Categories
ଆଞ୍ଚଳିକ

ସାବିତ୍ରୀ ବ୍ରତ ପାଳିଲେ ମହିଳା, ମନ୍ଦିରରେ ଲାଗିଲା ଲମ୍ବା ଧାଡି

ରଣପୁର: ଆଜି ସବୁଆଡେ ପାଳନ ହୋଇଛି ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ମହିଳା ମାନେ ଆଜି ପାଳନ କରିଛନ୍ତି ସାବିତ୍ରୀ ବ୍ରତ। ଓଡିଆ ପରମ୍ପରା ଅନୁଯାୟୀ ସଧବା ମହିଳାମାନେ ବ୍ରତ ପାଳନ କରିଛନ୍ତି। ଏଥିପାଇଁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି।

ଶଙ୍ଖା, ସିନ୍ଦୂର, ଫଳ, ବିଭିନ୍ନ ପୂଜା ସାମଗ୍ରୀ ନେଇ ମନ୍ଦିରରେ ପୂଜା କରି ସାବିତ୍ରୀ ଓଷା ପାଳିଛନ୍ତି ମହିଳାମାନେ। ଦିନ ତମାମ ଉପବାସ ରହି ବ୍ରତ ପାଳନର ନିୟମ ରହିଛି। ସଧବା ମହିଳା ମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜାର୍ଚ୍ଚନା କରିଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ସାବିତ୍ରୀ ବ୍ରତ ପାଳନ କରିବେ କି ? ଭୁଲରେ କରନ୍ତୁ ନାହିଁ ଏହି କାମ, ହୋଇପାରେ ସ୍ବାମୀଙ୍କ ଅମଙ୍ଗଳ

ଭୁବନେଶ୍ବର: ପାଖେଇଲାଣି ସାବିତ୍ରୀ ବ୍ରତ। ଏହି ଦିନ ମହିଳାମାନେ ବ୍ରତ କରି ଉପବାସ ରହିଥାନ୍ତି।  ସେମାନେ ଏହି ବ୍ରତ କଲେ ସ୍ବାମୀଙ୍କର ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏହି ସାବିତ୍ରୀ ବ୍ରତ ଓଡିଶାର ଘରେ ଘରେ ପାଳନ କରାଯାଇଥାଏ।

ସାବିତ୍ରୀ ଅମାବାସ୍ୟା ଦିନ ଏହି କାମ କରନ୍ତୁ ନାହିଁ, ଏହା ସ୍ୱାମୀଙ୍କ ପାଇଁ ଅଶୁଭ ହେବ:

ଏକ ସ୍ଥିର ମନ ଏବଂ ଏକାଗ୍ର ମନ ସହିତ ସାବିତ୍ରୀ ଅମାବାସ୍ୟାରେ ଉପବାସ ରଖନ୍ତୁ। ସଠିକ୍ ଉପାସନା କରନ୍ତୁ। ଏହି ଦିନ କିଛି କାର୍ଯ୍ୟ କରିବା ଆବଶ୍ୟକ ନାହିଁ। ଯାହା ଦ୍ଵାରା ଇଚ୍ଛାକୃତ ଫଳାଫଳ ମିଳିପାରିବ।

ଏହି ଦିନ ନିମ୍ନଲିଖିତ ଜିନିଷକୁ ଏଡ଼ାଇବା ଉଚିତ୍: –

– ଏହି ଦିନ କାହାକୁ ଅସମ୍ମାନ କରାଯିବା ଉଚିତ ନୁହେଁ।

– କଠୋର ଭାଷା ବ୍ୟବହାର କରନ୍ତୁ ନାହିଁ।

– ଏହି ଦିନ ଶବଦାହ ସ୍ଥାନକୁ ଯାଆନ୍ତୁ ନାହିଁ। କାରଣ ଏହି ଦିନ ନକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ।

