Categories
ବିଶେଷ ଖବର ରାଜ୍ୟ ଖବର

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ନୂଆ ଶ୍ରମ ଅଧିକାରୀଙ୍କୁ ଦିଆଗଲା ନିଯୁକ୍ତି ପତ୍ର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ସଦନଠାରେ ନବ ନିଯୁକ୍ତ ଶ୍ରମ ଅଧିକାରୀମାନଙ୍କ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ସାରଦା ପ୍ରସାଦ ନାୟକ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କର୍ମଶାଳାର ଶୁଭାରମ୍ଭ କରି ନବ ନିଯୁକ୍ତ ଶ୍ରମ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ନିଯୁକ୍ତି ପତ୍ର ପ୍ରଦାନ କରିଥିଲୋ

ମନ୍ତ୍ରୀ ଶ୍ରୀନାୟକ କହିଥିଲେ ଯେ ଯେତେବେଳେ ଉତ୍ତରାଖଣ୍ଡର ଟନେଲରେ ଶ୍ରମିକମାନେ ଫସିଥିଲେ ସେହି ସମୟରେ ଆମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମ ବିଭାଗ ତରଫରୁ ସେ ନିଜେ ବ୍ୟକ୍ତିଗତ ଭାବେ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସେହି ସ୍ଥାନକୁ ଯାଇ ଶ୍ରମିକମାନଙ୍କ ଉଦ୍ଧାର ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରିଥିଲୋ

ମୁଖ୍ୟମନ୍ତ୍ରୀ ଉଦ୍ଧାର ହୋଇ ଆସିଥିବା ଶ୍ରମିକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ ଏବଂ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲୋ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହୃଦୟତା ଓ ଉତ୍ତମ ଚିନ୍ତାଧାରା ଯୋଗୁଁ ଏସବୁ ସମ୍ଭବ ହୋଇ ପାରିଥିଲା ବୋଲି ସେ ପ୍ରକାଶ କରିଥିଲେ।

ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀଆର.ସନ୍ଥଗୋପାଳନ ନବ ନିଯୁକ୍ତ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଶ୍ରମ ବିଭାଗରେ ସେମାନଙ୍କୁ ସ୍ୱାଗତ କରିଥିଲେ ଏବଂ ସମସ୍ତଙ୍କୁ ଶ୍ରମ ଆଇନ ବିଷୟରେ ଅବଗତ ହେବା ପାଇଁ କହିଥିଲ। ଆବଶ୍ୟକସ୍ଥଳେ ବରିଷ୍ଠ ଅଧିକାରୀମାନଙ୍କ ସହ ପରାମର୍ଶ କରିବାକୁ ସେ ସେମାନଙ୍କୁ କହିଥିଲେ।

ଶ୍ରମ ଆୟୁକ୍ତ ଶ୍ରୀ ଅନୁପମ ସାହା ନବନିଯୁକ୍ତ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ମନ୍ତ୍ରୀଙ୍କ ଦିଗଦର୍ଶନ ନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲୋ ବିଭାଗର ଅତିରିକ୍ତ ସଚିବ ଶ୍ରୀ ନିତି ରଞ୍ଜନ ସେନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପସଚିବ ଶ୍ରୀ ରାଜେଶ କୁମାରଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲୋ ଏହି ଅବସରରେ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼ରେ ତିନିଦିନିଆ ଜୋନସ୍ତରୀୟ “ସର୍‌ଗି ଫୁଲ୍‌” କାର୍ଯ୍ୟକ୍ରମ ଆରମ୍ଭ

ସୁନ୍ଦରଗଡ଼: ଓଡ଼ିଶାର ଜନଜାତି ବର୍ଗର ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରେ ରହିଥିବା ପ୍ରତିଭାକୁ ଚିହ୍ନଟ ଓ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଛି ବାର୍ଷିକ ଶିଶୁ ମହୋତ୍ସବ “ସରଗି ଫୁଲ୍‌”। ଗୁରୁବାର ଦିନ ସୁନ୍ଦରଗଡ଼ ଜିଲ୍ଲା ସଂସ୍କୃତି ଭବନଠାରେ ଉତ୍ତର ଓଡ଼ିଶା ଜୋନସ୍ତରୀୟ “ସରଗି ଫୁଲ୍‌” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହାକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମାନ୍ୟବର ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଉଦଘାଟନ କରିଥିଲେ।

ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛିୟ । ସୁନ୍ଦରଗଡ଼ରେ ଆୟୋଜିତ ଏହି ତିନିଦିନିଆ ଜୋନସ୍ତରୀୟ କାର୍ଯ୍ୟକ୍ରମରେ ୧୫ଟି ଜିଲ୍ଲାର ୬୩୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି ।

“ଜନଜାତି ସଂପ୍ରଦାୟ ରାଜ୍ୟର ଗର୍ବ । ଏହି ବର୍ଗର ଛାତ୍ରଛାତ୍ରୀଙ୍କ ଭିତରେ ଅନେକ ଅନନ୍ୟ ପ୍ରତିଭା ରହିଛି । ସର୍‌ଗି ଫୁଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ବିଶେଷ ସୁଯୋଗ ଦିଆଯାଉଛି । ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଦ୍ୱାରା ପିଲାମାନଙ୍କ ଭିତରେ ସର୍ଜନାତ୍ମକ ପ୍ରତିଭାର ବିକାଶ ସହ ପ୍ରତିଯୋଗିତାମୂଳକ ମନୋଭବ, ଯୋଗାଯୋଗ ଦକ୍ଷତା ଏବଂ ନେତୃତ୍ୱ ବିକାଶ ହୋଇପାରିବ”, କହିଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ।

ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସର୍ଜନାତ୍ମକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା କରାଯାଉଛି । ଗୁରୁବାର ଦିନ ପିଲାମାନଙ୍କ ଭିତରେ ବକ୍ତୃତା, କୁଇଜ୍‌, ଏକକ ସଙ୍ଗୀତ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇଥିଲା । ନଭେମ୍ବର ୯ ତାରିଖ ଯାଏଁ ଏହା ଚାଲିବ ।

“ଚଳିତବର୍ଷ ପ୍ରଥମ ଥର ପାଇଁ ଜୋନସ୍ତରୀୟ ସର୍‌ଗି ଫୁଲ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରୁ ଉତ୍ତୀର୍ଣ୍ଣ ହୋଇ ଆସିଥିବା ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇଛନ୍ତି । ପରେ ସେମାନେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ଦେଖାଇବାର ସୁଯୋଗ ପାଇବେ । ସର୍‌ଗି ଫୁଲ୍ ଭଳି ଆମ ଜନଜାତି ପିଲାମାନଙ୍କର ସ୍ୱପ୍ନ, ପ୍ରତିଭା ଓ ଦକ୍ଷତାକୁ ଆକଶଛୁଆଁ କରିବା ଲାଗି ସୁଯୋଗ ଦେବା ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ”, କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ବିଭାଗୀୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ଟପ୍ପୋ, ସୁନ୍ଦରଗଡ଼ର ମାନ୍ୟବର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ତଲସରାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ, ରାଜଗାଙ୍ଗପୁରର ମାନ୍ୟବର ବିଧାୟକ ଡକ୍ଟର ସି ଏସ୍ ରାଜେନ୍ ଏକ୍କା, ସୁନ୍ଦରଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରବିନାରାୟଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଭାଗନେଇ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ ।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସରକାରୀ ହାଇସ୍କୁଲରେ ପାଠ ପୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଆକର୍ଷଣୀୟ କ୍ୟାରିଅର ବିଷୟରେ ସୂଚନା ଦେବା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଏକ ଭିଡିଓ ସିରିଜ ପ୍ରସ୍ତୁତ କରାଯାଇଛି । ଏଥିରେ ସଫଳତା ହାସଲ କରିଥିବା ବିଭିନ୍ନ ବର୍ଗର ଲୋକଙ୍କର ସାକ୍ଷାତକାର ରହିଛି । ସରଗି ଫୁଲ୍ କାର୍ଯ୍ୟକ୍ରମ ଅବସରରେ ଏହି ଭିଡିଓ ସିଡି ଉନ୍ମୋଚନ କରାଯାଇଥିଲା । ଏହି ଭିଡିଓକୁ ଜିଲ୍ଲାରେ ଚାଲିଥିବା ଭର୍ଚୁଆଲ କ୍ଲାସ ବ୍ୟବସ୍ଥା ମାଧ୍ୟମରେ ଏକ ସମୟରେ ୩୧୫ ସ୍କୁଲରେ ପ୍ରସାରଣ କରାଯିବ । ଫଳରେ ୧୫ ହଜାରରୁ ଅଧିକ ପିଲାଙ୍କ ପାଇଁ ଏହା ଉପାଦେୟ ହେବ ।