Categories
ଆଜିର ଖବର ରାଜ୍ୟ ଖବର

ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା- ଜିଲ୍ଲାପାଳ

ଗଞ୍ଜାମ: ରାଜ୍ୟରେ କରୋନାର ଦ୍ୱିତୀୟ ଷ୍ଟ୍ରେନ୍ କୁ ଦୃଷ୍ଟିରେ ରଖି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସର୍ବସାଧାରଣ ସ୍ଥାନରେ କିମ୍ବା ରାସ୍ତା ଘାଟରେ ଛେପ ପକାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ନିର୍ଦ୍ଦେଶ ଜାରୀ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।