Categories
ଜାତୀୟ ଖବର ବିଶେଷ ଖବର

ଉପସାଗରୀୟ ଦେଶ ସହ ସୁଦୃଢ଼ ହେଉଛି ଭାରତର ସହଯୋଗ

ନୂଆଦିଲ୍ଲୀ: ଉପସାଗରୀୟ ଦେଶଗୁଡ଼ିକ ସହ ଭାରତର ସୁସମ୍ପର୍କ ଅଧିକ ସୁଦୃଢ଼ ହେଉଛି। ନିକଟରେ କତର ଅମୀର ତାଙ୍କର ଦ୍ୱିତୀୟ ସରକାରୀ ଗସ୍ତରେ ଭାରତ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କତର ଅମୀରଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ପରେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୀତିକ ସ୍ତରକୁ ଉନ୍ନୀତ କରିବା ଲାଗି ଉଭୟ ନେତା ସହମତ ହୋଇଛନ୍ତି। ଏ ନେଇ ଏକ ରାଜିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ଏବେ ୟୁଏଇ, ସାଉଦୀ ଆରବ, ଓମାନ, କୁଏତ ଏବଂ କତର ସହିତ ଭାରତର ରଣନୀତିକ ଭାଗିଦାରୀ ରହିଛି। ଭାରତ ଏବଂ ଉପସାଗରୀୟ ଦେଶଗୁଡ଼ିକ ମଧ୍ୟ ଜିସିସି ଢାଞ୍ଚା ଅଧୀନରେ ସହଯୋଗ କରନ୍ତି।

ଜିସିସିର ସବୁ ଦେଶ ସହିତ ଭାରତର ଉତ୍କୃଷ୍ଟ ସମ୍ପର୍କ ରହିଛି। ଏହା ଭାରତ ଏବଂ ଉପସାଗରୀୟ ଦେଶମାନଙ୍କ ମଧ୍ୟରେ ନେତୃତ୍ୱ ତଥା ମନ୍ତ୍ରୀ ସ୍ତରରେ ନିୟମିତ ଉଚ୍ଚସ୍ତରୀୟ ଗସ୍ତ ବିନିମୟରେ ପ୍ରତିଫଳିତ ହୋଇଥାଏ। 2014 ମସିହା ମେ ମାସ ଠାରୁ ପ୍ରଧାନମନ୍ତ୍ରୀ ଉପସାଗରୀୟ ଦେଶଗୁଡ଼ିକୁ 14 ଥର ଗସ୍ତ କରିଛନ୍ତି। ଏଥିରେ ୟୁଏଇକୁ 7 ଥର ଗସ୍ତ ସାମିଲ ଥିବା ବେଳେ ସାଉଦୀ ଆରବ ଓ କତରକୁ 2 ଥର ଏବଂ ଓମାନ, ବାହାରିନ ଓ କୁଏତକୁ ଥରେ ଲେଖାଏଁ ଗସ୍ତ ଅନ୍ତର୍ଭୁକ୍ତ।

କତର ଆମୀର 17-18 ଫେବୃଆରୀ 2025 ଠାରୁ ତାଙ୍କର ଦ୍ୱିତୀୟ ଭାରତ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଡିସେମ୍ବର 2024ରେ କୁଏତ ଗସ୍ତ କରିଥିଲେ, ଯାହା 43 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କୁଏତ ଗସ୍ତ ଥିଲା। ଜାନୁଆରୀ 2024ରେ ୟୁଏଇର ରାଷ୍ଟ୍ରପତି ମହାମହିମ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନ, ଡିସେମ୍ବର 2023ରେ ଓମାନର ସୁଲତାନ ମହାମହିମ ହାଇଥାମ ବିନ୍ ତାରିକ ଏବଂ ସେପ୍ଟେମ୍ବର 2023ରେ ସାଉଦୀ ଆରବର ଯୁବରାଜ ତଥା ପ୍ରଧାନମନ୍ତ୍ରୀ ମହାମହିମ ମହମ୍ମଦ ବିନ୍ ସଲମାନଙ୍କ ସଦ୍ୟ ଭାରତ ଗସ୍ତରେ ଆସିଥିଲେ।

