Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୁଆ ଆଡ୍ଡା ଉପରେ ଟାଙ୍ଗୀ ପୋଲିସର ରାତିଅଧିଆ ଚଢ଼ାଉ, ୭ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ଯୋଗମାୟା ସାହିରେ ଚାଲିଥିବା ଜୁଆ ଆଡ୍ଦା ଉପରେ ଚଢାଉ କରି ୭ ଜଣ ଜୁଆଡିଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ୍। ଗିରଫ ଜୁଆଡିମାନଙ୍କ ନିକଟରୁ ୨୧ ହଜାର ୧୦୦ ଟଙ୍କା ସହ ୪ ଟି ମୋବାଇଲ ଫୋନ୍ ଓ ୩ ମୁଠା ତାସ୍ ଜବତ କରିଛି ପୋଲିସ୍।

ଗିରଫ ଜୁଆଡିମାନେ ହେଲେ କୁନା ବେହେରା, ବାସୁଦେବ ବେହେରା, ମନୋଜ ବେହେରା, ନୋଧା ବେହେରା, ଗଣେଷ ବେହେରା, ଗୋବର୍ଦ୍ଧନ ବେହେରା ଓ ଜଗନ ବେହେରା ବୋଲି ପୋଲିସ୍ କହିଛି। ସେମାନେ ଚିଲିକାରେ ମାଛ ବାହାଣ କରି ନିଜର ପରିବାର ପ୍ରତିପୋଷଣ କରି ଆସୁଥିଲେ। ହେଲେ କେତେକ ଖଳ ପ୍ରକ୍ରୁତିର ଲୋକେ ନିଜର ସ୍ୱାର୍ଥ ପାଇଁ ଗାଁରେ ଜୁଆ ଆଡ୍ଡା ଚଳାଇ ଆସୁଥିଲେ।  ଫଳରେ ଲୋକେ ଜୁଆ ଖେଳି ସର୍ବସ୍ୱାନ୍ତ ହରାଇ ଦେଉଥିଲେ। ତେଣୁ ଘରେ ସଦାସର୍ବଦା ଅଶାନ୍ତି ଲାଗି ରହୁଥିଲା।

ତେବେ ଗାଁରୁ ଜୁଆ ଆଡ୍ଡା ହଟାଇବାକୁ ଗାଁର ମହିଳା ମାନେ ଦାବି କରି ଆସୁଥିଲେ। ଏହାକୁ ଦେଖି ଗତକାଲି ରାତିରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶକ୍ରମେ ଏବଂ ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳଙ୍କୁ ତତ୍ୱାବଧାନରେ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନାଙ୍କୁ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଅତର୍କିତ ଭାବେ ଚଡାଉ କରାଯାଇ ଜୁଆଡିମାନଙ୍କୁ ଗିରଫ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ପୋଲିସ ୩ ଓପିଜି ଅଧିନିୟମ ଅନୁଯାୟୀ କେଶ ନମ୍ବର ୪୨୨/୨୨ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଟାଙ୍ଗୀ ପୋଲିସ୍ ର ଏଭଳି ପଦକ୍ଷେପକୁ ମହିଳାମାନେ ଭୁରି ଭୁରି ପ୍ରଶଂସା କରିଛନ୍ତି।