Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେପି କର୍ମିଙ୍କ ତୀବ୍ର ବିରୋଧ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ପ୍ରବଳ ବିରୋଧ କରାଯାଇଛି। ତାହାପୁଣି ତାଙ୍କର ସଂସଦୀୟ କ୍ଷେତ୍ରରେ ହୋଇଛି ବିରୋଧ। ଆଶ୍ଚର୍ଯ୍ୟର କଥା ଯେଉଁମାନେ ବିରୋଧ କରିଛନ୍ତି ସେମାନେ ସମସ୍ତେ ହେଉଛନ୍ତି ବିଜେପି କର୍ମି। ପରିସ୍ଥିତି ଏପରି ହେଲା ଯେ, ସାଂସଦ ଅପରାଜିତା ସଭା କରି ନ ପାରି ହଟହଟା ହୋଇ ଭୁବନେଶ୍ବର ଫେରିବାକୁ ବାଧ୍ୟ ହୋଇଛନ୍ତି।

ଏହି ଘଟଣାଟି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ଓଳସିଂ ଗ୍ରାମରେ ଘଟିଛି। ଶନିବାର ସଂଧ୍ୟାରେ ସାଂସଦ ଅପରାଜିତା ସେଠାରେ ଏକ ଦଳୀୟ ସଭା କରିବାର ଥିଲା। ଏହି ସଭାକୁ ଆୟୋଜନ କରିଥିଲେ ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀ ରଂଜନ ମହାପାତ୍ର। ତେବେ ଏହି ସଭା କରାଇ ନ ଦେବାକୁ ସେଠାକାର ବିଜେପି କର୍ମିମାନେ ଅଡି ବସିଥିଲେ।

 

ସାଂସଦ ଅପରାଜିତା ଷଡଙ୍ଗୀ ଯେତେବେଳେ ସଭାସ୍ଥଳକୁ ଆସୁଥିଲେ ସେତେବେଳେ ରାସ୍ତାରେ ତାଙ୍କୁ ହେଲା ପ୍ରବଳ ବିରୋଧ। ବିଜେପି କର୍ମିମାନେ ରାସ୍ତାରେ ପଥର ପକାଇ ସାଂସଦଙ୍କୁ ଅବରୋଧ କଲେ। ଅପରାଜିତା ଗୋ ବ୍ୟାକ୍… ଅପରାଜିତା ଗୋ ବ୍ୟାକ୍ .. କହି ତାଙ୍କୁ ଛାଡି ଦେଲେ ନାହିଁ।

ସେଠାରେ ଅପରାଜିତାଙ୍କ ସମର୍ଥକ ତଥା ଜିଲ୍ଲା ସଭାପତି ଯେତେ ବୁଝାଇଲେ ମଧ୍ୟ କେହି ବୁଝିଲେ ନାହିଁ।  ଖୋଦ ସାଂସଦ ଗାଡିରୁ ଓହ୍ଲାଇ ସେମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟତ ହେବାରୁ କର୍ମିମାନେ ଆହୁରି ଉତ୍ୟେକ୍ତ ହେଲେ। ଏପରିକି ସେଠାରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ସୃଷ୍ଟି ହେଲା। ଏହାକୁ ଦେଖି ଅପରାଜିତା ସେଠାରୁ ଖସି ଚାଲି ଆସିଲେ।

କର୍ମାମାନଙ୍କର ଅଭିଯୋଗ ହେଲା ଯେ, ଅପରାଜିତ ସାଂସଦ ହେବା ପରଠାରୁ ସେ କେବେ ହେଲେ ସେହି ଅଞ୍ଚଳକୁ ଆସି ନାହାଁନ୍ତି। ଚାରି ବର୍ଷ ହେଲା ସେ କୁଆଡେ ଯାଇଥିଲେ ବୋଲି ପ୍ରଶ୍ନ କରିଥିଲେ। ଅପରାଜିତାଙ୍କ ପାଇଁ ସେଠାକାର ବିଜେପି କୁଆଡେ ଦୁଇ ଭାଗ ହୋଇଗଲା ବୋଲି ସେମାନେ ଅଭିଯୋଗ କରିଥିଲେ।