– ଏହି ଦିନ ବର ଗଛକୁ ପୂଜା କରିବା ଉଚିତ। କିନ୍ତୁ ବର ଗଛକୁ କେବେବି ଛୁଇଁବେ ନାହିଁ।

– ଏହି ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୋଇବା ଉଚିତ୍ ନୁହେଁ।

– ଶାରୀରିକ ସମ୍ପର୍କ କରିବା ଉଚିତ୍ ନୁହେଁ।

– ଅମାବାସ୍ୟା ଦିନ କେଶ ଏବଂ ନଖ କାଟନ୍ତୁ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ସ୍ବାମୀଙ୍କ ମଙ୍ଗଳ ପାଇଁ ସାବିତ୍ରୀ ପୂଜା କଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ଆଜି ହେଉଛି ସାବିତ୍ରୀ ବ୍ରତ ବା ପୂଜା। ହିନ୍ଦୁ ପୁରାଣରେ ସତ୍ୟବାନ ସାବିତ୍ରୀ ଉପାଖ୍ୟାନକୁ ନେଇ ସାରା ଦେଶରେ ପାଳନ ହେଉଛି ଏହି ସାବିତ୍ରୀ ପୂଜା। ବିଶ୍ବାସ ରହିଛି ଜ୍ୟେଷ୍ଠ ଅମବାସ୍ୟାରେ ମା ସାବିତ୍ରୀଙ୍କୁ ପୂଜା କଲେ ସ୍ବାମୀଙ୍କର ମଙ୍ଗଳ ହୁଏ। ସେଥିପାଇଁ ହିନ୍ଦୁ ଧର୍ମର ସମସ୍ତ ସଧବା ନାରୀ ଏହି ଦିନ ବ୍ରତ କରିଥାନ୍ତି।

ଏହି ପରିପ୍ରେକ୍ଷାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ସାବିତ୍ରୀ ଓଷା ପାଳନ କରିଛନ୍ତି। ସେ ନିଜ ଘରେ ଥିବା ମାଙ୍କ ନିକଟରେ ବିଭିନ୍ନ ପ୍ରକାରର ଭୋଗ ସାମଗ୍ରୀ ଥୋଇ ଏହି ପୂଜା କରିଛନ୍ତି। ଏ ନେଇ ଅପରାଜିତା ନିଜ ଟୁଇଟରରେ ପୂଜା କରୁଥିବାର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ସାବିତ୍ରୀ ବ୍ରତ ପୂଜା ପାଇଁ କେତେବେଳେ ରହିଛି ଶୁଭ ମୁହୁର୍ତ୍ତ

ଭୁବନେଶ୍ବର: ଆଜି ହେଉଛି ସାବିତ୍ରୀ ବ୍ରତ। ଏହି ଦିନ ହିନ୍ଦୁ ସଧବା ନାରୀମାନେ ସେମାନଙ୍କ ସ୍ବାମୀଙ୍କ ମଙ୍ଗଳ ପାଇଁ ବ୍ରତ ଧାରଣ କରିନ୍ତି। ଦିନତମାମ ଉପବାସ ରହିବା ସହିତ ମା ସାବିତ୍ରୀଙ୍କୁ ପୂଜା କରନ୍ତି। ତେବେ ଏହି ଅମବାସ୍ୟା କେତେବେଳେ ଆରମ୍ଭ ହୋଇ ଶେଷ ହେଉଛି ତାହା ଜାଣିବା ନିହାତି ଆବଶ୍ୟକ।

ଜ୍ୟେଷ୍ଠ ଅମାବାସ୍ୟା ଆରମ୍ଭ – ୧୮ ମଇ ୨୦୨୩, ରାତ୍ର ୦୯:୪୩ ମିନଟ

ଜ୍ୟେଷ୍ଠ ଅମାବାସ୍ୟା ସମାପ୍ତ – ମେ ୧୯, ୨୦୨୩, ରାତ୍ର ୦୯:୨୩ ମିନିଟ

ସାଧାରଣ ଚଳନ – ୦୫:୨୮ ମିନିଟ ରୁ ୦୭:୧୧ ମିନିଟ

ଲାଭ – ଉନ୍ନତି – ୦୭:୧୧ ମିନଟ ରୁ ୦୮:୫୩ ମିନିଟ

ଶୁଭ- ଉତ୍ତମ – ୧୨:୧୮ ମିନିଟ ରୁ ୧୪:୦୦ ମିନିଟ

ପଞ୍ଚଙ୍ଗ ଅନୁଯାୟୀ, ଜ୍ୟେଷ୍ଠ ମାସର ଅମାବାସ୍ୟା ତାରିଖ ୧୮ ମଇ ଗୁରୁବାର ରାତି ୦୯:୪୩ ରୁ ମେ ୧୯ ରେ ୦୯:୨୩ ହେବ। ଯେହେତୁ ଅମାବାସ୍ୟା ତିଥିର ସୂର୍ଯ୍ୟୋଦୟ ମେ ୧୯ ରେ ହେବ, ଏହି ଦିନରେ ଏହି ଉପବାସ ପାଳନ କରାଯିବ। ଏହି ଦିନ ଛତ୍ର ଏବଂ ଶୋଭାନ୍ ନାମକ ଦୁଇଟି ଶୁଭ ଯୋଗ ଦିନସାରା ରହିବ। ଏହି ଦିନ, ଯେତେବେଳେ ଚନ୍ଦ୍ର ଏବଂ ବୃହସ୍ପତି ମେଷ ରାଶିରେ ଏକାଠି ହୁଅନ୍ତି, ସେତେବେଳେ ଗଜକସେରୀ ଯୋଗ ଗଠନ ହେବ।

