Categories
ଆଞ୍ଚଳିକ

ନାକ୍ଟିଦେଉଳ ସରସ୍ବତୀ ଶିଶୁ ମନ୍ଦିର ର ଷୋଡଶତମ ବାର୍ଷିକ ଉତ୍ସବ

ରେଢାଖୋଲ: ନାକ୍ଟିଦେଉଳ ବ୍ଲକ୍ ଜଗନ୍ନାଥ ପ୍ରସାଦ ସରସ୍ବତୀ ଶିଶୁ ମନ୍ଦିର ର ଷୋଡଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବିରଞ୍ଚିଶଙ୍କର ସାହୁଙ୍କ ସଭାପତିତ୍ବ ଓ ଗୀତାଞଳୀ ଦାଶ୍ ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡିଏଫ୍ଓ ଅରବିନ୍ଦ ମହାନ୍ତି, ପ୍ରମୋଦ ପାଢୀ, ମୁଖ୍ୟବକ୍ତା, ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ବରୁପାରାଣୀ ସାହୁ, ନାକ୍ଟିଦେଉଳର ସରପଞ୍ଚ ଜିତେନ୍ଦ୍ରୀୟ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଟିକେଶ୍ବରୀ ମେହେର୍ ଓ ବିଇଓ ବିଜୟ କୁମାର ପାତ୍ର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ସରସ୍ବତୀ ଶିଶୁ ମନ୍ଦିରର ଭୂମିକା ଶିକ୍ଷା ସମସ୍ୟା ଓ ଭାରତୀୟ ସଂସ୍କୃତିର ଆଧାର ସମ୍ପର୍କରେ ଆଲୋକପାତ କରିଥିଲେ।

ଅନୁଷ୍ଠାନର ସମ୍ପାଦକ ହେମନ୍ତ ଅଦାବର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ସାହୁ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନର କୋଷାଧ୍ୟକ୍ଷ ତରୁଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ ବିଚିତ୍ରା ପ୍ରଦର୍ଶିତ ହୋଇଥିଲା।