Categories
ଆଞ୍ଚଳିକ

ଅନ୍ତର୍ଜାତିକ ଲାୟନ୍ସ କ୍ଲବ ଆନୁକୁଲ୍ୟରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ଓ ଦନ୍ତ ପରିକ୍ଷା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଅନ୍ତର୍ଜାତିକ ଲାୟନ୍ସ କ୍ଲବ ଆନୁକୁଲ୍ୟରେ ବ୍ରହ୍ମପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗୋସାଇଁ ନୂଆଗାଁ ଠାରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଚକ୍ଷୁ ଓ ଦନ୍ତ ପରିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଡର୍ଣ୍ଣ ଆଇ କେଆର ବ୍ରହ୍ମପୁର ଏବଂ ଶ୍ରୀ ଡେଣ୍ଟାଲ କେଆର ବ୍ରହ୍ମପୁର ଏହି ସ୍ବାସ୍ଥ୍ୟ ପରିକ୍ଷା ଶିବିରରେ ଯଥାକ୍ରମେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ଓ ଦନ୍ତ ପରିକ୍ଷା କରି ଆବଶ୍ୟକ ଡାକ୍ତରୀ ପରାମର୍ଶ ଦେଇଥିଲେ। ଲାୟନ୍ସ ଜିଲ୍ଲା ୩୨୨ସି୪ ତରଫରୁ ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର ଲାୟନ ସରସ୍ଵତୀ ପାତ୍ର ଏହାର ଉଦ୍ଘାଟନ କରିଥିଲେ।

ଲାୟନ୍ସ ଜିଲ୍ଲା ତରଫରୁ ମିନାକ୍ଷୀ ଦାସ, ମାୟା ସ୍ବାଇଁ, ସୁରେଶ ପାଢୀ ଓ ହରିହର ଦାସ (ପୂର୍ବତନ ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର ଦ୍ବୟ), ପ୍ରଦୀପ ମଣ୍ଡଳ, ଧର୍ମା ରାଓ ଜନସମ୍ପର୍କ ଅଧିକାରୀ, ସୌମିକ ସାହୁ, ନବୀନ ସତପଥୀ, ଡ. ପୁଷ୍ପାଞ୍ଜଳୀ ପଢ଼ାଳ, ଡ. ବିନାୟକ ପଟ୍ଟନାୟକ, ଡ. ସନ୍ଧ୍ୟାରାଣୀ ଦାଶ, ଇଂ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଆଇନଜୀବୀ (ଇଂ) ବିଜୟ ଚନ୍ଦ୍ର ମିଶ୍ର, କୁମୁଦିନୀ ଚୌଧୁରୀ, ନମିତା ରାଉତ, ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସିମାଞ୍ଚଳ ପାତ୍ର ପ୍ରମୁଖ ଏହି ସ୍ବାସ୍ଥ୍ୟ ପରିକ୍ଷା ଶିବିରର ପରିଚାଳନା କରି ଏହାକୁ ସଫଳ କରାଇଥିଲେ।

ଏହି ଶିବିରର ଉଦ୍ଘାଟନ ସମୟରେ ସ୍କୁଲର ସଭାପତି ଶ୍ରୀଯୁକ୍ତ ଦାଶ, ସଂପାଦକ ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ସୁମଣ୍ଡଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ସାଧାରଣତନ୍ତ୍ର ଦିବସ ଓ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ଓ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜୀବନ ଦ୍ୟୁତି ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଛାତ୍ର ଛାତ୍ରୀ, ଗୁରୁଜୀ ଗୁରୁମା ଏବଂ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ।

ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ସଭାପତି ସୁଶାନ୍ତ କୁମାର ବିଶ୍ବାଳ ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥି ଭାବେ ସରପଞ୍ଚ ଶିବଶଙ୍କର ବାରିକ, ମୁଖ୍ୟ ବକ୍ତାଭାବେ ପ୍ରଦୀପ କୁମାର ବିଶ୍ଵାଳ, ସମ୍ମାନିତ ଅତିଥି ଭାବେ ସମିତିସଭ୍ଯ ସନ୍ତୋଷ କୁମାର ସାହୁ, ସୁଶିଲ୍ କୁମାର ବିଶ୍ଵାଳ, ଆରତ କୁମାର ବେହେରା, ବିନୋଦ କୁମାର ଗୌଡ,
ବି ଏଫ୍ ଟି ରବୀନ୍ଦ୍ରନାଥ ସାହୁ, ବିଷ୍ଣୁ ପ୍ରସାଦ କହର ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ କ୍ରୀଡା ର ମହତ୍ତ୍ଵ ଏବଂ ସାଧାରଣତନ୍ତ୍ର ଦିବସର ମହତ୍ଵ ଆଦି ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ବିଭିନ୍ନ କ୍ରୀଡା କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସୁଶିଲ କୁମାର ବିଶ୍ଵାଳ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ରଞ୍ଜୟ ପ୍ରଧାନ, ଗୋବିନ୍ଦ ସ୍ଵାଇଁ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବ୍ଲକ୍ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଓ ରକ୍ତ ଦାନ ଶିବିର ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଣପୁର ଆଜି ୨୫ ଟି ପାହାଚକୁ ପଛରେ ପକାଇ ତାର ବିମୋହିତ ପରିସରରେ ପାଳନ କରିବାକୁ ଯାଉଛି “ରଜତ ଜୟନ୍ତୀ” ସମାରୋହ। ସେହି ସମାରୋହ ନିମନ୍ତେ ଆଜି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି ବ୍ଲକ୍ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଓ ରକ୍ତ ଦାନ ଶିବିର।

ପ୍ରତିଯୋଗିତା ବିଭାଗରେ ବକୃତା, କୁଇଜ୍, ପ୍ରବନ୍ଧ ଆଦି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିଶୁ ଭାଇ ଭଉଣୀ ଅଂଶ ଗ୍ରହଣ କରିଥିଲେ। ତଦନୁସାରେ ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ଡା. ମଧୁସୂଦନ ସେନାପତି ଓ ତାଙ୍କ ସହଯୋଗୀ ଏବଂ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା ସମିତି, ବିଦ୍ଵତ ପରିଷଦ, ପ୍ରଧାନ ଆଚାର୍ଯ୍ୟ, ଆଚାର୍ଯ୍ୟ/ଆଚାର୍ଯ୍ୟା ବୃନ୍ଦଙ୍କ ପୂର୍ଣ୍ଣ ସହଯୋଗରେ ଉକ୍ତ ଶିବରର କାର୍ଯ୍ୟ ସମାପ୍ତ ହୋଇଥିଲା।

ଏହି ଶିବିରରେ ଗୁରୁଜୀ ଗୁରୁମା, ଅଭିଭାବକ, ପୂର୍ବ ଛାତ୍ର ଛାତ୍ରୀ ଓ ଶୁଭେଚ୍ଛୁ ବୃନ୍ଦ ମାନେ ରକ୍ତଦାନ କରି ଶିବିରକୁ ସଫଳ କରିବାରେ ହାତ ବଢାଇଥିଲେ।