Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଡ଼ିଶାର ଲୋକପ୍ରିୟ ଟପ୍ ୫ ମେଗା ଧାରାବାହିକ ମଧ୍ୟରେ ଜୀ ସାର୍ଥକର ୫ଟି ମେଗା ଧାରାବାହିକ

ଭୁବନେଶ୍ଵର: ଜୀ-ସାର୍ଥକ ସଦା ସର୍ବଦା ନୂତନ, ଅଭିନ୍ନ କାହାଣୀ, ପାରିବାରିକ ଓ ଓଡ଼ିଶାର ମହିଳାମାନଙ୍କ ଚିନ୍ତାଧାରକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଜୀ ସାର୍ଥକ ରେ ଲୋକାଦୃତ ପାଲଟିଥିବା ‘ତୁ ଖରା ମୁଁ ଛାଇ’, ‘ସୁନା ଝିଅ’, ‘ଆମ ଝିଲି’, ‘ସାଥିରେ’ ଓ ‘ଖୁସିର ଛୁଙ୍କ’ ପରି ମେଗା ଧାରାବାହିକ ସବୁ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି ଓ ଓଡ଼ିଶାର ଲୋକପ୍ରିୟ ଟପ୍ ୫ ମେଗା ଧାରାବାହିକ ମଧ୍ୟରେ ଏହି ମେଗା ଧାରାବାହିକ ସବୁ ୧ ରୁ ୫ ମଧ୍ୟରେ ସମାନ କ୍ରମରେ ଅଛନ୍ତି। ଏଥିପାଇଁ ଜୀ-ସାର୍ଥକ ତାର ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେବା ସହ ଆଗକୁ କାହାଣୀ ସବୁ ଆହୁରି ରୁଚିକର କରିବାପାଇଁ ପ୍ରୟାସ ଜାରି ରଖିଛି।

ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ, “ଓଡିଶାର କଳା, ସଂସ୍କୃତି, ସେବା ହେଇଛି ଏକ ପ୍ରକୃଷ୍ଟ ନାରୀର ବୈଶିଷ୍ଟ୍ୟ ଯାହାକୁ ଆମେ ଆଖି ଆଗରେ ରଖି ଅମର ସମସ୍ତ ଲୋକପ୍ରିୟ ମେଗା ଧରବାହିକର ଚରିତ୍ର ସବୁ ତିଆରି କରିଛୁ ଯାହା ସବୁ ଚମତ୍କାର ଗୁଣାବଳୀ ସହିତ ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ଓ ସର୍ବଦା ଦର୍ଶକଙ୍କ ମନକୁ ଜିତିବାରେ ସକ୍ଷମ ହୋଇଛନ୍ତି। ଆମ ଚ୍ୟାନେଲ ଓଡ଼ିଶାର ସବୁଠାରୁ ଅଗ୍ରଣୀ ଓ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ତାର ଦର୍ଶକମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ, ସେଥିପାଇଁ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିବା କ୍ଷେତ୍ର ସର୍ବଦା ଆଗରେ ରହିଛି ଏହି ଖବର ହେଉଛି ତାର ଏକେ ଜ୍ଵଳନ୍ତ ଉଦାହରଣ। ବହୁତ ଶୀଘ୍ର ଆମକୁ ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ କରିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ଦର୍ଶକଙ୍କୁ ବହୁତ ବହୁତ ଧନ୍ୟବାଦ”।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକର ମେଗା ଧାରାବାହିକ ‘ସାଥିରେ’ ରେ ଆସିଲା ଉତ୍କଣ୍ଠାପୂର୍ଣ୍ଣ ମୋଡ

ଭୁବନେଶ୍ଵର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଛି ଆଉ ଏକ ଧାରାବାହିକ ‘ସାଥିରେ’। ସୋମବାରରୁ ଶନିବାର ରାତି ୮ଟାରେ ପ୍ରସାରିତ ଭିନ୍ନ ଧରଣର ଏହି ମେଗା ଧାରାବାହିକ କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଧାରା ଓ ଅମ୍ବର। ଚୁଲବୁଲି ଅଭିନେତ୍ରୀ ଅନନ୍ୟାଙ୍କୁ ମୁଖ୍ୟ ଭୁମିକା ଧାରା ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ମ୍ୟୁଜିକ ଭିଡିଓରେ କ୍ୟାରିୟର ଆରମ୍ଭ କରିଥିବା ଅଭିଜିତ ଅଭିନୟ କରିଛନ୍ତି ଅମ୍ବର ଭୁମିକାରେ ଓ ଓଡିଆ ଦର୍ଶକଙ୍କ ମନ ଜିତିଛନ୍ତି।

