Categories
ଆଜିର ଖବର ରାଜ୍ୟ ଖବର

ଦୁଇ ବିଧାୟକଙ୍କୁ ମିଲିଲା ନୂଆ ଦାୟିତ୍ବ, ଜଣେ ସରକାରୀ ଦଳ ମୁଖ୍ୟ ସଚେତକ, ଆଉ ଜଣେ ଉପମୁଖ୍ୟ

ଭୁବନେଶ୍ବର: ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ହେଲେ ସରକାରୀ ମୁଖ୍ୟ ସଚତେକ। ଆଜି ମନ୍ତ୍ରୀ ମଣ୍ଡଳ ଶପଥ ପରେ ଏହି ଘୋଷଣା କରାଯାଇଛି। ସେହିପରି ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ମିଳିଛି ଉପ ମୁଖ୍ୟ ସଚେତକ। ଏ ନେଇ ଆଜି ସଂସଦୀୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ଦୁଇ ପଦବୀରେ ମୁଖ୍ୟ ସଚେତକ ଭାବେ ପ୍ରମିଳା ମଲ୍ଲିକ ଏବଂ ଉପମୁଖ୍ୟ ସଚେତକ ଭାବେ ରୋହିତ ପୂଜାରୀ ଥିଲେ। ହେଲେ ସେମାନେ ମନ୍ତ୍ରୀ ଭାବେ ଶପଥ ନେବା ପରେ ଏହି ଦୁଇ ପଦବୀ ଖାଲି ପଡିଥିଲା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ଜଣଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପାଟଣାଗଡ ଏବଂ କେନ୍ଦ୍ରାପଡା ବିଧାୟକଙ୍କୁ କରୋନା ପଜେଟିଭ

ଭୁବନେଶ୍ବର, ଆଜି ଦୁଇଜଣ ବିଧାୟକ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ହେଲେ ପାଟଣାଗଡ ବିଧାୟକ ସରୋଜ ମେହେର ଏବଂ କେନ୍ଦ୍ରପଡା ବିଧାୟକ ଶଶୀଭୂଷଣ ବେହେରା। ଉଭୟ ସେମାନଙ୍କ ଟୁଇଟର ଆକାଉଣ୍ଟରେ ଏହି ସୂଚନା ପ୍ରଦାନ କରିଛନ୍ତି। ତେବେ ଉଭୟଙ୍କ ଶରୀରରେ କୌଣସି ଲକ୍ଷଣ ପ୍ରକାଶ ପାଇ ନାହିଁ। ବର୍ତ୍ତମାନ ଏହି ଦୁଇ ବିଧାୟକ ସୁସ୍ଥ ଅଛନ୍ତି। ହେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଉଭୟ ବର୍ତ୍ତମାନ ହୋମ କ୍ବାରଣ୍ଟାଇନରେ ଅଛନ୍ତି। ତେବେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ଦୟାକରି ପରୀକ୍ଷା କରାଇ ନିଅନ୍ତୁ ବୋଲି ଉଭୟ ଅନୁରୋଧ କରିଛନ୍ତି।

Categories
ଫଟୋ ଖବର

ପାଟଣାଗଡ ବିଧାୟକ ସରୋଜ ମେହେର ପ୍ରବଳ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଗ୍ରାମଗୁଡିକୁ ବୁଲି ଦେଖୁଛନ୍ତି

ପାଟଣାଗଡ ବିଧାୟକ ସରୋଜ ମେହେର ପ୍ରବଳ ବର୍ଷା ଜନିତ ଘର ଗୁଡିକ ଭାଙ୍ଗି ଯାଇଥିବାରୁ ବେଲପଡା ବ୍ଲକ 24 ନଂ ଜୋନର ବିଭିନ୍ନ ଗ୍ରାମଗୁଡିକୁ ଯାଇ ଭାଙ୍ଗିଥିବା ଘରଗୁଡିକୁ ଦେଖିଥିଲେ ଏବଂ ଆଗାମୀ ଦିନରେ ପ୍ରଶାସନ ସହିତ କଥାହୋଇ ଶୀଘ୍ର ଏହାର ସମାଧାନ କିପରି ହୋଇପାରିବ ତାହା ଲୋକଙ୍କୁ ପ୍ରତିଶୃତି ଦେଇଥିଲେ।