ନିଜ ନିର୍ବାଚନ ମଣ୍ଡଳୀରେ ଅପରାଜିତାଙ୍କ ଏପରି ଅବସ୍ଥା ଦେଖି ଓଡିଶା ରାଜନୀତିରେ ଚର୍ଚ୍ଚା ପାଇଁ ବେଶ୍ ଖୋରାକ ଯୋଗାଇଛି। କାରଣ ଅପରାଜିତା ସାରା ଓଡିଶାରେ ବଡବଡ ସଭା କରି ଲୋକଙ୍କ ସମର୍ଥନ ଯୋଗାଡ କରୁଥିବା ବେଳେ ନିଜ ନିର୍ବାଚନ ମଣ୍ଡଳୀରେ ନିଜ କର୍ମିମାନଙ୍କ ଦ୍ବାରା ବିରୋଧର ସମ୍ମୁଖୀନ ହେବା ତାଙ୍କ ଜନସଂପର୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁଣି ରାଗିଲେ ସାଂସଦ ଅପରାଜିତା, ଏଥର ମଧ୍ୟ ରାଜ୍ୟ ସରକାରଙ୍କ ଉତ୍ସବକୁ ନିମନ୍ତ୍ରଣ ନାହିଁ

ଭୁବନେଶ୍ବର: ପୁଣି ଥରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କ୍ଷୁବ୍ଧ ହୋଇଛନ୍ତି। ପୂର୍ବରୁ ସେହିପରି ଉତ୍କଳ ଦିବସରେ ତାଙ୍କୁ ରାଜ୍ୟ ସରକାର ସ୍ଥାନୀୟ ସାଂସଦ ଭାବେ ନିମନ୍ତ୍ରଣ କରି ନ ଥିଲେ। ତାହାକୁ ନେଇ ସେ ତୁମ୍ବିତୋଫାନ କରିଥିଲେ। ଏଥର ମଧ୍ୟ ସେହିପରି ରାଜ୍ୟ ସରକାର ଗଣ୍ଡାଗଣ୍ଡା ମନ୍ତ୍ରୀ ବିଧାୟକଙ୍କୁ ଭୁବନେଶ୍ବର କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି। ହେଲେ ତାଙ୍କୁ ସ୍ଥାନୀୟ ସାଂସଦ ହିସାବରେ ଡକାଯାଇ ନାହିଁ।

ଘଟଣାଟି ହେଉଛି ଆସନ୍ତାକାଲି ଗୁରୁବାର ଦିନ ହେଉଛି ବନ୍ୟ ମହୋତ୍ସବ। ରାଜ୍ୟ ସ୍ତରୀୟ ଏହି ଉତ୍ସବ ଭୁବନେଶ୍ବରର ବରମୁଣ୍ଡା ବିଏମସ ସରକାରୀ ସ୍କୁଲରେ ପାଳନ ହେବ। ସେହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ବୋଲି ନିମନ୍ତ୍ରଣ ପତ୍ରରେ ରହିଛି। ଏଥିସହିତ ଦୁଇଜଣ ମନ୍ତ୍ରୀ, ଦୁଇଜଣ ବିଧାୟକ ଏବଂ ଭୁବନେଶ୍ବର ମେୟର ଯୋଗଦେବେ। ହେଲେ ସେଥିରେ ସାଂସଦଙ୍କୁ ଡକାଯାଇ ନାହିଁ। ଏପରିକି ଯେଉଁ ୱାର୍ଡରେ ଏହି ଉତ୍ସବ ହେଉଛି ତାହାର ବିଜେରି କରର୍ପୋରେଟରଙ୍କୁ ମଧ୍ୟ ଡକାଯାଇ ନାହିଁ ବୋଲି ଅପରାଜିତା କ୍ଷୋଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜିରୋ ଟଲେରାନ୍ସ ନୀତିକୁ ନେଇ ପ୍ରଶ୍ନ: ୧୫ ଟି ହତ୍ୟାକାଣ୍ଡର ତାଲିକା ପ୍ରକାଶ କଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ମାହାଙ୍ଗା ହତ୍ୟା କାଣ୍ଡକୁ ନେଇ ରାଜ୍ୟ ସରକାର ଉପରେ ବିଜେପି ରାଜ୍ୟ ବ୍ୟାପି ଆନ୍ଦୋଳନ କରୁଛି। ଏହି ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଛି ବୋଲି ରାଜ୍ୟ ବିଜେପି ଅଭିଯୋଗ କରୁଛି। ଏନେଇ ରାଜ୍ୟର ବହୁ ଥାନା ସମ୍ମୁଖରେ ପ୍ରତିବାଦ କରିବା ସହ ଆଇନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରୁଛି। କେବଳ ସେତିକି ନୁହେଁ ପରୀ ମାମଲା ଭଳି ଏବେ ମାହାଙ୍ଗା ହତ୍ୟା ପ୍ରସଙ୍ଗରେ ବି ରାଜ୍ୟର ଶାସନ ବ୍ୟବସ୍ଥା ଓ ତଦନ୍ତ ପକ୍ରିୟାକୁ ନେଇ ପ୍ରଶ୍ନ କରୁଛି ବିଜେପି। ରାଜ୍ୟ ସରକାର ହିଂସା ରୋକିବାରେ ବିଫଳ ଏବଂ ତଦନ୍ତ ପ୍ରକ୍ରିୟା ମାଧ୍ୟମରେ ନିଜ ଲୋକଙ୍କୁ ଘଣ୍ଟ ଘୋଡାଉଛି ବୋଲି ବିଜେପି ଅଭିଯୋଗ କରୁଛି।

