Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ବିଷାକ୍ତ ନାଗକୁ କ୍ଷୀର ପିଆଉଥିବା ବେଳେ ଅଘଟଣ, ସାପ ଚୋଟରେ ଯୁବକ ଗୁରୁତର

ରଣପୁର: ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳରେ ଏକ ଅଭାନୀୟ ଘଟଣା ଘଟିଯାଇଛି। ବିଷାକ୍ତ ନାଗ ସାପକୁ ଧରି କ୍ଷୀର ପିଆଉଥିବା ବେଳେ ଯୁବକଙ୍କୁ ସାପ ଚୋଟ ମାରିଛି। ସାପ ଚୋଟରେ ଯୁବକ ଗୁରୁତର ହୋଇପଡିଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଗୁରୁତର ଯୁବକଙ୍କ ନାମ ଅଶୋକ ସ୍ୱାଇଁ, ବୟସ ୪୦ ବର୍ଷ। ଘର ନୟାଗଡ ଜିଲ୍ଲା ରଣପୁର ଶାମୁକା ସାହିରେ ହୋଇଥିବା ବେଳେ ଦୀର୍ଘ ଦିନ ଧରି ସେ ଟାଙ୍ଗୀ ହାଟବରଡ଼ି ଅଞ୍ଚଳରେ ରହୁଥିଲେ।

ସେହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ଏକ ନାଗ ସାପ ପଶି ଯାଇଥିଲା। ଘର ମାଲିକଙ୍କ ଠାରୁ ଖବର ପାଇ ଅନ୍ୟ ଜଣେ ସାପ ଧରାଳୀ ପହଂଚି ସାପଟିକୁ ଧରି ଥିଲେ। ଅଶୋକ ଉକ୍ତ ସାପଟିକୁ କ୍ଷୀର ପିଇବାକୁ ଦେଉଥିଲା ବେଳେ ସାପଟି ତାଙ୍କୁ ଦଂଶନ କରିଥିଲା। ନାଗ ସାପଟି ଅଶୋକଙ୍କୁ ବାରମ୍ବାର ବାରମ୍ବାର ଚୋଟ ମାରିଥିଲା। ସାପର ବିଷାକ୍ତ ବିଷ ଜ୍ୱଳାରେ ଯୁବକ ଜଣକ ଛଟ ପଟ ହେଉଥିବା ବେଳେ ହାତର କ୍ଷତ ସ୍ଥାନରେ ଅରଖ କ୍ଷୀରକୁ ଲେପନ କରିଥିଲେ।

ଫଳରେ ଅଶୋକଙ୍କ ଅବସ୍ଥା ଅଧିକରୁ ଅଧିକ ଗୁରୁତର ହେଵାରୁ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅଶୋକଙ୍କୁ ଭୁବବେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।