ରଣନୀତିକ ବାର୍ତ୍ତାଳାପ ପାଇଁ ପ୍ରଥମ ଭାରତ-ଜିସିସି ମନ୍ତ୍ରୀସ୍ତରୀୟ ବୈଠକ ସେପ୍ଟେମ୍ବର 2024ରେ ରିୟାଦରେ ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଯୋଗ ଦେଇଥିଲେ। ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ସୁରକ୍ଷା, ଶକ୍ତି, ସ୍ୱାସ୍ଥ୍ୟ, କୃଷି ଏବଂ ଖାଦ୍ୟ ସୁରକ୍ଷା, ପରିବହନ, ସଂସ୍କୃତି ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅନ୍ତର୍ଭୁକ୍ତ କରି ଏକ ଭାରତ-ଜିସିସି ମିଳିତ କାର୍ଯ୍ୟ ଯୋଜନା ଗ୍ରହଣ କରାଯାଇଥିଲା।

ଜିସିସି ଦେଶଗୁଡ଼ିକ ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ଆର୍ଥିକ ବର୍ଷ 2023-24ରେ ପାଖାପାଖି 162 ବିଲିୟନ ଆମେରିକୀୟ ଡଲାର ଥିଲା, ଯାହା ଏହି ରାଷ୍ଟ୍ର ଗୋଷ୍ଠୀକୁ ଭାରତର ସର୍ବବୃହତ ଆଞ୍ଚଳିକ ବାଣିଜ୍ୟିକ ଅଂଶୀଦାରମାନଙ୍କ ମଧ୍ୟରୁ ଅନ୍ୟତମ କରିଥିଲା। ଆମଦାନୀ ପରିମାଣ 105.9 ବିଲିୟନ ଆମେରିକୀୟ ଡଲାର ଥିବାବେଳେ ରପ୍ତାନୀ ପରିମାଣ 56.3 ବିଲିୟନ ଆମେରିକୀୟ ଡଲାର ଥିଲା।

ପେଟ୍ରୋଲିୟମ ଏବଂ ପେଟ୍ରୋକେମିକାଲ ଉତ୍ପାଦ ହେଉଛି ଜିସିସି ଦେଶଗୁଡ଼ିକ ପାଇଁ ଭାରତକୁ ମୁଖ୍ୟ ରପ୍ତାନୀ ସାମଗ୍ରୀ। ଭାରତରୁ ରପ୍ତାନୀ ହେଉଥିବା ମୁଖ୍ୟ ସାମଗ୍ରୀ ମଧ୍ୟରେ ଶସ୍ୟ ଏବଂ ଖାଦ୍ୟ ସାମଗ୍ରୀ, ଅଳଙ୍କାର, ସିନ୍ଥେଟିକ୍ ଫାଇବର ଏବଂ ସୂତା, ବୟନଶିଳ୍ପ ଇତ୍ୟାଦି ଅନ୍ତର୍ଭୁକ୍ତ। ବାଣିଜ୍ୟ ବାସ୍କେଟରେ ବିବିଧତା ଆଣିବା ଉପରେ ଅଧିକ ଧ୍ୟାନ ଦେଇ ଉଭୟ ପକ୍ଷର ବାଣିଜ୍ୟ ସମ୍ପର୍କ ସମ୍ପ୍ରସାରିତ ହେଉଛି। ଭାରତ-ୟୁଏଇ ବ୍ୟାପକ ଆର୍ଥିକ ଭାଗିଦାରୀ ରାଜିନାମା (ସିଇପିଏ) ଦୁଇ ଦେଶ ମଧ୍ୟରେ 18 ଫେବୃଆରୀ 2022 ରେ ସ୍ୱାକ୍ଷରିତ ହୋଇଥିଲା ଏବଂ 1ମେ 2022ରେ ଆନୁଷ୍ଠାନିକ ଭାବରେ କାର୍ଯ୍ୟକାରୀ ହୋଇଥିଲା।

