Categories
ଆଜିର ଖବର ସ୍ବାସ୍ଥ୍ୟ

ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ସଚେତନ କଲେ ସମ ଅଲ୍ଟିମେଟ ମେଡିକେୟାରର ବିଶେଷଜ୍ଞ

ଭୁବନେଶ୍ୱର: ମହିଳାଙ୍କ ସ୍ୱାସ୍ଥ୍ୟ ସଚେତନତାକୁ ନେଇ ସମ ଅଲ୍ଟିମେଟ ମେଡିକେୟାରର ବିଶେଷଜ୍ଞମାନେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଭାରତର ପ୍ରଥମ ମହିଳା ବିଜିନେସ୍ ମେଳା-୨୦୨୨ର ଉଦ୍‌ଯାପନୀ ଦିବସରେ ମହିଳାଙ୍କ ସ୍ୱାସ୍ଥ୍ୟରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାକୁ ନେଇ ଏକ ସ୍ୱତନ୍ତ୍ର ଆଲୋଚନାରେ ମତ ରଖିଥିଲେ ସମ ଅଲ୍ଟିମେଟ ମେଡିକେୟାରର କ୍ୟାନସର ବିଶେଷଜ୍ଞ ତଥା ସିନିୟର କନସଲ୍‌ଟାଂଟ (ରେଡିଏସନ ଅଙ୍କୋଲୋଜି) ଡାକ୍ତର ଚିର ରଂଜନ ଖାଡଙ୍ଗା, ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର ଏବଂ କ୍ଲିନିକାଲ ନ୍ୟୁଟ୍ରିସନିଷ୍ଟ ସୁଶ୍ରୀ ସଂଗୀତା ଜେନା।

ଭାରତରେ ବର୍ତମାନ ସ୍ତନ କର୍କଟ ସମସ୍ୟା ବହୁଳ ଭାବରେ ଦେଖାଯାଉଥିବା ବେଳେ ଶୀଘ୍ର
ଚିକିତ୍ସା ଦ୍ୱାରା ଏଥିରୁ କିଭଳି ରୋଗୀ ଆରୋଗ୍ୟ ହୋଇପାରିବେ ସେ ନେଇ ଡାକ୍ତର ଖାଡଙ୍ଗା ମତ ରଖି ଲକ୍ଷଣ ଜାଣିବା ମାତ୍ରେ ଡାକ୍ତରୀ ପରାମର୍ଶ ସହ ସେଲ୍‌ଫ ଟେଷ୍ଟ କରିବା ଜରୁରୀ ବୋଲି କହିଥିଲେ।

ସେହିପରି ୩୫ ବର୍ଷ ପରେ ଗର୍ଭଧାରଣ କଲେ ମହିଳାମାନଙ୍କ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଖାଯାଉଥିବା କହିଛନ୍ତି ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର। କେବଳ ବୟସ ନୁହେଁ ସଠିକ୍ ସମୟରେ ଖାଦ୍ୟ ଖାଇବା ଓ ଚିନ୍ତା ମୁକ୍ତ ରହିବା ଜରୁରୀ।

ସେହିପରି ସୁସ୍ଥ ଜୀବନ ଶୈଳୀ ନିମନ୍ତେ ଖାଦ୍ୟ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ୍। ଘରର ସବୁ ଦାୟିତ୍ୱ ସହ ଜଣେ ମହିଳା ନିଜ ପ୍ରତି ଅବହେଳା ପ୍ରଦର୍ଶନ କରିବା ଅନୁଚିତ୍। ନଚେତ୍ ବିଭିନ୍ନ ପ୍ରକାର ରୋଗ ହେବା ସହ ଆମ ଦୈନନ୍ଦିନ କାର୍ଯ୍ୟଶୈଳୀ ଉପରେ ପ୍ରଭାବ ପଡିପାରେ ବୋଲି ସିନିୟର କ୍ଲିନିକାଲ ନ୍ୟୁଟ୍ରିସନିଷ୍ଟ ସୁଶ୍ରୀ ସଂଗୀତା ଜେନା କହିଛନ୍ତି।

