Categories
ଆଜିର ଖବର ଜାତୀୟ ଖବର

ଆଭ୍ୟନ୍ତରୀଣ ଜଳପଥ ପରିବହନ ଏକ ଗେମ୍-ଚେଞ୍ଜର ପ୍ରମାଣିତ ହେଉଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ଆଭ୍ୟନ୍ତରୀଣ ଜଳପଥଗୁଡ଼ିକର ଦୃଶ୍ୟପଟ ପରିବର୍ତ୍ତନ କରିବାର ଗୁରୁତ୍ୱକୁ ନିଶ୍ଚିତ କରିଛନ୍ତି।

ଆଭ୍ୟନ୍ତରୀଣ ଜଳପଥ ପରିବହନ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଦ୍ୱାରା ଲିଖିତ ଏକ ଆର୍ଟିକଲ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଭ୍ୟନ୍ତରୀଣ ଜଳପଥଗୁଡ଼ିକ ପରିବେଶ ଅନୁକୂଳ ତଥା କମ୍ ବ୍ୟୟବିଶିଷ୍ଟ ପରିବହନର ମାଧ୍ୟମ ଭାବେ ଉଭା ହୋଇଛି।

ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟ କରାଯାଇଛି:

‘କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ବର୍ଣ୍ଣନା କରିଛନ୍ତି ଯେ, ୨୦୧୪ ପରେ କିପରି ଆଭ୍ୟନ୍ତରୀଣ ଜଳପଥ ଏକ ଗେମ୍‌-ଚେଞ୍ଜର ପ୍ରମାଣିତ ହେଉଛି ଏବଂ ପରିବେଶ ଅନୁକୂଳ ତଥା କମ୍ ବ୍ୟୟବିଶିଷ୍ଟ ପରିବହନର ମାଧ୍ୟମ ଭାବେ ଉଭା ହୋଇଛି।’

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଖୁବ୍ ଶୀଘ୍ର ବନ୍ଦର ନିରାପତ୍ତା ବ୍ୟୁରୋ ଗଠନ କରିବେ କେନ୍ଦ୍ର ସରକାର: ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ

ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଭାରତର ସାମୁଦ୍ରିକ ବାଣିଜ୍ୟ କାରବାର ବୃଦ୍ଧିର ଏକ ବୃହତ ଯୋଜନା ସମ୍ପର୍କରେ  ଆଜି ଘୋଷଣା କରିଛନ୍ତି। ଗୁଜରାଟର କେୱାଡିଆଠାରେ ଅନୁଷ୍ଠିତ ଉନବିଂଶ ସମୁଦ୍ରତଟବର୍ତ୍ତୀ ରାଜ୍ୟ ବିକାଶ ପରିଷଦର ବୈଠକ ଅବସରରେ ମନ୍ତ୍ରୀ ଶ୍ରୀ ସୋନୋୱାଲଙ୍କ ଦ୍ୱାରା ବନ୍ଦର ସମୂହର ଦକ୍ଷତା ବୃଦ୍ଧି ଓ ଏସବୁର ବିକାଶ ପାଇଁ ପୁଞ୍ଜିନିବେଶ ସଂକ୍ରାନ୍ତ ବ୍ୟାପକ ଭବିଷ୍ୟବାଦୀ ଯୋଜନା ଘୋଷଣା କରାଯାଇଛି।

ମନ୍ତ୍ରୀ କହିଛନ୍ତି ଯେ ଖୁବ୍ ଶୀଘ୍ର କେନ୍ଦ୍ର ସରକାର ବନ୍ଦର ନିରାପତ୍ତା ବ୍ୟୁରୋ ଗଠନ କରିବେ। ଏହା ଫଳରେ ସବୁ ବନ୍ଦରର ନିରାପତ୍ତା ବ୍ୟବସ୍ଥା ଅଧିକ ସୁଦୃଢ ହେବ। ୨୦୪୭ ସୁଦ୍ଧା ଦେଶର ବନ୍ଦର ସମୂହର କାରବାର ବୃଦ୍ଧି କରିବାକୁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରିର ରହିଛି। ଏହା ଫଳରେ ଧାର୍ଯ୍ୟ ସମୟ ସୁଦ୍ଧା ଭାରତର ବନ୍ଦର ସମୂହର ବାର୍ଷିକ ସାମଗ୍ରୀ କାରବାର କ୍ଷମତା ୧୦ହଜାର ନିୟୁତ ମେଟ୍ରିକ ଟନ୍ (ଏମ୍‌ଟିପିଏ)କୁ ଅତିକ୍ରମ କରିବ। ଏହି ବନ୍ଦର ଭିତ୍ତିଭୂମି ଓ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମରେ ୧୦ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ ହେବ। ଘରୋଇ କ୍ଷେତ୍ରକୁ ବନ୍ଦର ନିର୍ମାଣ ଓ ଏହାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପ୍ରୋତ୍ସାହିତ କରାଯିବ। ସେମାନେ ଯଥାର୍ଥ ଅଂଶୀଦାରୀ ଯୋଗାଇ ଏହି ସୁଯୋଗ ନେଇପାରିବେ।

ମନ୍ତ୍ରୀ ଶ୍ରୀ ସୋନୋୱାଲ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ବନ୍ଦର ବିକାଶ ଏବଂ ଜଳପଥରେ ସାମଗ୍ରୀ ପରିବହନ ବୃଦ୍ଧି ପାଇଁ ଯେଉଁ ଉଦ୍ୟମ ଚାଲିଛି ସେଥି ନିମନ୍ତେ ପୁଞ୍ଜିନିବେଶର ସମ୍ଭାବ୍ୟ କ୍ଷେତ୍ରଗୁଡିକୁ ଚିହ୍ନଟ କରାଯାଇଛି। ସେହିଭଳି ୨୦୪୭ ସୁଦ୍ଧା ଦେଶର ଜାତୀୟ ଜଳପଥଗୁଡିକ ମାଧ୍ୟମରେ ବାର୍ଷିକ ୫୦୦ ନିୟୁତ ମେଟ୍ରିକ ଟନ୍ ମାଲ ପରିବହନର ଲକ୍ଷ୍ୟ ରଖାଯାଇଛି। ଏହାଛଡା ସବୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବନ୍ଦରରେ ହାଇଡ୍ରୋଜେନ ହବ୍ ପ୍ରତିଷ୍ଠାକୁ ଅଧିକାର ଦିଆଯିବ।

ଅମୃତକାଳର ଯାତ୍ରା ସହିତ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ରଖିଛନ୍ତି ସେଥିରେ ବନ୍ଦରର ଏକ ବଡ ଭୂମିକା ରହିବ। ଏବେ ଦେଶର ମୋଟ ବନ୍ଦର କାରବାର କ୍ଷମତା ୨୬୦୦ ଏମ୍‌ପିଟିଏ ରହିଛି। ଏହାକୁ ୧୦ହଜାର ଏମ୍‌ପିଟିଏରୁ ଅଧିକ କରାଯି । ରାଜ୍ୟ ସରକାରମାନଙ୍କୁ ନିଜସ୍ୱ ବନ୍ଦର ପ୍ରତିଷ୍ଠା ଏବଂ ନିଜ ବନ୍ଦରର ଦକ୍ଷତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ। ଏହା ଛଡା ଭାରତମାଳା ଯୋଜନାରେ ଦେଶର ବୃହତ୍ ବନ୍ଦର ସବୁକୁ ସଂଯୁକ୍ତ କରିବା କାମ ଆଗେଇ ଚାଲିଛି। ଏହା ଫଳରେ  ଦେଶର ସାମୁଦ୍ରିକ ବାଣିଜ୍ୟ କରବାର ବଢିବା ଦ୍ୱାରା ଲୋକେ ଅଧିକ ଉପକୃତ ହେବେ । ତେବେ ବନ୍ଦର କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସାମୁଦ୍ରିକ ବୋର୍ଡ ଗୁଡିକର ସାହାଯ୍ୟ ସହଯୋଗ ଓ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନେ କେନ୍ଦ୍ର ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ଆବଶ୍ୟକ। ଚଳିତବର୍ଷ ଭାରତରେ ହେବାକୁ ଥିବା ବିଶ୍ୱ ସାମୁଦ୍ରିକ ବାଣିଜିକ ଶିଖର ସମ୍ମିଳନୀ ଆମ ଦେଶକୁ ଏକ ନୂଆ ମର୍ଯ୍ୟାଦା ଦେବ। ଏହା  ହେବ ସବୁଠୁ ବଡ ଶିଖର ସମ୍ମିଳନୀ। ଏହି ସମ୍ମିଳନୀ ଆମର ସାମୁଦ୍ରିକ ଶକ୍ତିକୁ ପ୍ରମାଣିତ କରିବ ବୋଲି ଶ୍ରୀ ସୋନୋୱାଲ କହିଛନ୍ତି। ଏହି ଶିଖର ସମ୍ମିଳନୀ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଅକ୍ଟୋବର ୧୭ରୁ ୧୯ଯାଏ ଅନୁଷ୍ଠିତ ହେବ। ବନ୍ଦର ବିକାଶ କ୍ଷେତ୍ରରେ ଯେଉଁ ୧୦ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ ହେବ ତାହା ଦ୍ୱାରା ୧୫ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀପାଦ ନାଏକ କହିଥିଲେ ଯେ ନୂଆ ଯୁଗର ଟେକ୍‌ନୋଲୋଜି, ବନ୍ଦରାଞ୍ଚଳ ସନ୍ନିକଟ ଲୋକଙ୍କ ପାଇଁ ନିରନ୍ତର ଜୀବିକା ସୁଯୋଗ ସୃଷ୍ଟି ଓ ପରିବେଶ ସୁରକ୍ଷା-ଏହି ତିନିଟି ବିଷୟ ସାମୁଦ୍ରିକ ବାଣିଜ୍ୟ ଓ ବନ୍ଦର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ମୌଳିକ ଭିତ୍ତିଭୂମି ବିକାଶ ସହିତ ଏହା ଉପରେ ଗୁରୁତ୍ୱ ଦେବାକୁ ପଡିବ। ଅନ୍ୟତମ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶାନ୍ତୁନୁ ଠାକୁର ମଧ୍ୟ ବନ୍ଦର ବିକାଶ ଓ ନୌବାଣିଜ୍ୟ ବୃଦ୍ଧିର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ। ଗୁଜରାଟ ସରକାରଙ୍କ କୃଷିମନ୍ତ୍ରୀ ରାଘବଜୀ ପଟେଲ ଓ କର୍ଣ୍ଣାଟକର ମତ୍ସ୍ୟ ବିଭାଗ ରାଷ୍ଟ୍ର ମନ୍ତ୍ରୀ  ମନକଲ ବୈଦ୍ୟ ମଧ୍ୟ ଏଥିରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟାନ୍ୟ ରାଜ୍ୟର ବନ୍ଦର ବିଭାଗ ମନ୍ତ୍ରୀମାନେ ମଧ୍ୟ ଏଥିରେ ଉଦ୍‌ବୋଧନ ଦେଇଥିଲେ।

ଏହି ଦୁଇଦିନିଆ ବୈଠକ ଆଜି ଉଦ୍‌ଯାପିତ ହୋଇଛି। ସାଗରମାଳା, ଏନ୍‌ଏମ୍‌ଏଚ୍‌ସି ଜାତୀୟ ଜଳପଥର ବିକାଶ, ରୋପାକ୍ସ /ଫେରି ସମସ୍ୟା, ସହରଞ୍ଚଳ ଜଳଯାତ୍ରୀ ସେବା, ବନ୍ଦରକୁ ସଡକ ଓ ରେଳ ସଂଯୋଗ ଓ ଉପକୂଳବର୍ତ୍ତୀ ରାଜ୍ୟଗୁଡିକର ସଫଳତା କାହାଣୀ, ରାଜ୍ୟ ମାରିଟାଇମ ବୋର୍ଡ ଓ ଅନ୍ୟାନ୍ୟ ବିଷୟରେ ଏଥିରେ  ଆଲୋଚନା କରାଯାଇଥିଲା।