ସାବିତ୍ରୀ ବ୍ରତ ୨୦୨୩ ଶୁଭ ମୁହୁର୍ତ୍ତ ମେ ୧୯ ଶୁକ୍ରବାର

– ୦୭:୨୭ ରୁ ୦୯:୦୫ ସକାଳେ
– ୦୯:୦୫ ରୁ ୧୦:୪୪ ସକାଳେ
– ୧୧:୫୬ ପୂର୍ବାହ୍ନ ୧୨:୪୯ ରୁ (ଅଭିଜିତ୍ ମୁର୍ହୁର୍ତ୍ତ)
– ସନ୍ଧ୍ୟା ୦୫:୧୯ ରୁ ୦୬:୫୮ ପର୍ଯ୍ୟନ୍ତ

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ସାବିତ୍ରୀ ବ୍ରତଧାରୀ ଭୁଲରେ କରନ୍ତୁ ନାହିଁ ଏହି କାମ, ସ୍ବାମୀଙ୍କର ହୋଇପାରେ ଅମଙ୍ଗଳ

ନୂଆଦିଲ୍ଲୀ: ଆସନ୍ତାକାଲି ହେଉଛି ସାବିତ୍ରୀ ବ୍ରତ। ଏହି ଦିନ ସଧବା ମହିଳାମାନେ ବ୍ରତ କରି ଉପବାସ ରହିଥାନ୍ତି।  ସେମାନେ ଏହି ବ୍ରତ କଲେ ସ୍ବାମୀଙ୍କର ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏହି ସାବିତ୍ରୀ ବ୍ରତ ଓଡିଶାର ଘରେଘରେ ପାଳନ କରାଯାଇଥାଏ।

ସାବିତ୍ରୀ ଅମାବାସ୍ୟା ଦିନ ଏହି କାମ କରନ୍ତୁ ନାହିଁ, ଏହା ସ୍ୱାମୀଙ୍କ ପାଇଁ ଅଶୁଭ ହେବ:

ଏକ ସ୍ଥିର ମନ ଏବଂ ଏକାଗ୍ର ମନ ସହିତ ସାବିତ୍ରୀ ଅମାବାସ୍ୟାରେ ଉପବାସ ରଖନ୍ତୁ। ସଠିକ୍ ଉପାସନା କରନ୍ତୁ। ଏହି ଦିନ କିଛି କାର୍ଯ୍ୟ କରିବା ଆବଶ୍ୟକ ନାହିଁ। ଯାହା ଦ୍ଵାରା ଇଚ୍ଛାକୃତ ଫଳାଫଳ ମିଳିପାରିବ।

ଏହି ଦିନ ନିମ୍ନଲିଖିତ ଜିନିଷକୁ ଏଡ଼ାଇବା ଉଚିତ୍: –

– ଏହି ଦିନ କାହାକୁ ଅସମ୍ମାନ କରାଯିବା ଉଚିତ ନୁହେଁ।

– କଠୋର ଭାଷା ବ୍ୟବହାର କରନ୍ତୁ ନାହିଁ।

– ଏହି ଦିନ ଶବଦାହ ସ୍ଥାନକୁ ଯାଆନ୍ତୁ ନାହିଁ। କାରଣ ଏହି ଦିନ ନକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ।

– ଏହି ଦିନ ବର ଗଛକୁ ପୂଜା କରିବା ଉଚିତ। କିନ୍ତୁ ବର ଗଛକୁ କେବେବି ଛୁଇଁବେ ନାହିଁ।

– ଏହି ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୋଇବା ଉଚିତ୍ ନୁହେଁ।

– ଶାରୀରିକ ସମ୍ପର୍କ କରିବା ଉଚିତ୍ ନୁହେଁ।

– ଏହି ଦିନ ମାଂସ ମଦ ବ୍ୟବହାର କରିବା ଉଚିତ୍ ନୁହେଁ।

– ଅମାବାସ୍ୟା ଦିନ କେଶ ଏବଂ ନଖ କାଟନ୍ତୁ ନାହିଁ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

୩୦ ବର୍ଷ ପରେ ସାବିତ୍ରୀ ବ୍ରତରେ ପଡୁଛି ବିଶେଷ ସଂଯୋଗ, ଏହି ରାଶିର ଲୋକେ ହେବେ ଲାଭବାନ

ଭୁବନେଶ୍ଵର: ସ୍ବାମୀଙ୍କ ଦୀର୍ଘ ଜୀବନ ଏବଂ କଲ୍ୟାଣ ପାଇଁ ମେ ୧୯ ତାରିଖ ୨୦୨୩ରେ ବିବାହିତ ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିବେ। ପୌରାଣିକ ବିଶ୍ବାସ ଅନୁଯାୟୀ, ଏହି ଦିନ ମାତା ସାବିତ୍ରୀ ତାଙ୍କ ସ୍ୱାମୀ ସତ୍ୟବାନଙ୍କୁ ଯମରାଜଙ୍କ ଠାରୁ ଛଡ଼ାଇ ଆଣିଥିଲେ।

