Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଜେଡି ଆଣିଲା ସାଂଘାତିକ ଅଭିଯୋଗ

ଭୁବନେଶ୍ୱର: ରାଜ୍ୟର ୭୦ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସଏଚଜି ସାରା ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟମାନଙ୍କର କେବଳ ଜାତୀୟ ସ୍ତରରେ ନୁହେଁ, ଅନ୍ତର୍ଜାତୀୟ ସ୍ତରୀୟ ବ୍ୟବସାୟ ପରିଦର୍ଶନ ଓ ଦୂରଦୃଷ୍ଟି ରହିବା ଆବଶ୍ୟକ ବୋଲି ଅନୁଭବ କରିଥିବା କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ।

ଶ୍ରୀମତୀ ଦେଓ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଆନ୍ତର୍ଜାତିକ ବାଣିଜ୍ୟିକ ଜ୍ଞାନ ଆହରଣ ଓ ବ୍ୟବସାୟ କୌଶଳ ସମ୍ପର୍କରେ ଅଧ୍ୟୟନ ସହ ଓଡ଼ିଶାରେ ନିଜ ନିଜ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ଏହାକୁ କାର୍ଯ୍ୟକାରୀ କରି ସେମାନଙ୍କୁ ବିଶ୍ୱସ୍ତରୀୟ ମାନଦଣ୍ଡ ସହ ସମକକ୍ଷ କରିବା, ଏଚଏଚଜିଗୁଡିକୁ ଏମ୍‌ଏସ୍‌ଏମ୍‌ଇରେ ପରିଣତ କରିବା ପାଇଁ ତୃଣମୂଳସ୍ତରର ମିଶନଶକ୍ତି ମହିଳାଙ୍କ ନେତୃତ୍ୱର ଅନେକ ପ୍ରତିନିଧିଙ୍କୁ ଦୁବାଇ ପଠାଯାଇଥିଲା।

ତେବେ ମିଶନ ଶକ୍ତିର ବିଶ୍ୱସ୍ତରୀୟ ସଫଳତା ଏବଂ ମିଶନ ଶକ୍ତି ମାଧ୍ୟମରେ ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କ ସଶକ୍ତିକରଣରେ ଅସହିଷ୍ଣୁ ଓ ଇର୍ଷାପରାୟଣ ହୋଇପଡିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଶନ ଶକ୍ତିର ଏହି ମହିଳା ଏସଏଚଜି ସଦସ୍ୟମାନେ ୨୦୨୪ ଏପ୍ରିଲରେ କିଭଳି ଦୁବାଇକୁ ଯାଇ ନପାରିବେ ସେଥିପାଇଁ ଷଡ଼ଯନ୍ତ୍ର କରିଥିଲେ।

ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାଣିଶୁଣି ଏବଂ ମିଛରେ ୨୦୨୪ ମାର୍ଚ୍ଚ ୨୭ ତାରିଖରେ ମିଶନ ଶକ୍ତିର ଦୁବାଇ ପ୍ରତିନିଧିଙ୍କୁ ଅଟକାଇବା ପାଇଁ ଏକ ଅଭିଯୋଗ ପତ୍ର ପଠାଇବା ପାଇଁ ଯୋଜନା କରିଥିଲେ ଏବଂ ଏହାର ଶୀର୍ଷରେ ରହିଥିଲେ। ମିଶନ ଶକ୍ତି ମହିଳା ନେତ୍ରୀଙ୍କ ନାମ ତାଲିକାକୁ ପରବର୍ତ୍ତୀ ସମୟରେ ଇସିଆଇଙ୍କ ମାର୍ଗଦର୍ଶିକା ଆଧାରରେ ପ୍ରକାଶ କରାଯାଇଥିଲା। କିନ୍ତୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଶନ ଶକ୍ତିର ମହିଳାମାନଙ୍କୁ ସଶକ୍ତିକରଣ କରିବାକୁ ଚାହୁଁନଥିବା ଏଥିରୁ ସ୍ପଷ୍ଟ ହୋଇଥିଲା।

