Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସରକାରୀ ରାଜକୋଷରେ ଜମା କରିଛି ୫ ଲକ୍ଷ କୋଟି, ନିଯୁକ୍ତି ପ୍ରଦାନରେ ବି ଏକ ନମ୍ବର

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଗତ ତିନି ବର୍ଷରେ ସରକାରୀ ରାଜକୋଷରେ ୫ ଲକ୍ଷ ୬୫୩ କୋଟି ଟଙ୍କା ଜମା କରିଛି। ପ୍ରତ୍ୟକ୍ଷ ଟିକସ, ପରୋକ୍ଷ ଟିକସ, ସ୍ପେକ୍ଟ୍ରମ୍ ଉପଯୋଗ ଶୁଳ୍କ ଓ ଅନ୍ୟାନ୍ୟ ଭାବରେ କମ୍ପାନୀ ଏହି ଟଙ୍କା ଜମା କରିଛି। ୨୦୨୨-୨୩ ଆର୍ôଥକ ବର୍ଷରେ କମ୍ପାନୀ ସରକାରୀ ରାଜକୋଷରେ ୧.୭୭ ଲକ୍ଷ କୋଟି ଟଙ୍କା ଜମା କରିଛି। କମ୍ପାନୀର ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ପୂର୍ବରୁ ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି। କମ୍ପାନୀର ବାର୍ଷିକ ସାଧାରଣ ବୈଠକ ଅଗଷ୍ଟ ୨୮ରେ ଅନୁଷ୍ଠିତ ହେବାକୁ ଯାଉଛି।

ବିଗତ ତିନି ବର୍ଷରେ ରିଲାଏନ୍ସ ସରକାରୀ ରାଜକୋଷରେ ଯେତିକି ଟଙ୍କା ଜମା କରିଛି ତାହା ଭାରତ ସରକାରଙ୍କ ମୋଟ ବଜେଟ୍ ବ୍ୟୟର ୫ ପ୍ରତିଶତରୁ ଅଧିକ। ୨୦୨୧-୨୦୨୨ ଆର୍ôଥକ ବର୍ଷରେ କମ୍ପାନୀ ସରକାରୀ ରାଜକୋଷରେ ୧.୮୮ ଲକ୍ଷ କୋଟି ଟଙ୍କା ଜମା କରିଥିଲା। ରିଲାଏନ୍ସ ହେଉଛି ଦେଶର ସର୍ବାଧିକ ଟିକସ ଦେଉଥିବା କମ୍ପାନୀ।

ନିଯୁକ୍ତି ପ୍ରଦାନ କରିବାରେ ମଧ୍ୟ ରିଲାଏନ୍ସ ଏକ ନମ୍ବର ସ୍ଥାନରେ ରହିଛି। କମ୍ପାନୀର ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୨୨-୨୩ ଆର୍ôଥକ ବର୍ଷରେ ରିଲାଏନ୍ସ ୯୫,୧୬୭ ନୂଆ ନିଯୁକ୍ତି ସୃଷ୍ଟି କରିଥିଲା। ତାହାକୁ ମିଶାଇ ରିଲାଏନ୍ସର ମୋଟ କର୍ମଚାରୀ ସଂଖ୍ୟା ୩.୮୯ ଲକ୍ଷକୁ ବୃଦ୍ଧି ପାଇଛି। ସେଥିରୁ ୨.୪୫ ଲକ୍ଷ ଲୋକ ରିଲାଏନ୍ସ ରିଟେଲ୍‌ରେ ନିୟୋଜିତ ରହିଛନ୍ତି। ରିଲାଏନ୍ସ ରିଟେଲ୍ ଦେଶର ସବୁଠୁ ବଡ଼ ନିଯୁକ୍ତିଦାତା ଭାବେ ଉଭା ହୋଇଛି। ରିଲାଏନ୍ସ ଜିଓରେ ୯୫ ହଜାରରୁ ଅଧିକ ଲୋକ କାମ କରୁଛନ୍ତି। ଲାଗାତାର ତୃତୀୟ ବର୍ଷ ପାଇଁ ରିଲାଏନ୍ସ ହଜାର ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଛି। କୋଭିଡ୍ ମହାମାରୀ ସମୟରେ ମଧ୍ୟ କମ୍ପାନୀ ୭୫ ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଥିଲା।

କମ୍ପାନୀର ବାର୍ଷିକ ରିପୋର୍ଟ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଲଗାତାର ତୃତୀୟ ବର୍ଷ ପାଇଁ କୌଣସି ଦରମା ନେଇନାହାନ୍ତି।