Categories
ଆଜିର ଖବର ଖେଳ ରାଜ୍ୟ ଖବର

ସର୍ବ ଭାରତୀୟ ଢେଙ୍କାନାଳ କପ କ୍ରିକେଟ ଉଦଘାଟିତ: ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଢେଙ୍କାନାଳ: ସ୍ଵେଚ୍ଛାସେବୀ ଅନୁଷ୍ଠାନର ପ୍ରୟାସ ଦ୍ୱାରା ଢେଙ୍କାନାଳ ଷ୍ଟାଡିୟମରେ ସର୍ବ ଭାରତୀୟ ଢେଙ୍କାନାଳ କପ କ୍ରିକେଟ ପ୍ରତିଯୋଗିତା ଆୟୋଜିତ ହେଉଛି। ଖାଦ୍ୟ ଯୋଗଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଛନ୍ତି।

ଏହି ଅବସରରେ ଶ୍ରୀଯୁକ୍ତ ପାତ୍ର ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ଖେଳୁଆଡ ମନୋଭାବରେ ନିଜର ଖେଳ ପ୍ରଦର୍ଶନ କରିବା ପାଇଁ ଅନୁରୋଧ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ମ୍ୟାଚ ୨୦ ଓଭର ବିଶିଷ୍ଟ। ଏହା ୨୩ ତାରିଖ ପ୍ରଯ୍ୟନ୍ତ ଚାଲିବ।

ଏହି ଟୁର୍ଣ୍ଣାମେଣ୍ଟରେ ଛତିଶଗଡ, ଜଯପୁର, ରାଜସ୍ଥାନ, ପଶ୍ଚିମବଙ୍ଗ, ଅନ୍ୟ ରାଜ୍ୟ ଓ ଓଡିଶାର ବିଭିନ୍ନ ଜ଼ିଲ୍ଲାର ଦଳଗୁଡିକ ଅଂଶ ଗ୍ରହଣ କରିବେ। ପ୍ରତି ଯୋଗୀତାର ଫାଇନାଲ ମ୍ୟାଚ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ।

ଏହି ପ୍ରତିଯୋଗିତାରେ ବିଜେତା ଦଳକୁ ଏକ ଲକ୍ଷ ନଗଦ ପୁରୁଷ୍କାର ସହିତ ୨ ଗ୍ରାମ ସୁନା ଦିଆଯିବ। ସେହିଭଳି ଉପ-ବିଜେତା ଦଳକୁ ୭୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

19 ତମ ସର୍ବ ଭାରତୀୟ ପୁରୁଷ ଓ ମହିଳା BSNL ଟେବୁଲ ଟେନିସ ପ୍ରତିଯୋଗିତା

ଭୁବନେଶ୍ୱରେ: ଓଡିଶା ଦୂରସଂଚାର ପରିମଣ୍ଡଳ, ଭୁବନେଶ୍ୱର ଦ୍ୱାରା 15 ମାର୍ଚ୍ଚ ରୁ 18 ମାର୍ଚ୍ଚ, 2023 ପର୍ଯ୍ୟନ୍ତ ଭୁବନେଶ୍ୱର ଶହୀଦ ନଗର ସ୍ଥିତ ଇନଡୋର ସ୍ପୋର୍ଟ୍ କମ୍ପ୍ଲେସ ରେ 19 ତମ ସର୍ବ ଭାରତୀୟ  BSNL ଟେବୁଲ ଟେନିସ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଯେଉଁଥିରେ ମୋଟ 21 ଗୋଟି ରାଜ୍ୟ BSNL ସର୍କଲରୁ ଉଭୟ ପୁରୁଷ ଏବଂ ମହିଳା ଟେବୁଲ ଟେନିସ ଦଳ ଏଥିରେ ଅଂଶଗ୍ରହଣ କରିବେ।

ଓଡିଶା ଦୂରସଂଚାର ପରିମଣ୍ଡଳ, ମୁଖ୍ୟ ମହାପ୍ରବନ୍ଧକ ରୁଦ୍ର ନାରାୟଣ ପଲାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଓଡିଶା LSA ମୁଖ୍ୟ ତଥା ଟେଲିକମ୍ ମହାନିର୍ଦେଶକ, ବିଜୟ କୁମାର ନାୟକ, ମୂଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହି ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିବେ। ଦୂରସଂଚାର ବିଭାଗ କମୁନିକେସନ ଆକାଉଣ୍ଟସ, କନ୍ଟ୍ରୋଲର ଲୋପାମୁଦ୍ରା ମହାନ୍ତି ସମ୍ମାନିତ ଅତିଥି ଭାବେ ଏହି ଭବ୍ୟ ସମାରୋହରେ ଉପସ୍ଥିତ ରହିବେ ବୋଲି ନିଜର ସହମତି ପ୍ରଦାନ କରିଛନ୍ତି। ସତ୍ୟ ହରି ବାବୁ, ମୂଖ୍ୟ ରେଫରୀ ଓ ସହାୟକ ରେଫରି ଭାବେ ୟସର ପସା ଘୋରି (ମଧ୍ୟ ପ୍ରଦେଶ) ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗନେବେ।

15 ମାର୍ଚ୍ଚ ଦିନ ପ୍ରାୟ 09.00 ରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ 18.3.2023 ଅପରାହ୍ନରେ ଉଦଯାପିତ ହେବ ଓ କୃତି ପ୍ରତିଯୋଗିମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ସହ ଉଦଯାପନ ସମାରୋହରେ ପୁରସ୍କୃତ କରାଯିବ। ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଗୁଜୁରାଟ, ହିମାଚଳ ପ୍ରଦାନ, ହରିୟାନା, ଜାମ୍ମୁ ଓ କାଶ୍ମୀର, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ନର୍ଥ ଇଷ୍ଟ-1 ଓ2, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ତେଲେଙ୍ଗାନା, ତାମିଲ ନାଡୁ, ପଶ୍ଚିମ ବଙ୍ଗ, ଉତ୍ତରାଞ୍ଚଳ, ସିଏନ-ଟିଏକ୍ସ (ଉତ୍ତର) ଏବଂ ଓଡିଶା ର ଉଭୟ ପୁରୁଷ ଓ ମହିଳା ଟେବୁଲ ଟେନିସ ଦଳ ଏହି ସର୍ବଭାରତୀୟ  ଟୁର୍ଣ୍ଣାମେଣ୍ଟ ରେ ଭାଗ ନେବେ।

ଏହି କାର୍ଯ୍ୟକ୍ରମକୁ ସଫଳ ଓ ସୁନ୍ଦର କରିବାକୁ ଆୟୋଜକ ଓଡିଶା ଦୂରସଂଚାର ପରିମଣ୍ଡଳର ସମସ୍ତ କର୍ମକର୍ତ୍ତା, ଓଡିଶା BSNL କ୍ରୀଡା ସଂସ୍କୃତି ପରିଷଦ, ଟୁର୍ଣ୍ଣାମେଣ୍ଟ ସମିତିର ସମସ୍ତ ସଭ୍ୟ ସଭ୍ୟା ଓ ଓଡିଶା ଦୂରସଂଚାର ପ୍ରଶାସନ ତରଫରୁ ବରିଷ୍ଠ ମହାପ୍ରବନ୍ଧକ, ପ୍ରଶାନ୍ତ କୁମାର ମହାପାତ୍ର ତଥା କ୍ରୀଡା ସଂସ୍କୃତି ପରିଷଦର ଶଚିବ ଉପମହାପ୍ରବନ୍ଧକ ଦେବେନ୍ଦ୍ର ଚନ୍ଦ୍ର ପ୍ରଧାନ ଏହି ଟୁର୍ଣ୍ଣାମେଣ୍ଟ କୁ ଆମନ୍ତ୍ରଣ କରିଛନ୍ତି।