Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଅପରାଜିତାଙ୍କ ନିର୍ବାଚନ ସଭାରେ କେନ୍ଦ୍ର ସରକାରଙ୍କ କର୍ମଚାରୀ, ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ବିଜେପି ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଛି। ଏ ନେଇ ଦଳ ତରଫରୁ ଏକ ପ୍ରତିନିଧି ମଣ୍ଡଳି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି।

ବିଜେଡି ଅଭିଯୋଗ କରିଛି ଯେ, କିଛିଦିନ ତଳେ ଖୋର୍ଦ୍ଧାରେ ସାଂସଦ ଅପରାଜିତା ଷଡଙ୍ଗୀ ଏକ ନିର୍ବାଚନ ସଭା କରିଥିଲେ। ସେହି ସଭାରେ କେନ୍ଦ୍ର ସରକାରଙ୍କ ରେଳ ବିଭାଗର ତିନି ଜଣ ଅଫିସର ଉପସ୍ଥିତ ଥିଲେ। ନିର୍ବାଚନ ସଭାରେ କାହିକି ଜଣେ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ସେ ନେଇ ଦଳ ଅଭିଯୋଗ କରିଛି। ସେମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦଳ ଦାବୀ କରିଛି।

ବିଜେଡି ପ୍ରତିନିଧି ଦଳରେ ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି, ଅମିତ ମଲ୍ଲିକ, ହରିଶ ଚୌଧୁରୀ, ପ୍ରିୟବ୍ରତ ମାଝି, ତୁମ୍ବନାଥ ପଣ୍ଡା ଏବଂ ଇପସିତା ସାହୁ ପ୍ରମୁଖ ଅତିରିକ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ଭାବେ ଶପଥ ନେବେ ଓଡିଆ ଝିଅ, ରାଜ୍ୟସଭାରେ ଘୋଷଣା କଲେ ଓଡିଆ ପୁଅ

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ପରିଚାଳନା କରୁଥିଲେ ଓଡିଆ ପୁଅ ସସ୍ମିତ ପାତ୍ର। ସେ ଗୃହରେ ନୂଆ ରାଷ୍ଟ୍ରପତିଙ୍କ ଶପଥ ନେଇ କଲେ ଏକ ଘୋଷଣା। ତାହା ହେଲା ଆସନ୍ତା ୨୫ ତାରିଖରେ ଭାରତର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ। ସେଥିପାଇଁ ସେଦିନର ରାଜ୍ୟସଭା ଅଧିବେସନର ସମୟ ପରିବର୍ତ୍ତନ କରାଯାଇଛି ବୋଲି ଗୃହକୁ ଜଣାଇଥିଲେ।

ସସ୍ମିତଙ୍କ ଘୋଷଣା ଅନୁସାରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣକୁ ଗୃହର ସଦସ୍ୟମାନେ ଅଂଶ ଗ୍ରହଣ କରିବା ପାଇଁ ସେଦିନ ଅଧିବେସନ ସମୟ ପରିବର୍ତ୍ତନ କରାଯାଇଛି। ପ୍ରତିଦିନ ପରି ଗୃହ କାର‌୍ୟ୍ୟ ଦିନ ୧୧ ଟା ପରିବର୍ତ୍ତେ ସେହିଦିନ ଅପରାହ୍ନ ୨ ଟାରେ ଗୃହ କାଯ୍ୟ ଆରମ୍ଭ କରାଯିବ।

ଏହି ଘୋଷଣା କରିଥିଲେ ଗୃହ ପରିଚାଳନା କରୁଥିବା ଓଡିଆ ପୁଅ ସସ୍ମିତ ପାତ୍ର। ଓଡିଆ ଝିଅ ରାଷ୍ଟ୍ରପତି ଭାବେ ଶପଥ ନେବେ, ଆଉ ରାଜ୍ୟସଭାରେ ଓଡିଆ ପୁଅ ଘୋଷଣା କରିବେ, ଏହା ଏକ ଭିନ୍ନ ସଂଯୋଗ ଥିଲା ବୋଲି କୁହାଯିବ।