ଜିସିସି ଦେଶଗୁଡ଼ିକ ମଧ୍ୟ ବିଶେଷ କରି ସେମାନଙ୍କ ସାର୍ବଭୌମ ସମ୍ପଦ ପାଣ୍ଠି ମାଧ୍ୟମରେ ଭାରତରେ ଯଥେଷ୍ଟ ନିବେଶ କରିଛନ୍ତି।

ୟୁଏଇ ଏବଂ ସାଉଦୀ ଆରବ ମଧ୍ୟ ନୂତନ ଭାରତ-ମଧ୍ୟପ୍ରାଚ୍ୟ ଆର୍ଥିକ କରିଡର (ଆଇଏମଇଇସି)ର ବିକାଶ ପାଇଁ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି, ଯାହା ସେପ୍ଟେମ୍ବର 2023ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-20 ନେତାମାନଙ୍କ ଶିଖର ସମ୍ମିଳନୀ ଅବସରରେ ସ୍ୱାକ୍ଷରିତ ହୋଇଥିଲା। ଏଥିରେ ଦୁଇଟି ପୃଥକ କରିଡର ରହିବ, ଯାହା ଭାରତକୁ ଉପସାଗର ସହିତ ସଂଯୋଗ କରୁଥିବା ପୂର୍ବ କରିଡର ଏବଂ ଉପସାଗରକୁ ୟୁରୋପ ସହିତ ସଂଯୋଗ କରୁଥିବା ଉତ୍ତର କରିଡର। ଏଥିରେ ଏପରି ଏକ ରେଳ ବ୍ୟବସ୍ଥା ସାମିଲ ହେବ, ଯାହା ଏକ ବିଶ୍ୱସନୀୟ ଏବଂ ବ୍ୟୟବହୁଳ ସୀମାପାର ଜାହାଜରୁ ରେଳ ପରିବହନ ନେଟୱାର୍କ ପ୍ରଦାନ କରିବ। ଏହା ବର୍ତ୍ତମାନର ସାମୁଦ୍ରିକ ଏବଂ ସଡ଼କ ପରିବହନ ମାର୍ଗକୁ ସହାୟକ ଏବଂ ଏହି ଦେଶଗୁଡ଼ିକ ମଧ୍ୟରେ ସାମଗ୍ରୀ ଏବଂ ସେବାଗୁଡ଼ିକର ପରିବହନକୁ ସକ୍ଷମ କରିବ।

ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର (ଆଇଏମଇଇସି)ର ପରିଚାଳନା ପାଇଁ ସହଯୋଗ ସଂକ୍ରାନ୍ତରେ ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ଏକ ଆନ୍ତଃସରକାରୀ ଫ୍ରେମୱାର୍କ ରାଜିନାମା (ଆଇଜିଏଫଏ) 13 ଫେବୃଆରୀ, 2024ରେ ସ୍ୱାକ୍ଷରିତ ହୋଇଥିଲା। ଏହି ଢାଞ୍ଚାର ମୁଖ୍ୟ ଉପାଦାନଗୁଡ଼ିକ ମଧ୍ୟରେ ଏକ ଡିଜିଟାଲ ଇକୋସିଷ୍ଟମ ସମେତ ଏକ ଲଜିଷ୍ଟିକ୍ସ ପ୍ଲାଟଫର୍ମର ବିକାଶ ଓ ପରିଚାଳନା ଏବଂ ଆଇଏମଇଇସିକୁ ସକ୍ଷମ କରିବା ପାଇଁ ସମସ୍ତ ପ୍ରକାରର ସାଧାରଣ କାର୍ଗୋ, ବୃହତ୍, କଣ୍ଟେନର ଏବଂ ତରଳ ବୃହତ୍ ପରିଚାଳନା ପାଇଁ ଯୋଗାଣ ଶୃଙ୍ଖଳା ସେବାର ବ୍ୟବସ୍ଥା ରହିଛି। ଆଇଏମଇଇସି ପଦକ୍ଷେପ ଅଧୀନରେ ଏହା ହେଉଛି ପ୍ରଥମ ରାଜିନାମା।

