Categories
ଆଞ୍ଚଳିକ

ଗଂଜାମ ପୋଲିସ୍ ଏବଂ ବ୍ରହ୍ମପୁର ପୋଲିସ୍ ଦ୍ଵାରା ଅମାନିଆଙ୍କଠାରୁ ଜୋରିମାନା ଆଦାୟ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ପୋଲିସ୍ ଏବଂ ବ୍ରହ୍ମପୁର ପୋଲିସ୍ ଦ୍ଵାରା ଅମାନିଆଙ୍କଠାରୁ ଜୋରିମାନା ଆଦାୟ ଜାରି ରହିଛି। ଆଜି ବ୍ରହ୍ମପୁର ପୋଲିସ୍ ଜିଲ୍ଲା ପକ୍ଷରୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ଏବଂ ଚଢ଼ାଉ ଜାରି ରହିଥିଲା। ସାମାଜିକ ଦୂରତା ଉଲ୍ଲଂଘନରେ ୨ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବାବେଳେ ମାସ୍କ ପିନ୍ଧିନଥିବା ୬୫ ଜଣ ଅମାନିଆଙ୍କଠାରୁ ୧୩ ହଜାର ଟଙ୍କା ଆଦାୟ ହୋଇଛି। ଗାଡ଼ି ସମ୍ବନ୍ଧୀୟ ୧୫୪ ଜଣଙ୍କ ଚାଲାଣ କଟି ୭୭ହଜାର ଜୋରିମାନା ଆଦାୟ ହୋଇଛି। ସେହିପରି ଗଂଜାମ ପୋଲିସ୍ ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ତରଫରୁ ଚଢ଼ାଉ ଏବଂ ପେଟ୍ରୋଲିଂ ମଧ୍ୟ ଜାରି ରହିଛି। ମାସ୍କ ପିନ୍ଧିନଥିବା ଅମାନିଆଙ୍କଠାରୁ ୧ଲକ୍ଷ ୩୧ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି। ସେହପରି ୧୦ଟି ସ୍ଥାନରେ ଅବକାରୀ ଚଢ଼ାଉ ହୋଇ ୪ ଜଣକୁ ଗିରଫ କରାଯାଇଥିବାବେଳେ ୪୯୦ ଲିଟର ବେଆଇନ ମଦ ଜବତ ହୋଇଛି।