Categories
ବିଶେଷ ଖବର

ଅଂଶୀଦାରଙ୍କ ପରାମର୍ଶ ପାଇଁ ଡ୍ରାଫ୍ଟ ‘ସାଗରମାଳା ଇନୋଭେସନ୍ ଏବଂ ଷ୍ଟାର୍ଟ ଅପ୍ ପଲିସି’ ଜାରି

ଭୁବନେଶ୍ଵର: ଏକ ଦେଶର ଅଭିବୃଦ୍ଧି ଷ୍ଟାର୍ଟ ଅପ୍ ଏବଂ ଉଦ୍ୟୋଗୀମାନଙ୍କ ଦ୍ୱାରା ବୃଦ୍ଧି ପାଇଥାଏ। ଏକ ଶକ୍ତିଶାଳୀ ଉଦ୍ଭାବନ ଇକୋସିଷ୍ଟମ୍ ଗଠନ ପାଇଁ ବନ୍ଦର, ସିପିଂ ଏବଂ ଜଳପଥ ମନ୍ତ୍ରଣାଳୟ (ଏମଓପିଏସଡବ୍ଲୁ) (ସାଗରମାଲା ଇନୋଭେସନ୍ ଏବଂ ଷ୍ଟାର୍ଟ ଅପ୍ ପଲିସି) ଉପରେ ଡ୍ରାଫ୍ଟ ଜାରି କରିଛନ୍ତି। ଏହି ଡ୍ରାଫ୍ଟ ନୀତିର ଲକ୍ଷ୍ୟ ହେଉଛି ଷ୍ଟାର୍ଟ ଅପ୍ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକୁ ଭାରତର ବଢ଼ୁଥିବା ସାମୁଦ୍ରିକ କ୍ଷେତ୍ରର ଭବିଷ୍ୟତର ବିକାଶ କରିବା ସହିତ ଦେଶର ଉନ୍ନତି କରିବା। ଏହା ଦେଶରେ ଏକ ନୂତନ ଇନୋ-ସିଷ୍ଟମ ଗଠନ ପାଇଁ ସଂସ୍ଥାଗୁଡ଼ିକର ଗଭୀର ସହଯୋଗକୁ ଅନ୍ତର୍ଭୁକ୍ତ କରେ ଯାହା ସ୍ଥାୟୀ ଅଭିବୃଦ୍ଧି ଘଟାଇବ ଏବଂ ବୃହତ ରୋଜଗାରର ସୁଯୋଗ ସୃଷ୍ଟି କରିବ। ଏହା ଏକାଡେମିକ୍ ଅନୁଷ୍ଠାନ, ସାର୍ବଜନୀନ କ୍ଷେତ୍ର, ବେସରକାରୀ କ୍ଷେତ୍ର ଏବଂ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ସମ୍ମିଶ୍ରଣକୁ ବୃଦ୍ଧି କରିବ ଏବଂ କାର୍ଯ୍ୟ, ରକ୍ଷଣାବେକ୍ଷଣ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ସମସ୍ୟା ତଥା ଆହ୍ୱାନଗୁଡ଼ିକର ସମାଧାନ ପାଇଁ ନୂତନ ଚିନ୍ତାଧାରା ଏବଂ ଆଭିମୁଖ୍ୟ ଦିଗରେ ସମାଧାନ ପ୍ରଦାନ କରିଥାଏ।

କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ, ଷ୍ଟାର୍ଟ ଅପ୍ ଇଣ୍ଡିଆ ନୀତି ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିନ୍ତାଧାରା ଏବଂ ଦେଶରେ ଷ୍ଟାର୍ଟ ଅପ୍ ଏବଂ ନୂତନତ୍ୱର ବିକାଶ ପାଇଁ ଏକ ଦୃଢ଼ ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ଏକ ସଠିକ୍ ପଦକ୍ଷେପ। ଏହା ନିଶ୍ଚିତ ଭାବରେ ନବସୃଜନ ଏବଂ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବ। ଏହି ନୀତି ମାଧ୍ୟମରେ, ଏମଓପିଏସଡବ୍ଲୁ ଷ୍ଟାର୍ଟ-ଅପ୍ ଗୁଡ଼ିକର ବିକାଶ ମାଧ୍ୟମରେ ବୃଦ୍ଧି ଏବଂ ସମୃଦ୍ଧ କରିବାକୁ ସକ୍ଷମ କରିବାକୁ ଚାହୁଁଛି।

ପରିକଳ୍ପିତ ଢାଞ୍ଚା ବିଭିନ୍ନ ହିତାଧିକାରୀଙ୍କ ମଧ୍ୟରେ ଦାୟିତ୍ବ ଏବଂ ଲାଭ ବଣ୍ଟନକୁ ସକ୍ଷମ କରିଥାଏ। ଏହା କେବଳ ବିଦ୍ୟମାନ ହିତାଧିକାରୀମାନଙ୍କ ମଧ୍ୟରେ ସୀମିତ ନୁହେଁ ବରଂ ଅଭିନବ ଚିନ୍ତାଧାରା ସହିତ ଆଗାମୀ ଯୁବ ଉଦ୍ୟୋଗୀମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରେ।

ଷ୍ଟାର୍ଟଅପ୍ ପାଇଁ ଡିକାର୍ବୋନାଇଜେସନ୍, ତଥ୍ୟ ମାଧ୍ୟମରେ ପ୍ରକ୍ରିୟାକୁ ଅପ୍ଟିମାଇଜ୍, ସାମୁଦ୍ରିକ ଶିକ୍ଷା, ମଲ୍ଟି ମୋଡାଲ୍ ପରିବହନ, ଉତ୍ପାଦନ, ବିକଳ୍ପ/ଅଗ୍ରୀମ ସାମଗ୍ରୀ, ସାମୁଦ୍ରିକ ସାଇବର ସିକ୍ୟୁରିଟି, ସ୍ମାର୍ଟ ଯୋଗାଯୋଗ ଏବଂ ସାମୁଦ୍ରିକ ଇଲେକ୍ଟ୍ରୋନିକ୍ସ ସହିତ ଡ୍ରାଫ୍ଟ ପଲିସି ଅନେକ ପ୍ରମୁଖ କ୍ଷେତ୍ର ଚିହ୍ନଟ କରିଛି।

ଡ୍ରାଫ୍ଟ ‘ସାଗରମାଲା ଇନୋଭେସନ୍ ଏବଂ ଷ୍ଟାର୍ଟ ଅପ୍ ପଲିସି’ ର ବିବରଣୀ:

ଏକ ସ୍ୱଚ୍ଛ ପ୍ରକ୍ରିୟା ସୁନିଶ୍ଚିତ କରୁଥିବା ଷ୍ଟାର୍ଟଅପ୍ ର ଡିଜିଟାଲ୍ ପୋର୍ଟାଲ୍ ଆଧାରିତ ଚୟନ।

ସର୍ବନିମ୍ନ କାର୍ଯ୍ୟକ୍ଷମ ଉତ୍ପାଦ / ସେବା (ଏମଭିପି) ସୃଷ୍ଟି କରିବାକୁ ଅନୁଦାନ, ବଜାର ପ୍ରବେଶ କିମ୍ବା ସ୍କେଲିଂ ଅପ୍‌ ସହିତ ମାଲିକାନା ପ୍ରଯୁକ୍ତିର ବ୍ୟବସାୟିକୀକରଣ।

ପରୀକ୍ଷଣ କରିବା, ପାଇଲଟ୍ ପ୍ରୋଜେକ୍ଟକୁ ସୁଗମ କରିବା, କାର୍ଯ୍ୟକ୍ଷେତ୍ର ପ୍ରତିଷ୍ଠା କରିବା ଏବଂ ଉତ୍ପାଦ ଏବଂ ସମାଧାନ ଗ୍ରହଣ କରିବା ପାଇଁ ବନ୍ଦରଗୁଡ଼ିକରେ ‘ଲଞ୍ଚ ପ୍ୟାଡ୍’ ସୃଷ୍ଟି।

ନବସୃଜନର ପ୍ରୟାସକୁ ସ୍ୱୀକୃତି ଦେଇ ସାମୁଦ୍ରିକ କ୍ଷେତ୍ରରେ ବାର୍ଷିକ ଷ୍ଟାର୍ଟ ଅପ୍ ପୁରସ୍କାର।

କ୍ରେତା-ବିକ୍ରେତା ସଭାଗୁଡ଼ିକର ଆୟୋଜନ ଏବଂ ଭିସି ପାଇଁ ବୈଷୟିକ ଜ୍ଞାନ ସହାୟତା ପ୍ରଦାନ।

ଅଣ-ପଞ୍ଜୀକୃତ ଷ୍ଟାର୍ଟ-ଅପ୍ ଏବଂ ବ୍ୟକ୍ତିବିଶେଷଙ୍କୁ ସାମୁଦ୍ରିକ କ୍ଷେତ୍ରରେ ଉତ୍କୃଷ୍ଟ ଚିନ୍ତାଧାରା ସହିତ ଷ୍ଟାର୍ଟ ଅପ୍ ପଞ୍ଜିକରଣ ଏବଂ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ମାନ୍ୟତା ସହିତ ନିର୍ଦ୍ଦେଶନାମା ସହିତ ମାର୍ଗଦର୍ଶନ।

ଟେଣ୍ଡର ଏବଂ ସବ୍-କଣ୍ଟ୍ରାକ୍ଟରେ ନିୟାମକ ସମର୍ଥନ।

ଆଇପି-ପେଟେଣ୍ଟ ଫାଇଲିଂ, କମ୍ପାନୀ ପଞ୍ଜୀକରଣ, ବାର୍ଷିକ ଫାଇଲିଂ ଏବଂ ବନ୍ଦ ପାଇଁ ଷ୍ଟାର୍ଟ ଅପ୍ ପର୍ଯ୍ୟନ୍ତ ଆଇନଗତ ଏବଂ ଆକାଉଣ୍ଟାନ୍‌ସି ବ୍ୟାକଅପ୍।

ଷ୍ଟାର୍ଟ ଅପ୍ସର ପ୍ରମୋସନ ମାରିଟାଇମ୍ ଇନୋଭେସନ୍ ହବ୍ (ଏମଆଇଏଚ) ର ବିକାଶ ମାଧ୍ୟମରେ ହେବ ଯାହା ନିମ୍ନଲିଖିତ କାର୍ଯ୍ୟଗୁଡ଼ିକୁ କାର୍ଯ୍ୟକାରୀ କରିବ:

ଷ୍ଟାର୍ଟଅପ୍ ଯାତ୍ରାର ସମସ୍ତ ଦିଗରୁ ଆରମ୍ଭ କରି ଉନ୍ନତ ଉତ୍ପାଦ ପର୍ଯ୍ୟନ୍ତ କଭର୍ କରିବାକୁ ଥିବା ଆଧୁନିକ ସୁବିଧାଗୁଡ଼ିକର ସ୍ଥିତି ସହିତ ଇନକ୍ୟୁବେଟର ଏବଂ ତ୍ୱରାନ୍ୱିତକାରୀ ବିକାଶ କରିବା।

ଉଦୀୟମାନ ଉଦ୍ୟୋଗୀମାନଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତ ପ୍ରଯୁଜ୍ୟ ସୂଚନା ଧାରଣ କରିଥିବା କେନ୍ଦ୍ରୀୟ ସଂଗ୍ରହାଳୟର ବିକାଶ କରିବା।

ଯୋଗ୍ୟ ଷ୍ଟାର୍ଟ ଅପ୍ ବ୍ୟବସାୟ ଏବଂ ଅଭିନବ ସାମୁଦ୍ରିକ ପ୍ରଯୁକ୍ତିବିଦ୍ୟା ପାଇଁ ନିବେଶକୁ ଆକର୍ଷିତ କରିବା।

ସାମୁଦ୍ରିକ ଶିଳ୍ପର ବିଭିନ୍ନ ଦିଗ ଏବଂ ନବସୃଜନ କେନ୍ଦ୍ରିତ କାର୍ଯ୍ୟକ୍ରମଗୁଡ଼ିକର ଶୁଭାରମ୍ଭ ବିଷୟରେ ଜ୍ଞାନକୌଶଳ ଅଧିବେଶନ ମାଧ୍ୟମରେ ଉଦ୍ୟୋଗୀମାନଙ୍କର ବିକାଶ।

ମାନସିକତା, ଜ୍ଞାନର ଆଦାନପ୍ରଦାନ ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ହିତାଧିକାରୀଙ୍କ ସହ ସହଯୋଗ କରିବା ଏବଂ ବିଶ୍ବର ବିଷୟବସ୍ତୁ ବିଶେଷଜ୍ଞ,  ଉଦ୍ୟୋଗୀ, ବ୍ୟବସାୟ ଲିଡର, ଏବଂ ନିବେଶକଙ୍କ ପାଇଁ ଭାରତରେ ପ୍ରବେଶ ଏବଂ ଏହାର ବୃଦ୍ଧିର ସମ୍ଭାବନାକୁ ସହଜ କରିବା।

ଏମଓପିଏସଡବ୍ଲୁ ଏହା ସେୟାର  କରିବା ଅବସରରେ ଗର୍ବିତ ଅନୁଭବ କରେ ଯେ ସାଗରମାଳାର 8 ସଫଳ ବର୍ଷର ବ୍ୟବଧାନରେ ସାମୁଦ୍ରିକ କ୍ଷେତ୍ର ବନ୍ଦର ନେତୃତ୍ୱାଧୀନ ବିକାଶ ପାଇଁ ସମସ୍ତ ସମ୍ଭାବ୍ୟ ସୁଯୋଗକୁ ସୃଷ୍ଟି କରିଛି । ବର୍ତ୍ତମାନ, ଏହି ନୀତି ଏକ ଦୃଢ଼ ସାମୁଦ୍ରିକ ନବସୃଜନ ଇକୋସିଷ୍ଟମ୍ ଗଠନ ପାଇଁ ଏକ ଦୀର୍ଘକାଳୀନ କାର୍ଯ୍ୟ ଯୋଜନା, ନେଟୱାର୍କ, ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଉତ୍ସ ପ୍ରତିଷ୍ଠା ପାଇଁ ଏକ କ୍ଷେତ୍ର ସୃଷ୍ଟି କରିବ।

Categories
ଆଜିର ଖବର ଜାତୀୟ ଖବର

ରିଅଲ ଟାଇମ୍‍ ପର୍ଫମାନ୍ସ ମନିଟରିଂ ଡାସବୋର୍ଡ ‘ସାଗର ମନ୍ଥନ’କୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ତଥା ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଭର୍ଚୁଆଲ ଭାବେ ମନ୍ତ୍ରଣାଳୟର ଡିଜିଟାଲ ପ୍ଲାଟଫର୍ମ ରିଅଲ ଟାଇମ ପର୍ଫମାନ୍ସ ମନିଟରିଂ ଡାସବୋର୍ଡ ସାଗର ମନ୍ଥନର ଶୁଭାରମ୍ଭ କରିଛନ୍ତି – ଯେଉଁଥିରେ ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ସହାୟକ କମ୍ପାନୀ ସହ ଜଡିତ ସମସ୍ତ ତଥ୍ୟ ରହିଛି। ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୱାଇ. ନାୟକ, ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଏବଂ ମନ୍ତ୍ରାଳୟର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ଉଦଘାଟନ କରାଯାଇଥିଲା।

