Categories
ଆଜିର ଖବର ଜାତୀୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ସାତ ଦିନ ପାଇଁ ପ୍ରତ୍ୟହ ଛଅ ଘଣ୍ଟା ପାଇଁ ବନ୍ଦ ରହିବ ରେଳବାଇ ସଂରକ୍ଷଣ ପ୍ରଣାଳୀ

ନୂଆଦିଲ୍ଲୀ: ଯାତ୍ରୀ ସେବାକୁ ସ୍ୱାଭାବିକ କରିବା ଏବଂ କୋଭିଡ୍ ପୂର୍ବ ସେବାକୁ ପର୍ଯ୍ୟାୟକ୍ରମେ ଫେରାଇବା ପାଇଁ ରେଳବାଇର ପ୍ରୟାସର ଏକ ଅଂଶ ଭାବରେ ରେଳବାଇର ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା (PRS) ର ବ୍ୟବସାୟ ସମୟ ମଧ୍ୟରେ ପ୍ରତ୍ୟହ ଛଅ ଘଣ୍ଟା ପାଇଁ ସାତ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯିବ। ଏହା ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ତଥ୍ୟର ଅପଗ୍ରେଡେସନ୍ ଏବଂ ନୂତନ ଟ୍ରେନ୍ ନମ୍ବରର ଅପଡେଟ୍ ଇତ୍ୟାଦି ସଠିକ କରିବା। ଯେହେତୁ ସମସ୍ତ ନିୟମିତ ମେଲ୍ /ଏକ୍ସପ୍ରେସ ଟ୍ରେନ ସହିତ ବହୁତ ଗୁଡିଏ ପୁରୁଣା ଟ୍ରେନ୍ ନମ୍ବର ଓ ବିଶେଷ ଟ୍ରେନ ଇତ୍ୟାଦିକୁ ସଂଯୋଗ କରାଇବା ଏବଂ ବର୍ତ୍ତମାନର ଯାତ୍ରୀ ବୁକିଂ ଡାଟା ଅପଡେଟ୍ କରାଇବା କାର୍ଯ୍ୟ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥାରେ ପର୍ଯ୍ୟାୟ କ୍ରମେ ସମ୍ପାଦନ କରିବାର ଯୋଜନା କରାଯାଇଛି ସେଠି ପାଇଁ ଟିକେଟ୍ ବୁକିଂ ସେବାଗୁଡିକର ପ୍ରଭାବକୁ ନିର୍ଭୁଲ କରିବା ପାଇଁ ଯତ୍ନର ସହିତ କ୍ରମାଙ୍କନ କରିବା ଇତ୍ୟାଦିକୁ ରାତି ସମୟରେ କାର୍ଯ୍ୟକାରୀ କରାଯାଏ।

ଏହି କାର୍ଯ୍ୟକଳାପ ୧୪ ଏବଂ ୧୫ ନଭେମ୍ବରର ମଧ୍ୟବର୍ତ୍ତୀ ରାତିରୁ ୨୦ ଏବଂ ୨୧ ନଭେମ୍ବର ରାତି ୧୧ଘ.୩୦ମି.ରୁ ଆରମ୍ଭ ହୋଇ ଭୋର ୦୫ଘ.୩୦ମି. ମଧ୍ୟରେ ଶେଷ କରାଯିବ।

ଏହି ଛଅ ଘଣ୍ଟା ମଧ୍ୟରେ (ରାତି ୧୧ଘ.୩୦ମି.ରୁ ଆରମ୍ଭ ହୋଇ ଭୋର ୦୫ଘ.୩୦ମି.) କୌଣସି ଯାତ୍ରୀ ସଂରକ୍ଷଣ ପ୍ରଣାଳୀ ସେବା (ଟିକେଟ୍ ସଂରକ୍ଷଣ, ସାମ୍ପ୍ରତିକ ବୁକିଂ, ବାତିଲ୍, ଅନୁସନ୍ଧାନ ସେବା ଇତ୍ୟାଦି) ଉପଲବ୍ଧ ହେବ ନାହିଁ।

ପ୍ରଭାବିତ ସମୟ ମଧ୍ୟରେ ରେଳ କର୍ମଚାରୀମାନେ ଟ୍ରେନ୍ ଆରମ୍ଭ କରିବା ପାଇଁ ଅଗ୍ରୀମ ଚାର୍ଟିଂ ନିଶ୍ଚିତ କରିବେ। ଯାତ୍ରୀ ସଂରକ୍ଷଣ ପ୍ରଣାଳୀ ସେବା ବ୍ୟତୀତ, ୧୩୯ ସେବା ସହିତ ଅନ୍ୟ ସମସ୍ତ ଅନୁସନ୍ଧାନ ସେବା ନିରବଚ୍ଛିନ୍ନ ଭାବରେ ଜାରି ରହିବ।

ବର୍ତ୍ତମାନ ଟ୍ରେନ୍ ନମ୍ବର ଜିରୋ (ଶୂନ) ସହିତ ଆରମ୍ଭ ହେବ ନାହିଁ ଯାହାକି ବିଶେଷ ଟ୍ରେନ ମାନଙ୍କ ମୂଳ ନମ୍ବରରୁ ଆରମ୍ଭ କରାଯାଉଥିଲା। ସ୍ୱତନ୍ତ୍ର ଟ୍ରେନ୍ ନମ୍ବରକୁ ନିୟମିତ ଟ୍ରେନ୍ ନମ୍ବରରେ ରୂପାନ୍ତର ପ୍ରକ୍ରିୟା CRIS ଦ୍ୱାରା ଆରମ୍ଭ ହୋଇସାରିଛି ଏବଂ ଆସନ୍ତା ସାତ ଦିନ ମଧ୍ୟରେ ଏହା ଶେଷ ହେବ ବୋଲି ଆଶା କରାଯାଉଛି।

ଯାତ୍ରୀ ସେବାକୁ ସ୍ୱାଭାବିକ ତଥା ନବୀକରଣ କରିବାକୁ ପ୍ରୟାସରେ ରେଳବାଇର ସମ୍ମାନିତ ଗ୍ରାହକମାନେ ରେଳବାଇକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।