ସାବିତ୍ରୀ ବ୍ରତରେ ଥିବା ବର ଗଛକୁ ପୂଜା କଲେ ତ୍ରିଦେବ ବ୍ରହ୍ମା, ବିଷ୍ଣୁ, ମହେଶଙ୍କ ଆଶୀର୍ବାଦ ମିଳିଥାଏ, ଯେଉଁ କାରଣରୁ ବିବାହିତ ଜୀବନରେ ବାଧା ବିଘ୍ନ ଆସେ ନାହିଁ। ଏହି ବର୍ଷ ସାବିତ୍ରୀ ଉପବାସ ଦିନ, ଅନେକ ଶୁଭ ଯୋଗ ସୃଷ୍ଟି କରାଯାଉଛି, ଯାହା ଅନେକ ରାଶିରେ ଧନ ବର୍ଷା ହେବ। ଆସନ୍ତୁ ଜାଣିବା…

୩୦ ବର୍ଷ ପରେ ଶୁଭ ସଂଯୋଗ:

ଜ୍ୟେଷ୍ଠ ଆମାଭାସ୍ୟା ଦିନ ସାବିତ୍ରୀ ଉପବାସ ମେ ୧୮ ତାରିଖ ସନ୍ଧ୍ୟା ୦୭.୩୭ ରେ ଆରମ୍ଭ ହୋଇ ମେ ୧୯ ତାରିଖରେ ସନ୍ଧ୍ୟା ୦୬.୧୭ରେ ଶେଷ ହେବ। ଚଳିତ ବର୍ଷ ସାବିତ୍ରୀ ବ୍ରତରେ ଶଶ ଯୋଗ, ଗଜେକସରୀ ଯୋଗ ଏବଂ ଶୋଭନ୍ ଯୋଗର ସଂଯୋଗ ସୃଷ୍ଟି ହେଉଛି, ଯାହା ଅନେକ ରାଶିର ଲୋକେ ଉପକୃତ ହେବେ। ବିଶେଷଜ୍ଞଙ୍କ ଅନୁଯାୟୀ ଶନି ଜୟନ୍ତୀ ମଧ୍ୟ ଏହି ଦିନରେ ଅଛି, ୩୦ ବର୍ଷ ପରେ ଶନି ଜୟନ୍ତୀ ଉପରେ ଶୋଭନ୍ ଯୋଗର ସଂଯୋଗ ସୃଷ୍ଟି ହେଉଛି, ଯାହା ଅନେକ ରାଶି ଲାଭାନ୍ଵିତ ହେବେ।

ସାବିତ୍ରୀ ବ୍ରତରେ ଏହି ରାଶିର ଲୋକେ ହେବେ ଲାଭବାନ:

କୁମ୍ଭ- ସାବିତ୍ରୀ ଉପବାସରେ ଗଜକେସରୀ ଯୋଗ କୁମ୍ଭ ରାଶି ଲୋକଙ୍କ ଶୋଇରହିଥିବା ଭାଗ୍ୟକୁ ଜାଗ୍ରତ କରିବ। କଠିନ ପରିଶ୍ରମର ଫଳ ପାଇବେ। ଚାକିରିରେ ଆସୁଥିବା ସମସ୍ୟା ସମାପ୍ତ ହେବ, କେବଳ ବେପରୁଆ ହୁଅନ୍ତୁ ନାହିଁ। ପରିବାରରେ ପିଲାମାନଙ୍କ ପାଖରୁ ଏକ ଖୁସି ଖବର ଆସିବ।

ମେଷ- ସାବିତ୍ରୀ ବ୍ରତର ଦୁଇ ଦିନ ପୂର୍ବରୁ ବୃହସ୍ପତି ଏବଂ ଚନ୍ଦ୍ରର ମିଶ୍ରଣ ହେତୁ ମେଶ ରାଶିରେ ଗଜକେସରୀ ଯୋଗ ସୃଷ୍ଟି ହୁଏ, ଯାହା ମେଷ ରାଶିର ଲୋକଙ୍କୁ ଅଧିକ ଲାଭ ଦେବ। ସାବିତ୍ରୀ ଉପବାସ ଦିନ, ଅଧିକାରୀଙ୍କ ସମର୍ଥନ ପାଇବେ। ଚାକିରିରେ ପଦୋନ୍ନତି ହେବାର ଦୃଢ ସମ୍ଭାବନା ଅଛି। ଯୋଜନା କରୁଥିବା କାର୍ଯ୍ୟରେ ଆପଣ ସଫଳତା ପାଇବେ। ଗଜକେସରୀ ଯୋଗର ପ୍ରଭାବରେ ଦେବୀ ଲକ୍ଷ୍ମୀ ଆପଣଙ୍କ ପ୍ରତି ଦୟାଳୁ ହେବେ ଏବଂ ଧନର ସ୍ରୋତ ବୃଦ୍ଧି ପାଇବ।