ଉପସାଗରୀୟ ଦେଶଗୁଡ଼ିକ ସହିତ ଭାରତର ଦୃଢ଼ ଇନ୍ଧନ ଭାଗିଦାରୀ ରହିଛି। ଆର୍ଥିକ ବର୍ଷ 2023-24ରେ ଜିସିସି ଦେଶଗୁଡ଼ିକ ସହିତ ମୋଟ ହାଇଡ୍ରୋକାର୍ବନ ବାଣିଜ୍ୟ 71 ବିଲିୟନ ଆମେରିକୀୟ ଡଲାର ଥିଲା। ଭାରତ ଓ ଉପସାଗରୀୟ ଦେଶଗୁଡ଼ିକ ମଧ୍ୟରେ ଶକ୍ତି ଭାଗିଦାରୀକୁ କ୍ରେତା-ବିକ୍ରେତା ଠାରୁ ଅଧିକ ବ୍ୟାପକ ସମ୍ପର୍କକୁ ପରିବର୍ତ୍ତନ କରିବା ପାଇଁ ମଧ୍ୟ କାର୍ଯ୍ୟ କରୁଛି। ଆମେ ସୌର ଏବଂ ସବୁଜ ହାଇଡ୍ରୋଜେନ ସମେତ ଅକ୍ଷୟ ଶକ୍ତି ଉପରେ ମଧ୍ୟ ଉପସାଗରୀୟ ଦେଶଗୁଡ଼ିକ ସହିତ ମିଳିତ ଭାବେ କାର୍ଯ୍ୟ କରୁଛୁ।

ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଦୁଇ ପକ୍ଷ ମଧ୍ୟରେ ସୁଦୃଢ଼ ଆପୋସ ସମ୍ପର୍କ ରହିଛି। ଉଚ୍ଚସ୍ତରୀୟ ଗସ୍ତ, ଦ୍ୱିପାକ୍ଷିକ ସମରାଭ୍ୟାସ, ଜାହାଜ ପରିଦର୍ଶନ, ତାଲିମ ଏବଂ ପ୍ରଦର୍ଶନୀରେ ଅଂଶଗ୍ରହଣ ସହିତ ଉପସାଗରୀୟ ଦେଶଗୁଡ଼ିକ ସହିତ ଭାରତର ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆତଙ୍କବାଦର ମୁକାବିଲା, ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ, ସାଇବର ସୁରକ୍ଷା ଏବଂ ସାମୁଦ୍ରିକ ସୁରକ୍ଷା ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଉଛି। ବିଗତ ବର୍ଷଗୁଡ଼ିକରେ ଭାରତ ଏବଂ ଉପସାଗରୀୟ ଦେଶଗୁଡ଼ିକ ମଧ୍ୟରେ ଅନେକ ଉଚ୍ଚସ୍ତରୀୟ ପ୍ରତିରକ୍ଷା ଗସ୍ତ ହୋଇଛି।

ପ୍ରାୟ 9 ନିୟୁତ ଭାରତୀୟ ଉପସାଗରୀୟ ଦେଶଗୁଡ଼ିକରେ ବସବାସ କରନ୍ତି। ଜିସିସି ଦେଶଗୁଡ଼ିକରେ ପ୍ରବାସୀ ଭାରତୀୟମାନେ ଏହି ଅଞ୍ଚଳର ବିକାଶରେ ଏହାର ଅବଦାନ ପାଇଁ ସ୍ୱୀକୃତି ପାଇଛନ୍ତି ଏବଂ ଏହାର କଠିନ ପରିଶ୍ରମ, ଆଇନ ପାଳନ ଏବଂ ଶାନ୍ତିପୂର୍ଣ୍ଣ ପ୍ରକୃତି ପାଇଁ ମଧ୍ୟ ପ୍ରଶଂସିତ ହୋଇଛନ୍ତି।