ଚଳିତ ନିର୍ବାଚନରେ ସମ୍ବଲପୁର ଲୋକସଭାରୁ ପ୍ରାର୍ଥୀ ଭାବେ ସେ ସମ୍ବଲପୁରରୁ ମିଶନ ଶକ୍ତି ଏସ୍‌ଏଚଜି ସଦସ୍ୟଙ୍କୁ ଦୁବାଇ ଗସ୍ତରେ ଯିବାକୁ ବାରଣ କରିଛନ୍ତି। ଯଦି ସେ ସାଂସଦ ଭାବେ ନିର୍ବାଚିତ ହୁଅନ୍ତି, ତେବେ ମିଶନ ଶକ୍ତିକୁ ବନ୍ଦ କରି ଦେବେ ଏବଂ ୭୦ ଲକ୍ଷ ମିଶନ ଶକ୍ତି ମହିଳାଙ୍କ ସଶକ୍ତୀକରଣକୁ ନଷ୍ଟ କରିଦେବେ ଏବଂ ପୁଣିଥରେ ସେମାନଙ୍କୁ ଘରର ଚାରି କାନ୍ଥ ଭିତରକୁ ଠେଲି ଦେବେ ବୋଲି ଶ୍ରୀମତୀ ଦେଓ କହିଛନ୍ତି।

ଏହା କେବଳ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଗ୍ର ଅସହିଷ୍ଣୁତା, ଈର୍ଷା ଏବଂ ମହିଳା-ବିରୋଧୀ ମନୋଭାବକୁ ଦର୍ଶାଉଛି। ମିଶନ ଶକ୍ତି ଏସଏଚଜି ସଦସ୍ୟଙ୍କୁ ଦୁବାଇ ଯିବାରୁ ସେ ବାରଣ କରିଛନ୍ତି । ଏବେ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ମିଶନ ଶକ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା, ଯିଏ କି ୭୦ ଲକ୍ଷ ମହିଳାଙ୍କ ଜୀବନକୁ ପରିବର୍ତ୍ତନ କରିବାରେ ବିପ୍ଳବ ସାଜିଛନ୍ତି।

ସେ ମହିଳାଙ୍କ ସଶକ୍ତିକରଣକୁ ବରଦାସ୍ତ କରିପାରିବେ ନାହିଁ; ସେ ଓଡ଼ିଶାର ମହିଳାମାନଙ୍କ ସଫଳତାକୁ ଗ୍ରହଣ କରିପାରିବେ ନାହିଁ। ସେ ମହିଳା ସଶକ୍ତିକରଣ ବିରୋଧି, ମହିଳା ବିକାଶର ବିରୋଧୀ ଏବଂ ମିଶନ ଶକ୍ତି ବିରୋଧର ଷଡଯନ୍ତ୍ରକାରୀ। ଓଡିଶାର କୋଟି କୋଟି ମହିଳା ବିଶେଷ କରି ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳର ମହିଳାମାନେ ଏହି ନିର୍ବାଚନରେ ମହିଳାଙ୍କ ପ୍ରତି ତାଙ୍କର ଷଡ଼ଯନ୍ତ୍ର ଓ ଘୃଣା ଓ ସେମାନଙ୍କ ସଶକ୍ତିକରଣକୁ ବିରୋଧ ପାଇଁ ତାଙ୍କୁ ଉଚିତ୍‍ ଜବାବ ଦେବେ ବୋଲି ଶ୍ରୀମତୀ ଦେଓ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ସାଂସଦ ସୁଲତା ଦେଓ, କଲେ ଦୁଃଖ ପ୍ରକାଶ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ସାକ୍ଷାତ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ। ନିକଟରେ ଉପରାଷ୍ଟ୍ରପତିଙ୍କ ପ୍ରତି ହୋଇଥିବା ଅପମାନ ଉପରେ ଦୁଃଖ ପ୍ରକାଶ କରିଥିଲେ। ସଂସଦ ଭବନ ପରି ଏକ ପବିତ୍ର ସ୍ଥାନରେ ସଦସ୍ୟମାନେ ଏପରି ଥଟ୍ଟା ପରିହାସକୁ ସେ ତୀବ୍ର ନିନ୍ଦା କରିଥିଲେ।