ମିଥୁନ- ଚଳିତ ବର୍ଷ ସାବିତ୍ରୀ ଉପବାସର ପର୍ବ ମିଥୁନ ଲୋକଙ୍କ ପାଇଁ ପ୍ରଗତିଶୀଳ ହେବ। କର୍ମକ୍ଷେତ୍ରରେ ଆପଣ ଏକ ନୂତନ ଦାୟିତ୍ଵ ପାଇପାରନ୍ତି, ଯାହା ଆପଣଙ୍କୁ ଶୀର୍ଷକୁ ନେଇଯିବ। କ୍ୟାରିୟରରେ ବାଧା ସମାପ୍ତ ହେବ, ଖୁସିର ଦିନ ଆରମ୍ଭ ହେବାକୁ ଯାଉଛି। ବ୍ୟବସାୟୀମାନେ ଆର୍ଥିକ ଲାଭ ପାଇବେ। ପୈତୃକ ସମ୍ପତ୍ତିରୁ ଲାଭ ପାଇବା ପାଇଁ ଦୃଢ ସମ୍ଭାବନା ଅଛି।

ତୁଳା- ଅନେକ ଶୁଭ ଫଳାଫଳ ଦେବ। ଏହି ରାଶିର ଲୋକମାନଙ୍କର ବ୍ୟବସାୟ ବିସ୍ତାର କରିବାର ସାମର୍ଥ୍ୟ ରହିବ। ହଠାତ୍ ଧନ ଲାଭ ହେବ। ଦୀର୍ଘ ଦିନ ଧରି ସ୍ଥଗିତ ରଖାଯାଇଥିବା କାର୍ଯ୍ୟ ସମାପ୍ତ ହେବ। ଦାମ୍ପତ୍ୟ ଜୀବନରେ ସୁଖ ଆସିବ। ଆର୍ଥିକ ସ୍ଥିତି ମଜବୁତ ହେବ।

Categories
ଆଜିର ଖବର ଧର୍ମ

ଆଜିଠାରୁ ଆରମ୍ଭ ହେଲା ମେ ମାସ, ଜାଣନ୍ତୁ ଏହି ମାସରେ କଣ ରହିଛି ପର୍ବପର୍ବାଣୀ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ମେ ମାସ। ଏହି ମାସରେ ରହିଛି ଅନେକ ପବିତ୍ର ଦିନ। ଯାହା ଅନେକଙ୍କୁ ଜଣା ନ ଥାଏ। ତେବେ ଏହି ମାସରେ ଏପରି ଏକ ଦିନ ଅଛି ଯାହାକୁ ସମସ୍ତେ ଅପେକ୍ଷା କରିଥାନ୍ତି। ଆସନ୍ତୁ ଜାଣିବା ଏହି ମାସରେ କଣ କଣ ପର୍ବ ପର୍ବାଣୀ ରହିଛି।

ଶ୍ରମିକ ଦିବସ- ମେ 1 ତାରିଖକୁ ସାଧାରଣତଃ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ସରକାରୀ ଛୁଟି ଥାଏ।

ଅକ୍ଷୟ ତୃତୀୟା- ମେ 3 ତାରିଖରେ ପଡୁଛି ଅକ୍ଷୟ ତୃତୀୟା। ଏହା ହେଉଛି ଏକ ହିନ୍ଦୁ କ୍ୟାଲେଣ୍ଡରରେ ବଡ ଦିନ। କାରଣ ଏହି ଦିନ ସମସ୍ତ ଶୁଭ କାର୍ଯ୍ୟ ଅନୁକୂଳ କରାଯାଇଥାଏ। ଲୋକମାନେ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି।

ରଥ ଅନୁକୂଳ- ମେ 3 ତାରିଖ ଅକ୍ଷୟ ତୃତୀୟାରେ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥ କାମ ଅନୁକୂଳ ହୋଇଥାଏ। ଏହି ଦିନ ଜଗନ୍ନାଥ ସଂସ୍କୃତିରେ ଶୁଭ କାମ ଆରମ୍ଭ ହେଉଥିବାରୁ ରଥ ଅନୁକୂଳ କରାଯାଇଥାଏ। ସେଥିପାଇଁ ଓଡିଆ ସଂସ୍କୃତିରେ ଏହି ଦିନ ବିଭିନ୍ନ ଶୁଭକାମ ଆରମ୍ଭ ହେବାର ପରଂପରା ରହିଛି।