ଉପସାଗର ଅଞ୍ଚଳକୁ ଭାରତ ନିଜର ‘‘ସମ୍ପ୍ରସାରିତ’’ ପଡ଼ୋଶୀ ବୋଲି ବିବେଚନା କରିଥାଏ। ଏହି କ୍ଷେତ୍ର କେବଳ ଆରବ ସାଗର ଦ୍ୱାରା ପୃଥକ ହୋଇଥାଏ। ଉପସାଗରୀୟ ଦେଶଗୁଡ଼ିକ (ଯଥା ବାହାରିନ, କୁଏତ, ଓମାନ, କତାର, ସାଉଦି ଆରବ ଏବଂ ୟୁଏଇ) ଭାରତର ପ୍ରମୁଖ ବାଣିଜ୍ୟ ଏବଂ ନିବେଶ ଅଂଶୀଦାର ଭାବେ ଉଭା ହୋଇଛନ୍ତି। ଜିସିସି ଦେଶଗୁଡ଼ିକ ସାମୂହିକ ଭାବେ ପ୍ରାୟ 9 ନିୟୁତ ଭାରତୀୟ ନାଗରିକଙ୍କୁ ପ୍ରବାସୀ ଭାବେ ସ୍ୱୀକାର କରିଛନ୍ତି। ଭାରତ ଏବଂ ଉପସାଗରୀୟ ଦେଶଗୁଡ଼ିକ ମଧ୍ୟରେ ସାଂସ୍କୃତିକ ତଥା ନାଗରିକ ସମ୍ପର୍କ ଐତିହାସିକ ଭାବେ ଦ୍ୱିପାକ୍ଷିକ ସମ୍ପର୍କର ଆଧାର ହୋଇ ରହିଛି।

Categories
ଆଜିର ଖବର ଜାତୀୟ ଖବର

ମୁସଲିମ୍ ୱାର୍ଲଡ୍‌ ଲିଗର ମହାସଚିବଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁସଲିମ୍ ୱାର୍ଲଡ୍‌ ଲିଗର ମହାସଚିବ ଶେଖ୍‌ ଡ. ମହମ୍ମଦ ବିନ୍ ଅବଦୁଲ୍ କରିମ୍ ଅଲ୍‌-ଇସା ଙ୍କ ସହିତ ଆନ୍ତଃ-ଧାର୍ମିକ ଆଲୋଚନା, ଉଗ୍ରପନ୍ଥୀ ବିଚାରର ବିରୋଧ, ବିଶ୍ବ ଶାନ୍ତିର ପ୍ରୋତ୍ସାହନ ତଥା ଭାରତ ଓ ସାଉଦୀ ଆରବ ମଧ୍ୟରେ ସହଭାଗୀତାକୁ ଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି।