ଏହି ଡାସବୋର୍ଡ ସୁ-ସମନ୍ୱିତ ରିଅଲ ଟାଇମ ସୂଚନାକୁ ଉନ୍ନତ କରି ବିଭିନ୍ନ ବିଭାଗର କାର୍ଯ୍ୟକୁ ରୂପାନ୍ତରଣ କରିବ। ମନ୍ତ୍ରାଳୟର ସଚିବ ସୁଧାଂଶୁ ପନ୍ତ, ଆଇଏଏସ୍‌ଙ୍କ ତତ୍ୱାବଧାନରେ ଦେଢ ମାସରୁ କମ୍ ସମୟ ମଧ୍ୟରେ ଏହି ପ୍ଲାଟଫର୍ମ ସଂପୂର୍ଣ୍ଣ ଭାବରେ ମନ୍ତ୍ରାଳୟ ଦ୍ୱାରା ବିକଶିତ ହୋଇଛି।

ଏହି ଅବସରରେ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ, ସାଗର ମନ୍ଥନ ଡାସବୋର୍ଡର ଶୁଭାରମ୍ଭ ଆମ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଦୃଷ୍ଟିକୋଣର ଏକ ସକରାତ୍ମକ ବିକାଶ। ସଂଗଠନର ସାମଗ୍ରିକ କାର୍ଯ୍ୟଦକ୍ଷତା ଉପରେ ଏହାର ମହତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ପ୍ରଭାବଶାଳୀ ପ୍ରକଳ୍ପ ମନିଟରିଂ ପ୍ରକଳ୍ପର ଠିକ୍ ସମୟରେ ସମାପ୍ତି, ନିଷ୍ପତ୍ତି ଗ୍ରହଣ, ପ୍ରକଳ୍ପର ଦକ୍ଷତା ଏବଂ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିପାରିବ। ଏହା ରିଅଲ ଟାଇମ୍‍ ପ୍ରୋଜେକ୍ଟ ଟ୍ରାକିଂ, ରିସ୍କ ମ୍ୟାନେଜମେଣ୍ଟ, ସମ୍ପଦ ଆବଣ୍ଟନ ଏବଂ ଅଗ୍ରଗତି ସୂଚନା ପ୍ରଦାନକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ ବୋଲି ସେ କହିଛନ୍ତି।

“ସାଗର ମନ୍ଥନ” ଡାସବୋର୍ଡର ବୈଶିଷ୍ଟ୍ୟଗୁଡିକ:

୧. ଡାଟା ଭିଜୁଆଲାଇଜେସନ୍

୨. ରିଅଲ ଟାଇମ୍‍ ମନିଟରିଂ

୩. ଉନ୍ନତ ଯୋଗାଯୋଗ

୪. ତଥ୍ୟ ଆଧାରିତ ନିଷ୍ପତ୍ତି ଗ୍ରହଣ

୫. ଉତ୍ତରଦାୟିତ୍ୱ ବୃଦ୍ଧି

ଭବିଷ୍ୟତରେ, ଏହି ଡାସବୋର୍ଡକୁ ସିସିଟିଭି କ୍ୟାମେରାରୁ ଇନପୁଟ୍‌, ଡ୍ରୋନରୁ ଲାଇଭ୍ ଷ୍ଟ୍ରିମିଂ, ଏଆଇ ଆଧାରିତ ଆଲଗୋରିଦମ ସହିତ ବୋର୍ଡରେ ପ୍ରକୃତ ଅଗ୍ରଗତି ଡିଜିଟାଲ୍ ଟ୍ୱିନ ବୈଶିଷ୍ଟ୍ୟ ଏବଂ ଦକ୍ଷତା ବୃଦ୍ଧି ପାଇଁ ସମସ୍ତ ହିତାଧିକାରୀଙ୍କ ସହଜ ବ୍ୟବହାର ପାଇଁ ମୋବାଇଲ୍ ଆପ୍ ସହିତ ଏକୀକୃତ ହେବ।

“ସାଗର ମନ୍ଥନ” ଡାସବୋର୍ଡର ଶୁଭାରମ୍ଭ ହେଉଛି ସାମୁଦ୍ରିକ ପରିବହନ କ୍ଷେତ୍ରରେ ଡିଜିଟାଲାଇଜେସନ୍ ଏବଂ ସ୍ୱଚ୍ଛତା ଦିଗରେ ବିକାଶ ଏବଂ ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟ ଭାରତରେ ଏହି କ୍ଷେତ୍ରର ଅଭିବୃଦ୍ଧିକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପାରାଦ୍ୱୀପ, ଦୀନଦୟାଲ ଓ ଭି.ଓ ଚିଦମ୍ବରମ୍ ହାଇଡ୍ରୋଜେନ ହବ୍ ଭାବେ ବିକଶିତ ହେବ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ମୁମ୍ବାଇଠାରେ ଅନୁଷ୍ଠିତ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସବୁଜ ବନ୍ଦର (ଗ୍ରୀନ ପୋର୍ଟ) ଓ ସବୁଜ ଜାହାଜ ଚଳାଚଳ (ଗ୍ରୀନ ସିପିଙ୍ଗ ) ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକ ଅବସରରେ ବିଭାଗୀୟ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର, ଦକ୍ଷିଣ ମୁମ୍ବାଇର ଲୋକସଭା ସଦସ୍ୟ ଅରବିନ୍ଦ ସାୱନ୍ତ, ମୁମ୍ବାଇ-ଉତ୍ତର-ପୂର୍ବର ସାଂସଦ ମନୋଜ କୋଟାକ, କାକିନାଡାର ସାଂସଦ ଗୀତା ବିଶ୍ୱନାଥ ବଙ୍ଗା, ମନ୍ତ୍ରଣାଳୟର ସଚିବ ସୁଧାଂଶୁ ପନ୍ଥ, ମୁମ୍ବାଇ ପୋର୍ଟର ଅଧ୍ୟକ୍ଷ ରାଜୀବ ଜଲୋଟା, ଜେଏନ୍ପିଏର ଅଧ୍ୟକ୍ଷ ସଂଜୟ ସେଠୀ, ସିଏସ୍ଏଲ୍ର ଅଧ୍ୟକ୍ଷ ମଧୁ ଏସ୍ ନାୟର, ଏସ୍ସିଆଇର ଅଧ୍ୟକ୍ଷ କ୍ୟାପଟେନ ଦିନେଶ କୁମାର ତ୍ୟାଗୀ, ଡିସିଆଇର ଏମ୍ଡି ଡକ୍ଟର ଜର୍ଜ ୟେଶୁ ବେଢା ଭିକ୍ଟର, ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରାଜେଶ କୁମାର ସିହ୍ନା, ବନ୍ଦର ବିଭାଗ ଯୁଗ୍ମ ସଚିବ ସୁଶୀଲ କୁମାର ସିଂହ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।

ଗ୍ରୀନ ସିପିଙ୍ଗ ଓ ଏମ୍ଭିଆଇ ଗ୍ରୀନ ସିପିଙ୍ଗ ୨୦୩୦ଅନୁସାରେ ଦେଶର ସବୁ ପ୍ରମୁଖ ବନ୍ଦର ବିଭିନ୍ନ ପ୍ରକାର କାର୍ଯକ୍ରମ ଓ ପ୍ରୟାସ ଆରମ୍ଭ କରିଥିବା ବୈଠକରୁ ଜଣାପଡିଛି। ଜାହାଜ ଚଳାଚଳ କ୍ଷେତ୍ର ଓ ବନ୍ଦରରେ ପରିବେଶ ପ୍ରଦୂଷଣକାରୀ ଗ୍ୟାସ(ଗ୍ରୀନ ହାଉସ ଗ୍ୟାସ୍)ନିର୍ଗମନ ହ୍ରାସ କରିବାକୁ ଏସବୁ ପଦକ୍ଷେପ ଗ୍ରହଣ କରାଯାଉଛି। ସାମୁଦ୍ରିକ ନୌବାଣିଜ୍ୟ କ୍ଷେତ୍ରକୁ ପ୍ରଦୂଷଣକାରୀ ଗ୍ୟାସ ଓ ଇନ୍ଧନରୁ ମୁକ୍ତ କରି ଏହାକୁ ସବୁଜ କରିବା ସହିତ ସମ୍ପୃକ୍ତ କାରବାରକୁ ଲାଭଦାୟକ ତଥା ନିରନ୍ତର କରିବା ପାଇଁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ନିର୍ଦ୍ଧାରିତ ସମୟରେ ପୂରଣ କରିବାକୁ ଏସବୁ ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି ପ୍ରୟାସରେ ରହିଛି “ସୋର ଟୁ ସିପ୍ ପାୱାର”, ବିଦ୍ୟୁତ ଚାଳିତ ଯନ୍ତ୍ରପାତି ବନ୍ଦରରେ ବ୍ୟବହାର କରିବା, ଏଲ୍ଏନ୍ଜି/ ସିଏନ୍ଜି ଭଳି ବିକଳ୍ପ ଇନ୍ଧନର ବ୍ୟବହାର, ଏଲ୍.ଏନ୍.ଜି., ସିଏନ୍ଜି, ହାଇଡ୍ରୋଜେନ, ଆମୋନିଆ ଭଳି ବିକଳ୍ପ ସ୍ୱଚ୍ଛ ଇନ୍ଧନର ଭଣ୍ଡାରଣ ସୁବିଧା ବୃଦ୍ଧି, ସୌର, ପବନ, ଜୁଆର ଶକ୍ତିର ସଂଗ୍ରହ ତଥା ବ୍ୟବହାର ଇତ୍ୟାଦି। ଏସବୁ କାର୍ଯ୍ୟକ୍ରମ ଦେଶର ସମସ୍ତ ପ୍ରମୁଖ ବନ୍ଦରରେ ଆରମ୍ଭ ହୋଇଯାଇଛି।

ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଥିଲେ ଯେ “ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ଏହାର ପ୍ରତ୍ୟେକ ପ୍ରମୁଖ/ବୃହତ ବନ୍ଦରରେ ଆବଶ୍ୟକ ପଡୁଥିବା ସମସ୍ତ ଶକ୍ତି ଓ ଊର୍ଜାର ୬୦% ଅକ୍ଷୟ ଶକ୍ତିରୁ ଉପଯୋଗ କରିବାକୁ ଚାହୁଁଛି। ଏବେ ମାତ୍ରା ୧୦% କମ୍ ଅକ୍ଷୟ ଶକ୍ତି ପ୍ରମୁଖ ବନ୍ଦର ସମୂହରେ ଉପଯୋଗ କରାଯାଉଛି। ଆହୁରି ମଧ୍ୟ ବନ୍ଦରଗୁଡିକ ପଣ୍ୟ ପରିବହନ କାର୍ଯ୍ୟରେ ଟନ୍ ପିଛା କାର୍ବନ ନିର୍ଗମନକୁ ୨୦୩୦ ସୁ୍ଦ୍ଧା ୩୦% ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ମାରିଟାଇମ୍ ଭିଜନ ଡକୁମେଣ୍ଟ-୨୦୩୦ରେ ଏକ ୧୦ବର୍ଷିଆ ସହଣୀୟ ସବୁଜ ସାମୁଦ୍ରିକ କ୍ଷେତ୍ର ଓ ନୀଳ ଅର୍ଥନୀତିର ଖସଡା ପ୍ରସ୍ତୁତ କରାଯାଇଛି।

ମନ୍ତ୍ରୀ ଶ୍ରୀ ସୋନୋୱାଲ ଆହୁରି କହିଥିଲେ ଯେ ଜାତୀୟ ହାଇଡ୍ରୋଜେନ ମିଶନର ଲକ୍ଷ୍ୟ ଅନୁସାରେ ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଦେଶର ତିନିଟି ପ୍ରମୁଖ ବନ୍ଦର ଯଥା, ପାରାଦ୍ୱୀପ, ଦୀନଦୟାଲ ଓ ଭି.ଓ ଚିଦମ୍ବରମ୍ ବନ୍ଦରର ବିକାଶ ଘଟାଇ ସେଠାରେ ହାଇଡ୍ରୋଜେନ ହବ୍ ପ୍ରତିଷ୍ଠା କରିବ। ଏସବୁ ହବ୍ ୨୦୩୦ ସୁଦ୍ଧା ହାଇଡ୍ରୋଜେନର ଭଣ୍ଡାରଣ, ଉତ୍ପାଦନ ଓ କାରବାର ପାଇଁ ସକ୍ଷମ ହେବେ।