ଚନ୍ଦନ ଯାତ୍ରା- ଏହି ମେ 3 ତାରିଖରେ ମଧ୍ୟ ଆରମ୍ଭ ହେବ ଚନ୍ଦନ ଯାତ୍ରା। ପ୍ରଭୃ ପୁରୀର ନରେନ୍ଦ୍ର ପୋଖରୀରେ ନୌକା ବିହାର କରିବେ।

ସୀତା ନବମୀ-  ମେ 10 ତାରିଖରେ ପଡୁଛି ସୀତା ନବମୀ। ରାମ ନବମୀରେ ପ୍ରଭୃ ଶ୍ରୀରାମ ଜନ୍ମ ଗ୍ରହଣ କରିଥିବା ବେଳେ ବୈଶାଖ ମାସ ନବମୀରେ ସୀତା ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ଏହିଦିନକୁ ସୀତା ନବମୀ ଭାବେ ପାଳନ କରାଯାଉଛି।

ନୃସିଂହ ଜନ୍ମ- ମେ 14 ତାରିଖରେ ପଡୁଛି ନୃସିଂହ ଚତୁର୍ଦ୍ଦଶୀ। ଏହି ଦିନ ସଂନ୍ଧ୍ୟା ସମୟରେ ଭଗବାନ ନୃସିଂହ ଅବତାର ଧାରଣ କରି ହିରଣ୍ୟକଷ୍ୟପୁଙ୍କୁ ବଧ କରିଥିଲେ। ଏହି ଦିନକୁ ସ୍ମରଣୀୟ କରି ରଖିବାକୁ ହିନ୍ଦୁମାନେ ନୃସିଂହ ଉପାସନା କରିଥାନ୍ତି। ଏପରିକି ସନ୍ଧ୍ୟା ସମୟରେ ଶ୍ରୀମନ୍ଦିରରେ ମଧ୍ୟ ନୃସିଂହ ଜନ୍ମନୀତି ସମ୍ପନ୍ନ ହୋଇଥାଏ।

ବୃଷ ସଂକ୍ରାନ୍ତି- ମେ 15 ତାରିଖରେ ପଡୁଛି ବୃଷ ସଂକ୍ରାନ୍ତି। ଏହି ସଂକ୍ରାନ୍ତିରେ ସୂର୍ଯ୍ୟ ଦେବ ରାଶି ପରିବର୍ତ୍ତନ କରି ବୃଷ ରାଶିରେ ପ୍ରବେଶ କରିବେ।

ଚନ୍ଦନ ପୂର୍ଣ୍ଣିମା/ ବୁଦ୍ଧ ଜୟନ୍ତୀ- ମେ 16 ତାରିଖରେ ପଡୁଛି ଚନ୍ଦନ ପୂର୍ଣ୍ଣିମା ଓ ବୁଦ୍ଧ ଜୟନ୍ତୀ। ଏହି ଦିନ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଥାଏ। ଏଥିସହିତ ଏହିଦିନ ବୈଦ୍ଧ ଧର୍ମାଲମ୍ବୀଙ୍କ ପାଇଁ ବଡ ପବିତ୍ର ଦିନ।

ସାବିତ୍ରୀ ବ୍ରତ- ଏଥର ସାବିତ୍ରୀ ବ୍ରତ ବା ଅମବାସ୍ୟା ମେ ମାସ 30 ତାରିଖରେ ପଡୁଛି। ଏହି ବ୍ରତ ଓଡିଆ ନାରୀମାନଙ୍କ ପାଇଁ ଏକ ବିଶେଷ ପର୍ବ। ଏହିଦିନ ସଧବା ନାରୀମାନେ ସ୍ବାମୀଙ୍କ ମଙ୍ଗଳ କାମନା କରି ମା ସାବିତ୍ରୀଙ୍କୁ ପୂଜା କରି ଉପବାସ ରହିଥାନ୍ତି।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଏଥର ସାବିତ୍ରୀ ବ୍ରତରେ ପଡୁଛି ବିରଳ ଚର୍ତ୍ତୁଃଗ୍ରହ ଯୋଗ, ଜାଣନ୍ତୁ ଏହି ଓଷା ପାଳନର ଭଲ ସମୟ

