Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଏଥର ଐତିହାସିକ କଟକ ବାଲିଯାତ୍ରାରେ ଜୀ ସାର୍ଥକ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବାରେ ପୁଣି ସଫଳ

ଭୁବନେଶ୍ଵର: ନଭେମ୍ବର ୨୭ରୁ ଆରମ୍ଭ ହୋଇଥିବା ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ତଥା ଗୌରବମୟ ଇତିହାସର ପ୍ରତୀକ, ବିଶ୍ଵ ପ୍ରସିଦ୍ଧ କଟକ ବାଲିଯାତ୍ରା ପଡିଆରେ ‘ଜୀ ସାର୍ଥକ’ର ପକ୍ଷରୁ ଖୋଲାଯାଇଥିବା ଷ୍ଟଲ ଦର୍ଶକଙ୍କ ସହିତ ତା’ର ସମ୍ପର୍କ ଆହୁରି ମଜବୁତ୍ କରିଛି। ବାଲିଯାତ୍ରା ଏଥର ଆହୁରି ବଡ ଆକାରରେ ହେଇଥିବା ବେଳେ ‘ଜୀ ସାର୍ଥକ’ର ଷ୍ଟଲ ମଧ୍ୟ ଓଡ଼ିଶାର ପରମ୍ପରା, ଡଙ୍ଗା ଭାଷା ତଥା କାର୍ତ୍ତିକ ପୂର୍ଣ୍ଣିମା ଥିମ୍ ରେ ହୋଇଥିଲା ଯାହା ଲୋକଙ୍କୁ ଆହୁରି ଅଧିକ ଆକୃଷ୍ଟ କରିଥିଲା।

ଏହି ଷ୍ଟଲରେ ଜୀ ସାର୍ଥକ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବା ସହ ମେଗା ଲକି ଡ୍ର ଓ ଛୋଟ ଛୋଟ ପ୍ରତିଯୋଗିତା ମାଧ୍ୟମରେ ଦର୍ଶକମାନେ ଆକର୍ଷଣୀୟ ପୁରସ୍କାର ଜିତିବା ସହ ଜୀ ସାର୍ଥକର ଫିଲ୍ମ ଓ ମେଗା ଧାରାବାହିକର ଲୋକପ୍ରିୟ କଳାକାରମାନଙ୍କୁ ଭେଟି ତାଙ୍କ ସହ ସେଲଫି ମଧ୍ୟ ନେଇଥିଲେ।

ଗତ ୯ ଦିନ ଧରି ଚାଲିଥିବା ଏହି ଯାତ୍ରାରେ ପ୍ରତିଦିନ ଜୀ ସାର୍ଥକରେ ପ୍ରସାରିତ ରିଆଲିଟି ସୋ “ସାରେଗାମାପା”ର କଣ୍ଠଶିଳ୍ପୀମାନେ ଏହି ଠାରେ ଆୟାଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଇବା ସହ ଏବଂ ଲୋକପ୍ରିୟ ସୋ “ଦିଦି ନମସ୍କାର” ଫର୍ମାଟରେ ଦର୍ଶକଙ୍କ ସହ କୌତୁହଳ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରେ ମଧ୍ୟ ଭାଗ ନେଇଥିଲେ। ଦର୍ଶକ ନିଜ ପ୍ରିୟ କଳାକାରମାନଙ୍କୁ ପାଖରେ ଦେଖିବା ସହ ସେମାନଙ୍କ ସହ କଥା ମଧ୍ୟ ହୋଇଥିଲେ ଓ ଦର୍ଶକ ଢ଼େର ସାରା ମଜା ମସ୍ତି କରିଥିଲେ।

ଏହି ଷ୍ଟଲରେ ଜୀ ସାର୍ଥକର ସନ୍ଧ୍ୟା ରାଗିଣୀ, ତୁ ମୋ ସାଥିରେ, ସୁନା ଝିଅ, ଶକ୍ତି, ତୁ ଖରା ମୁଁ ଛାଇ ଓ ଖୁସିର ଛୁଙ୍କ ମେଗା ଧାରାବାହିକର ଲୋକପ୍ରିୟ କଳାକାରମାନେ ବାଲିଯାତ୍ରା ବୁଲିବାକୁ ଆସିଥିବା ଦର୍ଶକଙ୍କ ମନୋରଞ୍ଜନ କରିବା ସହ ସେମାନଙ୍କ ସହ ପାଦରେ ପାଦ ମିଶାଇ ନାଚିଥିଲେ ଓ ସେମାନଙ୍କ ବହୁତ ମନୋରଞ୍ଜନ କରିଥିଲେ। କିଛି ଦର୍ଶକ ଏହି କଳାକାର ମାନଙ୍କ ସହ ସେଲଫି ନେବ ସହ ନିଜର ପ୍ରିୟ ଧାରାବାହିକ ସମ୍ପର୍କରେ ମଧ୍ୟ କଥା ହୋଇଥିଲେ।

ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍ କହିଛନ୍ତି ଯେ, କଟକ ବାଲିଯାତ୍ରା ସାରା ବିଶ୍ବରେ ପରିଚିତ ଓ ଜୀ-ସାର୍ଥକ ବିଭିନ୍ନ ସମୟରେ ନିଆରା କାର୍ଯକ୍ରମ ଓ ପ୍ରତିଯୋଗିତା ମାଧ୍ୟମରେ ଦର୍ଶକଙ୍କ ନିକଟତର ହୋଇଥାଏ ତେଣୁ ଏହି ବାଲିଯାତ୍ରା ଏକ ବଡ଼ ମାଧ୍ୟମ ହୋଇଥିଲା ଆମ ଦର୍ଶକ ସେମାନଙ୍କ ପ୍ରିୟ କଳାକାରଙ୍କ ସହ ଭେଟିବା ପାଇଁ। ଏହି କାର୍ଯକ୍ରମ ଦ୍ବାରା, ଦର୍ଶକଙ୍କ ସହିତ ଜୀ-ସାର୍ଥକର ସମ୍ପର୍କ ଆହୁରି ମଜବୁତ ହୋଇଥିଲା। ଆଗକୁ ମଧ୍ୟ ଆମେ ଏହିପରି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଜାରି ରଖିବୁ ଯାହା ଜୀ-ସାର୍ଥକ ଓ ତାର ଦର୍ଶକଙ୍କ ସମ୍ପର୍କ ଅଧିକରୁ ଅଧିକ ମଜବୁତ କରିବ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜାନୁୟାରୀ ୧ରେ ଜୀ-ସାର୍ଥକରେ ଦେଖନ୍ତୁ ‘ସାରେଗାମାପା’ର ନନ-ଷ୍ଟପ ମନୋରଞ୍ଜନ ଫିନାଲେ

ଭୁବନେଶ୍ବର: ଜ଼ୀ -ସାର୍ଥକ ପ୍ରସ୍ତୁତ “ସାରେଗାମାପା” ରିୟାଲିଟି ଶୋ’ ର କିଏ ହେବ ବିଜେତା ଜାଣିବା ସହିତ ବଛା ବଛା ଟପ୍ ଫାଇନାଲିଷ୍ଟ ସିଙ୍ଗରଙ୍କ ସହିତ ୨୪ ଜଣ ସୁପରଷ୍ଟାରଙ୍କୁ ନେଇ ଜାନୁଆରୀ ୧ ତାରିଖ ସନ୍ଧ୍ୟା ୬ ଟା ରୁ ରାତି ୧୦ ଟା ଯାଏଁ ଚାରି ଘଣ୍ଟା ଧରି ହେବ ନନଷ୍ଟପ ମନୋରଞ୍ଜନ।

ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନୂଆ ବର୍ଷ ଅବସରରେ ପ୍ରସାରିତ ହେବାକୁ ଥିବା ୨୪ ଘଣ୍ଟାର ନନଷ୍ଟପ୍ ମନୋରଞ୍ଜନ ମଧ୍ୟରେ ରିୟଲିଟି ସୋ ସାରେଗାମାପାର ଗ୍ରାଣ୍ଡ ଫିନାଲେ ଶୋ ମଧ୍ୟ ରହିଛି। ଏହି ଫିନାଲେ ଏପିସୋଡରେ ବିଜେତା କିଏ ହେବ ଜଣାପଡିବା ସହ ୨୪ ଜଣ ସୁପରଷ୍ଟାରଙ୍କୁ ନେଇ ସନ୍ଧ୍ୟା ୬ ରୁ ରାତି ୧୦ ଟା ଯାଏଁ ମନୋରଞ୍ଜନର ଧମାକା ଜାରି ରହିବ।

