Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଯୁଗ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ଦ୍ଵାରା ନିର୍ମାଣ ଶ୍ରମିକମାନଙ୍କ ସହାୟତା ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଯୁଗ ଶ୍ରମ ଆୟୁକ୍ତ, କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ଵାରା ପରଚାଳିତ ଏକ ସହାୟତା ଶିବିର ସ୍ଥାନୀୟ ଟାଙ୍ଗୀ ବ୍ଲକରେ ଅବସ୍ଥିତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଂଜିକୃତ ୨୧ ଜଣ ଶ୍ରମିକମାନଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ୩୮,୦୦,୦୦ ଓ ୨୧ ଜଣ ଶ୍ରମିକଙ୍କୁ ଅନ୍ତେଷ୍ଟିକ୍ରୀୟା ସହାୟତା ବାବଦରେ ୧,୦୫,୦୦୦ ଟଙ୍କା, ବିବାହ କାଳୀନ ସହାୟତା ମଧ୍ୟମରେ ୦୫ ଜଣ ଙ୍କୁ ୨,୫୦,୦୦୦- ଟଙ୍କା ସହାୟତା ରାଶି, ପ୍ରସବ କାଳୀନ ସହାୟତ ବାବଦରେ ୫ ଜଣ ଙ୍କୁ ୫୦,୦୦୦ଟଙ୍କା, ଶିକ୍ଷା ସହାୟତା ବାବଦରେ ୩୫ଜଣ ଙ୍କୁ ୧,୪୮,୪୦୦)/- ଟଙ୍କା ସର୍ବମୋଟ ୮୭ ଜଣଙ୍କୁ ୪୩,୫୩,୪୦୦ /- ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଏହି ଶିବିରରେ ଖୋର୍ଦ୍ଧା ବିଧାୟକ ଜିତେନ୍ଦ୍ର ନାଥ ମିତ୍ର ଅଧ୍ୟକ୍ଷତା କରିଥିଲେ। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରୟାସକୁ ହୃଦୟଙ୍ଗମ କରି ଆହୁରି ଅଧିକରୁ ଅଧିକ ଶ୍ରମିକ ଭାଇ ଓ ଭଉଣୀ ମାନେ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ଅବଲୋକ କରାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ, ବିଡ଼ିଓ, ସରପଞ୍ଚ ତଥା ଅନ୍ୟାନ୍ୟ ପଦାଧିକାରୀ ମଧ୍ୟ ଯୋଗ ଦେଇଥିଲେ।

ପୁନଶ୍ଚ, ୨୮୧ ଜଣ ନୂତନ ଭାବେ ପଂଜିକୃତ ନିର୍ମାଣ ଶ୍ରମିକ ମାନଙ୍କୁ ପଞ୍ଜିକରଣ ପତ୍ର ବଣ୍ଟନ କରାଯାଇଥିଲା ପ୍ରଭଗୀୟ ଶ୍ରମ ଆୟୁକ୍ତ ପ୍ରଣବ କୁମାର ପାତ୍ର ଏହାକୁ ପରିଚାଳନା କରିଥିଲେ। ସହକାରୀ ଶ୍ରମ ଅଧିକାରୀ ବିକାଶ ନାୟକ ସ୍କିମ ବିଷୟରେ ଲୋକ ମାନଙ୍କୁ ଅବଗତ କରାଇଥିଲେ। ସହକାରୀ ଶ୍ରମ ଅଧିକାରୀ ଚନ୍ଦନ ମାଝୀ , ପ୍ରଭାକର ବିଶ୍ବାଳ, ରଶ୍ମିତା ପାତ୍ର, ମୋନାଲିସା ଜେନା ଏବଂ କଲ୍ୟାଣ ସଂଯୋଜକ ଲମ୍ବୋଦର ରାଉତ ସହିତ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଯୋଗଦେଇ ଥିଲେ।ପରିଶେଷରେ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀ ଚନ୍ଦନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ଶିବିର