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଦେଶର ବୃହତ ବନ୍ଦରଗୁଡିକରେ “ଗ୍ରୀନ ପୋର୍ଟ” ପ୍ରୟାସ ଆରମ୍ଭ କରିଛି। ଏହାର ପ୍ରଥମ ଲକ୍ଷ୍ୟ ହେଲା ବନ୍ଦରର କାର୍ଯ୍ୟ ଏବଂ ଜାହାଜ ଚଳାଚଳରେ ପ୍ରଦୂଷଣକୁ ନିୟନ୍ତ୍ରଣ କରି ସ୍ୱଚ୍ଛ ଇନ୍ଧନ ବ୍ୟବହାର ଉପରେ ଗୁରୁତ୍ୱ ଦେବା। ଏହା ଫଳରେ ସମ୍ପୃକ୍ତ ବନ୍ଦର ଗୁଡିକର ପରିବେଶ ଜନିତ ପ୍ରଦର୍ଶନ ଭଲ ରହିବ। ଏହି ପ୍ରୟାସରେ ପରିବେଶ ପ୍ରଦୂଷଣକୁ ପର୍ଯ୍ୟବେକ୍ଷଣ ଓ ତଦାରଖ କରିବା ପାଇଁ ଆବଶ୍ୟକ ଉପକରଣ ଓ ଯନ୍ତ୍ରପାତି ହାସଲ କରିବା, ଧୂଳିକୁ ନିୟନ୍ତ୍ରଣ କରିବାକୁ ଯାନ୍ତ୍ରିକ ବ୍ୟବସ୍ଥାର ଉପଯୋଗ, ଏସ୍ଟିପି ଗାର୍ବେଜ ଡିସପୋଜାଲ ସିଷ୍ଟମ ପ୍ରସ୍ତୁତ କରିବା, ଜାହାଜରୁ ବାହାରୁ ଥିବା ଆବର୍ଜନାର ନିରାପଦ ପରିଚାଳନା, ଅକ୍ଷୟ ଉତ୍ସରୁ ଶକ୍ତି ଉତ୍ପାଦନ ବ୍ୟବସ୍ଥା କରିବା, ତୈଳ ଆସ୍ତରଣକୁ ସଫା କରିବାର ବ୍ୟବସ୍ଥା କରିବା, ପୋତାଶ୍ରୟର ଜଳର ମାନ ବୃଦ୍ଧି, ଟର୍ମିନାଲଗୁଡିକର ଡିଜାଇନ ବଦଳାଇ ଏହାର ବିକାଶ କରିବା ସହିତ ସେସବୁର କାର୍ଯ୍ୟଦକ୍ଷତା ବଢାଇବା ଓ ବନ୍ଦରାଞ୍ଚଳରେ ଅଧିକରୁ ଅଧିକ ସବୁଜିମା ସୃଷ୍ଟି କରିବା ଆଦି ଅନ୍ତର୍ଭୁକ୍ତ।

ସେହିଭଳି ଗ୍ରୀନ ସିପିଙ୍ଗ ବା ପ୍ରଦୂଷଣମୁକ୍ତ ଜାହାଜ ଚଳାଚଳ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଭାରତର ସର୍ବବୃହତ ଜାହାଜ ନିର୍ମାଣ କାରଖାନା କୋଚିନ ସିପିୟାର୍ଡକୁ ପରିଷ୍କାର ପରିଚ୍ଛନ୍ନ ତଥା ପ୍ରଦୂଷଣମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ପାରମ୍ପରିକ ଊର୍ଜାର ବ୍ୟବହରାର ଯଥେଷ୍ଟ ହ୍ରାସ ପାଇଛି। ଏହା ଫଳରେ ଦେଶର ପ୍ରମୁଖ ବନ୍ଦର ସମୂହ ଏକ ସବୁଜ ବିପ୍ଳବ ଆଣିବାକୁ ଯାଉଛନ୍ତି। ଏହା ଫଳରେ ଭାରତୀୟ ବନ୍ଦରଗୁଡିକ ଅଧିକ ପରିଷ୍କାର ପରିଚ୍ଛନ୍ନ ଓ ସବୁଜ ହେବା ସହିତ ଏହାର ସାମଗ୍ରିକ ପରିବେଶରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ଏହା ନୀଳ ଅର୍ଥନୀତିର ବିକାଶ ପାଇଁ ନିଶ୍ଚିତଭାବେ କେତେକ ଅପରିହାର୍ଯ୍ୟ ଆବଶ୍ୟକତା।

ନୀଳ ଅର୍ଥନୀତି ବା ବ୍ଲ୍ୟୁ ଇକନମୀ ପାଇଁ ଏକ ଉପଯୁକ୍ତ ପରିବେଶ ତିଆରି କରିବା ସର୍ବଦା ଗୁରୁତ୍ୱପୂର୍ଣ୍ଣ। ଏହା ପୁଞ୍ଜିନିବେଶ ଓ ଅର୍ଥ ପ୍ରବାହ ମଧ୍ୟରେ ଉତ୍ତମ ଭାରସାମ୍ୟ ରଖିଥାଏ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା ୧୩ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବ ବିଶ୍ୱର ସର୍ବବୃହତ୍ ରିଭର କ୍ରୁଜ ‘ଗଙ୍ଗା ବିଳାସ’

ନୂଆଦିଲ୍ଲୀ: ଚଳିତ ମାସ ୧୩ତାରିଖ (୧୩ ଜାନୁୟାରୀ-୨୦୨୩)ରେ ଉତ୍ତର ପ୍ରଦେଶର ବାରାଣସୀଠାରେ ଗଙ୍ଗାନଦୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବବୃହତ୍ ରିଭରକ୍ରୁଜ ଅଭିଯାନର ଶୁଭାରମ୍ଭ କରିବେ। ଏମ୍ଭି ଗଙ୍ଗା ବିଳାସ ଏହି ଅବସରରେ ବିଶ୍ୱର ସର୍ବବୃହତ ରିଭର କ୍ରୁଜ ଅଭିଯାନରେ ସେଦିନ ତାହାର ଯାତ୍ରା ଆରମ୍ଭ କରିବ। ଏଥି ସହିତ ଭାରତରେ ରିଭର କ୍ରୁଜ ପର୍ଯ୍ୟଟନର ନୂଆ ଯୁଗ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ। ଏହି ବିଳାସପୂର୍ଣ୍ଣ କ୍ରୁଜ ଭାରତର ପାଞ୍ଚଟି ରାଜ୍ୟ ଓ ବାଂଲାଦେଶର ବିଭିନ୍ନ ୨୭ଟି ନଦୀ ବ୍ୟବସ୍ଥାରେ ୩୨୦୦ କି.ମି.ରୁ ଅଧିକ ପଥ ଅତିକ୍ରମ କରି ଆସାମର ଦିବ୍ରୁଗଡରେ ପହଞ୍ଚିବେ। ଭାରତର ନଦୀ କ୍ରୁଜ ପର୍ଯ୍ୟଟନର ଯେଉଁ ଅପାର ସମ୍ଭାବନା ରହିଛି ତାହାକୁ ରୂପାୟିତ କରିବା ପାଇଁ ଏହି କ୍ରୁଜ ଅଭିଯାନ ବାଟ ଦେଖାଇବ। ଏହି କ୍ରୁଜ ସେବା ବାସ୍ତବରେ ଭାରତର ରିଭର କ୍ରୁଜ ସମ୍ଭାବନାର ଚାବି ଖୋଲିବ ବୋଲି ଶ୍ରୀ ସୋନୋୱାଲ କହିଛନ୍ତି।

ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସୋନୋୱାଲ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଗତିଶୀଳ ନେତୃତ୍ୱରେ ଆମେ ଆମ ନଦୀ ବ୍ୟବସ୍ଥା ଦେଇଥିବା ପ୍ରଚୁର ସମ୍ପଦର ଉପଯୋଗର ବାଟ ଖୋଲୁଛୁ। ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ଆମେ ନିରନ୍ତର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଉଦ୍ୟମରତ। ନଦୀପଥର ଉପଯୋଗ କରି ଉଭୟ ପଣ୍ୟ ଓ ଯାତ୍ରୀ ପରିବହନ ବଢାଇବାକୁ ଆମେ ଯେଉଁ ଉଦ୍ୟମ କରୁଛୁ ତାହା ଖୁବ୍ ସଫଳତା ପାଇଛି। ଏଥିରେ ଆମେ ନଦୀ ପର୍ଯ୍ୟଟନକୁ ଯୋଡି ଏହାକୁ ଅଧିକରୁ ଅଧିକ ଲୋକପ୍ରିୟ କରିବାକୁ ଚେଷ୍ଟା କରୁଛୁ। ଗଙ୍ଗା ବିଳାସ କ୍ରୁଜ ଅଭିଯାନ ତାହାର ଏକ ଅଂଶବିଶେଷ। ଏହା ଦ୍ୱାରା ପର୍ଯ୍ୟଟକମାନେ ନୂଆ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଶୈକ୍ଷିକ ଅଭିଜ୍ଞତା ଅର୍ଜନ କରିବା ସହିତ ଭାରତର ଜୈବ ବିବିଧତା ସମ୍ପର୍କରେ ଅନେକ କଥ।। ଜାଣିବେ। ଏହା ମଧ୍ୟ ଆମ ନଦୀ ପର୍ଯ୍ୟଟନକୁ ବିଶ୍ୱସ୍ତରରେ ପହଞ୍ଚାଇବ ବୋଲି ସେ କହିଛନ୍ତି।”

ମନ୍ତ୍ରୀ ଶ୍ରୀ ସୋନୋୱାଲ ଆହୁରି କହିଛନ୍ତି ଯେ, “କାଶୀରୁ ସାରନାଥ, ମଜୁଲିରୁ ମେୟଙ୍ଗ, ସୁନ୍ଦରବନରୁ କାଜିରଙ୍ଗା ଆଦି ସ୍ଥାନକୁ ରିଭର କ୍ରୁଜରେ ଯାତ୍ରା କରିବା ଏକ ଜୀବନବ୍ୟାପୀ ଅଭିଜ୍ଞତା। ମୋର ବିଶ୍ୱାସ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦିଗ୍ ଦର୍ଶନରେ ଏହି ଚମତ୍କାର ଉଦ୍ୟମ ଭାରତରେ ରିଭର କ୍ରୁଜ ପର୍ଯ୍ୟଟନର ଏକ ନୂଆ ଯୁଗ ଆରମ୍ଭ କରିବ। ଏହା ମଧ୍ୟ ଭାରତ ସରକାରଙ୍କ ଆକ୍ଟ ଇଷ୍ଟ ବା ପ୍ରାଚ୍ୟ ନୀତିକୁ କାର୍ଯ୍ୟକାରୀ କରିବାର ସଂକଳ୍ପକୁ ସାକାର କରିବାରେ ଉଭୟ ନୀତିଗତ ଓ ବାସ୍ତବତା ଦୃଷ୍ଟିରୁ ସହାୟକ ହେବ।”

ଭାରତର ଶ୍ରେଷ୍ଠତମ ନଦୀ ପର୍ଯ୍ୟଟନ ଓ ପ୍ରାକୃତିକ ସମ୍ବଳକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାକୁ ଏହିି ଗଙ୍ଗା ବିଳାସ କ୍ରୁଜ୍ ପ୍ରସ୍ତୁତ ହୋଇଛି। ଏହି କ୍ରୁଜର ନଦୀ ପରିକ୍ରମା କାର୍ଯ୍ୟକ୍ରମ ୫୧ଦିନ ପାଇଁ ଚାଲିବ । ଏଥିରେ ପର୍ଯ୍ୟଟକମାନଙ୍କୁ ବିଶ୍ୱ ଐତିହ୍ୟ ସ୍ଥଳ, ଜାତୀୟ ଉଦ୍ୟାନ, ନଦୀଘାଟ, ପ୍ରାଚୀନ ସହର ସମେତ ୫୦ଟି ପର୍ଯ୍ୟଟନସ୍ଥଳୀ ପରିଦର୍ଶନର ସୁଯୋଗ ମିଳିବ। ଏହି ପର୍ଯ୍ୟଟକ ବିହାରର ପାଟନା, ଝାଡଖଣ୍ଡର ସାହେବଗଞ୍ଜ, ପଶ୍ଚିମବଙ୍ଗର କଲିକତା, ଆସାମର ଗୁଆହାଟି ଓ ବାଂଲାଦେଶର ଢାକା ଆଦି ବୁଲି ଦେଖିପାରିବେ। ବାଂଲାଦେଶ ସହିତ ଥିବା ନଦୀ ଚୁକ୍ତି ଅନୁସାରେ ଭାରତୀୟ ଜାହାଜସବୁ ଗଙ୍ଗାରେ ବାଂଲାଦେଶ ଯାଇ ସେଠାରେ ବ୍ରହ୍ମପୁତ୍ର ଦେଇ ଆସାମ ପର୍ଯ୍ୟନ୍ତ ଯିବେ।

ଏମ୍.ଭି. ଗଙ୍ଗା ବିଳାସ ଜାହାଜର ଲମ୍ବ ୬୨ମିଟର ଓ ପ୍ରସ୍ଥ ୧୨ ମିଟର । ଏହା ୧.୪ ମିଟର ଗଭୀର ଜଳରେ ମଧ୍ୟ ସହଜରେ ଯାତ୍ରା କରିବାକୁ ସମର୍ଥ। ଏହାର ତିନିଟି ଡେକ୍ ଏବଂ ୧୮ଟି ସୁଟ୍ ରହିଛି। ଏହି ସୁଟ୍ରେ ୩୬ ପର୍ଯ୍ୟଟକଙ୍କୁ ଆତିଥ୍ୟ ଦେବାର ସୁବିଧା ରହିଛି। ଯାତ୍ରୀମାନଙ୍କୁ ସ୍ମରଣୀୟ ଓ ବିଳାସପୂର୍ଣ୍ଣ ଅନୁଭବ ଦେବାକୁ ଜାହାଜରେ ସବୁପ୍ରକାର ବ୍ୟବସ୍ଥା ଉପଲବ୍ଧ। ଜାହାଜଟି ପ୍ରଦୂଷଣମୁକ୍ତ ଏବଂ ଏଥିରେ ଶବ୍ଦ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି। ସବୁ ପ୍ରକାର ନିରାପଦ ଓ ସୁରକ୍ଷା ନୀତି ଏହି କ୍ରୁଜ(ଜାହାଜ) ଅନୁସରଣ କରୁଛି।

