Categories
ଆଜିର ଖବର ଜାତୀୟ ଖବର

ସାର ଉପରେ ସବସିଡି ଏବଂ ୧୦୦ ଟି ସୈନିକ ବିଦ୍ୟାଳୟକୁ ଅନୁମୋଦନ ଦେଲା ମୋଦୀ କ୍ୟାବିନେଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ବୈଠକରେ ସାର ଉପରେ ସବସିଡି ପ୍ରଦାନ ନିଷ୍ପତ୍ତି କ୍ୟାବିନେଟ ଅନୁମୋଦନ କରିଛି। ଏହି ବୈଠକରେ ସୈନିକ ସ୍କୁଲ୍ ସୋସାଇଟି ଅଧୀନରେ ଥିବା ୧୦୦ ବେସରକାରୀ ଏବଂ ସରକାରୀ ସୈନିକ ବିଦ୍ୟାଳୟର ମାନ୍ୟତା ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା ବ୍ୟତୀତ ଅଟଳ ନବୀକରଣ ଏବଂ ସହରୀ ପରିବର୍ତ୍ତନ ମିଶନ ୨.୦କୁ ମଧ୍ୟ କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ହୋଇଛି।

କେନ୍ଦ୍ର କ୍ୟାବିନେଟ୍ ଆଜି ଫସଫେଟ୍, ପୋଟାଶ୍ ସାର ପାଇଁ ୨୮ ହଜାର ୬୫୫ କୋଟି ଟଙ୍କା ଅତିରିକ୍ତ ସବସିଡି ଅନୁମୋଦନ କରିଛି। ଏହି ସବସିଡି ଅକ୍ଟୋବର ୧ ତାରିଖରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨୦୨୧-୨୨ ବର୍ଷ ପାଇଁ ଫସଫେଟିକ ଓ ପୋଟାସିକ ସାର ଉପରେ ସବସିଡିକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ସମିତି (ସିସିଇଏ) ସାର ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ୨୦୨୧-୨୨ (ବର୍ତ୍ତମାନର ମୌସୁମୀ ଋତୁ) ପାଇଁ ଫସଫେଟିକ ଓ ପୋଟାସିକ (ପି ଆଣ୍ଡ କେ) ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ନିର୍ଦ୍ଧାରଣ କରିବା ଲାଗି ସାର ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏବେ କ୍ୟାବିନେଟ ଅନୁମୋଦିତ ସବସିଡି ଦର ଲାଗୁ ହେବ।

ଭାରତ ସରକାର ବିଭିନ୍ନ ପ୍ରକାରର ସାର, ବିଶେଷ କରି ୟୁରିଆ ଏବଂ ୨୨ ଗ୍ରେଡ ବିଶିଷ୍ଟ ପି ଆଣ୍ଡ କେ ସାରଗୁଡ଼ିକର ଉପଲବ୍ଧତା ସୁନିଶ୍ଚିତ କରୁଛନ୍ତି, ଯେଉଁଥିରେ ଡିଏପି ମଧ୍ୟ ସାମିଲ ରହିଛି। ଏସବୁ ସାର ନିର୍ମାତା ଏବଂ ଆମଦାନୀକାରୀମାନଙ୍କ ଠାରୁ ସବସିଡି ଦରରେ ଚାଷୀମାନଙ୍କୁ ମିଳିବ। ପି ଆଣ୍ଡ କେ ସାର ଉପରେ ସବସିଡି ଏନବିଏସ ଯୋଜନା ଆଧାରରେ ଦିଆଯାଉଛି। ଏହା ଏପ୍ରିଲ ପହିଲା, ୨୦୧୦ ଠାରୁ ଲାଗୁ ହୋଇଛି। ଚାଷୀଙ୍କୁ ସମର୍ଥନ କରିବାର ଭାବନା ନେଇ ଚାଷୀମାନଙ୍କୁ ଶସ୍ତା ଦରରେ ପି ଆଣ୍ଡ କେ ସାର ଯଥେଷ୍ଟ ପରିମାଣରେ ଶସ୍ତା ଦରରେ ଯୋଗାଇ ଦେବା ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ସବସିଡି ଏନବିଏସ ଦର ଆଧାରରେ କମ୍ପାନୀଗୁଡ଼ିକୁ ଜାରି କରାଯିବ, ଯାହାଫଳରେ ଚାଷୀମାନଙ୍କୁ ଶସ୍ତା ମୂଲ୍ୟରେ ସାର ମିଳିପାରିବ।