ଉପରାଷ୍ଟ୍ରପତିଙ୍କୁ ବିଭିନ୍ନ ସମୟରେ ବିଜେଡି ରାଜ୍ୟସଭା ସାଂସଦମାନେ ସାକ୍ଷାତ କରି ତାଙ୍କୁ ନେଇ ହୋଇଥିବା ଥଟ୍ଟା ପରିହାସକୁ ତୀବ୍ର ନିନ୍ଦା କରିଛନ୍ତି। ଗତକାଲି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ସୁଜିତ କୁମାର ପ୍ରମୁଖ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସାକ୍ଷାତ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କିଛି ମହିଳା ଲାଞ୍ଛନାକାରୀ ମୋତେ ବଦନାମ କରୁଛନ୍ତି; ସାଂସଦ ସୁଲତା ଦେଓ

ଭୁବନେଶ୍ବର: ଗତକିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ସାଂସଦ ସୁଲତା ଦେଓ ବେଶ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ବିଜେଡି ରାଜ୍ୟସଭା ସଂସଦୀୟ ଦଳର ମୁଖ୍ୟ ସଚେତକ ପଦରୁ ହଟାଇ ଦେଇ ମାନସ ମଙ୍ଗରାଜଙ୍କୁ ଦିଆଯାଇଛି। ଏହାର କାରଣରେ ବିଭିନ୍ନି ମିଡିଆରେ ବିଭିନ୍ନ ଚର୍ଚ୍ଚା ଚାଲିଛି।

ବିଜେଡି ପଦଯାତ୍ରା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାନ୍ଧରେ ସାସଂଦ ସୁଲତା ଦେଓ ଦଳୀୟ ଉତ୍ତରୀୟ ପକାଇଥିଲେ। ଯାହାକୁ ପରେ ମୁଖ୍ୟମନ୍ତ୍ରୀ ବିରକ୍ତ ହୋଇ ବାହାର କରିଦେଇଥିଲେ। ଏହାର କିଛି ଦିନ ପରେ ସୁଲତାଙ୍କୁ ବିଜେଡି ରାଜ୍ୟସଭା ସଂସଦୀୟ ଦଳର ମୁଖ୍ୟ ସଚେତକ ପଦରୁ ହଟାଇ ଦିଆଯାଇଥିଲା।

ତେବେ ବିଭିନ୍ନ ଗଣମାଧ୍ୟମରେ ସୁଲତାଙ୍କ ଉପରେ କୁଆଡେ ମୁଖ୍ୟମନ୍ତ୍ରୀ ଅସନ୍ତୁଷ ହୋଇ ପଡିଛନ୍ତି। ସେଥିପାଇଁ ସେଦିନ ମଞ୍ଚରେ ନୀବନ ବିରକ୍ତି ପ୍ରକାଶ କରିଥିଲେ। ଏହା ପ୍ରଚାର ହେବା ପରେ ସାଂସଦ ସୁଲତା ଦେଓ ଆଜି ତାଙ୍କର ସୋସିଆଲ ମିଡିଆରେ ତାହାର ସ୍ପଷ୍ଟିକରଣ ଦେଇଛନ୍ତି। ସେ ଏଥିରେ କିଛି ମହିଳା ଲାଞ୍ଛନାକାରୀଙ୍କୁ ଦୋଷ ଦେଇଛନ୍ତି। ତେବେ ସେମାନେ କିଏ ସେ ନେଇ କୌଣସି କଥା ସୁଲତା ଉଲ୍ଲେଖ କରି ନାହାଁନ୍ତି।