ଭୁବନେଶ୍ଵର: ଆଜି ଯୁଗ୍ମ ଶ୍ରମ ଆୟୁକ୍ତ, କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ଵାରା ପରଚାଳିତ ଏକ ସହାୟତା ଶିବିର ସ୍ଥାନୀୟ ସତ୍ୟ ନଗର ସ୍ଥିତ ବ୍ଲାଇଣ୍ଡ ଆସୋସିଏସନଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଂଜିକୃତ ୪୮ ଜଣ ଶ୍ରମିକଙ୍କୁ ମୃତ୍ୟୁ କାଳୀନ ଓ ଅନ୍ତେଷ୍ଟିକ୍ରୀୟା ସହାୟତା ବାବଦରେ ୪୯,୨୦,୦୦୦ ଟଙ୍କା, ବିବାହ କାଳୀନ ସହାୟତା ବାବଦରେ ୨୨ ଜଣଙ୍କୁ ୧୧,୦୦,୦୦୦/- ଟଙ୍କା ସହାୟତା ରାଶି, ପ୍ରସବ କାଳୀନ ସହାୟତା ବାବଦରେ ୨ ଜଣଙ୍କୁ ୨୦,୦୦୦ଟଙ୍କା, ଶିକ୍ଷା ସହାୟତା ବାବଦରେ ୧୮ଜଣ ଙ୍କୁ ୫୪,୦୦୦/- ଟଙ୍କା ସର୍ବମୋଟ ୯୦ ଜଣଙ୍କୁ ୬୦,୯୪,୦୦୦ /- ଟଙ୍କା ର ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଏହା ଶିବିରରେ ସାରଦା ପ୍ରସାଦ ନାୟକ, ମାନ୍ୟବର ମନ୍ତ୍ରୀ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ମାନ୍ୟବର ଅଧ୍ୟକ୍ଷ। ଶ୍ରୀମୟୀ ଶ୍ଵେତ। ସ୍ନିଗ୍ଧା ମିଶ୍ର ଓ ମାନ୍ୟବର ବିଧାୟକ, ମଧ୍ୟ, ଭୁବନେଶ୍ୱର ଶ୍ରୀ ଅନନ୍ତ ନାରାୟଣ ଜେନା, ମେୟର କଟକ ସୁବାସ ସିଂହ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଏହି ଯୁଗାନ୍ତକାରୀ ଯୋଜନାରେ ଆହୁରି ଅଧିକରୁ ଅଧିକ ଶ୍ରମିକ ଭାଇ ଓ ଭଉଣୀମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଆହ୍ଵାନ ଦେଇଥିଲେ। ପୁନଶ୍ଚ, ୨୩୩ ଜଣ ନୂତନ ଭାବେ ପଂଜୀଜିକୃତ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକରଣ ପତ୍ର ବଣ୍ଟନ କରାଯାଇଥିଲା ।

ଏହି ଶିବିରରେ ମଧ୍ୟ ନିର୍ବାଚନ ମଣ୍ଡଳୀର କର୍ପୋରେଟରମାନେ ଯୋଗ ଦେଇଥିଲେ। ପ୍ରଭଗୀୟ ଶ୍ରମ ଆୟୁକ୍ତ, ପ୍ରଣବ କୁମାର ପାତ୍ର ଏହାକୁ ପରିଚାଳନା କରିଥିଲେ। ସହକାରୀ ଶ୍ରମ ଅଧିକାରୀ କାଳୀ ପୁତ୍ର କୁଲଦୀପ ପ୍ରସାଦ, ପିପାସା ମହାପାତ୍ର ଏବଂ ସୌମ୍ୟା ରଞ୍ଜିତା ଦଳାଇ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇ ଥିଲେ । ଭୁବନେଶ୍ୱରର ସହକାରୀ ଶ୍ରମ ଅଧିକାରୀ ପ୍ରଭାକର ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।