ମୋଟର ଚାଳିତ ପୋତ ବା ଏମ୍ଭି ଗଙ୍ଗା ବିଳାସର ଏହି ପ୍ରଥମ ଯାତ୍ରାରେ ସୁଇଜରଲାଣ୍ଡର ୩୨ ପର୍ଯ୍ୟଟକ ଅଛନ୍ତି। ସେମାନେ ବାରାଣସୀରୁ ଦ୍ରିବୁଗଡ ଯାଏଁ ଟିକେଟ କରିଛନ୍ତି। ଗଙ୍ଗା ବିଳାସ ୧ମାର୍ଚ୍ଚ ୨୦୨୩ରେ ଦିବ୍ରୁଗଡରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହି ଯାତ୍ରା କାଳରେ ପର୍ଯ୍ୟଟକମାନେ ଭାରତର ସାଂସ୍କୃତିକ, ଆଧ୍ୟାତ୍ମିକ, ଧାର୍ମିକ ଓ ଐତିହାସିକ ସ୍ଥଳ ବୁଲି ଦେଖିବାର ସୁଯୋଗ ପାଇବେ। ସେମାନଙ୍କୁ ବାରାଣସୀର ପ୍ରଖ୍ୟାତ ଗଙ୍ଗା ଆରତି ଦେଖିବାକୁ ସୁଯୋଗ ମିଳିବ। ଏହା ପରେ ସେମାନେ ସାରନାଥ ବୁଲି ଦେଖିବେ ଯାହା ବୌଦ୍ଧଧର୍ମର ଏକ ପ୍ରମୁଖ ପବିତ୍ର ପୀଠ। ଏହାଛଡା ଏହାର ସବୁ ପର୍ଯ୍ୟଟକ ପ୍ରଖ୍ୟାତ ତନ୍ତ୍ରସ୍ଥଳ ମେୟଙ୍ଗ, ସର୍ବବୃହତ ନଦୀ ଦ୍ୱୀପ ତଥା ବୈଷ୍ଣବ ସମ୍ପ୍ରଦାୟର ଏକ ପ୍ରମୁଖ ସାଂସ୍କୃତିକ କେନ୍ଦ୍ର ମଜୁଲି ଦେଖିବାର ସୁଯୋଗ ପାଇବେ। ଆହୁରି ସେମାନେ ମଧ୍ୟ ବିହାର ଯୋଗ ସ୍କୁଲ, ବିକ୍ରମଶିଳା ବିଶ୍ୱ ବିଦ୍ୟାଳୟ ବୁଲି ଦେଖି ଭାରତୀୟ ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ପ୍ରତ୍ୟକ୍ଷ ଅଭିଜ୍ଞତା ଅର୍ଜନ କରିବେ।

ଏହି କ୍ରୁଜ ମଧ୍ୟ ପ୍ରଖ୍ୟାତ ଜୈବ ବିବିଧତାରେ ସମୃଦ୍ଧ ବିଶ୍ୱ ଐତିହ୍ୟସ୍ଥଳୀ ସୁନ୍ଦରବନ ପରିକ୍ରମା କରିବ। ବଙ୍ଗୋପସାଗରର ଏହି ତ୍ରିକୋଣ ଭୂମି ଅଞ୍ଚଳ ସୁନ୍ଦରବନ ମହାବଳ ବାଘଙ୍କ ପାଇଁ ପ୍ରସିଦ୍ଧ। ଏହାଛଡା କ୍ରୁଜରେ ଯାତ୍ରୀମାନେ ଆସାମର ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନର ସୁଯୋଗ ପାଇବେ। ଏହି ଜାତୀୟ ଉଦ୍ୟାନଟି ଏକ ଶିଙ୍ଗା ଗଣ୍ଡାଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି।

ମନ୍ତ୍ରୀ ଶ୍ରୀ ସୋନୋୱାଲ ରିଭର କ୍ରୁଜ ବିକାଶର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱ ଆରୋପ କରିଥିଲେ। ସେ କହିଥିଲେ ଯେ ଏହି କ୍ଷେତ୍ରର ବିକାଶ ଘଟିଲେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ରୋଜଗାର ବଢିବ। ରିଭର କ୍ରୁଜ ଓ ନଦୀ ପର୍ଯ୍ୟଟନର ବିକାଶ ପାଇଁ ସରକାର ଅର୍ଥ ବିନିଯୋଗ କରି ଭିତ୍ତିଭୂମିର ବିକାଶ କରୁଛନ୍ତି। ନଦୀ ପର୍ଯ୍ୟଟନ ସର୍କିଟକୁ ବିକଶିତ କରାଇ ବର୍ତ୍ତମାନର ପର୍ଯ୍ୟଟନ ସର୍କିଟ ସହିତ ସମନ୍ୱିତ କରାଯିବ। ଏହା ଫଳରେ ଏହି କ୍ଷେତ୍ର ସର୍ବାଧିକ ଭାବେ ଲୋକଲୋଚନକୁ ଆସିବା ସହିତ ବିକଶିତ ହେବ ବୋଲି ସେ କହିଛନ୍ତି ।
ଏମ୍ଭି ଗଙ୍ଗା ବିଳାସ କ୍ରୁଜ ସେବା ପ୍ରଦାନ କରିବାରେ ଏଭଳି ପ୍ରଥମ ଜାହାଜ। ଏଥିପାଇଁ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ(ଏଡବ୍ଲୁଏଆଇ), ଜାହାଜ ଚଳାଚଳ ମନ୍ତ୍ରଣାଳୟ, ବନ୍ଦର ଓ ଜଳପଥ ମନ୍ତ୍ରଣାଳୟ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେଇଛନ୍ତି। ଏହାର ସଫଳତା ଆଧାରରେ ଦେଶର ଅନ୍ୟ ଭାଗରେ ରିଭର କ୍ରୁଜ, ବ୍ୟବସ୍ଥା ଆରମ୍ଭ କରିବାକୁ ଆଗ୍ରହୀ ପକ୍ଷ ଆଗେଇ ଆସିବେ ବୋଲି ସରକାର ଆଶାବାଦୀ।

ବିଶ୍ୱର କ୍ରୁଜ ମାର୍କେଟ ବିଗତ କେତେ ବର୍ଷ ଧରି ୫% ହାରରେ ବଢୁଛି। ୨୦୨୭ ସୁଦ୍ଧା ଏହା ୩୭%ରେ ପହଚିଂବ ବୋଲି ଆଶା କରାଯାଉଛି। ତେବେ ୬୦% ବଜାର ସହ ୟୁରୋପ ଏ କ୍ଷେତ୍ରରେ ଆଗରେ ରହିଛି। ଭାରତର ଆଠଟି କ୍ରୁଜ ଜାହାଜ କଲିକତା ଓ ବାରାଣସୀ ମଧ୍ୟରେ ଚଳାଚଳ କରୁଛି। ସେହିଭଳି ବ୍ରହ୍ମପୁତ୍ର (ଜାତୀୟ ଜଳପଥ-୨) ରେ କ୍ରୁଜ ସିପ୍ ଚାଲୁଛି। ଅବଶ୍ୟ ନଦୀରେ କ୍ରୀଡା ଓ ପର୍ଯ୍ୟଟନରେ ଅଂଶ ସ୍ୱରୂପ ଭାରତର ଗଙ୍ଗା, ବ୍ରହ୍ମପୁତ୍ର ସମେତ ବିଭିନ୍ନ ନଦୀର ରାପ୍ଟିଂ,କ୍ୟାମ୍ପିଂ, ସାଇଟି ସିଂ ଓ କାୟାକିଙ୍ଗ ଆଦି ଅନୁଷ୍ଠିତ ହେଉଛି। ଜାତୀୟ ଜଳପଥ-୨ରେ ଏବେ ଯେଉଁ ୧୦ଟି ପାସେଞ୍ଜର ଟର୍ମିନାଲ ନିର୍ମାଣ ଚାଲିଛି ତାହା କ୍ରୁଜ ସେବାକୁ ପ୍ରୋତ୍ସାହିତ କରିବ।

Categories
ଆଜିର ଖବର ଜାତୀୟ ଖବର

ଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକର ସାମଗ୍ରିକ ବିକାଶ ପାଇଁ ଖର୍ଚ୍ଚ ହେବ ୫୮, ୭୦୦ କୋଟି

ନୂଆଦିଲ୍ଳୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ, ସାଗରମାଳା ପ୍ରକଳ୍ପର ସଫଳତା ଆଧାରରେ ତାଙ୍କ ମନ୍ତ୍ରଣାଳୟ ଦେଶର ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକର ସାମଗ୍ରିକ ବିକାଶ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି। ଏହି କାର୍ଯ୍ୟକ୍ରମ ସାଗରମାଳା ଯୋଜନା ଅଧୀନରେ କାର୍ଯ୍ୟକାରୀ ହେବ।

ଜାତୀୟ ସାଗରମାଳା ଶୀର୍ଷ କମିଟି (ଏନ୍‌ଏସ୍‌ଏସି)ର ଏକ ବୈଠକ ପରେ ମନ୍ତ୍ରୀ ଶ୍ରୀ ସୋନୋୱାଲ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହ ଏକାଧିବାର ଆଲୋଚନା ଓ ବିଚାର ବିମର୍ଶ ପରେ ଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ୫୬୭ଟି ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ଚିହ୍ନଟ ହୋଇଥିବା ଏହି ପ୍ରକଳ୍ପଗୁଡିକ କନ୍‌ଭରଜେନ୍ସ ମୋଡ୍ (କେନ୍ଦ୍ରାଭିମୁଖୀ ବ୍ୟବସ୍ଥା)ରେ କାର୍ଯ୍ୟକାରୀ ହେବ ଏବଂ ଏଥିପାଇଁ ୫୮,୭୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ସେ କହିଛନ୍ତି ଯେ ସାଗରମାଳା ଯୋଜନାରେ ବନ୍ଦର ଓ ବନ୍ଦର ସଂଯୋଗକୁ ଗୁରୁତ୍ୱ ପ୍ରଦାନ କରାଯାଇ ପରିବହନ ଓ ରପ୍ତାନୀ ଆମଦାନୀ ଖର୍ଚ୍ଚ ଯଥେଷ୍ଟ କମାଇବାକୁ ଗୁରୁତ୍ୱ ଦିଆଯାଉଛି। ତେବେ ଉପକୂଳ ଜିଲ୍ଲାଗୁଡିକର ସାମଗ୍ରିକ ବିକାଶ ଯୋଜନାର ଲକ୍ଷ୍ୟ ହେଲା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ମୌଳିକ ଭିତ୍ତିଭୂମିର ଯେଉଁ ଅଭାବ ରହିଛି  ତାହାକୁ ଦୂର କରିବା ଏବଂ ଏହା ମାଧ୍ୟମରେ ଅର୍ଥନୀତିକ ସୁବିଧା ସୁଯୋଗ ସୃଷ୍ଟି କରିବା। ଏଥିପାଇଁ ଚିହ୍ନଟ ହୋଇଥିବା ପ୍ରକଳ୍ପ ଏବଂ ସାଗରମାଳା କାର୍ଯ୍ୟକ୍ରମରେ ଆସୁଥିବା ପ୍ରକଳ୍ପର ମୋଟ ସଂଖ୍ୟା ୧୫୩୭ରେ ପହଞ୍ôଚିଛି। ଏ ସମସ୍ତ ପ୍ରକଳ୍ପର ବ୍ୟୟ ଅଟକଳ ୬. ୫ ଲକ୍ଷ  କୋଟି ଟଙ୍କା  ବୋଲି ମନ୍ତ୍ରୀ ଶ୍ରୀ ସୋନୋୱାଲ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ କମିଟି ଦେଶରେ ଚାଲିଥିବା ସାଗରମାଳା କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ସହ ତତ୍‌ସଂକ୍ରାନ୍ତ ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗରେ ବିଚାର ଆଲୋଚନା କରିଛି।

ସେ କହିଛନ୍ତି ଯେ ସାଗରମାଳା ଯୋଜନା ଅଧୀନରେ ୫.୫ ଲକ୍ଷ କୋଟି ଟଙ୍କାର ୫୦୨ ଟି ପ୍ରକଳ୍ପକୁ ୨୦୩୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ୯୯.୨୮୧ କୋଟି ଟଙ୍କାର ୨୦୨ଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆହୁରି ମଧ୍ୟ ଏହି ଯୋଜନାରେ ସରକାରୀ-ଘରୋଇ (ପିପିପି) ସହଭାଗିତାରେ ୪୫ହଜାର କୋଟି ଟଙ୍କାର ୨୯ଟି ପ୍ରକଳ୍ପକୁ ସଫଳତାର ସହିତ କାର୍ଯ୍ୟକାରୀ କରାଯାଇପାରିଛି। ଏହା ଫଳରେ ସରକାରୀ ତହବିଲ ଉପରୁ ଚାପ ହ୍ରାସ ପାଇଛି। ଅତିରିକ୍ତ ୩୨ଟି ପ୍ରକଳ୍ପ ପିପିପି ଢାଞ୍ଚାରେ ଏବେ କାର୍ଯ୍ୟକାରୀ ହେଉଛି ଏବଂ ଏହାର ମୋଟ ବ୍ୟୟ ପରିମାଣ ୫୧ହଜାର କୋଟି ଟଙ୍କା। ଏହା ବ୍ୟତୀତ ୨. ୧୨ଲକ୍ଷ କୋଟି ଟଙ୍କାରେ ଏବେ କାର୍ଯ୍ୟକାରୀ ହେଉଥିବା ୨୦୦ରୁ ଅଧିକ ପ୍ରକଳ୍ପ ଦୁଇବର୍ଷ ମଧ୍ୟରେ  ସମ୍ପୂର୍ଣ୍ଣ ହେବ ବୋଲି ଶ୍ରୀ ସୋନୋୱାଲ କହିଛନ୍ତି।