ସୁଲତା ଯାହା ଲେଖିଛନ୍ତି ତାହା ହେଲା, ” ଓଡ଼ିଶାର ମୋ’ର ପ୍ରିୟ ଭାଇ, ଭଉଣୀଙ୍କୁ ସପ୍ରେମ ନମସ୍କାର। MP ମୁଁ ପରେ ହୋଇଛି, ପ୍ରଥମେ କାହାର ଭଉଣୀ, କାହାର ମାଆ। ମୋ ଭଳି ଜଣେ ଓବିସି ମହିଳାଙ୍କୁ ଦେଶର ମର୍ଯ୍ୟାଦା ସମ୍ପନ୍ନ ରାଜ୍ୟ ସଭାକୁ ପଠାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ମୋର ନେତାଙ୍କ ପ୍ରତି ମୁଁ ଆଜୀବନ କୃତଜ୍ଞ।

ଏଇ କିଛି ଦିନ ହେବ ଯେପରି ଭାବେ କିଛି ମିଡ଼ିଆ ମତେ ଲାଂଛିତ କରି ଆସୁରିକ ମଜା ନେଉଛନ୍ତି, ତା ଅସହ୍ୟ ହୋଇଛି। ମହିଳାଙ୍କୁ ଲାଂଚ୍ଛନା ଯଦି ସେହି ମିଡ଼ିଆ ମାନଙ୍କ ଅଧିକାର, ତେବେ ଗଣତନ୍ତ୍ରର ଗତି କେଉଁଆଡ଼େ???

ଯେଉଁ ଘଟଣାକୁ ନେଇ ମିଡ଼ିଆ ମତେ ଦୋଷ ଦେଇଛି, ସେଥିରେ କେଉଁଠି ସେମାନେ ମୋ ଦୋଷ ଦେଖିଛନ୍ତି, କହିଲେ କୃତଜ୍ଞ ରହିବି। ମୋର ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ କେଉଁଠାରେ ଦୋଷ ଦେଇ ନ ଥିଲେ ମଧ୍ୟ କିଛି ମହିଳା ଲାଂଚ୍ଛନା କାରୀ ମତେ ଦୋଷ ଦେଇ କେଉଁ ମେଡାଲ ପାଇବାକୁ ଚାହୁଁଛନ୍ତି???

ମୁଖ୍ୟ ସଚେତକ ପଦରେ ମାନନୀୟ ମାନସ ମଙ୍ଗରାଜ ଭାଇଙ୍କୁ ଦାୟିତ୍ୱ ଦିଆ ଯିବା ନିହାତି ଆବଶ୍ୟକ ଥିଲା। ଏକଥା ମୁଁ ମୂଳରୁ କହି ଆସିଛି। ବଡ଼ଭାଇ ମାନସ ମଙ୍ଗରାଜଙ୍କ ତତ୍ତ୍ୱାବଧାନରେ ମୁଁ, ସାଂସଦ ସସ୍ମିତ ପାତ୍ର ପ୍ରମୁଖ ମୁଖପାତ୍ର ରହି ଆସିଛୁ। ତେଣୁ ଏଥିରେ ଆଶ୍ଚର୍ଯ୍ୟପ୍ରକଟ କରି ବିନା ମେଘରେ ବଜ୍ରପାତ କାହିଁକି???

ଯଦି ସମ୍ମାନ ଦେଇ ପାରିବେ ନାହିଁ ଅନ୍ତତଃ ଅସମ୍ମାନୀତ କରନ୍ତୁ ନାହିଁ। ସମ୍ମାନ ଦେଇଛନ୍ତି ଜଣେ। ମୋ ଭଳି ଜଣେ ଓବିସି PRI ମେମ୍ବରଙ୍କୁ ରାଜ୍ୟସଭା ସଦସ୍ୟ ମନୋନୀତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଉଦାହରଣ ପେଶ କରିଛନ୍ତି, ତା ପୁଣି ଥରେ ମନେ ପକାଇ ରହୁଛି। ଧନ୍ୟବାଦ, ଜୟ ଜଗନ୍ନାଥ”