Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସୁରିନାମର ସର୍ବୋଚ୍ଚ ନାଗରିକ ପୁରସ୍କାର ପାଇଥିବାରୁ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ- ଗ୍ରାଣ୍ଡ ଅର୍ଡର ଅଫ୍ ଦ ଚେନ୍ ଅଫ୍ ଦ ୟେଲୋ ଷ୍ଟାର ପାଇଥିବାରୁ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ରାଷ୍ଟ୍ରପତିଙ୍କ ଏକ ଟୁଇଟର ଉତ୍ତର ଦେଇ  ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ରାଷ୍ଟ୍ରପତିଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ- ଗ୍ରାଣ୍ଡ ଅର୍ଡର ଅଫ୍ ଦ ଚେନ୍ ଅଫ୍ ଦ ୟେଲୋ ଷ୍ଟାର ଦ୍ୱାରା ସମ୍ମାନିତ କରାଯାଇଥିବାରୁ ତାଙ୍କୁ ଅଭିନନ୍ଦନ। ସରକାର ଏବଂ ସୁରିନାମ ଲୋକଙ୍କ ଏହି ବିଶେଷ ଭାବ ଆମ ଦେଶ ମଧ୍ୟରେ ସ୍ଥାୟୀ ବନ୍ଧୁତ୍ୱର ପ୍ରତୀକ।’