ଭୁବନେଶ୍ବର, ସାବିତ୍ରୀ ବ୍ରତ ହେଉଛି ଏପରି ଏକ ପୂଜା ଯାହା ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଥିବା ପବିତ୍ର ସଂପର୍କର ବାର୍ତ୍ତା ପ୍ରଦାନ କରିଥାଏ । ଏହି ବ୍ରତରୁ ସ୍ପଷ୍ଟ ଯେ ଜଣେ ନାରୀର ଏତେ ଶକ୍ତି ଅଛି ଯେ ସେ ଯମରାଜଙ୍କ ଠାରୁ ମଧ୍ୟ ସ୍ୱାମୀଙ୍କ ଜୀବନ ଫେରାଇ ଆଣି ପାରିବେ । ଏଥି ସହିତ ଶାଶୁ ଏବଂ ପତ୍ନୀଙ୍କ ଧର୍ମର ସେବା ମଧ୍ୟ ଏହି ପର୍ବରୁ ଶିକ୍ଷା ମିଳିଥାଏ । ବିଶ୍ୱାସ କରାଯାଏ ଯେ ଏହି ଦିନ ଭାଗ୍ୟଶାଳୀ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ, ​​ସ୍ୱାସ୍ଥ୍ୟ ଏବଂ ପ୍ରଗତି ଏବଂ ସନ୍ତାନ ପ୍ରାପ୍ତି ପାଇଁ ଉପବାସ ପାଳନ କରନ୍ତି।

ଚଳିତ ବର୍ଷ ବିଶେଷ କଥା ହେଉଛି ସାବିତ୍ରୀ ବ୍ରତ ଦିନ ଦୁଇଟି ରାଶିରେ ଚର୍ତ୍ତୁଃଗ୍ରହ ଯୋଗ ରହିଛି। ଏହି ଦିନ ସୂର୍ଯ୍ୟ, ଚନ୍ଦ୍ର, ବୁଧ ଏବଂ ରାହୁ ତୁଳା ରାଶିରେ ବସିବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ର ଶୁଭ୍ର ଏବଂ ସୁଖ ଦାମ୍ପତ୍ୟ ଜୀବନର କାରଣ ବୋଲି ବିବେଚନା କରାଯାଏ। ସେହିପରି ଏହି ଦିନ, ବୃଷ ରାଶିରେ ଚର୍ତ୍ତୁଃଗ୍ରହ ଯୋଗ ମଧ୍ୟ ଗଠନ ହେଉଛି। ଯାହା ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ସାଧାରଣତଃ ଚାରୋଟି ଗ୍ରହ ଗୋଟିଏ ରାଶିରେ ରହିଲେ ଚର୍ତ୍ତୁଃଗ୍ରହ ଯୋଗ ସୃଷ୍ଟି ହୋଇଥାଏ । ବିଶ୍ୱାସ କରାଯାଏ ଯେ ଏହି ଯୋଗ ଦାମ୍ପତ୍ୟ ଜୀବନରେ ମଧୁରତା ଆଣିଥାଏ ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ଜୁନ୍ 10 ତାରିଖ ଗୁରୁବାର ଦିନ ରୋହିଣୀ ନକ୍ଷତ୍ର ଏବଂ ଧୃତି ଯୋଗରେ ଏହି ପର୍ବ ପଡୁଛି, ଯାହା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସର୍ବୋତ୍ତମ ଯୋଗ ଅଟେ। ଜ୍ୟେଷ୍ଠ ଅମାବାସ୍ୟା ତିଥି ଜୁନ୍ 09 ତାରିଖ ବୁଧବାର ଦିନ ମଧ୍ୟାହ୍ନ 01. 59 ରୁ ଆରମ୍ଭ ହେଉଛି, ଯାହା ଜୁନ୍ 10 ତାରିଖ ଅପରାହ୍ନ 04. 22 ପର୍ଯ୍ୟନ୍ତ ରହୁଛି।

Categories
ଆଜିର ଖବର ଧର୍ମ ବ୍ୟବସାୟ ରାଜ୍ୟ ଖବର

ସାବିତ୍ରୀଙ୍କୁ ସନ୍ତୁଷ୍ଠ କରିବା ପାଇଁ କରୋନା ନିୟମ ଭାଙ୍ଗିଲେ ସତ୍ୟବାନମାନେ

ଭୁବନେଶ୍ବର, ଆାସନ୍ତାକାଲି ଗୁରୁବାରରେ ସାବିତ୍ରୀ ବ୍ରତ। ପ୍ରତିଟି ସଧବାମାନେ ଏହି ସାବିତ୍ର ବ୍ରତ ପାଳନ କରିଥାନ୍ତି। ଏହି ବ୍ରତ ପାଇଁ ଆବଶ୍ୟକ ପଡିଥାଏ ବିଭିନ୍ନ ପ୍ରକାରର ଫଳମୂଳ। ହେଲେ ଲକଡାଉନ ଯୋଗୁଁ ଓଡିଶାରେ ମାତ୍ର ଦିନ 11ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ମିଳିଛି।

ସେଥିପାଇଁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବେଶ ଭିଡ ପରିଲକ୍ଷିତ ହୋଇଛି। ସାବିତ୍ରୀମାନେ ଅସନ୍ତୁଷ୍ଠ ନ ହେବା ପାଇଁ ସତ୍ୟବାନମାନେ କରୋନା ନିୟମ ଭାଙ୍ଗି ବିଭିନ୍ନ ପୂଜା ସାମଗ୍ରୀ କିଣୁଥିବାର ପରିଲକ୍ଷିତ ହୋଇଛି। ଭିଡ ଏପରି ହୋଇଛି ଯେ ସେଠାରେ ଶାରୀରିକ ଦୂରତା, ସାଇନିଟାଇଜେନ ଏବଂ ମାସ୍କ ପିନ୍ଧା ନିୟମ କୁଆଡେ ଉଡିଯାଇଛି। କେତେକ ସ୍ଥାନରେ ପୋଲିସ ଚଢାଉ କରି ଜବତ କରିବା ପାଇଁ ଚେଷ୍ଠା କରିଥିବାର ଦେଖାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଘରେ ସାବିତ୍ରୀ ବ୍ରତ କରିବାକୁ ପରାମର୍ଶ, ଭିଡ ଏଡାଇବା ପାଇଁ କେତେକ ମନ୍ଦିରରେ ଲାଗୁ ହେଲା144 ଧାରା

ଭୁବନେଶ୍ବର, ରାତି ପାହିଲେ ସାବିତ୍ରୀ ବ୍ରତ। ପ୍ରତିଟି ସଧବା ବୋହୁ ଏହି ପୂଜା ନିଷ୍ଠାର ସହ କରିଥାଏ। ହେଲେ ଲକଡାଉନ କଟକଣା ପାଇଁ ଏଥର ସାବିତ୍ରୀ ବ୍ରତ ଆଉ ବଡ ଆକାରରେ ହୋଇପାରିବ ନାହିଁ। ମହିଳାମାନେ ମନ୍ଦିରକୁ ନ ଆସି ନିଜ ଘରେ ଏହି ବ୍ରତ ପାଳନ କରିବା ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି। କାରଣ ଲକଡାଉନ କଟକଣାର ନିୟମ ଅନୁସାରେ ବର୍ତ୍ତମାନ କୌଣସି ଧର୍ମ ଅନୁଷ୍ଠାନରେ ଭକ୍ତମାନେ ଏକାଠି ହୋଇପାରିବ ନାହିଁ। ସେଥିପାଇଁ ମନ୍ଦିରରେ ଭିଡ ନ କରିବାକୁ ପରାମର୍ଶ ଦିଆଯାଇଛି।

ଏ ନେଇ ଦେବଗଡ ପୋଲିସ ଏକ ନିର୍ଦ୍ଦେଶନାମା ଜାରୀ କରିଛି। ମହିଳାମାନେ କୌଣସି ମନ୍ଦିରରେ ଭିଡ ନ କରି ଘରେ ପୂଜା କରିବା ପାଇଁ ପରାମର୍ଶ ଦେଇଛି। ସେହିପରି ଯାଜପୁରର ପ୍ରସିଦ୍ଧ ବିରଜା ମନ୍ଦିରରେ 144 ଧାର ଲାଗୁ କରାଯାଇଛି। ଭିଡ ଆଶଙ୍କା କରି ସ୍ଥାନୀୟ ଉପଜିଲ୍ଲାପାଳ ଏହି କଟକଣା କରିଛନ୍ତି। ଫଳରେ ସେଠାରେ କୌଣସି ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ। ବିରଜା ମନ୍ଦିରରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ 144 ଧାରା ଲାଗୁ କରାଯାଇଛି।

ସାଧାରଣତଃ ଏହି ସାବିତ୍ର ବ୍ରତ କରିବା ପାଇଁ ଦେବୀ ପିଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ। ସେଠାରେ ପୂଜା କରିବା ପାଇଁ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥାଏ। ବର୍ତ୍ତମାନ ସାମାଜିକ ଦୂରତା ପାଇଁ ବିଭିନ୍ନ ମନ୍ଦିର ତରଫରୁ ଏପରି କଟକଣା ନିଆଯାଇ ମନ୍ଦିରର ନିତିଦିନିଆ ପୂଜାପାଠ ବ୍ୟତିତ ଅନ୍ୟ କାହାକୁ ବାରଣ କରାଯାଇଛି।