Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନର ସର୍ବଭାରତୀୟ ଧର୍ମଘଟକୁ ପୂର୍ଣ୍ଣ ସମର୍ଥନ

ଭୁବନେଶ୍ୱର: ସର୍ବଭାରତୀୟ ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନ ଓ କେନ୍ଦ୍ରୀୟ ଟ୍ରେଡ଼୍ ୟୁନିୟନର ଆହ୍ୱାନକ୍ରମେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନ ତରଫରୁ ଗ୍ରୀଡ୍‌କୋ-ଓପିଟିସିଏଲ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଦଫା ଦାବି ନେଇ ଏକ ବିକ୍ଷୋଭ ସଭା ଫେଡ଼େରେସନର ମୁଖ୍ୟ ସଂଗଠନ ସମ୍ପାଦକ ସାଥୀ ଭ୍ରମର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବିକ୍ଷୋଭ ସଭାରେ ଫେଡ଼େରେସନର ଉପାଧ୍ୟକ୍ଷ ସାଥୀ ସି.ଭି.ଏନ୍‌. ରାଓ, ସାଧାରଣ ସମ୍ପାଦକ ସାଥୀ ସତ୍ୟଜିତ ବାଘ, ବିଜୁଳି କର୍ମଚାରୀ ସଂଘର ସଭାପତି ସାଥୀ ଆକୁଳ ଚନ୍ଦ୍ର ନାଥ, ରମେଶ ଚନ୍ଦ୍ର ମିଶ୍ର, ମଜଦୁର ସଂଘର ସାଧାରଣ ସମ୍ପାଦକ ସାଥୀ ଶ୍ରୀକୃଷ୍ଣ ପଟ୍ଟନାୟକ, ଠିକା ଶ୍ରମିକ ସଂଘର ସମ୍ପାଦକ ସାଥୀ ଶ୍ରୀଧର ଖୁଣ୍ଟିଆ, ଏନାମାର ସଂଘର ତରଫରୁ ସାଥୀ ସାଥୀ ସୁଶାନ୍ତ ନାୟକ ପ୍ରମୁଖ ଉଦ୍‌ବୋଧନ ଦେଇ ସରକାରଙ୍କ ବିଜୁଳି ଆମେଣ୍ଟମେଣ୍ଟ ବିଲ୍ ୨୦୨୧ ତଥା ୧.୪.୨୦୨୦ରୁ ମଜୁରୀ ନିର୍ଦ୍ଧାରଣ, ଠିକା ଶ୍ରମିକ, ଏନାମାର, ଏକ୍ସ-ଏନାମାର, କଣ୍ଟିଜେଣ୍ଟ ଓ ଖଲାସୀମାନଙ୍କୁ ନିୟମିତ କରିବା ଓ ଓପିଟିସିଏଲରେ କାର୍ଯ୍ୟରତ ଠିକା କର୍ମଚାରୀମାନଙ୍କର ମଜୁରୀ ବୃଦ୍ଧି ଇତ୍ୟାଦି ବିଷୟରେ ଦୃଢ ଦାବି ଉପସ୍ଥାପନ କରିଥିଲେ। ଯଦି ଏହିସବୁ ଦାବି ପୂରଣ କରାନଯାଏ, ତେବେ ଆଗାମୀ ଦିନରେ ସଂଘ ତରଫରୁ ଏକ ଗଣଆନ୍ଦୋଳନ ସୃଷ୍ଟି ହେବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ବାଘ ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସର୍ବଭାରତୀୟ ଧର୍ମଘଟର ସଫଳତା ପାଇଁ ଏଆଇଟିୟୁସି ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କ ଆହ୍ୱାନ କ୍ରମେ ୧୨ ଦଫା ଦାବି ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଦେଶବ୍ୟାପୀ ମାର୍ଚ୍ଚ ୨୮-୨୯ ଦୁଇଦିନ ଧରି ସାଧାରଣ ଧର୍ମଘଟର ସଫଳତା ପାଇଁ ଆଜି ଏଆଇଟିୟୁସି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଅଶୋକ ଦାଶଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବୈଠକରୁ ଏ ବୈଠକ ପର୍ଯ୍ୟନ୍ତ କାର୍ଯ୍ୟ ବିବରଣୀ ସହ ଦେଶର ଶ୍ରମିକ ଶ୍ରେଣୀ ଓ ଜନଗଣଙ୍କ ଜୀବନ ଓ ଜୀବିକା ଉପରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆକ୍ରମଣ ଚଳାଇ ଜବୀନଧାରଣକୁ ଦର୍ବିସହ କରିଥିବାରୁ ୧୨ ଦଫା ଦାବି ନେଇ ଦେଶବ୍ୟାପୀ ସାଧାରଣ ଧର୍ମଘଟର ସଫଳତା ପାଇଁ ଭିତ୍ତିପତ୍ର ଉପସ୍ଥାପନ କରିଥିଲେ।

ଏହି ବୈଠକରେ ରାଜ୍ୟ ଉପସଭାପତି ଏନ୍‌. ନାରାୟଣ ରେଡ଼ି, କିଶୋର ଜେନା, ସୁର ଜେନା, ମିତ୍ରଭାନୁ ପୋଢ, ସୁରେନ୍ଦ୍ର ଶର୍ମା, ଜୟନ୍ତ ଦାସ, ସତ୍ୟବାଦୀ ଦାଗ, ଚତୁର୍ଭୁଜ ଦାସ, ଶ୍ୟାମସୁନ୍ଦର ଜେନା, ସøଦାମିନୀ ଦାଶ, ନମିତା ସାହୁ, ମାତିଲଦା କୁଲ୍ଲୁ, କମଲ କୁମାର ଷଣ୍ଡ, ସିଭିଏନ୍ ରାଓ, ମନୋଜ ପଟ୍ଟନାୟକ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।

୧୨ ଦଫା ଜନଦାବି ଯଥା କ୍ରୀତଦାସ ପଦ୍ଧତିର ପୁନଶ୍ଚ ପ୍ରଣୟନ ପାଇଁ ଉଦ୍ଦିଷ୍ଟ ୪ଟି ଶ୍ରମ କୋଡ଼ ଅବିଳମ୍ବେ ପ୍ରତ୍ୟାହାର, କୃଷକ ବିରୋଧୀ କୃଷି ଆଇନ ପ୍ରତ୍ୟାହାର ଉପରେ ସରକାର ରାଜି ହୋଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନର କେନ୍ଦ୍ରୀୟ ଆଇନ ପ୍ରଣୟନ, ବିଦ୍ୟୁତ୍ ସଂଶୋଧନ ବିଲ୍ ପ୍ରତ୍ୟାହାର ସମେତ ୬ ଦଫା ସର୍ତ୍ତ ଅବିଳମ୍ବେ ପୂରଣ କର, ପେଟ୍ରୋଲିୟମ ସମେତ ସମସ୍ତ ସାମଗ୍ରୀର ଦରବୃଦ୍ଧି ପ୍ରତ୍ୟାହାର, ନେସନାଲ ମନିଟାଇଜେସନ ପାଇପ ଲାଇନ ନାମରେ ଘରେଇକରଣ ଆଢୁଆଳରେ ଭାରତ ବିକ୍ରୟ ଷଡ଼ଯନ୍ତ୍ର ପ୍ରତ୍ୟାହାର, ଆୟକର ସୀମା ତଳକୁ ଆୟବର୍ଗର ସମସ୍ତ ପରିବାରଙ୍କୁ ମାସିକ ୭ ହଜାର ୫ଶହ ଟଙ୍କା ସହାୟତା ସହ ଆବଶ୍ୟକୀୟ ମାଗଣା ରାସନ ପ୍ରଦାନ, ମହାତ୍ମଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ସର୍ବନିମ୍ନ ମଜୁରୀ ଆଇନ ସହ ବାର୍ଷିକ ୨ ଶହ ଦିନର କାମ ଓ ସହରାଞ୍ଚଳ ଗରିବଙ୍କ ପାଇଁ ମନରେଗା ଭଳି କର୍ମନିଯୁକ୍ତି ବବସ୍ଥା ପ୍ରଣୟନ, ସମସ୍ତ ଅସଂଗଠିତ କ୍ଷେତ୍ର ପାଇଁ ସାର୍ବଜନୀନ ସାମାଜିକ ସୁରକ୍ଷା ଆଇନ ପ୍ରଣୟନ, ଅଙ୍ଗନୱାଡ଼ି, ଆଶା, ମଧ୍ୟାହ୍ନ ଭୋଜନ ପାଚିକା ଅନ୍ୟ ସମସ୍ତ ସ୍କିମ୍ ୱାର୍କରଙ୍କୁ ୱାର୍କର ମାନ୍ୟତା ପ୍ରଦାନ, ମହାମାରୀ ନିୟନ୍ତ୍ରଣରେ ଆଗଧାଡ଼ିର କରୋନା ଯୋଦ୍ଧାମାନଙ୍କ ବୀମା ସମେତ ସମସ୍ତ ସୁରକ୍ଷା ବ୍ୟବସ୍ଥା କରିବା, ଭୁଲ୍ ରାସ୍ତାରେ ନେଇଥିବା ଦୁର୍ଗତ ଜାତୀୟ ଅର୍ଥନୀତିକୁ ସୁଧାରିବା ପାଇଁ ପୁଞ୍ଜିପତି ଓ ଶିଳ୍ପପତିଙ୍କ ଉପରେ କର୍ପୋରେଟ ଟିକସ ବୃଦ୍ଧି କରିବା ସହ ରାଷ୍ଟ୍ରୀୟ ଉଦ୍ୟୋଗର ବିକାଶ କରିବା, ପେଟ୍ରୋଲିୟମ ଉପରୁ କେନ୍ଦ୍ରୀୟ ବର୍ଦ୍ଧିତ ଟିକସ ପ୍ରତ୍ୟାହାର କରିବା, ସ୍କିମ୍ ୱାର୍କର, ଆଉଟ ସୋର୍ସିଂ କଣ୍ଡକ୍ଟ ଶ୍ରମିକମାନଙ୍କୁ ସ୍ଥାୟୀ କରିବା ସହ ସମାନ କାମକୁ ସମାନ ବେତନ ବ୍ୟବସ୍ଥା ପ୍ରଣୟନ, ନୂତନ ଜାତୀୟ ପେନସନ ବ୍ୟବସ୍ଥା ପ୍ରତ୍ୟାହାର କରି ପୁରୁଣା ପେନସନ ବ୍ୟବସ୍ଥା ପୁନର୍ବାହାଲ କରିବା ଦାବି ନେଇ ଦେଶବ୍ୟାପୀ ଦୁଇଦିନିଆ ଧର୍ମଘଟର ସଫଳତା ପାଇଁ ୧୪ ମାର୍ଚ୍ଚ ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାସ୍ତରରେ ମିଳିତ କନଭେନସନ ସଂଗଠିତ କରି ବ୍ୟାପକ ପ୍ରଚାର ଓ ପ୍ରସାର କରିବା, ଏଆଇଟିୟୁସି ରାଜ୍ୟ ସମ୍ମିଳନୀ ପୂର୍ବରୁ ଏପ୍ରିଲ ପ୍ରଥମ ସପ୍ତାହ ମଧ୍ୟରେ ସମସ୍ତ ୟୁନିୟନର ଆଫିଲିଏସନ ଓ ଆନୁଆଲ ରିଟର୍ଣ୍ଣ ଦାଖଲ କରିବା ପାଇଁ ସର୍ବସମ୍ମତି ନିଷ୍ପତ୍ତି ହୋଇଅଛି।