ସେପଟେ ଶାସକ ଦଳ ପକ୍ଷରୁ ରାଜ୍ୟ ସରକାର ଜିରୋ ଟଲେରାନ୍ସ ନୀତିରେ କାମ କରୁଛି ବୋଲି ଦର୍ଶାଯାଇଛି। ତେବେ ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ନୀତିକୁ ନେଇ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ଆଙ୍ଗୁଠି ଦେଖାଇଛନ୍ତି। ଶ୍ରୀମତୀ ଷଡଙ୍ଗୀ ପଞ୍ଚାୟତ ନିର୍ବାଚନ ପରଠୁ ରାଜ୍ୟରେ ହିଂସା ଦ୍ଵାରା କେତେ ଜଣଙ୍କ ଜୀବନ ଯାଇଛି ତାହାର ତାଲିକା ପ୍ରକାଶ କରିଛନ୍ତି।

ରାଜନୈତିକ ହିଂସାକାଣ୍ଡରେ ଗତ ଜାନୁଆରୀ ୨ରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ଜୀବନ ଯାଇଥିବା ବେଳେ ଢେଙ୍କାନାଳରୁ ସଲମାନ ରାଉତ, ମାଲକାନଗିରିରୁ ସପନ ବବଲି, ମୟୂରଭଞ୍ଜରୁ ଉତ୍ତମ ବିଶ୍ୱାର, ଗଜପତିରୁ ମିନତୀ ଶବର, ଭଦ୍ରକରୁ ସୁରେଶ ରାଉତ, କୋରାପୁଟରୁ କାମେଶ୍ୱର ପାଲ୍‌କା, ବଲାଙ୍ଗିରରୁ ରୋହିତ ପ୍ରଧାନ, ରାୟଗଡ଼ାରୁ ଅଭିଳାଶ ବାଗ, ଗଞ୍ଜାମ ବୁଗୁଡ଼ାରୁ ଶିଶିର ନାୟକ, ଗଞ୍ଜାମ ହିଞ୍ଜିଲିରୁ ବୁଲୁ ପ୍ରଧାନ, ଗଞ୍ଜାମରୁ ପୀତାମ୍ୱର ସ୍ୱାଇଁ, କେନ୍ଦ୍ରାପଡ଼ାରୁ ବଳରାମ ଜେନା, କେନ୍ଦ୍ରାପଡ଼ାରୁ ମମତାରାଣୀ ସାମଲ ଓ ଖୋର୍ଦ୍ଧାରୁ ଚିତ୍ରସେନ୍ ଜେନା। ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରୁ ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଛି।

ଏପରି ଏକ ତାଲିକା ପ୍ରକାଶ କରି ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ପୋଲିସ୍ ଡିଜିଙ୍କୁ ଏବାବଦରେ ଏକ ଚିଠି ଲେଖିଛନ୍ତି। ରାଜ୍ୟରେ ହିଂସା କରି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଶ୍ରୀମତୀ ଷଡଙ୍ଗୀ।