ଜାତୀୟ ସାଗରମାଳା ଶୀଷ କମିଟିର ବୈଠକ ଆଜି ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ, ବାଣିଜ୍ୟ, ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଓ ଯୋଗାଣ ତଥା ବୟନ ମନ୍ତ୍ରୀ ପୀୟୂଷ ଗୋୟଲ, କେନ୍ଦ୍ରଶିକ୍ଷା ତଥା ଉଦ୍ୟମିତା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ, ରେଳବାଇ, ଯୋଗାଯୋଗ, ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଜଙ୍ଗଲ, ପରିବେଶ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ସଂସ୍କୃତି ପର୍ଯ୍ୟଟନ ତଥା ଉତ୍ତର ପୂର୍ବାଞ୍ଚଳ ବିକାଶମନ୍ତ୍ରୀ ଜି. କିଷନ ରେଡ୍ଡୀ, ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ଦେଶର ଅନ୍ୟାନ୍ୟ ସମୁଦ୍ର ତଟବର୍ତ୍ତୀର ରାଜ୍ୟର ମନ୍ତ୍ରୀମାନେ ଯୋଗଦେଇଥିଲେ।

କେନ୍ଦ୍ର ବନ୍ଦର, ଜଳପଥ ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ   ଏପର୍ଯ୍ୟନ୍ତ ୧୪୦ଟି ପ୍ରକଳ୍ପକୁ ୮୭୪୮ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ବିଭିିନ୍ନ ରାଜ୍ୟ ସରକାର ପ୍ରକଳ୍ପ ନିର୍ମାଣ ବାବଦରେ ଆଉ ଯେଉଁ ସବୁ ଅତିରିକ୍ତ ପ୍ରସ୍ତାବ ପଠାଇଛନ୍ତି ମନ୍ତ୍ରଣାଳୟ ସେସବୁର ସମୀକ୍ଷା କରୁଛି। ଭାସମାନ ଜେଟି ନିର୍ମାଣ ପାଇଁ ଦେଶର ୨୦୦ରୁ ଅଧିକ ସ୍ଥାନକୁ ଚିହ୍ନଟ କରାଯାଇଛି। ସେଥିରୁ ୫୦ଟି ସ୍ଥାନରେ ପ୍ରଥମ ପର୍ଯ୍ୟାୟରେ ଜେଟି ନିର୍ମାଣ ଓ ବିକାଶ କାମ ହାତକୁ ନିଆଯିବ। ବୈଠକରୁ ଆହୁରି ଜଣାପଡିଥିଲା ଯେ ଦେଶର ବିିଭିନ୍ନ ରାଜ୍ୟରେ ୩୩ଟି ମାଛଧରା ବନ୍ଦର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସେଥିରୁ ୨୨ଟି ପ୍ରକଳ୍ପ ପାଇଁ ୨୪୦୦କୋଟି ଟଙ୍କା ଅଂଶଭିତ୍ତିକ ସହାୟତା ଆକାରରେ ଯୋଗାଇ ଦେବାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।

ଦେଶରେ ଚାଲିଥିବା ଜାତୀୟ ଧ୍ୱଜାଧାରୀ କାର୍ଯ୍ୟକ୍ରମ ସାଗରମାଳା ପ୍ରକଳ୍ପ ସଫତଳାର ସହିତ ସାତବର୍ଷ ପୂରଣ କରିଛି। ଏହା ଫଳରେ ଦେଶର ସାମୁଦ୍ରିକ ବାଣିଜ୍ୟ କାରବାରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିବା ସହିତ ଦେଶରେ ଅର୍ଥନୀତିକ କାର୍ଯ୍ୟକଳାପ ବଢିଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବୃହତ୍ ପ୍ରକଳ୍ପମାନ ନିର୍ମିତ ହେଉଛି। ଏଥିରେ ବନ୍ଦରର ଆଧୁନିକୀକରଣ, ରେଳ, ସଡକ ଓ ଜଳସଂଯୋଗ ପଥର ଉନ୍ନତି, ନୂଆ ଶିଳ୍ପାଂଚଳ ପ୍ରତିଷ୍ଠା ସହ ବନ୍ଦରଭିତିକ ଶିଳ୍ପାଂଚଳର ବିକାଶ, ଗୋଷ୍ଠୀ ଉନ୍ନୟନ, ଉପକୂଳ ଜାହାଜ ଚଳାଚଳ ଓ ଅନ୍ତର୍ଦେଶୀୟ ଜଳପଥର ଉନ୍ନତି ଆଦି କାମ କରାଯାଇଛି। ସାମର୍ଥ୍ୟ ବିକାଶ ଘଟିଛି, କର୍ମନିଯୁକ୍ତି ସୃଷ୍ଟି ହେଉଛି, ଘରୋଇ ସହଯୋଗ ବଢୁଛି, ପରିବହନ ଓ ଗମନାଗମନ ସମୟ କମୁଛି। ସାମଗ୍ରୀ ବା ରସଦ ଯୋଗାଣ ବାବଦ ଖର୍ଚ୍ଚ ହ୍ରାସ ପାଉଛି, ବେପାର ବଣିଜ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଉଛି ତଥା ସର୍ବୋପରି ଭାରତକୁ ଏହି ଯୋଜନା ବିଶ୍ୱ ସାମୁଦ୍ରିକ ରାଷ୍ଟ୍ରମାନଙ୍କ ମଧ୍ୟରେ ଅଗ୍ରଣୀ ସ୍ଥାନରେ ପହଂଚାଇବାରେ ସଫଳ ହୋଇଛି।

ବନ୍ଦରଗୁଡିକର କାରବାରକୁ ସୁଗମ ଓ ଦକ୍ଷ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ସେଥିରେ ଆଧୁନିକୀକରଣ, ମେକାନାଇଜେସନ ଓ ଡିଜିଟାଇଜେସନଙ୍କୁ ଅଗ୍ରାଧିକାର ଭିତିରେ କାର୍ଯ୍ୟକାରୀ କରାଯାଉଛି। ଏହା ଫଳରେ  ଆନ୍ତର୍ଜାତିକ ବାଣିଜ୍ୟରେ ଖର୍ଚ୍ଚ ଓ ସମୟ ଯଥେଷ୍ଟ କମିଛି। ବନ୍ଦରଗୁଡିକରେ ଡାଇରେକ୍ଟ ପୋର୍ଟ ଡେଲିଭେରି, ଡାଇରେକ୍ଟ ପୋର୍ଟ ଏଣ୍ଟ୍ରି ବ୍ୟବସ୍ଥା ସହିତ କଣ୍ଟେନର ସ୍କାନର ଓ ରେଡିଓ ଫ୍ରିକ୍ୟୁଏନି୍ସ  ଆଇଡେଣ୍ଟିଫିକେସନ ସୁବିଧା କରାଯାଇଛି। ଏହାଛଡା ପୋର୍ଟ କମ୍ୟୁନିଟି ସିଷ୍ଟମ ମାଧ୍ୟମରେ ସିଧାସଳଖ ବାଣିଜ୍ୟ ସୁବିଧା ବିଭିନ୍ନ ରାଷ୍ଟ୍ରକୁ ଯୋଗାଇ ଦିଆଯାଉଛି।

ଦେଶର ରପ୍ତାନୀ ଆମଦାନୀରେ ବନ୍ଦରଗୁଡିକରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସରକାର ବନ୍ଦର ସମୂହର ବିକାଶ, ଆଧୁନିକୀକରଣ ଓ କ୍ଷମତା ବୃଦ୍ଧି ପାଇଁ ବିଭିନ୍ନ ଯୋଜନା ଅଗ୍ରାଧିକପାର ଭିତିରେ କାର୍ଯ୍ୟକାରୀ କରୁଛନ୍ତି। ଏହା ଫଳରେ ଦେଶର କ୍ରମବର୍ଦ୍ଧିଷ୍ଣୁ ବାଣିଜ୍ୟ ଚାହିଦା ପୂରଣ କରିବାକୁ ବନ୍ଦରଗୁଡିକ ସମର୍ଥ ହେଉଛନ୍ତି। ୨୦୧୪-୧୫ରେ ଦେଶର ବନ୍ଦର ସମୂହର ମୋଟ କାରବାର କ୍ଷମତା ଥିଲା ବାର୍ଷିକ ୧୫୩୧ମେଟ୍ରିକ ଟନ। ୨୦୨୦-୨୧ରେ ଏହି କ୍ଷମତା ୨୫୫୪.୬୧ ମେଟ୍ରିକ ଟନକୁ ବୃଦ୍ଧି ପାଇଥିଲା।

ସେହିଭଳି ୨୦୨୧-୨୨ରେ ଦେଶର ପ୍ରମୁଖ ବନ୍ଦରଗୁଡିକରେ ଟ୍ରାଫିକ କାରବାର ପୂର୍ବ ବର୍ଷ ତୁଳନାରେ ୬.୯୪ ଶତାଂଶ ବଢିଥିଲା। କାମରାଜର, ଜେଏନପିଟି, ଦୀନଦୟାଲ, ମୁମ୍ବାଇ ଓ କୋଚିନ – ଏହି ପାଂଚଟି ପ୍ରମୁଖ ବନ୍ଦରର କାରବାର ଏହି ସମୟରେ ବେଶ ଉଲ୍ଲେଖନୀୟ ରହିଥିଲା।

ବନ୍ଦରର  ଭିତ୍ତିଭୂମି ବୃଦ୍ଧି ପାଇଁ ସାଗରମାଳା ଯୋଜନାରେ ବିଭିନ୍ନ କାର୍ଯ୍ୟ କରାଯାଉଛି। ସେଥିରେ ବନ୍ଦରର ଗଭୀରତା ବୃଦ୍ଧି, ନୂଆ ବର୍ଥ ଓ ଟର୍ମିନାଲ ନିର୍ମାଣ, ଡ୍ରୋଜିଂ, ବୃହତ ଜାହାଜର ପ୍ରବେଶ ପାଇଁ ଚାନେଲର ଗଭୀରତା ଓ ପ୍ରଶସ୍ତତା ବୃଦ୍ଧି, ମାଲ୍‌ବୋଝେଇ ଓ ଖଲାସ ପାଇଁ ଆଧୁନିକ ଯାନ୍ତ୍ରିକ ବ୍ୟବସ୍ଥାର ପ୍ରୟୋଗ ଆଦି ଅନ୍ତର୍ଭୁକ୍ତ। ଏସବୁ ଫଳରେ ବନ୍ଦରରେ ଜାହାଜରେ ହାରାହାରି ବୋଝେଇ ଓ ଖଲାସ ସମୟ ୨୦୨୧-୨୨ ରେ ୫୨.୮୦ ଘଣ୍ଟା ଥିଲା। ୨୦୧୪-୧୫ରେ ଏହି ସମୟ ଥିଲା ୯୬ ଘଣ୍ଟା। ସେହଭଳି କଣ୍ଟେନର ବୋଝେଇ ଓ ଖଲାସର ହାରାହାରି ସମୟ ୨୦୧୪-୧୬ରେ ୩୫.୨୧ ଘଣ୍ଟା ଥିବାବେଳେ ୨୦୨୧-୨୨ରେ ୨୭.୨୨ ଘଣ୍ଟାକୁ ହ୍ରାସ ପାଇଛି।

ମନ୍ତ୍ରଣାଳୟରେ ମଧ୍ୟ ସାଗରମାଳା କାର୍ଯ୍ୟକ୍ରମରେ ମୁମ୍ବାଇ ଓ ମର୍ମୁଗାଁଓ   ବନ୍ଦରରେ ଦୁଇଟି ବୃହତ କ୍ରୁଜ ଟର୍ମିନାଲ ନିର୍ମାଣ କରୁଛି। ମୁମ୍ବାଇରେ ଏହା ୩୦୩ କୋଟି ଟଙ୍କା ବ୍ୟୟରେ ତିଆରି ହେଉଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ ୭୦ ଶତାଂଶରେ ପହଞ୍ଚିଲାଣି। ମନ୍ତ୍ରଣାଳୟ ମଧ୍ୟ ଆର୍‌ଓଆରଓ ଏବଂ ରୋପାକ୍ସ ସୁବିଧା ଉପେରେ ଗୁରୁତ୍ୱ ଦେଉଛି ଏବଂ ଏହା ଫଳରେ ଯାତ୍ରା ସମୟ ଯଥେଷ୍ଟ ହାସ ପାଉଛି। ଉଭୟଯାତ୍ରୀ ଓ ମାଲପରିବହନରେ ଘରୋଇ ଉଦ୍ୟୋଗକୁ ସରକାର ମଧ୍ୟ ପ୍ରୋତ୍ସାହନ ଯୋଗାଉଛନ୍ତି। ଏବେ ମନ୍ତ୍ରଣାଳୟ ଜାଣିବାକୁ ପାଉଛିି ଯେ ବନ୍ଦରଗୁଡିକରେ ଡ୍ରେଜିଂ ବାବଦ ଖର୍ଚ୍ଚ ଅଧିକ ହେଉଛି  ଏବଂ ମିଳୁଥିବା ରାଜସ୍ୱ ତୁଳନାରେ ଏହା ଅତି ଅଧିକ। ତେଣୁ ଏ ସମ୍ପର୍କରେ ସବିଶେଷ ଅନୁଧ୍ୟାନ କରି ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ରାଜ୍ୟମାନଙ୍କୁ କୁହାଯାଇଛି।

ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଆଧାରରେ ସାଗରମାଳା ଯୋଜନାରେ ଦେଶର ବନ୍ଦରଗୁଡିକର ସର୍ବାଙ୍ଗୀନ ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇ କାମ ହେଉଛି। ଏଥିରେ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ଥିବା ସବୁ ଅଭାବ ଦୂର କରାଯାଉଛି। ସେହିଭଳି ପ୍ରମୁଖ ବନ୍ଦରଗୁଡିକକୁ ଉତ୍ତମ ସଂଯୋଗ ଯୋଗାଇ ଦେବାକୁ ଅବଶିଷ୍ଟ ବାକି କାମ  ଶୀଘ୍ର  ଶେଷ କରିବାକୁ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ସହ ପରାମର୍ଶ ଜାରି ରହିଛି।

ଏହି ବୈଠକରେ ବିଭିନ୍ନ ରାଜ୍ୟର ମନ୍ତ୍ରୀମାନେ ସେମାନଙ୍କ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସାଗରମାଳା କାର୍ଯ୍ୟକ୍ରମର ପ୍ରଗତି ସମ୍ପର୍କରେ ତଥ୍ୟ ପ୍ରକାଶ କରିଥିଲେ। କେବକ ରାଜ୍ୟ  ମଧ୍ୟ ଏଥିପାଇଁ ଅତିରିକ୍ତ ପ୍ରକଳ୍ପ ପ୍ରସ୍ତାବ ଦେଇ କେନ୍ଦ୍ରଠାରୁ ଆର୍ଥିକ ସହାୟତା ଲୋଡିଥିଲେ। ଜାତୀୟ ସାଗରମାଳା ଶୀର୍ଷ କମିଟି ୨୦୧୫ ମେ ୧୩ରେ ଗଠିତ ହୋଇଥିଲା। ସାଗରମାଳା ପ୍ରକଳ୍ପର ନିର୍ମାଣ, କାର୍ଯ୍ୟକାରିତା ଓ ନୀତି ନିର୍ଦ୍ଧାରଣ କରିବାରେ ଏହା ଶୀର୍ଷ ସଂସ୍ଥା । କେନ୍ଦ୍ର ଜାହାଜ ଚଳାଚଳ, ବନ୍ଦର ଓ ଜଳପଥ ମନ୍ତ୍ରୀ ଏହାର ଅଧ୍ୟକ୍ଷ। ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ମନ୍ତ୍ରୀ ସଦସ୍ୟ ଅଛନ୍ତି । (ପିଆଇବି)

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗାନ୍ଧୀନଗରରେ ବୈଶ୍ୱିକ ଆୟୁଷ ନିବେଶ ଓ ନବୋନ୍ମେଷ ଶିଖର ସମ୍ମିଳନୀ ଉଦ୍ଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୦.୦୪.୨୦୨୨) ଗୁଜରାଟର ଗାନ୍ଧୀନଗର ସ୍ଥିତ ମହାତ୍ମା ମନ୍ଦିରରେ ବୈଶ୍ୱିକ ଆୟୁଷ ପୁଞ୍ଜିବିନିଯୋଗ ଓ ନବୋନ୍ମେଷ ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶର ଡକ୍ଟର ଟେଡ୍ରସ ଘାବ୍ରିୟେସସ୍ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, ସର୍ବାନନ୍ଦ ସୋନୋୱାଲ, ମଞ୍ଜପାରା ମହେନ୍ଦ୍ର ଭାଇ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ମଧ୍ୟ ଉପସ୍ଥିତ ଥିଲେ। ଏହି ତିନିଦିନିଆ ଶିଖର ସମ୍ମିଳନୀରେ ସବୁ ସଦସ୍ୟ ଉପସ୍ଥିତ ଥାଇ ପାଞ୍ଚଟି ଅଧିବେଶନ, ଆଠଟି ଗୋଲଟେବୁଲ ବୈଠକ, ଛଅଟି କର୍ମଶାଳା, ଦୁଇଟି ପାଠ୍ୟଚକ୍ରରେ ପ୍ରାୟ ୯୦ଜଣ ସ୍ୱନାମଧନ୍ୟ ବକ୍ତା ଓ ଶହେଜଣ ପ୍ରଦର୍ଶକ ଉପସ୍ଥିତ ରହିବେ। ଏହି ଶିଖର ବୈଠକରେ ପୁଞ୍ଜିଲଗାଣର ଉତ୍ସ ସହ, ଗବେଷଣା ଓ ବିକାଶ, ଷ୍ଟାର୍ଟ ଅପ୍ ବାତାବରଣ ଓ ସୁଧାର ଶିଳ୍ପ ସମ୍ପର୍କରେ ଆଲୋଚନା ହେବ। ଏହା ଶିଳ୍ପପତି, ଶିକ୍ଷାବିତ୍ ଓ ବିଦ୍ୟାନମାନଙ୍କୁ ଏକାଠି କରିବା ସହ ଭବିଷ୍ୟତ ସମନ୍ୱୟ ନିମନ୍ତେ ଏକ ମଞ୍ଚ ସୃଷ୍ଟି କରିବ। ଡକ୍ଟର ଟେଡ୍ରସ ଘାବିୟେସସ ମହାତ୍ମାଗାନ୍ଧୀଙ୍କ ରାଜ୍ୟ ଓ ଦେଶରେ ଉପସ୍ଥିତ ରହି ନିଜର ଖୁସି ପ୍ରକଟ କରିବା ସହ ଏହି ରାଜ୍ୟ ଓ ଦେଶକୁ ସେ ବିଶ୍ୱର ଗର୍ବ ବୋଲି ବିବେଚନା କରନ୍ତି ବୋଲି କହିଥିଲେ।

ସେ କହିଥିଲେ ଯେ ଭାରତର ଦର୍ଶନ “ବସୁଧୈବ କୁଟୁମ୍ବକମ୍’ ଗତକାଲି ଜାମନଗରଠାରେ ପ୍ରତିଷ୍ଠା କରାଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୈଶ୍ୱିକ କେନ୍ଦ୍ରରେ ପ୍ରତିଫଳିତ ହୋଇଛି। ସେ କହିଥିଲେ ଯେ ଏହି କେନ୍ଦ୍ରର ପ୍ରତିଷ୍ଠା ଐତହାସିକ ଓ ଏହା ଖୁବ ସୁଦୂର ପ୍ରସାରୀ ହେବ। ଏହି କେନ୍ଦ୍ର ଅଭିନବୀକରଣର ଏକ ଇଞ୍ଜିନ ଭାବେ ପ୍ରମାଣ, ତଥ୍ୟ ଓ ପାରମ୍ପାରିକ ଔଷଧର ସର୍ବାଧିକ ବ୍ୟବହାର ସମ୍ପର୍କରେ ସୂଚନା ଦେବ। ମହାନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କୁ ଜନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭିନବୀକରଣ ନିମନ୍ତେ ପ୍ରଶଂସା କରିଥିଲେ। ପାରମ୍ପରିକ ଔଷଧ ଉପରେ ଗବେଷଣା ନିମନ୍ତେ ଆୟୁଷ ମନ୍ତ୍ରଣାଳୟର ତଥ୍ୟ ସଂଗ୍ରହ ପଦ୍ଧତିର ସେ ପ୍ରଶଂସା କରିଥିଲେ। ଆୟୁଷ ସାମଗ୍ରୀରେ ପୁଞ୍ଜି ବିନିଯୋଗ ଓ ଏହା ବୈଶ୍ୱିକ ଚାହିଦା ଯୋଗୁଁ ସମଗ୍ର ବିଶ୍ୱ ଭାରତକୁ ଆସୁଥିବା ବେଳେ, ଭାରତ ସମସ୍ତଙ୍କ ନିକଟରେ ପହଁଚିପାରୁଛି। ସେ ସ୍ୱାସ୍ଥ୍ୟ ବାତାବରଣରେ ସାଧାରଣଭାବେ ଦୀର୍ଘ ମିଆଦି ପୁଞ୍ଜିନିବେଶ ଓ ନିର୍ଦ୍ଦିଷ୍ଟଭାବେ ପାରମ୍ପାରିକ ଔଷଧ ଉପରେ ଗୁରୁତ୍ୱଆରୋପ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ମହାନିର୍ଦ୍ଦେଶକ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ। ସେ କହିଥିଲେ “ଏପରି ଗୁୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବାରୁ ଆପଣଙ୍କୁ ଧନ୍ୟବାଦ। ମୋର ବିଶ୍ୱାସ ଯେ କେବଳ କେନ୍ଦ୍ର ନୁହେଁ ବରଂ ଆପଣଙ୍କ ଏକକ ନେତୃତ୍ୱ ପାରମ୍ପାରିକ ଔଷଧ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ।” ସେ ମଧ୍ୟ ପାରମ୍ପାରିକ ଔଷଧ ନିମନ୍ତେ ଅଙ୍ଗୀକାରବଦ୍ଧତା ପାଇଁ ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ସେ ମଧ୍ୟ ଆଜାଦୀ କା ଅମୃତ ମହୋତ୍ସବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୭୫ବର୍ଷ ପୂରଣ କରିବା ଅଦଭୂତ ସଂଯୋଗ ବୋଲି କହିଥିଲେ।

ପ୍ରବିନ୍ଦ କୁମାର ଜଗନ୍ନାଥ ଭାରତ ଓ ଗୁଜରାଟରର ପାରମ୍ପାରିକ ଔଷଧ କ୍ଷେତ୍ରରେ ଅବଦାନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ମଧ୍ୟ ତାଙ୍କ ଦେଶରେ ଭାରତର ସ୍ୱାସ୍ଥ୍ୟଗତ ସହାୟତା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏକ ବଂଶାନୁକ୍ରମିକ ସମ୍ପର୍କ ଯୋଗୁଁ ତାଙ୍କ ଦେଶରେ ମଧ୍ୟ ଆୟୁର୍ବେଦକୁ ଗୁରୁତ୍ୱ ଦିଆଯିବା କଥା ଶ୍ରୀ ଜଗନ୍ନାଥ କହିଥିଲେ।

ସେ ମରିସସରେ ଆୟର୍ବେଦ ହସ୍ପିଟାଲ ପ୍ରତିଷ୍ଠା ସହ ପ୍ରଥମ ଲକଡାଉନ କାଳରେ ଭାରତ ଦାନ ଦେଇଥିବା ପାରମ୍ପାରିକ ଔଷଧପତ୍ର ନିମନ୍ତେ ଧନ୍ୟବାଦ ଜ୍ଞାପନ କରିଥିଲେ। “ଏହା ବନ୍ଧୁତ୍ୱ ଭାବର ଏକ ନିଦର୍ଶନ ଓ ସେଥିପାଇଁ ସେ ଭାରତ ସରକାର ଓ ବିଶେଷକରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନିକଟରେ କୃତଜ୍ଞ ବୋଲି ପ୍ରବିନ୍ଦ କୁମାର ଜଗନ୍ନାଥ କହିଥିଲେ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ବୈଶ୍ୱିକ ଆୟୁଷ ପୁଞ୍ଜିବିନିଯୋଗ ଓ ଅଭିନବୀକରଣ ଶିଖର ସମ୍ମିଳନୀଧାରଣା ତାଙ୍କର ବୈଶ୍ୱିକ ମହାମାରୀ କାଳରେ ଆସିଥିଲା। ଆୟୁଷ ସେତେବେଳେ ଜନସାଧାରଣଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହେବା ସହ ଆୟୁଷ ସାମଗ୍ରୀର ଚାହିଦା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଥିଲା। ବୈଶ୍ୱିକ ମହାମାରୀ ମୁକାବିଲା ଦିଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଧୁନିକ ଫାର୍ମା କମ୍ପାନୀ ଓ ଟିକା ଉତ୍ପାଦନକାରୀମାନେ ଠିକ୍ ସମୟରେ ପୁଞ୍ଜି ବିନିଯୋଗ ହେଲେ ସେମାନେ ଟିକା ଉତ୍ପାଦନ କ୍ଷେତ୍ରରେ ସଫଳତା ପାଇବେ ବୋଲି ଦୃଢୋକ୍ତି ପ୍ରକାଶ କଲେ। “କିଏ କେବେ ବି କଳ୍ପନା କରିଥିଲା କି ଆମେ ଏତେ ଶୀଘ୍ର କରୋନା ଟିକା ବାହାର କରିବାରେ ସମର୍ଥ ହେବୁ? ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ।