Categories
ଆଜିର ଖବର ଜାତୀୟ ଖବର

ସାଂସଦ ସସ୍ମତି ପାତ୍ର ହେଲେ କରୋନା ଆକ୍ରାନ୍ତ

ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ତଥା ସାଂସଦ ସସ୍ମିତ ପାତ୍ର ପୁଣି ଥରେ କରୋନା ସଂକ୍ରମିତ ହୋଇଛନ୍ତି। ସେ ଟୁଇଟ ଯୋଗ କହିଛନ୍ତି ଯେ, ଆଜି କୋଭିଡ19 ପରୀକ୍ଷା ପରେ ପଜେଟିଭି ଆସିଛି। ମୋ ସହିତ ଯେଉଁମାନେ ସଂପର୍କରେ ଆସିଛନ୍ତି ସେମାନେ ପରୀକ୍ଷା କରନ୍ତୁ ବୋଲି ସେ ଜଣାଇଛନ୍ତି।

ଏଥିସହିତ ସସ୍ମତି କହିଛନ୍ତି ଯେ, ସେ ଦୁଇ ଡୋଜ ଟୀକା ବହୁ ଆଗରୁ ନେଇଛନ୍ତି। ତଥାପି ସେ ସଂକ୍ରାମିତ ହୋଇଛନ୍ତି ଅର୍ଥାତ ସମସ୍ତେ ସଜାଗ ହେବା ଆବଶ୍ୟକ। ସସ୍ମିତ 2020ରେ ମଧ୍ୟ କରୋନା ସଂକ୍ରାମିତ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସଭାକୁ ସାଇକେଲରେ ଗଲେ ସାଂସଦ ଡ. ସସ୍ମିତ ପାତ୍ର

ନୂଆଦିଲ୍ଲୀ: ବିଜେଡିର ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ବିଭିନ୍ନ ସମୟରେ ନିଜର କାର୍ଯ୍ୟ ପାଇଁ ପ୍ରଶଂସିତ ହୋଇଥାନ୍ତି। ବର୍ତ୍ତମାନ ସଂସଦରେ ସେ ଯେପରି ଓଡିଶା ପ୍ରସଂଗରେ ତଥ୍ୟ ରଖୁଛନ୍ତି ତାହା ମଧ୍ୟ ସ୍ବାଗତଯୋଗ୍ୟ। ସେହିପରି ନୂଆକରି ସାଂସଦ ହୋଇ ଗୃହ ପରିଚାଳନା କରିବାର ଦାୟିତ୍ବ ମିଳିବା ନିଶ୍ଚିତ ଗର୍ବର କଥା। ସେହିପରି ଆଉ ଏକ ନୂଆ କଥା ଦେଖିବାକୁ ମିଳିଛି ଏହି ବଜେଟ ଅଧିବେସନରେ।

ଫେବୃୟାରୀ ୧ ତାରିଖରେ ଗୃହରେ ବଜେଟ ଉପସ୍ଥାପନ ହୋଇଥିଲା। ସେହିଦିନ ସସ୍ମତି ସଂସଦକୁ  ସାଇକେଲରେ ଯାଇଥିଲେ। ତାଙ୍କ ସହିତ ଅନ୍ୟତମ ସାଂସଦ ଡକ୍ଟର ବିକାଶ ମହାତ୍ମେ ମଧ୍ୟ ଯାଇଥିଲେ। ସଂସଦ ଭବନ ନିକଟରେ ଥିବା ସାଂସଦମାନେ ସାଇକେଲରେ ଯିବାଆସିବା କରିବା ଉଚିତ ବୋଲି ସସ୍ମତି ଆହ୍ବାନ ଦେଇଛନ୍ତି।