ତେବେ ମହିଳାଙ୍କ କ୍ଷେତ୍ରରେ ଯେ କୌଣସି ସମସ୍ୟ।। ଦେଖାଯାଉଥିଲେ ଡାକ୍ତରଙ୍କ ପରାମର୍ଶ ଜରୁରୀ। ଏଥିପାଇଁ ସମ ଅଲ୍ଟିମେଟ ମେଡିକେୟାର ସ୍ୱତନ୍ତ୍ର ସେବା ଯୋଗାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ତିନି ଜଣ ବିଶେଷଜ୍ଞ ପ୍ରକାଶ କରିଛନ୍ତି।

ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ ଏଂଟରପ୍ରିନ୍ୟୁରସିପ୍ କାଉନ୍ସିଲ୍ ଦ୍ୱାରା ଆୟୋଜିତ ଭାରତର ପ୍ରଥମ ମହିଳା ବ୍ୟବସାୟ ମେଳା ଗତ ମେ ୪ ତାରିଖରେ ଆରମ୍ଭ ହୋଇଥିଲା।
ଏହି ଅବସରରେ ସମ୍ମମ ର ତିନି ଜଣ ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସମ୍ ଅଲ୍ଟିମେଟ୍ ମେଡିକେୟାରର କ୍ରିଟିକାଲ୍ କେୟାର ବିଭାଗ ମୁଖ୍ୟ ସମ୍ମାନିତ

ଭୁବନେଶ୍ୱର: ସମ ଅଲ୍ଟିମେଟ ମେଡିକେୟାରର କ୍ରିଟିକାଲ୍ କେୟାର ବିଭାଗ ମୁଖ୍ୟ ଡାକ୍ତର ବାନାମ୍ବର ରାୟଙ୍କୁ ଗତ ମେ ୫ ତାରିଖ ଦିନ ଗଙ୍ଗା ଆନେସ୍‌ଥେସିଆ ରିଫ୍ରେଶର କୋର୍ସ (ଗାର୍କ)ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନଜନକ ମେଂଟର ଆୱାର୍ଡରେ ସମ୍ବର୍ଦ୍ଧିତ କରାଯାଇଛି।

କୋଏମ୍ବାଟୁର ସ୍ଥିତ ଗଙ୍ଗା ହସ୍ପିଟାଲ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ମାନ ଗ୍ରହଣ କରିଛନ୍ତି ଡାକ୍ତର ରାୟ। ଆନେସ୍‌ଥେସିଆରେ ପ୍ରଥମ ଥର ପାଇଁ ଏହି ଆୱାର୍ଡ ଦିଆଯାଇଛି।
ଡାକ୍ତର ରାୟଙ୍କ ସମେତ ଅନ୍ୟ ଚାରି ଜଣ ଡାକ୍ତରଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଛି। ସେମାନେ ହେଲେ କୋଲକାତାର ବ୍ରିଗେଡିୟର ଆର.ସେଟଲୁର, ଲୁଧିଆନାର ଡାକ୍ତର ଅଭତାର ସିଂହ, ମୁମ୍ବାଇର ଡାକ୍ତର ଦିପଙ୍କର ଦାସଗୁପ୍ତା ଏବଂ ଚେନ୍ନାଇର ଡାକ୍ତର ଭି. ନାଗାସ୍ୱାମୀ।

ଦୀର୍ଘ ବର୍ଷ ଧରି କାର୍ଯ୍ୟଶୈଳୀର ଗୁଣାବତା ଏବଂ ନିଜ ସହକର୍ମୀ ଓ ଛାତ୍ରଛାତ୍ରୀମାନଙ୍କ ସହିତ ବୃତ୍ତିଗତ ଉତ୍କର୍ଷତାକୁ ଅନୁଧ୍ୟାନ କରି ଏହି ସମ୍ମାନ ପ୍ରଦାନ କରାଯାଇଛି।

“ଆନେସ୍‌ଥେସିଆ ଲିଡରସିପ୍ ସମିଟ” ନାମରେ ଆୟୋଜିତ ହୋଇଥିବା ଏହି ସମ୍ମାନସ୍ପଦ ଉତ୍ସବରେ ଆନେସ୍‌ଥେସିଓଲୋଜି କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଏବଂ ରୋଗୀ ସେବା କ୍ଷେତ୍ରରେ ଆଗଧାଡିରେ ଥିବା ବିଚକ୍ଷଣ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।