Categories
ଆଞ୍ଚଳିକ

“ଅଙ୍କୁର” ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ଵର: ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଅଙ୍କୁର” ତରଫରୁ ଗତ ୧୫ ଅକ୍ଟୋବର ସକାଳେ ଭୁବନେଶ୍ବରର ଏନ୍ ୧ ପ୍ରାଇମେରୀ ସ୍କୁଲ ପରିସରରେ ଦୈନନ୍ଦିନ ଜୀବନରେ ଉପଯୋଗୀ ଫଳ ଚାରା ସ୍କୁଲ ପିଲାଙ୍କ ଦ୍ବାରା ରୋପଣ କରାଯାଇଥିଲା। ପିଲାଙ୍କ ଭିତରେ ପରିବେଶ ଏବଂ ପ୍ରକୃତି ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗତ କୋଡ଼ିଏ ବର୍ଷ ଧରି ଏ ପ୍ରକାର କାର୍ଯ୍ୟକ୍ରମ ଅଙ୍କୁର ଆୟୋଜନ କରିଆସୁଛି। ସ୍କୁଲ ପିଲା, ଶିକ୍ଷକ ଓ ଅଭିଭାବକ ଙ୍କ ମିଳିତ ଉଦ୍ୟମରେ ଗଛ ଲଗାଇବା ଓ ତାର ଯତ୍ନ ନେବାକୁ ଅଙ୍କୁର ପ୍ରାଥମିକତା ଦେଇ ଆସୁଛି।

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ମାନସୀ ରାଣୀ ସୁନ୍ଦରରାୟ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅତିଥି ଭାବରେ ଯୋଗଦାନ କରିଥିଲେ। ଅଙ୍କୁରର ସମ୍ପାଦକ ଚିନ୍ମୟୀ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ବୃକ୍ଷରୋପଣ ଓ ଏହାର ଆବଶ୍ୟକତା ଉପରେ ସମ୍ୟକ ଧାରଣା ଦିଆଯାଇଥିଲା। ଅଙ୍କୁର ଫାଉଣ୍ଡେସନର କର୍ମକର୍ତ୍ତା ଓ ବିଦ୍ୟାଳୟର ଶିକ୍ଷକମାନେ ଏଥିରେ ବିଶେଷ ସହଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ସବୁଜ ଭାରତ ତରଫରୁ ୟୁପିଏସ୍ ହସ୍ପିଟାଲ ପରିସରରେ ବୃକ୍ଷରୋପଣ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ‘ସବୁଜ ଭାରତ’ ପକ୍ଷରୁ ସହିଦ ନଗରସ୍ଥିତ ୟୁପିଏସ୍ ହସ୍ପିଟାଲ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଏମ୍‌ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷର ଉପସ୍ଥିତି ନିତାନ୍ତ ଜରୁରୀ। ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷ ରୋପଣ କଲେ ଏହା ପରିବେଶ ପ୍ରଦୂଷଣକୁ ଦୂର କରିବା ସହିତ ଅମ୍ଲାଜନର ଆବଶ୍ୟକତାକୁ ପୂରଣ କରିବା ଦିଗରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

ଅନ୍ୟତମ ଅତିଥି ଭାବେ ପୂର୍ବତନ କର୍ପୋରେଟର ଶାଶ୍ୱତୀ ମିଶ୍ର, ପ୍ରଫେସର ରୁପା ସାହୁ, ବିଶିଷ୍ଟ ପାଲା ଗାୟକ ସୁରେନ୍ଦ୍ର ଛୋଟରାୟ, ବିଶିଷ୍ଟ ସମାଜସେବୀ ବାବା ପଞ୍ଚଦେବ, ସମାଜସେବୀ ଲୁଲୁ ସାମନ୍ତ, ଏସ୍‌.ଆଇ ଏ.ବି. ମେଘାଲି, ଏସ୍‌.ଏଚ୍‌.ଜି ସାଇକୃପା, କବିତା ସୁବୁଦ୍ଧି, ଜ୍ୟୋତିର୍ମୟୀ ପଟ୍ଟନାୟକ, ରୁପାଲି ସାହୁ, ଜୟନ୍ତୀ ପଣ୍ଡା, ଲକ୍ଷ୍ମୀଧର ବେହେରା, ମନୋରଞ୍ଜନ ନାୟକ, ସାମ୍ବାଦିକ ଅଖିଳ ନାୟକ, ଜ୍ୟୋସ୍ନାରାଣୀ ଜେନା ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିବା ସହିତ ଗଛର ଉପକାରିତା ଉପରେ ଆଲୋକପାତ କରିଥିଲେ। ଏଥିରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା।