍ଷୀୟ ବରିଷ୍ଠ ନାଗରିକ: ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ

ଭୁବନେଶ୍ୱର: କରୋନା ମହାମାରୀ ସହ ଯୁଦ୍ଧ କରି ଏହି ଅଦୃଶ୍ୟ ଶତ୍ରୁକୁ ପରାସ୍ତ କଲେ ୯୧ ବର୍ଷୀୟ ଜଣେ ବରିଷ୍ଠ ନାଗରିକ। ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଧିରେନ୍ଦ୍ର ନାଥ ଦାସ। ଶରୀରରେ ଅନେକ ସମସ୍ୟା ଥିବା ସତ୍ୱେ ସମ୍ କୋଭିଡ ହସ୍ପିଟାଲ୍‌ରେ ଡାକ୍ତର, ନର୍ସ ଏବଂ ପାରାମେଡିକ୍ସଙ୍କର ସଫଳ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଶ୍ରୀ ଦାସ।

ଗତ ସେପ୍ଟେମ୍ବର ୫ ତାରିଖରେ କରୋନା ସଂକ୍ରମିତ ହେବା ପରେ ସେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ପ୍ରାରମ୍ଭିକ ସ୍ତରରେ ଖୁବ୍ ଅସୁସ୍ଥ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କରୋନା ସହିତ ତାଙ୍କର ଅନ୍ୟାନ୍ୟ ବାର୍ଦ୍ଧକ୍ୟଜନିତ ଶାରୀରିକ ସମସ୍ୟା ରହିଥିଲା। ତେବେ ହସ୍ପିଟାଲ୍‌ର ଡାକ୍ତର, ନର୍ସ ମାନେ ଆପ୍ରାଣ ଉଦ୍ୟମ କରି ତାଙ୍କୁ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ।

ଡାକ୍ତର ପ୍ରଦୀପ୍ତ କୁମାର ପାତ୍ର, ଡାକ୍ତର ଆଶୀଷ ମଲ୍ଲ, ଡାକ୍ତର ସନ୍ତୋଷ ସିଂ ଏବଂ ଡାକ୍ତର ଅରୁଣ ରଥ ପ୍ରମୁଖ ଏହି ବରିଷ୍ଠ ବ୍ୟକ୍ତିଙ୍କୁ ସୁସ୍ଥ କରିବା ପାଇଁ ଆପ୍ରାଣ ପ୍ରଚେଷ୍ଟା କରିଥିଲେ। ତାଙ୍କର ଦୁଇ ଗୋଡରେ ରଡ ଲାଗିଥିବା ବେଳେ ପରିସ୍ରା କରିବାରେ ସମସ୍ୟା ଉପୁଜୁଥିଲା ଏବଂ ପ୍ରୋଷ୍ଟେଟ୍ ସମସ୍ୟା ମଧ୍ୟ ରହିଥିଲା। କରୋନା ଆକ୍ରାନ୍ତ ହେବା ପରେ ଶ୍ୱାସ କ୍ରିୟାରେ ମଧ୍ୟ ସମସ୍ୟା ଉପୁଜିଥିଲା।

ଠିକ୍ ଭାବେ ଚାଲିପାରୁ ନଥିବା କିମ୍ବା ହାତରେ ନିଜେ ଖାଇ ପାରୁନଥିବା ଏହି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ହସ୍ପିଟାଲ୍‌ରେ ଉପଯୁକ୍ତ ଯତ୍ନ ନେଇଥିଲେ ହସ୍ପିଟାଲ୍‌ର ନର୍ସମାନେ। ତାଙ୍କୁ ନିଜ ହାତରେ ଖୁଆଇଦେଇଥିଲେ କାର୍ଯ୍ୟରତ ନର୍ସ। ଉପଯୁକ୍ତ ସେବା ଶୁଶ୍ରୁଷା ଫଳରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରେସ୍ ଇନ୍‌ଫର୍ମେସନ୍ ବ୍ୟୁରୋ ଏବଂ ଆକାଶବାଣୀ କେନ୍ଦ୍ରର ଏହି ଅବସରପ୍ରାପ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା।

କରୋନା ସଂକ୍ରମିତ ହେବା ପରେ ହସ୍ପିଟାଲ ଯିବା ପୂର୍ବରୁ ସେ କରୋନାକୁ ପରାସ୍ତ କରି ଘରକୁ ନିଶ୍ଚୟ ଫେରିବେ ବୋଲି କହିଥିଲେ। ତାଙ୍କର ମନୋବଳ ଏବଂ ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନଙ୍କର ଚିକିତ୍ସା ଏବଂ ସେବା ଯୋଗୁଁ ସେ ଘରକୁ ଫେରିଛନ୍ତି ବୋଲି କହିଛନ୍ତି ତାଙ୍କ ଝିଅ ଶ୍ରୀମତି ଦେବଦତା ମହାପାତ୍ର। ଏଥିସହିତ ଶ୍ରୀ ଦାସ ସୁସ୍ଥ ହେବା ପରେ ସମ୍ କୋଭିଡ ହସ୍ପିଟାଲ୍‌ର କୋଭିଡ ଯୋଦ୍ଧା ଏବଂ ବିଶେଷ ଭାବେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ଟ୍ୱିଟ୍ ଯୋଗେ ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ତାଙ୍କ ପୁଅ ଶୁଭଙ୍କର ଦାସ। ସେହିପରି ରାଜ୍ୟରେ କୋଭିଡ ପରିଚାଳନା ନେଇ ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

ସେହିପରି  ସମ୍ କୋଭିଡ ହସ୍ପିଟାଲ୍‌ରୁ ଚିକିତ୍ସିତ ହେବା ପରେ ଶ୍ରୀ ଧୀରେନ୍ଦ୍ର ଦାସ ମଧ୍ୟ ସମ୍ କୋଭିଡ ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନଙ୍କର ସେବା କାର୍ଯ୍ୟକୁ ଉଚ୍ଚକୋଟୀର ପ୍ରଶଂସା କରିଛନ୍ତି। କେବଳ ଶ୍ରୀ ଦାସ ନୁହେଁ ଏହା ପୂର୍ବରୁ ଅନେକ ବୟୋଜ୍ୟେଷ୍ଠ ପୁରୁଷ ଓ ମହିଳା ସମ୍ କୋଭିଡ ହସ୍ପିଟାଲ୍‌ରୁ ଚିକିତ୍ସିତ ହେବା ସହ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା କେବଳ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ପାରାମେଡିକ୍ସଙ୍କର ନିରବଚ୍ଛିନ୍ନ ଚିକିତ୍ସା, ସେବା, ଯତ୍ନ ଏବଂ ଉଦ୍ୟମ ଫଳରେ ସମ୍ଭବ ହୋଇପାରିଛି।

କୋଭିଡ ମହାମାରୀକୁ ନିୟନ୍ତ୍ରଣ କରିବା ସହ ସଂକ୍ରମିତମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେବା ସହ ସଠିକ୍ କୋଭିଡ ପରିଚାଳନା କରୁଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ୨୨୦୦ରୁ ଊର୍ଦ୍ଧ୍ୱ ସମ୍ କୋଭିଡ ହସ୍ପିଟାଲ୍  ଏବଂ କୋଭିଡ କେୟାର ସେଂଟରଗୁଡ଼ିକରେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସହଯୋଗର ହାତ ବଢ଼ାଇ ଏହି ମହାମାରୀର ମୁକାବିଲା ନେଇ ନିଷ୍ଠାପର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଜନହିତକର କାର୍ଯ୍ୟ ଗ୍ରହଣ କରାଯାଉଛି।