ବିଜୟ କାଣ୍ଡୋଇ ପ୍ରଯୋଜିତ ଓ ସରୋଜ ଦାଶ ନିର୍ଦ୍ଦେଶିତ ‘ସାଥିରେ’ କାହାଣୀରେ ଧାରା ହେଉଛି ଏକ ଚୁଲବୁଲି ଚରିତ୍ରଟିଏ। ଯିଏ ପ୍ରତ୍ୟେକ ପରିସ୍ଥିତିକୁ ସାହସର ମୁକାବିଲା କରେ। ସେ ଖୁସି ଓ ଭାଗ୍ୟଶାଳୀ ଝିଅଟି, ଯିଏ କାନ୍ଦିବା ଶିଖିନି ବରଂ ହସି ହସି ସବୁ ସମସ୍ୟାର ସମାଧାନ କରିଦିଏ। ତାର ସ୍ବପ୍ନ ଥିଲା ଧାରା ଫ୍ୟାସନ ହାଉସ କରିବା। ଆଉ ଅମ୍ବର ଜଣେ ସଫଳ ବ୍ୟବସାୟୀ ଏବଂ ନିଜ ଲକ୍ଷ୍ୟପଥରେ ପହଂଚିବାରେ ସବୁବେଳେ ବ୍ୟସ୍ତ। ଏହି ସଫଳ ବ୍ୟବସାୟୀଙ୍କ ମତରେ ମହିଳାମାନେ ସଫଳତାର ରାସ୍ତାରେ ବାଧକ। କିନ୍ତୁ ଦୁହେଁ ଦୁହିଁଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ। ଏମାନଙ୍କ ଭିତରେ କଣ ପ୍ରେମ ସମ୍ଭବ ହୋଇପାରେ।

ହେଲେ କାହାଣୀରେ ଆସିଛି ପରିବର୍ତନ ଓ ଅମ୍ବରର ମନ ଢଳିଛି ଧାରା ଆଡକୁ ହେଲେ ପ୍ରେମରେ ଥରେ ଧୋକା ଖାଇଥିବା ଅମ୍ବର ପାଇଁ ପୁଣି ସେଇ ରାସ୍ତାକୁ ଫେରିବାକୁ ଆଉ ସହଜ ହୋଇନି ଓ ସେଥିପାଇଁ ସେ ନେଇଛି ଏକ ଅଦ୍ଭୁତ ପଦକ୍ଷେପ ଓ ବାହା ହେବାକୁ ଯାଉଛି ଅନ୍ୟ ଏକ ଝିଅକୁ। ତେବେ କିଏ ସେହି ଝିଅ, ସତରେ କଣ ଅମ୍ବର ତାକୁ ବାହାହେବ, ତେବେ ଧାରାର କଣ ହେବ, କଣ ସତରେ ଏକାଠି ହୋଇପାରିବେ ଅମ୍ବର ଓ ଧାରା ଏହି ପରି ଅନେକ ପ୍ରଶ୍ନ ଓ ଉତ୍କଣ୍ଠା ବଢାଇଛି ଏହି ମେଗା ଧାରାବାହିକ। ଅନନ୍ୟା, ଅଭିଜିତଙ୍କ ଛଡା ଶେଲି ମିଶ୍ର ଓ ସ୍ନିଗ୍ଧା ମହାନ୍ତି ଏହି କାହାଣୀରେ ଗୋଟେ ଗୋଟେ ଦମଦାର ଭୂମିକାରେ ଅଛନ୍ତି।

ପୂର୍ବରୁ ଜୀ-ସାର୍ଥକର ପ୍ରତିଟି ମେଗା ଧାରାବାହିକକୁ ମିଳିଛି ଦର୍ଶକୀୟ ଆଦୃତି। ଏଥର ବି ‘ସାଥୀରେ’କୁ ଓଡିଆ ଦର୍ଶକ ଭଲପାଇବା ଦେଇଛନ୍ତି ଓ ଆଗକୁ ଏହି ପରି ଭଲ ପାଇବା ଦେବେ ବୋଲି ଜୀ-ସାର୍ଥକ ଚ୍ୟାନେଲର ବିଜିନେସ୍ ହେଡ୍ ପ୍ରତୀକ ସିଲ କହିଛନ୍ତି।