ଉପସ୍ଥାପକ ପୁପିନ୍ଦର ଓ ସୁଜିତଙ୍କ ଦମଦାର ଉପସ୍ଥାପନାରେ ସଙ୍ଗୀତମୟ ମାହୋଲର ଏହି କାର୍ଯ୍ୟକ୍ରମରେ ହ୍ୟୁମାନ ସାଗରଙ୍କ ପୁରା ଟିମ୍ ସହିତ ବିଚାରକ ଇରା ମହାନ୍ତି, ଦୀପ୍ତିରେଖା ପାଢ଼ୀ, କୁଲଦୀପ ପଟ୍ଟନାୟକ, ଦୀପିକା, ଯସ୍ମିନ, ନିକିତା, ଅନନ୍ୟା, ଛନ୍ଦୀତା, ଅର୍ପିତା କର ଓ ଜବରଦସ୍ତ ପରଫରମାନ୍ସ ସହ ହରିହର ଦାଶଙ୍କ ଡ୍ୟାନ୍ସର ଜଲୱା ମଧ୍ୟ ଦେଖିବାକୁ ମିଳିବ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକର ସାରେଗାମାପା ଓଡିଶାର ସବୁଠାରୁ ବଡ଼ ସ୍ବରର ମହାମଞ୍ଚରେ କିଏ କରିବ ଧମାଲ

ଭୁବନେଶ୍ଵର: ଜୀ ସାର୍ଥକର ସାରେଗାମାପାରେ ଆଗକୁ ହେବାକୁ ଯାଉଛି ଆହୁରି ରୋମାଞ୍ଚକର ପ୍ରଦର୍ଶନ, କାରଣ ଆଗକୁ ହବାକୁ ଯାଉଛି ଏଲିମିନେଶନ, ତାପରେ ଆସିବେ ନୂଆ ଚ୍ୟାଲେଞ୍ଜର ଦେବାକୁ କଡା ଟକ୍କର। ଆଉ ସଂଗୀତର ଏହି ମହାମଞ୍ଚରେ ହେବ ମହା ମୁକାବିଲା। ସାରେଗାମାପାରେ ଏଥର ଦର୍ଶକ ଦେଖିପାରିବେ ପ୍ରତିଭାମାନଙ୍କର ଧମାକାଦାର ପରିବେଷଣ। ରକ ଷ୍ଟାର – ସାଇ ପ୍ରଜ୍ଞା, ରୋମାଣ୍ଟିକ ସ୍ପେସିଆଲିଷ୍ଟ – ସୌଜନ୍ୟା ଏବଂ ରଶ୍ମୀରେଖା – ଅଭିସଂଗୀତାଙ୍କ ଭଳି ମା-ଝିଅ ଯୋଡ଼ି ସେମି -କ୍ଲାସିକାଲ ଗୀତ ଗାଇ ନିଜର ସ୍ବପ୍ନକୁ ପୂରଣ କରି ପାରିବେ କି ସ୍ୱରର ମହାମଞ୍ଚ ସାରେଗାମାପାରେ।

ହବାକୁ ଅଛି ଏଲିମିନେସନ୍ ସରିଛି। ଆସିବେ ନୂଆ ପ୍ରତିଭା। ସୋ’ରେ ଆସିଛି ନୂଆ ଟୁଇଷ୍ଟ,ନୂଆ ପ୍ରଦର୍ଶନ। ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନଙ୍କୁ ମିଳିଛି ଭରପୁର ସୁଯୋଗ। ଏବେ ଆଗାମୀ ଏପିଶୋଡ ମାନଙ୍କରେ ଏହା ଦେଖିବାକୁ ମିଳିବ। ପୂର୍ବରୁ ଏହି ସାରେଗାମାପା ମଞ୍ଚ ମାଧ୍ୟମରେ ଅନେକ କଣ୍ଠଶିଳ୍ପୀ ନିଜକୁ ପ୍ରମାଣିତ କରିସାରିଛନ୍ତି। ଦର୍ଶକଙ୍କ ଉତ୍ସାହ ଓ ଉତ୍କଣ୍ଠାକୁ ଆଖିରେ ରଖି ଏବେ ନୂଆ ପ୍ରତିଭାର ଖୋଜ ଚାଲିଛି।

ସାରେଗାମାପା ସ୍ୱରର ମହାମଞ୍ଚ ପ୍ରତି ଶନିବାର ଓ ରବିବାର ରାତି ୯ଟା ୩୦ରେ ଜୀ ସାର୍ଥକରେ ପ୍ରସାରିତ ହେଉଛି।