ଆୟୁଷ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଦେଖିସାରିଛୁ ଯେ ଆୟୁଷ ଔଷଧ ବିକଳ୍ପ ଔଷଧ ଓ ପ୍ରସାଦନ ସାମଗ୍ରୀ ଉତ୍ପାଦନ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି। ୨୦୧୪ ମସିହାରେ ଆୟୁଷ କ୍ଷେତ୍ର ଯାହା ୩ବିଲିୟନ ଡଲାରରୁ ମଧ୍ୟ କମ୍ ଥିଲା ଆଜି ୧୮ ବିଲିୟନ ଡଲାରରୁ ଅଧିକ ବୃଦ୍ଧି ପାଇଛି। ଆୟୁଷ ମନ୍ତ୍ରଣାଳୟ ପାରମ୍ପାରିକ ଔଷଧ କ୍ଷେତ୍ରରେ ଷ୍ଟାର୍ଟଅପ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛି। କିଛି ଦିନ ତଳେ ସର୍ବ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ଦ୍ୱାରା ବିକଶିତ ଏକ ଉଷ୍ମାୟନ କେନ୍ଦ୍ର ମଧ୍ୟ ଉଦ୍ଘାଟିତ ହୋଇଛି ବୋଲି ଶ୍ରୀ ମୋଦି କହିଥିଲେ। ବର୍ତ୍ତମାନ ସମୟରେ ୨୦୨୨ ମସିହାରୁ ଏପର୍ଯ୍ୟନ୍ତ ୧୪ଟି ଭାରତୀୟ ଷ୍ଟାର୍ଟଅପ ୟୁନିକର୍ଣ୍ଣ କ୍ଲବରେ ଯୋଗଦେଇଛନ୍ତି। “ମୁଁ ନିଶ୍ଚିତ ଯେ ଖୁବ୍ ଶୀଘ୍ର ଆମ ଆୟୁଷ ଷ୍ଟାର୍ଟଅପ୍ରୁ ୟୁନିକର୍ଣ୍ଣର ଆବିର୍ଭାବ ହେବ”।

ଔଷଧୀୟ ବୃକ୍ଷରାଜି ଆୟ ବୃଦ୍ଧି ଓ ଲୋକଙ୍କ ଜୀବନଜୀବିକାରେ ଏକ ଉତ୍ତମ ମାଧ୍ୟମ ବୋଲି କହି ପ୍ରଧାନମନ୍ତ୍ରୀ ଯେଉଁ ଚାଷୀମାନେ ଔଷଧୀୟ ବୃକ୍ଷରାଜି ଚାଷ କରୁଛନ୍ତି ସେମାନଙ୍କୁ ସହଜରେ ବଜାର ସୁବିଧା ଉପଲବ୍ଧ କରାଇବା ନେଇ ହେଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଏଥିପାଇଁ ସରକାର ଆଧୁନିକୀକରଣ ଓ ଅ।।ୟୁଷ ଇ-ବଜାର ପାଇଁ ଲାଗିଛନ୍ତି ବୋଲି ସେ କହିଥିଲେ। ଭାରତ ଔଷଧୀୟ ଗୁଳ୍ମ ରାଜିର ଗନ୍ତାଘର ଓ ଏକ ଦୃଷ୍ଟିରୁ କହିଲେ ଏହା ଆମର ‘ସବୁଜ ସୁନା ସମତୁଲ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଆୟୁଷ ସାମଗ୍ରୀ ଅଧିକରୁ ଅଧିକ ଉପଲବ୍ଧ କରାଇବା ସହ ଅସ୍ୱାଭାବିକ ପଦକ୍ଷେପମାନ ନିଆଯାଇଛି। ଅନ୍ୟାନ୍ୟ ଦେଶଗୁଡିକ ସହ ଆୟୁଷ ଔଷଧର ସ୍ୱୀକୃତି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ୫୦ରୁ ଅଧିକ ବୁଝାମଣାପତ୍ର ବିଭିନ୍ନ ଦେଶ ସହ ଗତ କିଛିବର୍ଷ ମଧ୍ୟରେ ସ୍ୱାକ୍ଷରିତ ହୋଇଛି। “ଭାରତୀୟ ମାନକ ବ୍ୟୁରୋ ସହ ମିଶି ଆମର ଆୟୁଷ ବିଶେଷଜ୍ଞଗଣ ଆଇଏସଓ ମାନ ବିକଶିତ କରୁଛନ୍ତି । ଏହା ୧୫୦ରୁ ଅଧିକ ଦେଶରେ ଆୟୁଷ କ୍ଷେତ୍ରରେ ବିଶାଳ ରପ୍ତାନୀ ବଜାର ସୃଷ୍ଟି କରିବ” ବୋଲି ସେ କହିଥିଲେ।

ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ଫାସାଇ (FSSAI) ଆୟୁଷ ଆହାର’ ନାମରେ ଏକ ନୂତନ ଶ୍ରେଣୀ ଗତ ସପ୍ତାହରେ ଘୋଷଣା କରିଛି। ଏହା ବହୁଳଭାବେ ଆୟୋଜକମାନଙ୍କୁ ଔଷଧୀୟ ପୌଷ୍ଟିକ ବିକଳ୍ପ ଯୋଗାଇବ। ସେହିପରି ଭାରତ ମଧ୍ୟ ଏକ ସ୍ୱତନ୍ତ୍ର ଆୟୁଷ ଚିହ୍ନ ତିଆରି କରିବାକୁ ଯାଉଛନ୍ତି। ଏହା ଭାରତରେ ତିଆରି ହେଉଥିବା ସର୍ବୋଚ୍ଚ ମାନର ଆୟୁଷ ସାମଗ୍ରୀ ପ୍ରତି ପ୍ରୟୋଗ କରାଯିବ। ଏହି ଆୟୁଷ ଛାପ ଆଧୁନିକ ବୈଷୟିକ ଜ୍ଞାନ ସଂଶ୍ଲିଷ୍ଟ ରହିବ। ସ୍ୱତନ୍ତ୍ର ଆୟୁଷ ଛାପ ସାରା ପୃଥିବୀରେ ଜନସାଧାରଣଙ୍କୁ ଆୟୁଷ ସାମଗ୍ରୀ ପ୍ରତି ବିଶ୍ୱାସ ଭାଜନ କରାଇବ” ବୋଲି ସେ କହିଥିଲେ।

ଦେଶବ୍ୟାପୀ ଆୟୁଷ ସାମଗ୍ରୀ ଉପରେ ଗବେଷଣା ଓ ପ୍ରସ୍ତୁତି ତଥା ଏହାର ଚାହିଦା ବୃଦ୍ଧି ପାଇଁ ସରକାର ଆୟୁଷ ଉଦ୍ୟାନର ଏକ ନେଟୱାର୍କି ସୃଷ୍ଟି ପାଇଁ ଚେଷ୍ଟା କରୁଥିବା ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଏହି ଆୟୁଷ ଉଦ୍ୟାନ ଦେଶରେ ଆୟୁଷ ସାମଗ୍ରୀ ନିର୍ମାଣରେ ଏକ ଦିଗ୍ଦର୍ଶନ ଦେବ ବୋଲି ଶ୍ରୀ ମୋଦି କହିଥିଲେ।

ପାରମ୍ପାରିକ ଔଷଧର ଦକ୍ଷତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କେରଳ ପର୍ଯ୍ୟଟନରେ ପାରମ୍ପାରିକ ଔଷଧର ଚାହିଦା ବୃଦ୍ଧି ପାଉଛି। “ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଏହି ଦକ୍ଷତା ରହିଛି। ଏହି ଦଶନ୍ଧିରେ ହିଲ୍ ଇଣ୍ଡିଆ ବା ଭାରତରେ ଆରୋଗ୍ୟ ଛାପ ପ୍ରତିଫଳିତ ହେବ ବୋଲି କହିଥିଲେ। ଆୟୁର୍ବେଦ, ୟୁନାନୀ ଓ ସିଦ୍ଧରେ ପର୍ଯ୍ୟବଶିତ ସୁଧାର କେନ୍ଦ୍ରଗୁଡିକ ଖୁବ ଲୋକପ୍ରିୟ ହୋଇପାରିବ ବୋଲି ସେ କହିଥିଲେ। ସେହି କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଦେଶୀ ନାଗରିକମାନଙ୍କ ନିମନ୍ତେ ପଦକ୍ଷେପ ନେଇଛନ୍ତି। ଖୁବ୍ ଶୀଘ୍ର ଭାରତ ଆୟୁଷ ଶ୍ରେଣୀ ଭିସା ପ୍ରବର୍ତ୍ତନ କରିବାକୁ ଯାଉଛି। ନା ଭାରତରେ ଆୟୁଷ ଥେରାପି ପାଇଁ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ଦେବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କେନିଆ ପୂର୍ବତନ ପ୍ରଧାନମନ୍ତ୍ରୀ ରାଲିଆ ଓଡିଙ୍ଗାଙ୍କ କନ୍ୟା ରୋଜମେରି ଓଡିଙ୍ଗା କ୍ଷେତ୍ରରେ ଆୟୁର୍ବେଦ ଚିକିତ୍ସା ଯୋଗୁଁ କିପରି ତାଙ୍କର ଦୃଷ୍ଟିଶକ୍ତି ଫେରି ପାଇଥିଲେ ତାହାର ବର୍ଣ୍ଣନା କରିଥିଲେ। ରୋଜମେରି ଓଡିଙ୍ଗା ସେଠାରେ ଉପସ୍ଥିତ ଥିବାରୁ ତାଙ୍କୁ ବିପୁଳ କରତାଳି ସହ ଉତ୍ସସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଏକବିଂଶ ଶତାବ୍ଦୀରେ ଆମେ ଆମ ଅଭିଜ୍ଞତା ସମଗ୍ର ବିଶ୍ୱ ସହ ସାମିଲ କରିବୁ। ଆମର ଐତିହ୍ୟ ସମଗ୍ର ମାନବତା ପାଇଁ ଏକ ତତ୍ୱ ହୋଇ ରହିବ ବୋଲି ସେ କହିଥିଲେ। ଆୟୁର୍ବେଦର ଲୋକପ୍ରିୟତା ଏହାର ‘ଓପନ ସୋର୍ସ ମଡେଲ’ ଯୋଗୁଁ ସମ୍ଭବ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏହାକୁ ଆଇଟି ସେକ୍ଟର ଓପନ ସୋର୍ସ ମୁଭମେଂଟ ସହ ତୁଳନା କରି ଆୟୁର୍ବେଦର ପରମ୍ପରା ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି ବୋଲି କହିଥିଲେ । ଆମର ପୂର୍ବଜମାନଙ୍କ ଦ୍ୱାରା ଉତ୍ସାହିତ ହୋଇ ଏ ଦିଗରେ କାର୍ଯ୍ୟ କରିବା ଉଚିତ। ଅମୃତକାଳର ଆଗାମୀ ୨୫ବର୍ଷ ପାରମ୍ପାରିକ ଔଷଧର ସୁବର୍ଣ୍ଣଯୁଗ ହେବ ବୋଲି ଶ୍ରୀ ମୋଦୀ ଆଶା ପୋଷଣ କରିଥିଲେ।
ପ୍ରଧାନମନ୍ତ୍ରୀ ଅଭିଭାଷଣ ଏକ ବ୍ୟକ୍ତିଗତ ଓ ମଜାଳିଆ ଟିପ୍ପଣୀ ସହ ଶେଷ ହୋଇଥିଲା। ଡକ୍ଟର ଟେଡ୍ରସ ଘାବ୍ରିୟେସସ୍ଙ୍କ ଭାରତ ଓ ଏହାର ଶିକ୍ଷକମାନଙ୍କ ପ୍ରତି ଅନୁରାଗ ଏବଂ ତାଙ୍କର ଗୁଜରାଟ ପ୍ରତି ସ୍ନେହକୁ ଦେଖି ଶ୍ରୀ ମୋଦୀ ତାଙ୍କୁ ଗୁଜରାଟୀରେ ‘ତୁଳସୀ ଭାଇ’ ବୋଲି ନାମକରଣ କରିଥିଲେ। ଭାରତୀୟ ପରମ୍ପରାରେ ତୁଳସୀର ମହତ୍ୱ ଓ ସ୍ଥିତି ସମ୍ପର୍କରେ କହି ପ୍ରଧାନମନ୍ତ୍ରୀଙ୍କୁ ଉଲ୍ଲସିତ ଥିବା ହୁ’ର ମହାନିର୍ଦ୍ଦେଶକ ଓ ସେଠାରେ ଉପସ୍ଥିତ ମରିସସ୍ର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ସାମ୍ଭବ୍ୟ ବାତ୍ୟା ଜୱାଦ ପାଇଁ ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ନୂଆଦିଲ୍ଲୀରୁ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ବନ୍ଦର ଅଧ୍ୟକ୍ଷ ତଥା ବିଭିନ୍ନ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳର ସହଯୋଗୀଙ୍କ ସହ ବାତ୍ୟା ଜୱାଦ ଯୋଗୁଁ ଆସନ୍ନ ପରିସ୍ଥିତିର ମୁକାବିଲା ପାଇଁ ଚାଲିଥିବା ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ମନ୍ତ୍ରାଳୟ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ବାତ୍ୟା ଜୱାଦ ନେଇ ସମସ୍ତଙ୍କୁ ସତର୍କ ଏବଂ ପ୍ରସ୍ତୁତ ରହିବାକୁ କୁହାଯାଇଛି ।
ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ସମସ୍ତ ପରିବହନ ଜାହାଜକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଛି ଏବଂ ଜରୁରୀକାଳୀନ ଜାହାଜ ମୁତୟନ କରିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା କେମିକାଲ୍ ଆଣ୍ଡ ପେଟ୍ରୋକେମିକାଲ୍ ପରି ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ଉପରେ ମଧ୍ୟ ସତର୍କ ନଜର ରଖିବାକୁ ରାଜ୍ୟମାନଙ୍କୁ କୁହାଯାଇଛି ।