Categories
ଆଞ୍ଚଳିକ

ସରାପାଲିରେ ଏକଦୀଵସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ସରାପାଲି ହାଇସ୍କୁଲ ପଡିଆଠାରେ ସରାପାଲି “କିଙ୍ଗ୍ ଫିସର୍ କ୍ଲବ୍ “ଆନୁକୁଲ୍ୟ ରେ ଏକଦୀଵସୀୟ କିଙ୍ଗ୍ ଫିସର୍ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ ହୋଇଥିଲା।

ଏହି ପ୍ରତିଯୋଗିତାରେ ଆଠଟି ଟିମ୍ ଭାଗ ନେଇ ଥିଲେ। ଅରୁଣ ପ୍ରଧାନ,ଵିଭୁତି ପ୍ରଧାନ, ଅମିତ ସାହୁ ଓ ଆଲୋକ ପ୍ରଧାନ ଖେଳ ପରିଚାଳନା କରିଥିଲେ। ଫାଇନାଲ୍ ଖେଳ ଖମାର୍ ଓ ମାଝୀପାଲି ଟିମ୍ ମଧ୍ୟରେ ହୋଇଥିଲା। ଏଥିରେ ମାଝୀପାଲି ୨-୧ ଗୋଲ୍ ରେ ଖମାର୍ ଦଳକୁ ପରାସ୍ତ କରି ଥିଲା।

ମୁଖ୍ୟ ଅତିଥି ଭାଵରେ ସରାପାଲି ଗ୍ରା.ପ ର ସରପଂଚ ଶିବାନୀ ବାରିକ, ମୁଖ୍ୟ ବକ୍ତା ଭାବେ ଡ଼ ଦୀପେନ୍ ପଟନାୟକ ଓ ସମ୍ମାନୀତ ଅତିଥି ଭାବେ ଧୀରେନ୍ ସାହୁ ଯୋଗ ଦେଇ କପ୍ ପ୍ରଦାନ କରି ଥିଲେ। ମାଝିପାଲିର ମୁନୁ ପାତ୍ର ଶ୍ରେଷ୍ଠ ଖେଳାଳୀ ଭାବେ ଘୋଷିତ ହୋଇଥିଲେ।

Categories
ଆଞ୍ଚଳିକ

ସରାପାଲିର ଶତାୟୁ ବୃଦ୍ଧାଙ୍କ ପରଲୋକ

କନ୍ଦର୍ପ ବେହେରା
ନାକଟିଦେଉଳ: ସରପାଲି ଗ୍ରାମ ର ଶତାୟୁ ବୃଦ୍ଧ ଦମ୍ବୋଦର ସ୍ବାଇଁ ୧୦୭ ବୟସରେ ପଞ୍ଚପୋଡାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ୩ୟ ଶ୍ରେଣୀ ପାଠ ପଢିଥିବା ଶ୍ରୀ ସ୍ୱାଇଁ ଷାଠିଏ /ସତୁରି ଦଶକରେ ଭ୍ରାମ୍ୟମ୍ରାଣ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ନାଟକରେ ବିଶିଷ୍ଟ ସଂଗୀତକାର ସହିତ ସଖି ଭୁମିକା ନିର୍ବାହ କରୁଥିଲେ। ସରାପାଲି ଅଂଚଳର ପ୍ରାଚୀନ ଯଂଜ୍ଞପୀଠରେ ଭଣ୍ଡାର ଘର ରକ୍ଷକ, ସାହି କୋଠଘରର କ୍ୟାସିଅର କାର୍ଯ୍ୟ ସହ ଗ୍ରାମର ସାମାଜିକ କାର୍ଯ୍ୟକ୍ରମ ଓ ଗ୍ରାମ କମିଟିର ଜଣେ ସକ୍ରିୟ ସଭ୍ୟ ଭାବରେ କାର୍ଯ୍ୟକରିଛନ୍ତି। ସେ ଗ୍ରାମରେ ଜଣେ ପୂର୍ଵ ଶବସଂସ୍କାରକ ରୂପେ ରହି କାର୍ଯ୍ୟ କରିଛନ୍ତି।

ଭାଗବତ ଗୀତା, ରାମାୟଣ ପଢିବା ସହ ପଣିକିଆ, ଲୋକଗୀତ, ଚାଷୀଗୀତ (ହଲିଆ ଗୀତ) ଲୋକଙ୍କୁ ଶୁଣାଇବାର ରୁଚି ତାଙ୍କର ରହିଥିଲା। ଲୋକ ମାନଙ୍କ ପ୍ରାଥମିକ ରୋଗ ଚିକିତ୍ସା ପାଇଁ ଅମାବାସ୍ୟା ଓ ସଂକ୍ରାନ୍ତି ରେ ଜଙ୍ଗଲରୁ ଚେର ମୂଳ ସଂଗ୍ରହ କରି ଔଷଧକୁ ବିନା ମୂଲ୍ୟ ରେ ପ୍ରଦାନ କରିଥାନ୍ତି। ସରlପାଲି ଗ୍ରାମପଂଚାୟତ ର ପୂର୍ବତନ ସରପଞ୍ଚ ତଥା ସ୍ବର୍ଗତ ଶିକ୍ଷକ ବଳରାମ ପୁରୋହିତ ତାଙ୍କ ଛାତ୍ରବନ୍ଧୁ ଅଟନ୍ତି। ବିଶିଷ୍ଟ ଚିତ୍ରଶିଳପୀ କଳା ଅଧ୍ୟାପକ ସୁଧିର ସ୍ବାଇଁଙ୍କ ସେ ଅଜା ଅଟନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସରାପାଲିରେ ବୃଦ୍ଧଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

କନ୍ଦର୍ପ ବେହେରା
ରେଢାଖୋଲ: ପାରିବାରିକ କଳହରୁ ଆଜି ସକାଳେ ଜଣେ ବୃଦ୍ଧ ଏକ ଲିମ୍ବ ଗଛରେ ରଶି ଲଗାଇ ଆତ୍ମ ହତ୍ୟା କରିଥିବା ଜଣା ପଡିଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା ସରାପାଲି ଗ୍ରାମର ଭକ୍ତବନ୍ଧୁ ପ୍ରଧାନ (୬୫) ଆଜି ସକାଳୁ ସକାଳୁ ସରାପାଲି – ଜୁରାପାଲି ରାସ୍ତାର ଏକ ଲିମ୍ବ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଜାଣି ପାରିଥିଲେ। ନାକଟିଦେଉଳ ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ଶବକୁ ଜବତ କରି ରେଢାଖୋଲ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ପାରିବାରିକ ଅଶାନ୍ତିରୁ ଆତ୍ମ ହତ୍ୟା କରିଥିବା କୁହାଯାଉଥିବା ବେଳେ ଭକ୍ତବନ୍ଧୁ ଏକ ରୋଗରେ ପିଡୀତ ଥିବାରୁ ସେ ମାନସିକ ଦୁଃଚିନ୍ତାରେ ଥିଲେ। ଏଥିପାଇଁ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ କରିସାରିଥିଲେ ବୋଲି ଜଣାପଡିଛି। ମୃତକଙ୍କ ପତ୍ନି ଥିବା ବେଳେ ୨ ଝିଅ ଓ ଜଣେ ପୁଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଝିଅକୁ ସେ ବିବାହ କରିସାରିଛନ୍ତି। ସେ ସରାପାଲି ନିକଟସ୍ଥ ଗୋଧିଢିପ ଠାରେ ଏକ ସାଇକେଲ ଦୋକାନ ଦେଇ ପରିବାର ପ୍ରତିପୋଷଣ କରୁଥିଲେ। ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି।