Categories
ଆଜିର ଖବର ରାଜ୍ୟ ଖବର

ଡିସେମ୍ବର ପହିଲାରୁ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ: ହଟ୍ଟଗୋଳ କରିପାରିବେନି ବିଧାୟକ

ଭୁବନେଶ୍ଵର: ଡିସେମ୍ବର ୧ ତାରିଖ ଠାରୁ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। କରୋନା କଟକଣା ଭିତରେ ଶୀତକାଳୀନ ଅଧିବେଶନ ଚାଲିବ। କିନ୍ତୁ ତା’ପୂର୍ବରୁ ନଭେମ୍ବର ୨୯ ତାରିଖ ଦିନ ୧୧ ଟାରେ ସର୍ବାଦଳୀୟ ବୈଠକ ବସିବ।

କିନ୍ତୁ ଏଥର ବିଧାୟକମାନେ ଗୃହରେ ହୋହଲ୍ଲା କରିବାକୁ ବାରଣ କରଯାଇଛି। ରାଜ୍ୟପାଳଙ୍କ ଅଭିଭାଷଣରେ ହେଉ କିମ୍ବା ପ୍ରଶ୍ନ-ଉତ୍ତର ସମୟରେ ବିଧାନସଭାର ସଦସ୍ୟମାନେ ଶାନ୍ତି ଶ୍ରୁଙ୍ଖଳା ରଖିବାକୁ କୁହାଯାଇଛି। ଏନେଇ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ ବୋଲି ବାଚସ୍ପତି ଡା. ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। କିନ୍ତୁ ସଦସ୍ୟମାନେ ଏହି ନିୟମକୁ କେତେ ପାଳନ କରୁଛନ୍ତି, ତାହା ଦେଖିବା ବାକି ରହିଲା।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ମୌସୁମୀ ଅଧିବେଶନ ନେଇ ସର୍ବାଦଳୀୟ ବୈଠକ: ଦୈନିକ ଗୃହ ଚାଲିବ ୫ ଘଣ୍ଟା

ଭୁବନେଶ୍ବର: ଆଜି ଓଡିଶା ବିଧାନସଭାରେ ମୌସୁମୀ ଅଧିବେଶନ ନେଇ ଏକ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ଡା. ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ଵରେ ଆଜି ସର୍ବାଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାନସଭା ଦୈନିକ ୫ ଘଣ୍ଟା ଚାଲିବ। ଅଧିବେଶନ ପୂର୍ବରୁ ସମସ୍ତଙ୍କୁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏହାସହ ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ଆଣ୍ଟିବଡି ଟେଷ୍ଟ କରାଯିବ।

ଦୁଇଟି ପର୍ଯ୍ୟାୟରେ ଗୃହ କାର୍ଯ୍ୟ ଚାଲିବ। ପ୍ରଥମ ପର୍ଯ୍ୟାୟ ସକାଳ ସାଢେ ୧୦ ଟାରୁ ସାଢେ ୧ ଟା ଏବଂ ଦ୍ଵିତୀୟ ପର୍ଯ୍ୟାୟ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ। ଶନିବାର ଦିନ ମଧ୍ୟ ଗୃହ କାର୍ଯ୍ୟ ଚାଲିବ। ଏହି ସମୟରେ ଷ୍ଟାର ପ୍ରଶ୍ନ ଏବଂ ମୁଲତବୀ ଆଲୋଚନା ହେବ। ବିଜେପି  ୪ଟି ଏବଂ କଂଗ୍ରେସ ୨ ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ। ବିଧାୟକମାନେ ଓକାକ, ଲୋକସଭା ଭବନ କିମ୍ବା ନଯା ସ୍ଥାନରେ ବସିବେ। ବିରୋଧୀ ଦଳ ନେତା ହସ୍ପିଟାଲରେ ଥିବାରୁ ସେ ଭିଡିଓ କଂଫରେନ୍ସରେ ଯୋଗ ଦେଇପାରିବେ। ସର୍ବାଦଳୀୟ ବୈଠକ ପରେ ଏନେଇ ବାଚସ୍ପତି ଡା. ପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୮ ତାରିଖରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତା ନଭେମ୍ବର ୧୮ ତାରିଖରେ ବିଧାନସଭାରେ ସର୍ବାଦଳୀୟ ବୈଠକ ହେବାକୁ ଯାଉଛି। ଆସନ୍ତା ଅଧିବେଶନରେ କିପରି ସୁରୁଖୁରୁରେ ଚାଲିବ ତାହା ନେଇ ଆଲୋଚନା ହେବ। ଏହା ସହିତ ପ୍ରଶ୍ନକାଳ ରହିବ କି ନାହିଁ ସେହି  ସମ୍ପର୍କରେ  ଆଲୋଚନା ହେବ। ତେବେ ଗତ ଅଧିବେଶନ ଭଳି ଏହି ଅଧିବେଶନ ଚାଲିବ। ଦୈନିକ ଦୁଇଟି ପର୍ଯ୍ଯାୟରେ ଏହି ଅଧିବେଶନର ଗୃହ କାର୍ଯ୍ୟ ଚାଲିବ।