Categories
Christmas22 ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ପିଆଜରେ ସାନ୍ତକ୍ଲଜ ନିର୍ମାଣ କରି ବିଶ୍ବ ରେକର୍ଡ ହାସଲ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଖ୍ରୀଷ୍ଟମାସ ବା ବଡଦିନ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଆଣିଦେଇଛି ବଡ ଖୁସି। କାରଣ ସେ ପୁରୀ ବେଳାଭୂମିରେ ନିର୍ମାଣ କରିଥିବା ସାନ୍ତକ୍ଲଜ ବିଶ୍ବ ରେକର୍ଡ ହାସଲ କରିଛି। ଓର୍ଲଡ ରେକର୍ଡ ବୁକ ତରଫରୁ ଅନୁଧ୍ୟାନ କରାଯାଇ ଏହି ମାନ୍ୟତା ପ୍ରଦାନ କରାଯାଇଛି।

ସୁଦର୍ଶନ ବଡଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ବାଲୁକାର ଏକ ସାନ୍ତକ୍ଲଜ। ତେବେ ଏଥିରେ ସେ ବାଲି ଉପରେ ପ୍ରାୟ ଦୁଇ ଟନ ପିଆଜକୁ ସ୍ଥାପନ କରିଛନ୍ତି। ଯାହା ବାଲୁକା କଳା ଜଗତରେ ଏକ ନୂଆ ରେକର୍ଡ। ସେ ଏହି ପିଆଜକୁ ସାନ୍ତକ୍ଲଜର କୋର୍ଟକୁ ସୁନ୍ଦର ଭାବେ ନିର୍ମାଣ କରିଛନ୍ତି।

ସେ ୧୦୦ ଫୁଟ ଲମ୍ବ, ୨୦ ଫୁଟ ଉଚ୍ଚ ଓ ୪୦ ଫୁଟ ପ୍ରସ୍ଥ ବିଶିଷ୍ଟ ସାନ୍ତାକ୍ଲଜ ସ୍ଥାପତ୍ୟ ପ୍ରସ୍ତୁତ କରିଛନ୍ତି। ଏଥିସହିତ ସେ ଏହି କଳା ମାଧ୍ୟମରେ ଏକ ସାମାଜିକ ବାର୍ତ୍ତା ମଧ୍ୟ ପ୍ରେରଣ କରିଛନ୍ତି। ତାହା ହେଲା ଚାରାଟିଏ ଉପହାର ଦିଅ, ବିଶ୍ବକୁ ସବୁଜମୟ କର। ବର୍ତ୍ତମାନ ବଡଦିନକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଏହା ବେଶ ଆକର୍ଷିତ କରିଛି।

Categories
Christmas22 ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଖ୍ରୀଷ୍ଟମାସ ପାଇଁ ରାସ୍ତାଘାଟରେ ସାନ୍ତାକ୍ଲଜ ଟୋପି ଓ ପୋଷାକ ବିକ୍ରି ଆରମ୍ଭ

ଭୁବନେଶ୍ବର: ଆଉ କିଛି ଦିନ ପରେ ଆସିବ ଖ୍ରୀଷ୍ଟମାସ। ସେଥିପାଇଁ ସାରା ବିଶ୍ବାରେ ଥିବା ଖ୍ରୀଷ୍ଟୀୟାନ ଭାଇଭଉଣୀମାନେ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଏହି ପର୍ବ ପ୍ରତିବର୍ଷ ଡିସେମ୍ବର 25 ତାରିଖରେ ପାଳନ ହୋଇଥାଏ। ଏହିଦିନ ପ୍ରଭୃ ଯୀଶୁ ଖ୍ରୀଷ୍ଟ ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ତାଙ୍କର ଜନ୍ନ ଦିନକୁ ଖ୍ରୀଷ୍ଟିୟାନ ସଂପ୍ରଦାୟ ବେଶ ଧୂମଧାମରେ ପାଳନ କରିଥାନ୍ତି।

ଏହିଦିନ ଅନେକ ଶାନ୍ତାକ୍ଲଜ ବେଶ ଧାରଣ କରି ପିଲାମାନଙ୍କୁ ମିଠା ବାଣ୍ଟିଥାନ୍ତି। ଏପରିକି କେତେକ ଏହିଦିନ ଶାନ୍ତାକ୍ଲଜର ଟୋପି, ଧାଡି ଏବଂ ପୋଷାକ ପିନ୍ଧିଥାନ୍ତି। ତାହାକୁ ନଜରରେ ରଖି ଭୁବନେଶ୍ବରରେ ବର୍ତ୍ତମାନ ରାସ୍ତାଘାଟରେ ଏହାର ବିକ୍ରି ଆରମ୍ଭ ହୋଇଗଲାଣି। ବାହାରୁ ବ୍ୟବସାୟୀମାନେ ଆସି ଭଳିକି ଭଳି ସାନ୍ତା ପୋଷାକ ଓ ଟୋପି ବିକ୍ରି କରୁଥିବାର ଦେଖିବାକୁ ମିଳିଛି।