ମହାମହିମ ଶେଖ୍‌ ଡା. ମହମ୍ମଦ ବିନ୍ ଅବଦୁଲକରିମ୍ ଅଲ-ଇସା ଙ୍କ ଦ୍ବାରା ବୈଠକ ବିଷୟରେ କରାଯାଇଥିବା ଟ୍ବିଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ, ‘‘ମୁସଲିମ୍ ବୋର୍ଡ଼ ଲିଗ ର ମହାସଚିବ ଏବଂ ମୁସଲିମ ବିଦ୍ବାନଙ୍କ ସଙ୍ଗଠନର ଅଧ୍ୟକ୍ଷ ମହାମହିମ ଶେଖ୍‌ ଡା. ମହମ୍ମଦ ବିନ୍ ଅବଦୁଲକରିମ୍ ଅଲ-ଇସା ଙ୍କ ସହିତ ସାକ୍ଷାତ କରି ବହୁତ ପ୍ରସନ୍ନତା ହୋଇଛି। ଆମେ ଆନ୍ତଃ-ଧାର୍ମିକ ଆଲୋଚନା, ଉଗ୍ରପନ୍ଥୀ ବିଚାରର ବିରୋଧ, ବିଶ୍ବ ଶାନ୍ତିକୁ ପ୍ରୋତ୍ସାହନ ତଥା ଭାରତ ଏବଂ ସାଉଦୀ ଆରବ ମଧ୍ୟରେ ସହଭାଗୀତାକୁ ଦୃଢ଼ କରିବା ଉପରେ ବିଚାର ଉପରେ ବ୍ୟାପକ ଆଦାନ ପ୍ରଦାନ କରିଛୁ।’’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ସାଉଦୀ ଆରବରେ ଓଡିଆ ଅନୁଷ୍ଠାନ ରୋଜା ର ୧୪ତମ ବାର୍ଷିକ ସାାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ବର: ସୁଦୁର ସାଉଦୀ ଆରବର ରାଜଧାନୀ ରିୟାଦ୍ ରେ ଅବସ୍ଥିତ ଓଡିଆ ସାଂଗଠନ ରୋଜା ବା ରିୟାଦ୍ ଓଡିଶା ସାଂସ୍କୃତିକ ତଥା ସାମାଜିକ ସଂଗଠନ ର ୧୪ତମ ବାର୍ଷିକ ଉତ୍ସବ ଅକ୍ଟୋବର ୧୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ର ବାହାରର ଓଡିଆ ସାଂସ୍କୃତିର ପ୍ରଚାର ପ୍ରସାର ଦିଗରର ରୋଜା ଅନୁଷ୍ଠାନ ବିଗତ କିଛି ବର୍ଷ ଧରି ତାର ସଫଳ ପ୍ରୟାସ ଜାରି ରଖିଛି।

ଚଳିତ ବର୍ଷ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ତଥା ବିହାର ଭଳି ଅନ୍ୟ ରାଜ୍ୟରୁ ସାଉଦି ଆରବରର ଅବସ୍ଥିତ ପ୍ରବାସୀ ଭାରତୀୟ ପ୍ରତିନିଧୀ ତଥା ଜୁବେଲ ସହରରେ ଗଠିତ ଓଡିଆ ସଂଗଠନ ଉତ୍କଳିକା ଏବଂ ଦମାମ ସହରରେ ଗଠିତ ଓଡିଆ ସଂଗଠନ କଳିଙ୍ଗନ ର ସଦସ୍ୟ ତଥା ବିଭିନ୍ନ ପ୍ରଦେଶର ପ୍ରବାସୀ ଭାରତୀୟଙ୍କ ଉପସ୍ଥିତି ବିଶେଷ ପ୍ରେରଣା ଦାୟକ ହୋଇଥିଲା।

ଏହି ଅବସରରର ବିଶିଷ୍ଟ ସମାଜରସବୀ ତଥା ଶିଳ୍ପପତି ତଥା ଉତ୍କଳଜ୍ୟୋତି ଡକ୍ଟର ଦେବ୍ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରୋଜାର ଏତାଦୃଶ ଲୋକାଭିମୁଖୀ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇବା ସହ ଉତ୍ସବର ସଫଳତା ପାଇଁ ଶୁଭ କାମନା କରିଥିଲେ।
ବିଦେଶ ମାଟିରର ଓଡିଆ ସାଂସ୍କୃତି ଓ ସଦଭାବନାର ପ୍ରସାର ପାଇଁ ରୋଜା ର କାର‌୍ୟ୍ୟକୁ ମୁଖ୍ୟ ଅତିଥି ପ୍ରଶାଂସା କରିଥିଲେ।

