Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସରକାରୀ ବସ୍ ରେ ଗୁଳିକାଣ୍ଡ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ମାତ୍ର ଅଳ୍ପ ସଂଖ୍ୟକ ଯାତ୍ରୀଙ୍କୁ ନେଇ ବାଲିମେଳା ଠାରୁ ବ୍ରହ୍ମପୁର ଯାଉଥିବା ସରକାରୀ ବସ୍ ରେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ନିକଟରେ ହଠାତ୍ ଗୁଳିକାଣ୍ଡ ଘଟାଇ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ଜଣେ ଆହତ ହୋଇଥିବା ବେଳେ ବସ୍ ର କାଚ ଭାଙ୍ଗି ଯାଇଥିବା ଜଣାପଡିଛି। ଘଟଣା ପରେ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ବସ୍ କୁ ବୈପାରିଗୁଡା ନେଇ ଅଭିଯୋଗ ଦାଖଲ କରିଥିଲେ ଓ ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ କରୁଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିଜେପି କାର୍ଯ୍ୟାଳୟ ଉପରେ ଆକ୍ରମଣ, ସରକାରୀ ବସ୍ ଭଙ୍ଗାରୁଜା: ପିଏଫଆଇ ର ଉଗ୍ର ହେଲା ପ୍ରଦର୍ଶନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଏଜେନ୍ସିଗୁଡିକର କାର୍ଯ୍ୟାନୁଷ୍ଠାନ ବିରୋଧରେ ନିଜର ଦୃଢ ବିରୋଧ ପ୍ରଦର୍ଶନ କରି ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) କେରଳରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦେଇଛି। ଏହି ସମୟରେ ପ୍ରବଳ ହିଂସାତ୍ମକ ଖବର ଆସିଛି। କେରଳରୁ ତାମିଲନାଡୁ ପର୍ଯ୍ୟନ୍ତ ଭଙ୍ଗାରୁଜା କରାଯାଉଛି, ତାମିଲନାଡୁର ବିଜେପି କାର୍ଯ୍ୟାଳୟକୁ ମଧ୍ୟ ଆକ୍ରମଣ କରାଯାଇଥିବା କୁହାଯାଉଛି। କୋଚିରେ ସରକାରୀ ବସ୍‌କୁ ଟାର୍ଗେଟ କରି ଭଙ୍ଗାରୁଜା କରାଯାଇଛି। ଆହୁରି ମଧ୍ୟ, ତିରୁବନନ୍ତପୁରମରେ ଭଙ୍ଗାରୁଜା ଖବର ସାମ୍ନାକୁ ଆସୁଛି।

ଏନ୍ଆଇଏ ନେତୃତ୍ୱରେ ବିଭିନ୍ନ ଏଜେନ୍ସି ଦ୍ୱାରା ସେମାନଙ୍କ କାର୍ଯ୍ୟାଳୟ, ନେତାଙ୍କ ଘର ଏବଂ ଅନ୍ୟାନ୍ୟ ପରିସର ଉପରେ ହୋଇଥିବା ଚଢାଉ ବିରୋଧରେ ପିଏଫ୍ଆଇ କାର୍ଯ୍ୟକର୍ତ୍ତାମାନେ କେରଳରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଅର୍ଥ ପ୍ରଦାନ ଅଭିଯୋଗରେ PFI ଉପରେ ଏହି ଚଢାଉ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ନାକଟିଦେଉଳରୁ ଭୁବନେଶ୍ୱରକୁ ସରକାରୀ ବସ୍ ସେବା ଆରମ୍ଭ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଠାରୁ ନାକଟିଦେଉଳରୁ ଭୂବନେଶ୍ୱରକୁ ଏକ ସରକାରୀ ବସ୍ ଚାଲିବା ଆରମ୍ଭ ହୋଇଥିବାରୁ ଅଂଚଳବାସୀ ମଧ୍ୟରେ ଆନନ୍ଦ ଖେଳିଯାଇଛି।

ମାନ୍ୟବର ମୂଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ଉଦ୍ୟମରେ ଏହି ସରକାରୀ ବସ୍ ସେବା ଆରମ୍ଭ ହୋଇଛି। ନାକଟିଦେଉଳ ବାସୀଙ୍କର ଗମନା ଗମନକୁ ଆଖିଆଗରେ ରଖି ମାନ୍ୟବର ବିଧାୟକ ଇଂ ରୋହିତ ପୂଝାରୀଙ୍କ ଉଦ୍ୟମକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି। ଭବିଷ୍ୟତରେ ଏହା କିସିଣ୍ଡାରୁ ରୁ ଭୂବନେଶ୍ୱରକୁ ଯିବାକୁ ଦାବୀ ହେଉଛି। ଏହି ବସ୍ ସେବା ଯୋଗୁଁ ନାକଟିଦେଉଳର ବାସିନ୍ଦା ମାନେ ସିଧା ସଳଖ ରାଜଧାନୀ ସହ ଯୋଡି ହେବେ। ସକାଳ ୪.୩୦ ରୁ ନାକଟିଦେଉଳରୁ ଛାଡିବ ଏବଂ ସଂଧ୍ୟା ୪.୩୦ ରେ ଭୂବନେଶ୍ୱରରୁ ଛାଡିବ ବୋଲି ଜଣା ପଡିଛି।