Categories
ଆଜିର ଖବର ରାଜ୍ୟ ଖବର

ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି: ଘଡ଼ଘଡ଼ି ସହ ହେବ ବର୍ଷା

ଭୁବନେଶ୍ୱର: ଆଜି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ୧୧.୩୦ ଯାଏଁ ରାଜ୍ୟରେ କେଉଁ ସହରରେ କେତେ ତାପମାତ୍ରା ଅଛି, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଗତକାଲି ଭଳି ଆଜି ମଧ୍ୟ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ଝାରସୁଗୁଡାରେ ୪୩ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଆଜି ୧୧.୩୦ ପର୍ଯ୍ୟନ୍ତ ୪୦.୪ ଡିଗ୍ରୀରେ ପାରଦ ପହଞ୍ଚିଛି।

 

ସେହିଭଳି ସମ୍ବଲପୁର ୧୧.୩୦ ପର୍ଯ୍ୟନ୍ତ ଦ୍ଵିତୀୟ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି। ସମ୍ବଲପୁରରେ ପାରଦ ୩୯.୮ ଡିଗ୍ରୀ ରହିଥିବା ବେଳେ କେନ୍ଦୁଝରରେ ୩୯.୪ ଡିଗ୍ରୀ, ଭୁବନେଶ୍ୱରରେ ୩୮.୬ ଡିଗ୍ରୀ, ବାଲେଶ୍ୱର ଓ ହୀରାକୁଦରେ ୩୮.୪ ଡିଗ୍ରୀ, ଚାନ୍ଦବାଲିରେ ୩୭.୬ ଡିଗ୍ରୀ, ଗୋପାଳପୁରରେ ୩୬ ଡିଗ୍ରୀ, ପୁରୀରେ ୩୪ ଡିଗ୍ରୀ ଓ ପାରାଦୀପରେ ୩୨.୨ ଡିଗ୍ରୀ ରେକର୍ଡ ହୋଇଛି।

ତେବେ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ଆଶ୍ବସ୍ତିକର ଖବର ମିଳିଛି। ଆଜି ରାଜ୍ୟରେ କେତେକ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ଅନୁମାନ କରାଯାଇଛି। ଏହି ଜିଲ୍ଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

BREAKING: ଆଜି ରାଜ୍ୟରେ ଅନୁଭୂତ ହେଲା ଏ ବର୍ଷର ସର୍ବାଧିକ ତାପମାତ୍ରା, ଜାଣନ୍ତୁ କେଉଁ ସହର

ଭୁବନେଶ୍ବର: ଆଜି ଏ ବର୍ଷ ରାଜ୍ୟର ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଛି। ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୫ ଡ଼ିଗ୍ରୀ ସହ ଆଜି ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ସେହିପରି ଆଜି ୮ ସହର ରେ ତାତି ୪୪ ଡ଼ିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ରାଜ୍ୟର ୨୫ ସହରରେ ତାତି ୪୦ ଡ଼ିଗ୍ରୀ କିମ୍ବା ଅଧିକ ଉପରେ ରେକର୍ଡ ହୋଇଛି

ସେହିପରି ୧୩ ସହର ରେ ତାତି ୪୩ ଡ଼ିଗ୍ରୀ ଉପରେ ତାପମାତ୍ରା ରହିଛି। ପାଣିପାଗ ବିଭାଗ ଅନୁସାରେ ରାଜ୍ୟରେ ଆହୁରି ୩ ଦିନ ଗ୍ରୀଷ୍ମ ପ୍ରବାହ ଲାଗି ରହିବ।