ରୋଜା ର ପରାମର୍ଶଦାତା ମହମ୍ମଦ ଫକିଲ ହକ୍ ଉତ୍କଳୀୟ ସଂସ୍କୃତି ତଥା ଚଳିତବର୍ଷ ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷରେ ଓଡିଆ ସ୍ବାଧୀନତା ସଂଗ୍ରାମୀମାନଙ୍କ ବିଶେଷ ଦେଶପ୍ରୀତିର ବଳିଦାନ ସଂପର୍କରେ ଆଲୋକପାତ କରିଥିଲେ।

ଅନୁଷ୍ଠାନର ସଭାପତି ସରୋଜ ପାଣିଗ୍ରାହୀ ରୋଜାର ଉପସ୍ଥିତି ଓ ସଦସୟମାନଙ୍କ ଅକ୍ଲାନ୍ତ ପରିଶ୍ରମ ଏହି ବିଦେଶ ରାଜ୍ୟରେ ଓଡିଶାର କଳା ଓ ସଂସ୍କୃତିର ପ୍ରସାର ପାଇଁ କରୁଥିବା କାର‌୍ୟ୍ୟର ପ୍ରଂଶସା କରିଥିଲେ। ରୋଜାର ସଚିବ ହାଡିବନ୍ଧୁ ସାହୁ, ସମୟାନୁକ୍ରମେ ଅନୁଷ୍ଠାନର ବିକାଶ ବିଷୟରେ ସୂଚନା ଦେଇଥିଲେ।

୫୦୦ ରୁ ଉର୍ଦ୍ଧ ଦର୍ଶକଙ୍କର ଉପସ୍ଥିତିରର ରୋଜା ର ୧୪ତମ ବାର୍ଷିକ ସ୍ମରଣିକା ମୁଖ୍ୟ ଅତିଥି ଡ ମହାନ୍ତି ଉନମୋଚନ କରିଥିଲେ। ସାଂକୃତିକ ସଚିବ ସିମାଞ୍ଚଳ ସାହୁ , ଉପସଭାପତି ଅଜିମ ଖାନଙ୍କ ତତ୍ୱାବଧାନରର ତଥା ନୃତ୍ୟ ନିର୍ଦ୍ଦେଶିକା ଶ୍ରୀମତୀ ଚାଂନ୍ଦନା ପଟ୍ଟନାଏକ , ଶ୍ରୀମତୀ ଦୀପିକା ପାଣିଗ୍ରାହୀ , ଶ୍ରୀମତୀ ମେହବିଶ ଜିଲାନି, ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ନାୟକ, ଶ୍ରୀମତୀ ଦୀପିକା ପାତ୍ରଙ୍କ ପ୍ରଶିକ୍ଷଣରେ କାର‌୍ୟ୍ୟକ୍ରମଟି ବେଶ ଆକର୍ଷଣୀୟ ହୋଇଥିଲା।

ଉତ୍ସବରେ ସ୍ବାଗତ ଭାଷଣ, ସମ୍ବର୍ଦ୍ଧନା, ପୁରସ୍କାର ବିତରଣ, ଲକି ଡ୍ର ସହିତ ରୋଜା ପରିବାରର ଦ୍ବାରା ଆୟୋଜିତ ସାଂସ୍କୃତିକ କାର‌୍ୟ୍ୟକ୍ରମ ବେଶ ଉଚ୍ଚକୋଟିର ହୋଇଥିଲା। ସଂଗୀତ, ନୃତ୍ୟ ଭରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉତ୍କଳୀୟ ମହିଳା,ଯୁବ
ତଥା ବାଳକ ଓ ବାଳିକାଙ୍କ ଦ୍ବାରା ପରିରବଶିତ ସମ୍ବଲପୁରୀ, ଓଡିଶୀ, ପରି ପାରମ୍ପରିକ ଓ ଶାସ୍ତ୍ରୀୟ ନୃତ୍ୟ ଉପସ୍ଥିତ ସମସ୍ତ ପ୍ରବାସୀ ଓଡିଆ ତଥା ପ୍ରବାସୀ ଭାରତୀୟମାନେ ଭରପୁର୍ ମରନାରଞ୍ଜନ କରିଥିଲେ।